Posted inଖେଳ

ଓସିଏର ଅନ୍ତର୍ଜାତୀୟ ଏକାଡେମୀ ଯୋଜନା

କଟକ ଅଫିସ,୨ା୯- ବିସ୍ତାରିତ ହେବ ଭିତ୍ତିଭୂମି, ବିକଶିତ ହେବ ରାଜ୍ୟ କ୍ରିକେଟ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ମାଣ କରିବାକୁ ଯାଉଛି ଏକ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ଏକାଡେମୀ। ୨୦ରୁ ୪୦ ଏକର ଜମିରେ ହେବ ଏହି ଏକାଡେମୀ। ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇ ସାରିଲାଣିି। କଟକ-ଭୁବନେଶ୍ୱର ମଧ୍ୟବର୍ତ୍ତୀ ସ୍ଥାନରେ ୩ଟି ସ୍ଥାନ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇଛି। ଏକାଡେମୀ ପାଇଁ ୫୦କୋଟି ଟଙ୍କା ବଜେଟ ରହିଛି ବୋଲି ଓସିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ଶନିବାର ଏକ ଖବରଦାତା ସମ୍ମିଳନୀରେ ଜଣାଇଛନ୍ତିି।
ଶୁକ୍ରବାର ଅପରାହ୍ନରେ ଓସିଏର ଆପେକ୍ସ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ଭିଡ଼ିଓ କନଫେରନ୍ସିରେ ହୋଇଥିବା ଉକ୍ତ ବୈଠକରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ସଞ୍ଜୟ ବେହେରା, ଉପସଭାପତି ଅକ୍ଷୟ କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ମେହତାବ ଖାନ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ଶୁଭାଶିଷ ସେନାପତି, ସିଏଜି ସଦସ୍ୟ ଦୀପକ ରଘୁ, ଆଇସିଏ ସଦସ୍ୟ ଅବକାଶ ଖଟୁଆ, ରଶ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଓସିଏର ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିଲା। ଏହି ଅବସରରେ ଏକାଡେମୀ ସମ୍ପର୍କରେ ଆସିଥିବା ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। କଟକଠାରୁ ୨୦ କିଲୋମିଟର ପରିଧି ଭିତରେ ଏକାଡେମୀ କରାଯିବ। କଟକ-ଭୁବନେଶ୍ୱର ମଧ୍ୟବର୍ତ୍ତୀ ଅଞ୍ଚଳରେ ୩ଟି ସ୍ଥାନ ନଜରରେ ରହିଛି। ସରକାରଙ୍କଠାରୁ ଓସିଏ ଏହି ଜାଗା କିଣିବା ପରେ ପ୍ରକ୍ରିୟା ଆଗେଇବ। ଏକାଡେମୀଟି ୪୦ଏକର ପରିମିତ ଜମିରେ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ଭିତରେ ୨/୩ଟି କ୍ରିକେଟ ଫିଲ୍ଡ ସମେତ ପ୍ରାକ୍ଟିସ ଉଇକେଟ, ସୁଇମିଂ ପୁଲ, ଜିମ୍‌ ରହିବା ନେଇ ବ୍ୟବସ୍ଥା କରାଯିବ। ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଓ ଅନ୍ତର୍ଜାତୀୟ ଶୈଳୀରେ ଏକାଡେମୀ ପ୍ରସ୍ତୁତ ହେବ ବୋଲି ପ୍ରକାଶ କରାଯାଇଛି। ଗ୍ରାଉଣ୍ଡ ଓ ଗ୍ୟାଲେରୀକୁ ମିଶାଇ ବାରବାଟୀ ଷ୍ଟାଡିୟମର ପରିସୀମା ପ୍ରାୟ ୨୭ ଏକର। ଏଣୁ ପ୍ରସ୍ତାବିତ ଏକାଡେମୀଟି ଏହାଠାରୁ ଦୁଇଗୁଣା ହୋଇପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଷ୍ଟାଡିୟମର ପୁନରୁଦ୍ଧାର ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ସାମୂଦ୍ରିକ ଝଡ଼ ଫନୀରେ କ୍ଷୟକ୍ଷତି ହୋଇଥିବା ଗ୍ୟାଲେରୀ ନଂ-୭, କ୍ଲବ ହାଉସ, ସଚିନ ତେନ୍ଦୁକଲର ଇନଡୋର ହଲ, ଓସିଏ ଏକାଡେମୀ ପ୍ରଭୃତି ମରାମତି କରାଯିବ। ଘରୋଇ ଟୁର୍ନାମେଣ୍ଟ କରାଯିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି)କୁ ଅପେକ୍ଷା କରାଯାଇଛିି। ଏସ୍‌ଓପି ଆସିବା ପରେ ଓସିଏର ଭିଜନ-୨୦୨୪କୁ ତ୍ୱରାନ୍ବିତ କରାଯିବ ବୋଲି ସୁବ୍ରତ କହିଛନ୍ତିି।
ସଭାପତି ପଙ୍କଜ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏକାଡେମୀ ତିଆରି ପାଇଁ ଆମେ ପ୍ରସ୍ତୁତ ଅଛୁ। ଏବେ କରୋନା କଟକଣା ଯୋଗୁ ସମସ୍ତ କାର୍ଯ୍ୟ ଠିକ ଭାବେ ହୋଇ ପାରୁନି। ସ୍ଥାନ ଚିହ୍ନଟ ଚୂଡ଼ାନ୍ତ ହେବା ପରେ ଏକାଡେମୀ ଗଠନ କାର୍ଯ୍ୟ ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ଖେଳାଳିଙ୍କ ପେନ୍‌ସନ୍‌ ରାଶି ବଢ଼ିଲା
ଅବସର ନେଇଥିବା ଖେଳାଳିଙ୍କ ପେନ୍‌ସନ ରାଶି ବୃଦ୍ଧି କରାଯାଇଛିି। ରାଜ୍ୟ ପକ୍ଷରୁ ଗୋଟିଏରୁ ୪ଟି ମ୍ୟାଚରେ ପ୍ରତିନିଧିତ୍ୱ କରିଥିବା ଖେଳାଳି ପୂର୍ବରୁ ମାସିକ ୧୫୦୦ଟଙ୍କା ପେନସନ ପାଉଥିଲେ। ଏହାକୁ ୨୫୦୦ଟଙ୍କାକୁ ବୃଦ୍ଧି କରାଯାଇଛିି। ଏହି ତାଲିକାରେ ୪୩ଜଣ ଖେଳାଳି ଅଛନ୍ତିି। ସେହିପରି ୫ରୁ ୧୪ଟି ମ୍ୟାଚ୍‌ ଖେଳିଥିବା ଖେଳାଳି ମାସିକ ୩ହଜାର ଟଙ୍କା ପାଉଥିବା ବେଳେ ଏବେ ୪୫୦୦ଟଙ୍କା ପାଇବେ। ଏହି ତାଲିକାରେ ଅଛନ୍ତି ୨୭ ଖେଳାଳି। ୧୫ରୁ ୨୪ଟିମ୍ୟାଚ୍‌ ଖେଳିଥିବା ଖେଳାଳି ମାସିକ ୫ହଜାର ଟଙ୍କା ପାଉଥିଲେ। ଏହି ତାଲିକାରେ ୧୫ଜଣ ଥିବା ବେଳେ ପେନସନ ରାଶି ୭ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଚଳିତ ଆର୍ଥିକବର୍ଷଠାରୁ ବର୍ଦ୍ଧିତ ପେନସନ ରାଶି ଲାଗୁ କରାଯିବ। ଏହାଛଡ଼ା ଲୋଧାକମିଟି କାର୍ଯ୍ୟକାରୀ ପରଠାରୁ ପେନସନ ପ୍ରଦାନ ବନ୍ଦ ରହିଥିଲା। ବକେୟା ରାଶି ଦିଆଯିବ ବୋଲି ମଧ୍ୟ କୁହାଯାଇଛି।
ତୃଣମୂଳ ସ୍ତରକୁ ଗୁରୁତ୍ୱ
ତୃଣମୂଳସ୍ତରରେ କ୍ରିକେଟର ବିକାଶ ପାଇଁ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତିି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଟର୍ଫ ଉଇକେଟର ବ୍ୟବସ୍ଥା କରାଯିବ। ଓସିଏ ସହ ଅନୁବନ୍ଧିତ ସମସ୍ତ ୟୁନିଟରେ କ୍ରିକେଟ ଭିତ୍ତିଭୂମିର ବିକାଶ କରାଯିବ। କୋଚ୍‌ ନିଯୁକ୍ତି ପ୍ରକ୍ରିୟା ନେଇ ଗୁରୁତ୍ୱ ଦିଆଯାଇଛି। ଏଥି ପାଇଁ ସମସ୍ତ ୟୁନିଟକୁ ଚିଠି ଲେଖାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri