ଓଡ଼ିଆ ଅସ୍ମିତା ଓ କୁନ୍ତଳା କୁମାରୀ

ଡ. ପ୍ରଫୁଲ୍ଲ କୁମାର ସାହୁ

 

ଅମୃତ ଅନ୍ବେଷାର କବୀ କୁନ୍ତଳା କୁମାରୀ ସାବତ। ବିଭୁପ୍ରାଣତାର ଏକ ହିରଣ୍ମୟ ଅଙ୍ଗୀକାର। ଜୀବନ ବଞ୍ଚତ୍ବାର ଅବଧି (୮.୨.୧୯୦୦ – ୨୩.୮.୧୯୩୮) ସ୍ବଳ୍ପ ହେଲେ ବି ତାଙ୍କ ସର୍ଜନଶୀଳ ପ୍ରତିଭାର ପ୍ରଚଣ୍ଡ ଘୂର୍ଣ୍ଣି ଆଗରେ ହାର ମାନିଛି କାଳ। ସମୟର କଷଟି ପଥରରେ ଶୁଦ୍ଧ ସୁବର୍ଣ୍ଣ ପରି ଅଲିଭା ହୋଇ ରହିଯାଇଛି ତାଙ୍କ ସାରସ୍ବତ ପ୍ରତିଭାର ଦ୍ୟୁତି ଓ ଦୀପ୍ତି।
ନିଜ ମାଟିର ବାସ୍ନା ଓ ନିଃଶ୍ୱାସକୁ ନୈବେଦ୍ୟ କରି ସେ ଗଢ଼ିଛନ୍ତି କବିତାର କାୟାକଳ୍ପ। ଐଶୀ ଚେତନା, ପ୍ରକୃତି ପ୍ରେମ ଓ ସ୍ବଦେଶ ପ୍ରୀତି- ଏହି ସମନ୍ବିତ ଭାବଧାରାର କାବି୍ୟକ ପରିପ୍ରକାଶ ହେଉଛି ଉତ୍କଳ ଭାରତୀ କୁନ୍ତଳା କୁମାରୀଙ୍କ ‘ଅଞ୍ଜଳି’ (୧୯୨୨), ‘ଉଚ୍ଛ୍ବାସ’ (୧୯୨୪), ‘ଆହ୍ବାନ’ (୧୯୩୦), ‘ସ୍ଫୁଲିଙ୍ଗ’ (୧୯୨୯), ‘ଅର୍ଚ୍ଚନା’ (୧୯୨୭), ‘ଓଡ଼ିଆଙ୍କ କାନ୍ଦଣା’ (୧୯୩୬) ଓ ‘ପ୍ରେମ ଚିନ୍ତାମଣି’ (୧୯୩୦) ଆଦି କବିତା ଗ୍ରନ୍ଥ। ଜୀବନ ଓ ଜଗତ ପ୍ରତି ଅକୁଣ୍ଠ ସ୍ନେହ, ଶ୍ରଦ୍ଧା ଓ ମମତ୍ୱବୋଧ ନେଇ ସେ ଖୋଜିଛନ୍ତି ବିଶ୍ୱ ବ୍ରହ୍ମାଣ୍ଡର ରହସ୍ୟମୟତା। ‘ଅଞ୍ଜଳି’ ସେହି ଅନ୍ତଃହୀନ ଅନ୍ବେଷାର ଏକ ଶାବ୍ଦିକ ଉଦ୍‌ଭାସ। ଈଶ୍ୱରଙ୍କ ଚରଣ ତଳେ ଏହା ଶ୍ରଦ୍ଧା ଓ ପ୍ରେମର ଏକ ଅଞ୍ଜଳିଭରା ଆଧ୍ୟାତ୍ମିକ ତଲ୍ଲୀନତା। ‘ଉଚ୍ଛ୍ବାସ’ କବିଙ୍କ ଅତୀନ୍ଦ୍ରିୟ ସୌନ୍ଦର୍ଯ୍ୟ ଚେତନାର ଅନ୍ୟ ଏକ ନନ୍ଦନ ସର୍ଜନ। ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନର ପୃଷ୍ଠଭୂମି ଉପରେ ରଚିତ ‘ଆହ୍ବାନ’ର ଆବେଦନ ଏତେ ଅନ୍ତର୍ଭେଦୀ ଥିଲା ଯେ ତାହାକୁ ତତ୍କାଳ ବାଜ୍ୟାପ୍ତି ପାଇଁ ଘୋଷଣା କରିଥିଲେ ଇଂରେଜ ସରକାର। ପ୍ରତିଟି ଉକତ୍ଳୀୟ ପ୍ରାଣରେ ବିଦ୍ରୋହର ବହ୍ନି ଜାଳିଦେବା ପାଇଁ କବିଙ୍କ ଅଗ୍ନିବର୍ଷୀ ଲେଖନୀରୁ ଝରିପଡ଼ିଛି ଅନ୍ୟ ଏକ ଦେଶାମତ୍ବୋଧକ ଓ କବିତାଗୁଚ୍ଛ ‘ସ୍ଫୁଲିଙ୍ଗ’। ସଂକଳନର ଆଦ୍ୟଭାଗରେ କବିତାଗୁଡ଼ିକ ଯେତିକି ଉଦ୍‌ବୋଧନୀୟ ଶେଷାଂଶରେ କବି ସେତିକି ରହସ୍ୟବାଦୀ। ଜୀବନର ବିବିଧ ବର୍ଣ୍ଣାଳୀକୁ ଭାବ, ଆବେଗ, ଲଳିତପଣ ଓ ଶବ୍ଦର ଷୋଡ଼ଶ ଶୃଙ୍ଗାର ଭିତରେ ତୋଳି ଧରିବାର ନାନ୍ଦନିକ ପ୍ରୟାସରୁ ଜନ୍ମ ନେଇଛି କବିତା ସଙ୍କଳନ ‘ଅର୍ଚ୍ଚନା’ ଓ ‘ଓଡ଼ିଆଙ୍କ କାନ୍ଦଣା’। ନାନା ବେଦନାବୋଧରେ ଆପ୍ଳୁତ ଉପରୋକ୍ତ ଦୁଇ କବିତାଗ୍ରନ୍ଥରେ କବି ଆଙ୍କିଛନ୍ତି ବନ୍ୟା, ବାତ୍ୟା ଓ ମରୁଡ଼ିକ୍ଳିଷ୍ଟ ଓଡ଼ିଶାର ମାର୍ମିକ ଚିତ୍ର।
ଗୀତି କବିତାର ସମାହାର ପ୍ରେମ ଚିନ୍ତାମଣିରେ ପ୍ରେମ ପାଇଁ ଶୁଦ୍ଧ ସମର୍ପଣର ସର୍ବୋଚ୍ଚ ସ୍ତରକୁ ଯାଇ କବି ସମର୍ପି ଦେଇଛନ୍ତି ନିଜକୁ। ପ୍ରେମିକା ଭାବରେ କବି କେତେବେଳେ ପାର୍ଥିବ ପ୍ରେମର ମାଧୁରିମାକୁ ଏଡ଼ିପାରି ନାହାନ୍ତି ତ କେତେବେଳେ ସାଧିକା ଭାବରେ ବିଶ୍ୱପ୍ରେମର ଲୀଳା ବିଳାସରେ ନିମଜ୍ଜି ଯାଇଛନ୍ତି ପୂରାପୂରି। ତେଣୁ ଭକ୍ତିରସ ସହିତ ସ୍ନିଗ୍ଧ ଅନୁରାଗର ରହସ୍ୟମୟ ରସାୟନରେ ଏଠି ସୃଷ୍ଟି ହୋଇଛି ଏକ ଭାବମୁଗ୍ଧ ତନ୍ମୟତା।
କବୀଙ୍କ ବହୁଚର୍ଚ୍ଚିତ କବିତା ‘ଶେଫାଳି ପ୍ରତି’ ତନ୍ମୟ କବିପ୍ରାଣର ଏକ ଚରମ ଅଭିବ୍ୟକ୍ତି। କ୍ଷୁଦ୍ର ଏକ ଶେଫାଳି ଫୁଲ କବିପ୍ରାଣରେ ସୃଷ୍ଟି କରିଛି ଅନନ୍ତ ଭାବନାର ଆଲୋଡ଼ନ। ଏକ ଭାବବିହ୍ବଳ ଅବସ୍ଥାରେ ସ୍ବଳ୍ପାୟୁ ଶେଫାଳିର ଅମୃତ ବିତରଣକୁ ଅନୁଭବ କରି ଥରି ଉଠିଛି କବୀଙ୍କ ହୃଦୟତନ୍ତ୍ରୀ। ଚକ୍ଷୁରୁ ଝରିପଡ଼ିଛି ଟୋପା ଟୋପା ପ୍ରେମାଶ୍ରୁ। ଅମୃତ ଅନ୍ବେଷୀ ଦୃଷ୍ଟି ତାଙ୍କର ପ୍ରସରି ଯାଇଛି ସସୀମରୁ ଅସୀମ ଆଡ଼କୁ। ଜାଗତିକ ଅବସ୍ଥାର ବହୁ ଊର୍ଦ୍ଧ୍ୱକୁ ଉଠି କବୀ ନୈସର୍ଗିକ ସୌନ୍ଦର୍ଯ୍ୟର ବନ୍ଦନା କରିଛନ୍ତି ଏବଂ ତାହାର ଅଧିକାରିଣୀ ହେବା ପାଇଁ ପୋଷଣ କରିଛନ୍ତି ଏକ ଊର୍ଦ୍ଧ୍ୱାୟିତ ବାସନା। ସୌନ୍ଦର୍ଯ୍ୟର ପବିତ୍ରତା ଓ ଅନୁଭବର ସୂକ୍ଷ୍ମତା ଭିତରେ ନିଜର ରହସ୍ୟମୟ ଚେତନାକୁ ବାଙ୍‌ମୟ ରୂପ ଦେଇ ଗାଇଛନ୍ତି- ”ଶେଷ ଗତି ନୁହେଁ ମୋର ମୃତ୍ୟୁ କେଉଁ କାଳରେ, ମରିବାକୁ ଫୁଟି ନାହିଁ ଭବ ତରୁ ଡାଳରେ“।
ସମକାଳର ସମସ୍ୟା ଓ ସଙ୍କଟକୁ ଆଦୌ ବିସ୍ମରି ଯାଇନାହାନ୍ତି ସମାଜ ସଚେତନ ସ୍ରଷ୍ଟା କୁନ୍ତଳା କୁମାରୀ। କୁସଂସ୍କାର ଓ ଅନ୍ଧବିଶ୍ୱାସର ଅନ୍ଧକାର ଭିତରେ ବୁଡ଼ି ରହିଥିବା ଗୋଟାଏ ଜାତିକୁ ବାଟ କଢ଼େଇ ନେବା ପାଇଁ ଫକୀର ମୋହନ ଯେଉଁ ପ୍ରୟାସ ଆରମ୍ଭ କରିଥିଲେ, ତା’ର ସମ୍ଭାବନାପୂର୍ଣ୍ଣ ସ୍ବପ୍ନମୟତାକୁ ଶବ୍ଦରେ ସାକାର କରିବାକୁ ଯାଇ ସେ ଗଢ଼ି ଦେଇଛନ୍ତି ଏକ ଭିନ୍ନ ଉଚ୍ଚତାର କଥା-କୋଣାର୍କ। ଆପଣା ଉପନ୍ୟାସ ଓ ପ୍ରବନ୍ଧରେ ସେ ଅସହାୟା ନାରୀମାନଙ୍କର ଆର୍ଥିକ, ଶୈକ୍ଷିକ ଓ ଚେତନାଗତ ବିକାଶକୁ ନେଇ ପ୍ରଶ୍ନ ଉଠେଇଛନ୍ତି ଏବଂ ବତେଇଛନ୍ତି ତା’ର ସମାଧାନର ପନ୍ଥା। ପନତ୍ୀତ୍ୱ ହିଁ ନାରୀର ସର୍ବଶ୍ରେଷ୍ଠ ସମ୍ପତ୍ତି ଓ ସମ୍ମାନ- ଏହି ବିଚାରବୋଧରୁ ବିଚ୍ୟୁତିହୀନତା ସତ୍ତ୍ୱେ ନାରୀର ଅଧିକାର ଓ ମର୍ଯ୍ୟାଦା ପ୍ରତିଷ୍ଠା ପାଇଁ ସ୍ପର୍ଦ୍ଧିତ ଭାବରେ ବିନ୍ୟସ୍ତ କରିଛନ୍ତି ନାରୀ ଅସ୍ତିତ୍ୱର କୋମଳ ଦିଗନ୍ତ। ନାରୀର ଯାବତୀୟ ସମସ୍ୟା ତଥା ତା’ର ଆବେଗ ଓ ଆଚରଣକୁ ସେ ଅନୁଭବ କରିଛନ୍ତି ଅନ୍ତରଙ୍ଗ ଭାବରେ। କଥାକଥାକେ କଳିଝଗଡ଼ା କରୁଥିବା ନାରୀଟିଏ ଭିତରେ ବି ସେ ଦେଖିଛନ୍ତି ଅନ୍ୟମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଅଜାଡ଼ିଦେବାର ଆପଣାପଣ। ତାଙ୍କ ଦୃଷ୍ଟିରେ ନାରୀ ଦିବ୍ୟଶକ୍ତିର ଅଧିକାରିଣୀ। ସେ ଛୁଇଁଦେଲେ ପଥର ବି ପାଲଟିଯାଏ ମଣି। ଅଥଚ ପୁରୁଷପ୍ରଧାନ ସମାଜ ବ୍ୟବସ୍ଥାରେ ନାନା ଅପବାଦ, ଲାଞ୍ଛନା ସହି ଯୁଗ ଯୁଗ ଧରି ସନ୍ତୁଳି ହେଉଛି ନାରୀ। ତା’ର ପ୍ରତିବାଦରେ ‘ଭ୍ରାନ୍ତି’, ‘ନଅତୁଣ୍ଡୀ’, ‘କାଳିବୋହୂ’, ‘ପରଶମଣି’ ଓ ‘ରଘୁଅରକ୍ଷିତ’ ଆଦି ଉପନ୍ୟାସରେ ସେ ବାଲ୍ୟ ବିବାହ, ବିଧବା ବିବାହ, ଅସ୍ପୃଶ୍ୟତା ନିବାରଣ ଓ ନାରୀ ଜାଗରଣ ଆଦି ପ୍ରସଙ୍ଗକୁ ନେଇ ସଚେତନ ଭାବରେ ଆୟୋଜନ କରିଛନ୍ତି ଏକ ସଂସ୍କାରଧର୍ମୀ ଦୃଶ୍ୟପଟ। କାଳିବୋହୂ (ଲକ୍ଷ୍ମୀ) ଭଳି ବେଦନା ଜର୍ଜରିତ ବାଲ୍ୟ ବିଧବାଙ୍କ ଉଦ୍ଦେଶ୍ୟରେ ତୋଳି ଧରିଛନ୍ତି ଏକ ସଂସ୍କାରସ୍ନାତ ମୁକ୍ତି ଚେତନାର ଫଳକ।
ସମକାଳୀନ ସ୍ରଷ୍ଟାମାନେ ବାଲ୍ୟ ବିଧବାର ବେଦନାସିକ୍ତ ଜୀବନ ପ୍ରତି କେବଳ ଶୁଷ୍କ ସମବେଦନା ଜଣାଇଥିବା ବେଳେ ବିପ୍ଳବିନୀ କୁନ୍ତଳା ନିଜର ଦମ୍ଭିଲାପଣ ନେଇ କାଳିବୋହୂ (ଲକ୍ଷ୍ମୀ)କୁ ଦେଖେଇଛନ୍ତି ସାମାଜିକ କୁସଂସ୍କାର ଭିତରୁ ମୁକୁଳି ଆସିବାର ରାସ୍ତା । ପଲ୍ଲୀକବି ନନ୍ଦ କିଶୋର ବଳ ସମାଜର ପ୍ରଥାବଦ୍ଧତା ବିରୋଧରେ ଲଢ଼ିବା ପରିବର୍ତ୍ତେ ବିଧବା ଉମାକୁ ମାରିଦେଇଛନ୍ତି ବିସୂଚିକାରେ (କନକଲତା)। ଧୋବୀକୁ ସନେଇ ସହିତ ବାହା ଦେବାକୁ ସାହସ କରିପାରି ନାହାନ୍ତି କାହ୍ନୁ ଚରଣ ମହାନ୍ତି (ଶାସ୍ତି)। ସଂସ୍କାରକ ଗୋଦାବରୀଶ ମହାପାତ୍ରଙ୍କ ଉମା ଓ ଗଉରୀ ଅଟକିଗଲେ ବିପ୍ଳବର ସ୍ଲୋଗାନ୍‌ ପାଖରେ (ବିଦ୍ରୋହିଣୀ)। କୁନ୍ତଳା କୁମାରୀ କିନ୍ତୁ କାଳୀବୋହୂ ଭିତରେ ଭରି ଦେଇଛନ୍ତି ଆଗକୁ ବଢ଼ିବାର ଦମ୍ଭିଲାପଣ। ଦଶବର୍ଷ ବୟସରେ ବିଧବା ହୋଇଥିବା କାଳିବୋହୂକୁ ଆମତ୍ହତ୍ୟା କରିବାକୁ ଦେଇନାହାନ୍ତି କି ତାକୁ ଖାଲି ଓଷା, ବ୍ରତ, ହବିଷ ଓ ଏକାଦଶୀ ଭିତରେ ଜଳିବାକୁ ଛାଡ଼ି ଦେଇ ନାହାନ୍ତି ସାରା ଜୀବନ। ସମାଜର ସବୁ ଅଡ଼ା ଆକଟକୁ ଅତିକ୍ରମ କରି ସେ ପାଠ ପଢ଼ିଛି ଓ ଜଣେ ପ୍ରଗତିଶୀଳ ଯୁବକକୁ ବିବାହ କରି ବାଲ୍ୟ ବିଧବାଙ୍କ ପାଇଁ ସୃଷ୍ଟି କରିଛି ଏକ ନୂଆ ଦିଗନ୍ତ।
କୁନ୍ତଳା କୁମାରୀଙ୍କ ମୂଳମନ୍ତ୍ର ଥିଲା ଉକତ୍ଳର ଭୂମି, ଭାଷା ଓ ତା’ର ଅଧିବାସୀଙ୍କ ଉନ୍ନତି। ତାଙ୍କର ଏହି ଜାତିପ୍ରୀତିକୁ ଆକଳନ କରି ତାଙ୍କୁ ‘ଉକତ୍ଳ ଭାରତୀ’ ଉପାଧିରେ ଭୂଷିତ କରିଥିଲା ପୁରୀର ମହିଳା ବନ୍ଧୁ ସମିତି। ତାଙ୍କ ମୃତ୍ୟୁରେ ଓଡ଼ିଶାର ବିଶିଷ୍ଟ ସାହିିତି୍ୟକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଶ୍ରଦ୍ଧାଞ୍ଜଳି ଦେଇ ଲେଖିଥିଲେ ”କୁନ୍ତଳାଙ୍କ ପରି ପ୍ରତିଭାଶାଳିନୀ ନାରୀକବି ଆଜିଯାଏ ଓଡ଼ିଶାରେ ଜନ୍ମିବାର ଦ୍ୱିତୀୟ ଉଦାହରଣ ଖୋଜିବା ପାଇଁ ବିଶୁଦ୍ଧତମ ଓଡ଼ିଆଭକ୍ତଙ୍କ ମୁଣ୍ଡ ମଧ୍ୟ ବୁଲେଇଦବ।
ଅବସରପ୍ରାପ୍ତ ଅଧ୍ୟକ୍ଷ
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri