Posted inଖେଳ

ଡାକାର ରାଲି ମୋଟରସାଇକ୍ଲିଷ୍ଟଙ୍କ ମୃତ୍ୟୁ

ଜେଦାହ (ସୌଦି ଆରବ), ୧୬ା୧ (ଏପି)- ଡାକାର ରାଲିର ଜଣେ ରେସର ପିଏରେ ଚେର୍ପିନଙ୍କର ମୃତ୍ୟୁ ଘଟିଛି। ୪ଦିନ ପୂର୍ବେ ହା’ଇଲ୍‌୍‌ଠାରୁ ସାକାକା ମଧ୍ୟରେ ୭ମ ଷ୍ଟଜ୍‌ ରେସ୍‌ ବେଳେ ଚେର୍ପିନଙ୍କ ମୋଟରସାଇକେଲ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ୫୨ ବର୍ଷୀୟ ଏହି ରାଇଡର ଘଟଣାସ୍ଥଳରେ ସଂଜ୍ଞାହୀନ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଜେଦାହସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସାକାକାଠାରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ମାତ୍ର ପରେ ଏକ ମେଡିକାଲ ବିମାନ ଯୋଗେ ତାଙ୍କୁ ସୌଦି ଆରବରୁ ଫ୍ରାନ୍ସକୁ ନିଆଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଚେର୍ପିନ ସବୁବେଳେ କହି ଆସୁଥିଲେ, ପୋଡିୟମ ଫିନିଶ ନୁହେଁ ବରଂ ରେସ୍‌ରେ ଭାଗ ନେଇ ପାରିପାର୍ଶ୍ୱିକ ଦୃଶ୍ୟ ଉପଭୋଗ କରିବା ତାଙ୍କର ମୂଳ ଲକ୍ଷ୍ୟ। ୬ଟି ଷ୍ଟେଜ୍‌ ପରେ ଜେନେରାଲ ଷ୍ଟାଣ୍ଡିଂରେ ସେ ୭୭ତମ ସ୍ଥାନରେ ରହିଥିଲେ। ଏହାଥିଲା ତାଙ୍କର ଚତୁର୍ଥ ଡାକାର ରାଲି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବାଡା ଗାଇଡ୍‌ଲାଇନ୍‌ ଜାରି

ମଣ୍ଟ୍ରିଲ, ୨୨ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ଜନିତ ସମସ୍ୟା କାରଣରୁ ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ପକ୍ଷରୁ ନୂଆ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ବିଶେଷ...

ଓଡ଼ିଶାରେ ୨୦୨୩ ହକି ବିଶ୍ୱକପ

ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି)- ହକି ବିଶ୍ୱକପ ଆୟୋଜନର ବର୍ଷପୂର୍ତ୍ତି ଅବସରରେ ଆସିଛି ଆଉ ଏକ ବଡ଼ ଖବର। ୨୦୨୩ ପୁରୁଷ ହକି ବିଶ୍ୱକପ ମଧ୍ୟ ଓଡ଼ିଶାରେ...

ଭାରତକୁ ପ୍ରଥମ ବିଶ୍ୱ ଚାମ୍ପିଅନ୍‌ କରାଇବାରେ ଥିଲା ଏହି ଖେଳାଳିଙ୍କ ବଡ ହାତ

ଭାରତର ପ୍ରସିଦ୍ଧ ଅଲରାଉଣ୍ଡ ତଥା ୧୯୮୩ ବିଶ୍ୱକପର ହିରୋ ମହିନ୍ଦର ଅମରନାଥଙ୍କ ଆଜି ୬୯ତମ ଜନ୍ମଦିନ। ସେପ୍ଟେମ୍ବର ୨୪ ୧୯୫୦ ପଟିଆଲାରେ ଜନ୍ମଗ୍ରହଣ କରିଥିବା ଅମରନାଥଙ୍କ...

ସର୍ବପ୍ରଥମ ପଦକ ଲକ୍ଷ୍ୟରେ ଓଡ଼ିଶା

ଭୁବନେଶ୍ୱର, ୧୫।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଡିସେମ୍ବର ୧୭ରୁ ୨୨ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ (୧୫ ବର୍ଷ ଓ ୧୭ ବର୍ଷରୁ କମ୍‌ ବାଳିକା...

ଲକ୍ଷ୍ମଣଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ ସେହ୍ବାଗ: ୪ ବର୍ଷ ଭିତରେ କରିଥିଲେ ପୂରଣ

ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଦୁନିଆର ସବୁଠାରୁ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣିତ ହୋଇଛନ୍ତି। ଭାରତ ପାଇଁ ଟେଷ୍ଟରେ ତ୍ରିଗୁଣ ଶତକ ହାସଲ କରିଥିବା...

ହାମିଲଟନ ଟେଷ୍ଟ ଲଥାମଙ୍କ ଶତକ: ନ୍ୟୁଜିଲାଣ୍ଡ ୧୭୩/୩

ହାମିଲଟନ,୩୦।୧୧(ଏଏଫ୍‌ପି)- ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଓପନର ଟମ୍‌ ଲଥାମଙ୍କ ଅପରାଜିତ...

ଓସାକା ବିଶ୍ୱର ସବୁଠାରୁ ଆୟକାରୀ ମହିଳା ଆଥଲେଟ୍‌

ନ୍ୟୁୟର୍କ, ୨୩।୫: ଜାପାନର ମହିଳା ଟେନିସ ତାରକା ନାଓମି ଓସାକା ବିଶ୍ୱର ସବୁଠାରୁ ଅଧିକ ଆୟକାରୀ ମହିଳା ଆଥଲେଟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି...

ଦିଲ୍ଲୀ ବାୟୁ ପ୍ରଦୂଷଣ ଯୋଗୁ ଆଶଙ୍କାରେ ପ୍ରଥମ ଟି୨୦

ନୂଆଦିଲ୍ଲୀ, ୨୭।୧୦(ପି.ଟି)- ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣରେ ଅବନତୀ ହେବାର ସମ୍ଭାବନା ଥିଲେ ମଧ୍ୟ ଚିନ୍ତାଜନକ ରହିବ। ତେଣୁ ନଭେମ୍ବର ୩ ତାରିଖରେ...

Advertisement
Ten Cric Info


Archives

Model This Week