Posted inଖେଳ

ଓସିଏ ମହିଳା କ୍ରିକେଟ ଲିଗ୍‌ ଆରମ୍ଭ

ଭୁବନେଶ୍ୱର, ୧୬।୧(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ଭିଜନ-୨୦୨୪ ଅନ୍ତର୍ଗତ ଦିନିକିଆ ମହିଳା କ୍ରିକେଟ ଲିଗ୍‌ ଶୁକ୍ରବାରଠାରୁ ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଅନୁଷ୍ଠିତ ୩ ମ୍ୟାଚରେ ଓଡ଼ିଶା ଗ୍ରୀନ୍‌, ଓଡ଼ିଶା ୟେଲୋ ଓ ଓଡ଼ିଶା ଅରେଞ୍ଜ ବିଜୟ ହାସଲ କରିଛି।
ସ୍ଥାନୀୟ କିଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚରେ ଗ୍ରୀନ୍‌ ୬ ଉଇକେଟରେ ଓଡ଼ିଶା ରେଡ୍‌କୁ ପରାସ୍ତ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରେଡ୍‌ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୧୭୨ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟିକା ମାଧୁରୀ ମେହେଟା ସର୍ବାଧିକ ୫୧, ଅଦ୍ୱିତି ଦେଓ ୪୩ ଓ ଶିଳ୍ପା ସ୍ବାଇଁ ୨୭ ରନ କରିଥିଲେ। ବିପକ୍ଷ ଦଳର କଳ୍ପନା ନାୟକ ୧୦ ଓଭରରେ ୨ ମେଡେନ ନେବାସହ ମାତ୍ର ୧୬ ରନ ଦେଇ ୪ଟି ଏବଂ ଡି.ରେଡ୍ଡୀ ୨ଟି ଉଇକେଟ ନେଇଥିଲେ। ୧୭୩ ରନ ବିଜୟ ଲକ୍ଷ୍ୟକୁ ଓଡ଼ିଶା ଗ୍ରୀନ୍‌ ୪୩.୧ ଓଭରରେ ୪ ଉଇକେଟ ହରାଇ ହାସଲ କରିନେଇଥିଲା। ଅଧିନାୟିକା ପ୍ରଜ୍ଞା ପାରମିତା ମହାନ୍ତି ୬୧ ରନ କରି ଅପରାଜିତ ରହି ଦଳକୁ ଜିତାଇଥିଲେ। ପରାଜିତ ଦଳର ସୁଶ୍ରୀ ସିଂ ଓ ବନଲତା ମଲିକ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ମୂଳାପଡ଼ିଆରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ୟେଲୋ ୧୩ ରନରେ ଓଡ଼ିଶା ଭାଓଲେଟକୁ ହରାଇଛି। ପ୍ରଥମେ ବ୍ୟାଟିଂ କରିଥିବା ୟେଲୋ ୫୦ ଓଭରରେ ୮ ଉଇକେଟ ହରାଇ ୧୫୭ ରନ କରିଥିଲା। ଅର୍ଦ୍ଧଶତକ ହାସଲକାରୀ ଅଞ୍ଜଳି ସିଂ ସର୍ବାଧିକ ୫୧ ରନ କରିଥିବାବେଳେ ପ୍ରତିପକ୍ଷ ଦଳର ସୁଶ୍ରୀ ଦିବ୍ୟଦର୍ଶିନୀ ଓ ପ୍ରୀତି ପ୍ରିୟଦର୍ଶିନୀ ୨ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଭାଓଲେଟ ୫୦ ଓଭରରେ ୯ ଉଇକେଟ ହରାଇ ୧୪୪ ରନ କରି ପାରିଥିଲା। ସଙ୍ଗୀତା ଖାଡିଆ ସର୍ବାଧିକ ୫୫ ରନ କରିଥିଲେ। ବିଜୟୀ ଦଳର ପ୍ରିୟଙ୍କା ସାହୁ ସର୍ବାଧିକ ୨ଟି ଉଇକେଟ ନେଇଥିଲେ। ବିକାଶ କ୍ରିକେଟ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ ଅରେଞ୍ଜ୍‌ ୬ ଉଇକେଟରେ ପର୍ପଲକୁ ପରାସ୍ତ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପର୍ପଲ ୫୦ ଓଭରରେ ୫ ଉଇକେଟ ହରାଇ ୨୧୫ ରନ କରିଥିଲା। ଅଧିନାୟିକା ମଧୁସ୍ମିତା ବେହେରା (୧୨୫) ଶତକ ହାସଲ କରିଥିଲେ। ବିପକ୍ଷ ବୋଲର ଭବାନୀ ଧଡ଼ା ଓ ରାମେଶ୍ୱରୀ ନାଏକ ୨ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଅରେଞ୍ଜ୍‌ ୫୦ ଓଭରରେ ୪ ଉଇକେଟ ହରାଇ ୨୧୮ ରନ ସଂଗ୍ରହ କରି ନେଇଥିଲା। ସରିତା ମେହେର ୯୨ ଓ କୁସୁମ ତିରିୟା ୪୯ ରନକରି ଦଳକୁ ଜିତାଇଥିଲେ। ବିପକ୍ଷ ଦଳର ଲକ୍ଷ୍ମୀପ୍ରିୟା ନାଏକ ସର୍ବାଧିକ ୨ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri