Posted inଜାତୀୟ

ଦୁର୍ଗା ପେଣ୍ଡାଲରେ ଡ୍ୟାନ୍ସ କରି ଚର୍ଚ୍ଚାରେ ମହିଳା ଏମ୍‌ପି

କୋଲକତା,୨୬।୧୦: କରୋନା ସମୟରେ ସାରା ଦେଶରେ ସତର୍କତାର ସହିତ ଦୁର୍ଗା ପୂଜା ପାଳନ କରାଯାଉଛି। ଏଥି ସହ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜାହାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନୁସରତ କୋଲକାତାର ଏକ ଦୁର୍ଗା ପେଣ୍ଡାଲରେ ନାଚୁଥିବା ନଜର ଆସିଛନ୍ତି। ଏହି ସମୟରେ ନୁସରତ ନାଲି ଏବଂ ଧଳା ରଙ୍ଗ ଥିବା ଶାଢି ପିନ୍ଧିଥିବାର ନଜର ଆସିଛନ୍ତି। ସେ ତିନିଜଣ ମହିଳାଙ୍କ ସହ ପାରମ୍ପରିକ ବଙ୍ଗଳା ନୃତ୍ୟ ପରିବେଷଣ କରିଥିଲେ, ଯାହାର ଏକ ଭିଡିଓ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ୟୁଜର୍ସ ସୋସିଆଲ ମିଡିଆରେ ନୁସରତଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି। ନୁସରତ ସ୍ବାମୀ ନିଖିଲ ଜୈନଙ୍କ ସହ ଦୁର୍ଗା ପୂଜା ପେଣ୍ଡାଲରେ ମଧ୍ୟ ପହଞ୍ଚି ମାତା ଦୁର୍ଗାଙ୍କ ଆଶୀର୍ବାଦ ନେଇଥିଲେ। ଏହାସହ ଦୁର୍ଗାଙ୍କ ଆରତୀ ନେଇଥିଲେ। ଢୋଲ ବଜାଇବା ସହ ଏହାର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ। ଗତବର୍ଷ ନୁସରତ ଜାହାନ ଦୁର୍ଗା ପୂଜାରେ ଭାଗ ନେଇଥିଲେ। ଏହା ଉପରେ ମଧ୍ୟ ଅନେକ ବିବାଦ ଦେଖାଦେଇଥିଲା। ଏହାକୁ କିଛି ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ବିରୋଧ କରିଥିଲେ। ସେ ସମସ୍ତ ଧର୍ମର ଲୋକଙ୍କୁ ସମ୍ମାନ କରନ୍ତି ବୋଲି ନୁସରତ କହିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ବସୀରହାଟ ଆସନରୁ ତୃଣମୂଳ କଂଗ୍ରେସ ଟିକେଟରୁ ଲଢି ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ: ସେପ୍ଟେମ୍ବର ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବେ ଥରୁର

ନୂଆଦିଲ୍ଲୀ,୨୫ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । କଂଗ୍ରେସର ବରିଷ୍ଠ ନେତା ତଥା ଏମ୍‌ପି ଶଶି ଥରୁର...

ଦୁଇ ତିନି ଜଣ କୋଟିପତି ଧନୀକ ବନ୍ଧୁମାନଙ୍କ ପାଇଁ ମୋଦି କରିଥିଲେ ବିମୁଦ୍ରୀକରଣ: ରାହୁଲ …

ନୂଆଦିଲ୍ଲୀ,୮।୧୧ : ବିମୁଦ୍ରୀକରଣର ୬ ବର୍ଷ ପୂରଣ ଅବସରରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି...

ଭ୍ରଷ୍ଟ ଶାସନ ଦେବା ଆମ ସରକାରଙ୍କ ଲକ୍ଷ୍ୟ: ଆନ୍ଧ୍ର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ

ଅମରାବତି,୧୬।୬: ଆନ୍ଧ୍ର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ପି ପୁଷ୍କା ଶିଓ୍ବାନିଙ୍କ ପାଟିରୁ ଖସି ଯାଇଥିବା କଥା ପାଇଁ ତାଙ୍କୁ ଲଜ୍ଜିତ ହେବାକୁ ପଡିଛି। ଗତ ଶନିବାର...

୧୪ ଦିନ ପୂର୍ବରୁ ସରିଲା ଅମରନାଥ ଯାତ୍ରା: ନିରାଶ ହୋଇ ଫେରିଲେ ଶ୍ରଦ୍ଧାଳୁ

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ସନ୍ଦେହରେ ଅମରନାଥ ଯାତ୍ରାକୁ ବନ୍ଦ କରିଦିଆଯାଇଛି। ଅଗଷ୍ଟ ୧୫ ଏହି ଯାତ୍ରା ଶେଷ ହେବାକୁ ଥିବା ବେଳେ ଏହାକୁ ୧୩...

କର୍ନାଟକ ନିର୍ବାଚନରେ ୟେଦୁରପ୍ପା ରହିବେ ଭାଜପାର ପୋଷ୍ଟର ବୟ

ବେଙ୍ଗାଲୁରୁ,୨୭।୨: କର୍ନାଟକର ୪ଥର ଥିବା ମୁଖ୍ୟମନ୍ତ୍ରୀ ଥିବା ତଥା ଭାଜପାର ବରିଷ୍ଠ ନେତା ବି.ଏସ୍‌ ୟେଦୁରପ୍ପାଙ୍କୁ ୮୦ ବର୍ଷ ବୟସ ହେଲାଣି। ଏହାସତ୍ତ୍ୱେ ମଧ୍ୟ ସେ...

ମୁମ୍ବାଇରେ ଭୁଷୁଡିଲା ୪ ମହଲା କୋଠା

ମୁମ୍ବାଇ,୨୮ ।୬: ମୁମ୍ବାଇ କୁର୍ଲାର ନାୟକ ନଗରରେ ଏକ ୪ ମହଲା କୋଠା ସୋମବାର ବିଳମ୍ବିତ ରାତିରେ ଭୁଷୁଡି ପଡିଛି । ଏହାତଳେ ଅନେକ ଲୋକ...

୮୦ ଲକ୍ଷରୁ ଅଧିକ ଅପରାଧୀଙ୍କ ପାଇଁ ଡିସେମ୍ବର ସୁଦ୍ଧା ଫିଙ୍ଗରପ୍ରିଣ୍ଟ୍‌ ସିଷ୍ଟମ୍‌

ନୂଆଦିଲ୍ଲୀ, ୧୪।୧୦: ଦେଶରେ ଡିସେମ୍ବର ସୁଦ୍ଧା ୮୦ ଲକ୍ଷରୁ ଅଧିକ ଅପରାଧୀଙ୍କ ପାଇଁ ଅଟୋମେଟେଡ୍‌ ଫିଙ୍ଗରପ୍ରିଣ୍ଟ୍‌ ସିଷ୍ଟମ୍‌ ପ୍ରସ୍ତୁତି କାର୍ଯ୍ୟ ଶେଷ ହେବ। ଏହାଦ୍ୱାରା ସହଜରେ...

‘୧୪ରେ ଲକ୍‌ଡାଉନ୍‌ ହଟାଇବା ଅସମ୍ଭବ’

ନୂଆଦିଲ୍ଲୀ,୯ା୪: ସମ୍ପ୍ରତି ଭାରତରେ ସୋସିଆଲ ଏମର୍ଜେନ୍ସି ବା ‘ସାମାଜିକ ଜରୁରୀ ପରିସ୍ଥିତି’ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ଏକପ୍ରକାର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏହି ଘାତକ...

Advertisement
Archives

Model This Week