ଓଡ଼ିଆ ଠିକାସଂସ୍ଥା ହାତରେ ଅଣଓଡ଼ିଆଙ୍କ କ୍ରେନ୍‌, ମାଲିକ ପୋଲିସର ଦ୍ୱାରସ୍ଥ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): ମୋ’ କ୍ରେନ୍‌ ମୋତେ ଫେରାଇ ଦିଅ ମୁଁ ୬ ମାସ ପାଇଁ ଚୁକ୍ତି କରି ତେଲେଙ୍ଗାନାର ଜଣେ ଠିକାଦାରଙ୍କୁ ଦେଇଥିଲି ଆଉ ଚୁକ୍ତି ସରିବାର ୬ ମାସ ବିତିଲାଣି। ହେଲେ ଏବେ ନା ମୋ’ କ୍ରେନ୍‌ ମୋତେ ଫେରାଉଛନ୍ତି ନା ମୋ’ ଭଡ଼ା ପଇସା ଦେଉଛନ୍ତି। ମୁଁ ୧ ଲକ୍ଷ ୪୦ ହଜାର ଟଙ୍କା ଭଡ଼ା ଦେଇ ଟ୍ରଲର ନେଇ ଆସିଛି। ମୋ କ୍ରେନ୍‌ ନେଇକି ଯିବି ହେଲେ ମୁଁ କ୍ରେନ ଟିକୁ ଜଣେ ତେଲେଙ୍ଗାନାର ଠିକାଦାରଙ୍କୁ ଦେଇଥିଲି। ଏବେ ଜଣେ ଓଡ଼ିଆ ଠିକାସଂସ୍ଥା ହାତରେ ରହିଛି ବୋଲି ଦୁଃଖଭରା ନିରାଶ ଭାବନା ନେଇ ଜଣେ ଉତ୍ତରପ୍ରଦେଶ ରାଜ୍ୟର କ୍ରେନ୍‌ ମାଲିକ ସାହେବଲାଲ ପ୍ରଜାପତି କନ୍ଧମାଳ ପୋଲିସ ନିକଟରେ ଗୁହାରି କରିଛନ୍ତି।

ପ୍ରକାଶ ଯେ, ଉକ୍ତ କ୍ରେନ୍‌ ମାଲିକ ଜଣେ ତେଲେଙ୍ଗାନାର ଠିକାସଂସ୍ଥାକୁ ଭଡ଼ା ସୂତ୍ରରେ ଦେଇଥିଲେ। ଏଥିପାଇଁ ତାଙ୍କର ୬ ମାସ ପାଇଁ ଚୁକ୍ତି ହୋଇଥିଲା ଚଳିତ ଫେବୃଆରୀ ସୁଦ୍ଧା କୁଆଡ଼େ ତାଙ୍କ ଚୁକ୍ତିନାମା ସରିଛି। ଚୁକ୍ତିନାମା ସରିବା ପୂର୍ବରୁ ଠିକାସଂସ୍ଥା ପ୍ରଥମେ ଅନ୍ୟ ଜିଲାରେ କାର୍ଯ୍ୟ କରୁଥିଲେ। ଏବେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଗବାଟବାଡ଼ିରେ ଉକ୍ତ କ୍ରେନ୍‌ ଥିବା ଶୁଣି ମାଲିକ ସାହେବଲାଲ ନିଜ କ୍ରେନ ନେବାକୁ ଏକ ଟ୍ରଲର ନେଇ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ଉକ୍ତ ଓଡ଼ିଆ ଠିକାସଂସ୍ଥା କ୍ରେନ୍‌ଟିକୁ ଫେରାଇବାକୁ ମନା କରିବା ସହ ସେ ଯାହାଠାରୁ ଆଣିଛନ୍ତି ସେ ଆସିଲେ କ୍ରେନ ଦିଆଯିବ ବୋଲି କହିଥିଲେ। ତେବେ କ୍ରେନ୍‌ମାଲିକ ତାଙ୍କୁ ଭଡ଼ା ଦିଆଯାଉନାହିଁ କି କ୍ରେନ୍‌ର ରକ୍ଷଣାବେକ୍ଷଣ ସଠିକ୍‌ ଭାବରେ କରାଯାଉନାହିଁ। ତେଣୁ ସେ ନେବାକୁ କହିବା ପରେ କୁଆଡେ ଓଡ଼ିଆ ଠିକାସଂସ୍ଥା ତାଙ୍କୁ ଧମକ ଚମକ ଦେବାରୁ ସାହେବଲାଲ ଦାରିଙ୍ଗବାଡ଼ି ଥାନା ଓ ପରବର୍ତ୍ତୀ ସମୟରେ କନ୍ଧମାଳ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଅଭିଯୋଗ ପାଇଁ ପହଞ୍ଚିଥିଲେ। ତେବେ ଏସ୍‌ପିଙ୍କ କାର୍ଯ୍ୟାଳୟରୁ ତାଙ୍କୁ ଦାରିଙ୍ଗବାଡ଼ି ପୋଲିସକୁ ନିର୍ଦ୍ଦେଶ ଦିଆଯିବ ଉକ୍ତ ସମସ୍ୟାର ପଦକ୍ଷେପ ନେବାକୁ କୁହାଯାଇ ପୁଣି ଦାରିଙ୍ଗବାଡ଼ି ଥାନାକୁ ପଠାଇଥିଲେ। କ୍ରେନ୍‌ ମାଲିକ ଦାରିଙ୍ଗବାଡ଼ିରେ ପହଞ୍ଚି ଅଭିଯୋଗପତ୍ର ଦେଇ ପୋଲିସଠାରୁ ନ୍ୟାୟ ଭିକ୍ଷା କରିଛନ୍ତି। ପୋଲିସ ନିକଟରେ ଅଭିଯୋଗ ପରେ ଶୁକ୍ରବାର ମଧ୍ୟାହ୍ନରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ଠିକାସଂସ୍ଥାରେ ଥିବା ଜଣେ କର୍ମଚାରୀ ଦୁର୍ଯ୍ୟୋଧନ ବାଗ୍‌ଙ୍କୁ ଉକ୍ତ କ୍ରେନ୍‌କୁ ଥାନାକୁ ନିଆଯିବ କହି ପ୍ରକ୍ରିୟା ଆରମ୍ଭ କରାଯାଇଛି। ସବ୍‌ଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ, ଏଏସ୍‌ଆଇ ଶ୍ରୀନିବାସ ରାଓ, ଅର୍ଜୁନ ଶବର ସଦଳବଳ ଯାଇ କ୍ରେନକୁ ଥାନାକୁ ନେଉଥିବା ଜଣାପଡ଼ିଛି। ଏନେଇ ଓଡ଼ିଆ ଠିକାସଂସ୍ଥାର ଇଞ୍ଜିନିୟର ଜିତେନ୍ଦ୍ର ସେଠୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ସେ ସାହେବଲାଲଙ୍କୁ ଜାଣିନାହାନ୍ତି କି ତାଙ୍କଠାରୁ ସେ କ୍ରେନ୍‌ ଆଣି ନାହାନ୍ତି। ତେଣୁ ଆମେ ଯାହାଠାରୁ କ୍ରେନ୍‌ ଆଣିଛୁ ତାଙ୍କୁ ଘଟଣା ସମ୍ପର୍କରେ ଜଣାଇଛୁ। ସେ ଆସିଲେ ଆମେ ଯେତେ ଶୀଘ୍ର ହେବ ଏହି ସମସ୍ୟାର ସମାଧାନ କରିବୁ ବୋଲି କହିଛନ୍ତି। ଏନେଇ ଇଞ୍ଜିନିୟର ସେଠୀ ପୋଲିସଙ୍କୁ ମଧ୍ୟ ଅବଗତ କରାଇଛୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?