Odisha Elections 2024

ଓଡେଶାକୁ ମିଶାଇଲ ମାଡରେ ୩ମୃତ ୧୩ଆହତ

କିଭ୍‌,୧୪।୬: ଋଷର ରାତିସାରା ମିଶାଇଲ ମାଡରେ ଥରିଉଠିଛି ୟୁକ୍ରେନର ବ୍ଲାକ୍‌ ସି ବନ୍ଦର। ଋଷ ବ୍ଲାକ୍‌ ସି ବନ୍ଦରର ଓଡେଶାରେ କିଛି ଅଟ୍ଟାଳିକାକୁ ଟାର୍ଗେଟ କରି ମିଶାଇଲ୍‌ ମାଡ କରିଛି। ଯେଉଁଥିରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ଜଣ ଆହତ ହୋଇଛନ୍ତି। ୟୁକ୍ରେନର ସେନା ବୁଧବାର ଏନେଇ ସୂଚନା ଦେଇଛନ୍ତି।
ସେନା କହିଛି ଯେ ମୃତ ତିନିଜଣ ବ୍ୟକ୍ତି ଖୁଚୁରା ଚେନର ଗୋଦାମରେ କାମ କରନ୍ତି। ମିଶାଇଲ ମାଡବେଳେ ସେମାନେ ଗୋଦାମରେ କାମ କରୁଥିଲେ। ଏଥିସହ ୭ଜଣ ଗୁରୁତର ଆହତ ହୋଇଛନ୍ତି। ମିଶାଇଲ ମାଡରେ ବହୁ ଅଟ୍ଟାଳିକା ଧ୍ୱସଂ ହୋଇଛି। ଏଥିରେ ଅନେକ ଲୋକ ତଳେ ଫସି ରହିପାରନ୍ତି ବୋଲି ଆଶଙ୍କା କରାଯାଉଛି।

ୟୁକ୍ରେନର ସଶସ୍ତ୍ର ବାହିନୀର ସାଉଥ କମାଣ୍ଡ କହିଛନ୍ତି, ଋଷ ସହରରେ କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। କିନ୍ତୁ ଦୁଇଟି ମିଶାଇଲକୁ ସେନା ନଷ୍ଟ କରିଦେଇଛି। ମିଶାଇଲ ମାଡ ଯୋଗୁ ବ୍ୟବସାୟ କେନ୍ଦ୍ର, ଶିକ୍ଷାନୁଷ୍ଠାନ, ଆବାସିକ ପରିସର, ବିଭିନ୍ନ ଖାଦ୍ୟ ପ୍ରତିଷ୍ଠାନ ଏବଂ ସହରର ଅନେକ ଦୋକାନ କ୍ଷତିଗ୍ରସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଉଛି ଜେଲନସ୍କିଙ୍କ ଟର୍ମ, ଏବେ ପ୍ରଶ୍ନ କ’ଣ ହେବ ୟୁକ୍ରେନରେ

କ୍ୱିଭ,୨୦।୫: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ କାର୍ଯ୍ୟକାଳ ନିୟମ ଅନୁଯାୟୀ ଆଜି ବା ସୋମବାର ଶେଷ ହେଉଛି, କିନ୍ତୁ ସେ ତାଙ୍କ ପଦରେ ରହିବେ। ତେବେ...

ସେନାକୁ ମିଳିଲା ଇରାନ ରାଷ୍ଟ୍ରପତିଙ୍କ ମୃତ ଦେହ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଇରାନର ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଧ୍ୱଂସାବଶେଷ ସେନାକୁ ମିଳିଛି।...

ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ମୃତ୍ୟୁ ପରେ କିଏ ସମ୍ଭାଳିବେ ଏହି ପଦ? କ’ଣ କହୁଛି ସମ୍ବିଧାନ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇରାନର ଉଦ୍ଧାରକାରୀ ଦଳ ରେଡ କ୍ରେସେଣ୍ଟ ଘଣ୍ଟା ଘଣ୍ଟା ପରିଶ୍ରମ...

ଅଧା ରହିଗଲା ଇରାନ ରାଷ୍ଟ୍ରପତିଙ୍କ ସ୍ବପ୍ନ

ତେହେରାନ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଆଉ ନାହାଁନ୍ତି। ହେଲିକପ୍ଟର ଦୁର୍ଘଟଣାରେ ଇବ୍ରାହିମ ରାଇସିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ହୁସେନ ଆମୀର...

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

ସୌଦି କିଙ୍ଗ ସଲମାନ ଅସୁସ୍ଥ

ରିୟାଦ,୨୦।୫: ସୌଦି ଆରବର ରାଜା ସଲମାନ ବିନ ଅବଦୁଲ ଅଜିଜ ଅଲ ସାଉଦଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଛି। ସେ ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ...

ଶେଷରେ ଈଶ୍ୱର ଦେଲେ ଦଣ୍ଡ, ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଇସ୍ରାଏଲ୍‌ରେ ଖୁସିର ମାହୋଲ

ଜେରୁଜେଲମ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାୟାନଙ୍କ ପରଲୋକ ଘଟିଛି। ଏଥି ସହିତ ଇସ୍ରାଏଲର ଧାର୍ମିକ ନେତାମାନେ...

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଠାବ, ଇରାନ ରାଷ୍ଟ୍ରପତି ମୃତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି।ଆଜରବଇଜାନରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ହେଲିକପ୍ଟରର ଏକ ଦୁର୍ଘଟଣାର ସମ୍ମୁଖୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri