ପୋଷଣ ନିରାପତ୍ତା

ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖକୁ ବିଶ୍ୱ ଖାଦ୍ୟ ଦିବସ ରୂପେ ପାଳନ କରାଯାଏ। ଏହି ଦିବସ ସମଗ୍ର ବିଶ୍ୱ ଏବଂ ସର୍ବୋପରି ଭାରତ ପାଇଁ ଏକ ଆହ୍ବାନର ଦିନ। ଖାଦ୍ୟ ଉପତ୍ାଦନ ଓ ତା’ର ନିରାପତ୍ତା ଆଜିର ସମସ୍ୟା ନୁହେଁ। କେଉଁ କାଳରୁ ଏ ସମସ୍ୟା ଉଭୟ ପରିମାଣ, ଗୁଣବତ୍ତା ରୂପରେ ରହିଆସିଛି। କିନ୍ତୁ ଏ ଦୁଇଟି ସମସ୍ୟା ବିଷୟରେ ବିଶ୍ୱବାସୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅର୍ଥାତ୍‌ ୧୯୪୫ରେ ଅନୁଭବ କରିଥିଲେ। ସେହି ବର୍ଷ ବିଶ୍ୱ ନେତୃବୃନ୍ଦ କାନାଡ଼ାରେ ଏକତ୍ର ହୋଇଥିଲେ ଏବଂ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ‘ଖାଦ୍ୟ ଓ କୃଷି ସଂଗଠନ’ (ଏଫ୍‌ଏଓ) ପ୍ରତିଷ୍ଠା ହେଲା। ସମୟ କ୍ରମେ ଖାଦ୍ୟ ନିରାପତ୍ତା ବିଶ୍ୱବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ରୂପେ ସ୍ଥାନ ପାଇଲା। ୧୯୭୩ରେ ଏହି ସଂଗଠନ ଦ୍ୱାରା ଆହୂତ ସମ୍ମିଳନୀରେ ସାରା ବିଶ୍ୱରୁ କ୍ଷୁଧା ମୁକ୍ତି ପାଇଁ ବିଶ୍ୱସ୍ତରୀୟ ବୁଝାମଣା ସ୍ବାକ୍ଷର ହେଲା। ଏହି ପ୍ରତିଶ୍ରୁତିବଦ୍ଧତାକୁ ଅଧିକ ସୁଦୃଢ଼ କରିବା ପାଇଁ ଏହି ସଙ୍ଗଠନର ୧୯୭୯ ସମ୍ମିଳନୀରେ ଅକ୍ଟୋବର ୧୬କୁ ବିଶ୍ୱ ଖାଦ୍ୟ ଦିବସ ରୂପେ ପାଳନ କରିବାକୁ ସ୍ଥିର କରାଗଲା। ତେବେ ଚଳିତବର୍ଷ ଏହି ଦିବସ ଲାଗି ବିଷୟବସ୍ତୁ ରହିଛି ‘ଉତ୍ତମ ଖାଦ୍ୟ, ଉନ୍ନତ ଭବିଷ୍ୟତ ପାଇଁ ପରସ୍ପର ମଧ୍ୟରେ ହାତ ମିଳାଇବା’। ଏହି ପ୍ରସଙ୍ଗକୁ ବିଶ୍ଳେଷଣ କଲେ ଜଣାଯାଏ ବିଶ୍ୱସ୍ତରରେ ଅନାହାରରେ ଥିବା ୬୭.୩ କୋଟି ଜନତାଙ୍କୁ କ୍ଷୁଧାମୁକ୍ତ କରିବା ପାଇଁ ଉଭୟ ବ୍ୟକ୍ତି, ବିଭିନ୍ନ ସଂସ୍ଥା, ଗୋଷ୍ଠୀ ମଧ୍ୟରେ ସୁସମ୍ପର୍କ ଏବଂ ସହଯୋଗ ସ୍ଥାପନ କରି ଭବିଷ୍ୟତ ପାଇଁ ଏକ ଶାନ୍ତିପୂର୍ଣ୍ଣ, ଚିରନ୍ତନ, ସମୃଦ୍ଧ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ସୃଷ୍ଟି କରିବା।
ଚିରନ୍ତନ ଓ ପୋଷଣ ନିରାପତ୍ତା ପାଇଁ ଖାଦ୍ୟ ନିରାପତ୍ତାର ତିନୋଟି ଦିଗ ଯଥା ଖାଦ୍ୟ ଉପତ୍ାଦନ, ବିତରଣ ଏବଂ ଗ୍ରହଣକୁ ଠିକ୍‌ ରୂପେ ନିର୍ବାହ କରିବାକୁ ପଡ଼ିବ। କୃଷିର ବ୍ୟବସାୟୀକରଣ,ଏହାକୁ ଶିଳ୍ପର ମାନ୍ୟତା ପ୍ରଦାନ, କୃଷିରେ ଆବଶ୍ୟକ ପୁଞ୍ଜି ବିନିଯୋଗ କରି ଆୟ ଦ୍ୱିଗୁଣିତ କରିବାକୁ ଯଥାସାଧ୍ୟ ଚେଷ୍ଟା କରିବା ଆବଶ୍ୟକ। ଏଥିପାଇଁ ଜନତା-ଘରୋଇ-ଭାଗୀଦାରି ଶୈଳୀରେ କାର୍ଯ୍ୟ କରିବା, ଚୁକ୍ତିଭିତ୍ତିକ ଚାଷକୁ ପ୍ରାଧାନ୍ୟ, ସମବାୟର ସୁଦୃଢ଼ୀକରଣ, କୃଷିରେ ଅଧିକ ଅର୍ଥ ବିନିଯୋଗ, ଗ୍ରାମାଞ୍ଚଳରେ ଜଳସମ୍ପଦ, ଶକ୍ତି, ଗମନାଗମନ, ସୂଚନା ଓ ଯୋଗାଯୋଗ ଆଦି କୃଷି ଭିତ୍ତିଭୂମିର ଉନ୍ନତି, ଚିରନ୍ତନ କୃଷିକୁ ଆଦରିବା ପାଇଁ ସଚେତନତା ସୃଷ୍ଟି, କେତେକ ସ୍ବତନ୍ତ୍ର ଓ ଅଦିନିଆ ପନିପରିବାକୁ ଜୈବିକ ଉପାୟରେ ଚାଷ କରିବା ଏବଂ ଖାଦ୍ୟଶସ୍ୟର ମାନ ନିର୍ଦ୍ଧାରଣ ଉପରେ ଯଥେଷ୍ଟ ଗୁରୁତ୍ୱ ଦେବା ଜରୁରୀ। ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ ନୂତନ ଫସଲ ଖସଡ଼ା ପ୍ରସ୍ତୁତି, ବିଲ, ଫଳ ଓ ପନିପରିବା ଫସଲରେ ଉପଯୁକ୍ତ କିସମର ବ୍ୟବହାର, ମୃତ୍ତିକାର ଉର୍ବରତା ରକ୍ଷା ପାଇଁ ମାଟିକୁ ସମସ୍ତ ଖାଦ୍ୟ ଉପାଦାନ ଯୋଗାଣ, ପରିବେଶ ପ୍ରଦୂଷଣକୁ ରୋକିବା ଏବଂ ଉପଯୁକ୍ତ ଅନିଷ୍ଟକ ନାଶକର ଠିକ୍‌ ପରିମାଣ, ସମୟ ଏବଂ ପ୍ରଣାଳୀରେ ପ୍ରୟୋଗ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଆମ କୃଷି ଉପତ୍ାଦରେ ବିଷାକ୍ତ ନକଲି ରଙ୍ଗ, ଫଳ ପଚାଇବା ପାଇଁ ବିଷାକ୍ତ ପଦାର୍ଥ ଓ ଅତ୍ୟଧିକ ହରମୋନ୍‌ ବ୍ୟବହାର ବର୍ଜନ କରିବା ଦରକାର। ଫଳ ଓ ପନିପରିବା ସମେତ ସମସ୍ତ କୃଷି ଉପତ୍ାଦକୁ ଉପଯୁକ୍ତ ଉପାୟରେ ସଂରକ୍ଷଣ କରିବା, ଏଥିରୁ ମୂଲ୍ୟଯୁକ୍ତ ପଦାର୍ଥ ସୃଷ୍ଟି ଓ ରପ୍ତାନିଯୁକ୍ତ କୃଷି ଉପତ୍ାଦର ପରିମାଣ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିବା ଉଚିତ୍‌। ଗୋପାଳନର ବ୍ୟବସାୟୀକରଣ, ଦେଶୀ ଗାଈ କିସମଙ୍କର ସଂରକ୍ଷଣ, ଅଣ୍ଡା ଉପତ୍ାଦନ ପାଇଁ ଅଣ୍ଡାଦେବା କୁକୁଡ଼ା ପାଳନ ଉପରେ ଗୁରୁତ୍ୱ, ଛେଳି ମେଣ୍ଡା ଓ ଘୁଷୁରି ପାଳନ, ଉପଯୁକ୍ତ ପରିବେଶ ଓ ଖାଦ୍ୟ ଯୋଗାଇବା ଉପରେ ଗୁରୁତ୍ୱାରୋପ, ପକ୍ଷୀ ପାଳନ ସମନ୍ଧୀୟ ସମସ୍ତ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଏହାର ଉପଯୋଗ କରିବା ବାଞ୍ଛନୀୟ। ମାଛ ଉପତ୍ାଦନ ବଢ଼ାଇବାକୁ ବିଭିନ୍ନ ଉପାୟ ଅବଲମ୍ବନ ସହ ଉପଯୁକ୍ତ ପୋଷଣ ପାଇଁ ମାଛ ଖାଇବାକୁ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ। ଘରେ, ବାହାଘର ଭୋଜି, ହୋଟେଲ ଓ ରେଷ୍ଟୁରାଣ୍ଟରେ କୌଣସି ପରିସ୍ଥିତିରେ ଖାଦ୍ୟ ନଷ୍ଟ କରିବା ଉଚିତ ନୁହେଁ। ଉପଯୁକ୍ତ ପରିମାଣର ଗୁଣ ଏବଂ ପୋଷଣଯୁକ୍ତ ଖାଦ୍ୟଗ୍ରହଣ ପ୍ରତ୍ୟେକ ନାଗରିକଙ୍କ ଅଧିକାର ହୋଇଥିବାରୁ ଏହାକୁ ପାଇବା ପାଇଁ ଜନସାଧାରଣ, ବ୍ୟକ୍ତିଗତ, ଗୋଷ୍ଠୀଗତ ଏବଂ ପ୍ରତ୍ୟେକ ଦେଶର ସରକାର ଶପଥନେବା ଆଜିର ଦିବସର ବଡ଼ ଆହ୍ବାନ।
ମୋ:୯୪୩୭୨୭୨୦୦୯


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri