Posted inଫୁରସତ

ସର୍ବୋଚ୍ଚ ସ୍ତରରେ ସମୁଦ୍ରର ଉଷ୍ମତା

ପୃଥିବୀ ଏବେ ଏକ ବଡ଼ ଜଳବାୟୁ ସଙ୍କଟ ଦେଇ ଗତି କରୁଛି। ୟୁରୋପୀୟ ଜଳବାୟୁ ସଂସ୍ଥା ‘କୋପରନିକସ’ର ସୂଚନା ଅନୁଯାୟୀ, ସମୁଦ୍ରଗୁଡ଼ିକର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ମାନବକୃତ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ‘ଏଲ୍‌ ନିନୋ’ର ମିଳିତ ପ୍ରଭାବ ଯୋଗୁ ସମୁଦ୍ରର ଜଳ ଏବେ ଉତ୍ତପ୍ତ ହେବାରେ ଲାଗିଛି। ଫଳରେ ସମୁଦ୍ର ପୃଷ୍ଠର ହାରାହାରି ତାପମାତ୍ରା ୨୧.୧ ଡିଗ୍ରୀ ସେଲ୍‌ସିୟସ (୭୦ ଡିଗ୍ରୀ ଫାରେନହାଇଟ) ଛୁଇଁଛି, ଯାହା ପୂର୍ବର ସବୁ ରେକର୍ଡକୁ ଭାଙ୍ଗିଦେଇଛି। ତେବେ ଏହି ସଙ୍କଟ କେବଳ ସାମୁଦ୍ରିକ ଜୀବ ନୁହନ୍ତି, ବରଂ ମାନବ ସମାଜ ପାଇଁ ମଧ୍ୟ ଏକ ବଡ଼ ବିପଦର ସଙ୍କେତ।
ସାଧାରଣତଃ ଦକ୍ଷିଣ ଗୋଲାର୍ଦ୍ଧରେ ସମୁଦ୍ର ଅଧିକ ଥିବାରୁ ମାର୍ଚ୍ଚ କିମ୍ବା ଏପ୍ରିଲରେ ସମୁଦ୍ର ଜଳ ସବୁଠାରୁ ଅଧିକ ଗରମ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଅଗଷ୍ଟରେ ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ବୈଜ୍ଞାନିକମାନଙ୍କୁ ଚିନ୍ତିତ କରିଛି। ‘ଏଲ୍‌ ନିନୋ’ର ପ୍ରଭାବ ଆସନ୍ତା ନଭେମ୍ବରରୁ ଜାନୁଆରୀ ମଧ୍ୟରେ ସର୍ବାଧିକ ହେବାକୁ ଥିବାରୁ ସମୁଦ୍ର ଆଗକୁ ଆହୁରି ଉତ୍ତପ୍ତ ହେବ ବୋଲି ଆଶଙ୍କା କରାଯାଉଛି। କୋଇଲା, ତେଲ ଏବଂ ଗ୍ୟାସ୍‌ର ଅତ୍ୟଧିକ ବ୍ୟବହାର ଯୋଗୁ ବିଶ୍ୱର ଜଳଭାଗ ଆଗ ଅପେକ୍ଷା ୦.୮ ଡିଗ୍ରୀ ସେଲ୍‌ସିୟସ ଅଧିକ ଗରମ ରହୁଛି। ସମୁଦ୍ର ଜଳ ଉତ୍ତପ୍ତ ହେଲେ ସେଥିରେ ଅମ୍ଳଜାନର ମାତ୍ରା କମିଯାଏ ଏବଂ ଏହା ଅଧିକ ଅମ୍ଳୀୟ ହୋଇଯାଏ। ଏହାଦ୍ୱାରା ପୃଥିବୀର ସବୁଠାରୁ ବଡ଼ ମାଛଧରା କ୍ଷେତ୍ର ଭାବେ ଜଣାଶୁଣା ପେରୁଭିଆନ ଆଞ୍ଚୋଭି ଭଳି ମାଛବଂଶ ସମ୍ପୂର୍ଣ୍ଣ ଧ୍ୱଂସ ଅଭିମୁଖେ ଗତି କରୁଛି। ଛୋଟ ମାଛ ନଷ୍ଟହେବା ଦ୍ୱାରା ସେମାନଙ୍କୁ ଖାଉଥିବା ବଡ଼ ମାଛ, ସାମୁଦ୍ରିକ ପକ୍ଷୀ ଏବଂ ମଣିଷ ସମସ୍ତେ ପ୍ରଭାବିତ ହେଉଛନ୍ତି। ସମୁଦ୍ରର ଅଳଙ୍କାର କୁହାଯାଉଥିବା ରଙ୍ଗବେରଙ୍ଗର ‘କୋରାଲ ରିଫ୍‌’ ବା ପ୍ରବାଳ ସାମୁଦ୍ରିକ ଜୀବଙ୍କ ବାସସ୍ଥାନ । ୧୯୯୦ ମସିହା ତୁଳନାରେ ଏବେ ମାତ୍ର ୫ ଭାଗରୁ ଭାଗେ କୋରାଲ ଜୀବିତ ଅଛନ୍ତି, ଯାହା ସାମୁଦ୍ରିକ ଜୈବ ବିବିଧତାକୁ ଉଜାଡ଼ିଦେଉଛି। ଅପରପକ୍ଷେ ଉତ୍ତପ୍ତ ପାଣି ଅନୁକୂଳ ହେଉଥିବାରୁ ସମୁଦ୍ରରେ ବିଷାକ୍ତ ଜେଲିଫିସ୍‌ ସଂଖ୍ୟା ବଢ଼ିବାରେ ଲାଗିଛି, ଯାହା ପରିବେଶର ସନ୍ତୁଳନ ବିଗାଡୁଛି।
ସମୁଦ୍ର ହେଉଛି ଆମ ପୃଥିବୀର ତାପମାତ୍ରା ନିୟନ୍ତ୍ରକ। ଏହା ଉତ୍ତପ୍ତ ହେଲେ ସମୁଦ୍ରରୁ ଅଧିକ ବାଷ୍ପୀକରଣ ହୁଏ। ଫଳରେ ବାତ୍ୟା ଅଧିକ ଶକ୍ତିଶାଳୀ ହେବା ସହ ବିନାଶକାରୀ ରୂପ ନେଉଛନ୍ତି। ସମୁଦ୍ର ଉତ୍ତପ୍ତ ରହିଲେ ସାମୁଦ୍ରିକ ପବନ ଶୀତଳତା ଆଣିପାରେ ନାହିଁ। ଫଳରେ ଗ୍ରୀଷ୍ମ ପ୍ରବାହ ସମୟରେ ରାତିରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହୁଏ। ତେବେ ମାଛ ଉତ୍ପାଦନ କମିବା ଦ୍ୱାରା ସମୁଦ୍ର ଉପରେ ନିର୍ଭର କରୁଥିବା ବହୁ କୋଟି ମତ୍ସ୍ୟଜୀବୀ ଜୀବିକା ହରାଇବେ ଏବଂ ବିଶ୍ୱରେ ଖାଦ୍ୟ ସଙ୍କଟ ଦେଖାଦେବ
ଜଳବାୟୁ ବିଜ୍ଞାନୀ ଜେନ୍‌ ଲୁବଚେଙ୍କୋଙ୍କ ଭାଷାରେ, ‘ଉତ୍ତପ୍ତ ସମୁଦ୍ର ଆମର ବନ୍ଧୁ ନୁହେଁ।’ ସମୁଦ୍ରର ଏହି ଚେତାବନୀ ସ୍ପଷ୍ଟ କରୁଛି ଯେ ପ୍ରକୃତିର ନିୟମରେ ଏବେ କୌଣସି ‘ସାଧାରଣ ସ୍ଥିତି’ ବାକି ନାହିଁ। ଯଦି ଆମେ ଏବେଠାରୁ ଅଙ୍ଗାରକାମ୍ଳ ନିର୍ଗମନ କମାଇବା ଏବଂ ଗଛଲତା ବଢ଼ାଇବା ପାଇଁ ବିଶ୍ୱ ସ୍ତରରେ ଦୃଢ଼ ପଦକ୍ଷେପ ନ ନେବା, ତେବେ ସମୁଦ୍ରର ଏହି ଅବସ୍ଥା ଦିନେ ସମଗ୍ର ମାନବ ସଭ୍ୟତାକୁ ଗ୍ରାସ କରିବ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?