ହେଲିକପ୍ଟର ଦୁର୍ଘଟଣାରେ ବିପିନ ରାଓ୍ବତଙ୍କ ସହ ଥିଲେ ଜଣେ ଓଡ଼ିଆ ପୁଅ

ଅନୁଗୋଳ ଅଫିସ,୯ା୧୨: ତାମିଲନାଡୁରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା ଯବାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ଯବାନ। ସହିଦ ଯବାନ ତାଳଚେର କଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗାଁର ଶ୍ରୀବତ୍ସ ଦାସଙ୍କ ପୁଅ ରାଣାପ୍ରତାପ ଦାସ। ଯାହାଙ୍କ ଦେହାନ୍ତରେ ପରିବାରବର୍ଗ ମ୍ରିୟମାଣ ହୋଇପଡିଥିଲା ବେଳେ ଝୁରୁଛି ଜନ୍ମମାଟି।

ରାଣା ପ୍ରତାପ ବାୟୁସେନାର ଜୁନିୟର ଓ୍ବାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ। ପାଖାପାଖି ମାସେ ହେବ ସେ ତାମିଲନାଡୁରେ ରହିଆସୁଥିଲେ। ବାପା ଶ୍ରୀବତ୍ସ ଦାସ ଜଣେ ଅବସରପ୍ରାପ୍ତ କଲେଜ ବରିଷ୍ଠ କିରାଣି। ଅବସର ପରେ ସେ ଅସୁସ୍ଥ ରହୁଥିବା ବେଳେ ମା’ ସୁଷମାଙ୍କ ମାନସିକ ସ୍ଥିତି ଭଲ ନାହିଁ। ବୟସର ଅପରାହ୍ନରେ ୩୫ବର୍ଷର ପୁଅକୁ ହରାଇବାର ଦୁଃଖ ସହିପାରିବେନି ବୋଲି ବାପା-ମାଙ୍କୁ ରାଣାଙ୍କ ସମ୍ପର୍କରେ ଅବଗତ କରାଯାଇନାହିଁ।

ରାଣାଙ୍କ ସ୍ତ୍ରୀ ଶିବାଙ୍ଗୀ ଏୟାରଫୋର୍ସରେ ଡେଣ୍ଟିଷ୍ଟ ଅଛନ୍ତି। ତାଙ୍କର ବର୍ଷକର ପୁଅଟିଏ ରହିଥିବା ବେଳେ ସେ ଏବେ ବିହାରରେ କାର୍ଯ୍ୟରତ ଥିବା ସୂଚନା ମିଳିଛି । ତେବେ ରାଣା ଘରର ସାନ ପୁଅ ହୋଇଥିବା ବେଳେ ତାଙ୍କ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ସୂଚନାଯୋଗ୍ୟ, ବୁଧବାର ମଧ୍ୟାହ୍ନରେ ସିଡିଏସ ବିପିନ ରାଓ୍ବତ, ତାଙ୍କ ସ୍ତ୍ରୀଙ୍କ ସମେତ ୯ ଜଣ ସଦସ୍ୟ ଓ ୪ ଜଣ କ୍ରୁମେମ୍ବର ଓ୍ବେଲିଂଟନ ଯାଉଥିବା ବେଳେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବାୟୁ ସେନା ଟୁଇଟ୍‌ କରି ସୂଚନା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

ପଞ୍ଚାୟତ କାର୍ଯ୍ୟାଳୟରେ ଆଇନ ସଚେତନତା: ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା

ଦିଗପହଣ୍ଡି, ୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?