Posted inଜାତୀୟ

ବଢ଼ିଛି ବିଚାରାଧୀନ ମାମଲା

ନୂଆଦିଲ୍ଲୀ,୨୭ା୩: ଏପ୍ରିଲ ୨୩ରେ ଅବସର ନେବାକୁ ଥିବା ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ କାର୍ଯ୍ୟକାଳରେ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଇଛି। ୨୪ରେ ନୂଆ ସିଜେଆଇ ରୂପେ ଦାୟିତ୍ୱ ନେବାକୁ ଥିବା ଜଷ୍ଟିସ୍‌ ଏନ୍‌.ଭି. ରମନାଙ୍କୁ ୬୬,୭୨୭ରୁ ଊର୍ଦ୍ଧ୍ୱ ମାମଲା ଫଇସଲା ପାଇଁ ଅପେକ୍ଷା କରିଛି।୨୦୨୦ ମାର୍ଚ୍ଚ ୨୪ରେ ଭାରତରେ କରୋନା ଲକ୍‌ଡାଉନ୍‌ ଜାରି ହେବା ପୂର୍ବରୁ କୋର୍ଟରୁମ୍‌ରେ ଭିଡ଼ କମାଇବା ପାଇଁ ସୁପ୍ରିମକୋର୍ଟ ପଦକ୍ଷେପ ନେବା ଆରମ୍ଭ କରିଦେଇଥିଲେ। ଲକ୍‌ଡାଉନ୍‌ ବେଳେ କେବଳ ଜରୁରୀ ମାମଲାଗୁଡ଼ିକର ଶୁଣାଣି ହେଉଥିଲା। କଟକଣା କୋହଳ ହେବା ସହ ଓକିଲ ଓ ବିଚାରପତିମାନେ ଅନ୍‌ଲାଇନ୍‌ ହିଅରିଂ ପ୍ରତି ଆଗ୍ରହ ଦେଖାଇଲେ। ତେବେ ଶୁଣାଣି ହେଉଥିବା ମାମଲା ସଂଖ୍ୟା ମଧ୍ୟ ବଢ଼ିଚାଲିଲା। ସୁପ୍ରିମକୋର୍ଟ ସର୍ବନିମ୍ନ ୧୯୦ ଦିନ କାର୍ଯ୍ୟ କରିବାକୁ ନିୟମ ରହିଥିଲେ ହେଁ ଶୀର୍ଷ ଅଦାଲତ ପ୍ରଥମ ସିଟିଙ୍ଗର ୭୧ ବର୍ଷ ପୂର୍ତ୍ତି ଅବସରରେ ଏକ ସଦ୍ୟ ପ୍ରେସ୍‌ ରିଲିଜ ଅନୁସାରେ ୨୦୨୦ରେ ୨୩୧ ଦିନ ଖୋଲିଥିଲା। ୨୦୨୦ ଡିସେମ୍ବର ୩୧ ସୁଦ୍ଧା ଭିଡିଓ କନ୍‌ଫରେନ୍ସ ଜରିଆରେ ୪୩,୭୧୩ ଥର ଶୁଣାଣି ହୋଇଥିଲା। ଏହି କ୍ଷେତ୍ରରେ ବିଚାରପତି, ଆଇନଜୀବୀ ଓ ରେଜେଷ୍ଟ୍ରିଙ୍କ ଉଦ୍ୟମ ପ୍ରଶଂସନୀୟ। ଏହାସତ୍ତ୍ୱେ ଗଡ଼ୁଥିବା ମାମଲାର ବୋଝ ହ୍ରାସ ପାଇନାହିଁ। ୨୦୨୦ ମାର୍ଚ୍ଚ ୧ରୁ ୨୦୨୧ ମାର୍ଚ୍ଚ ୧ ମଧ୍ୟରେ ବିଚାରାଧୀନ ମାମଲା ସ୍ଥିତିକୁ ତୁଳନା କଲେ କୋଭିଡ୍‌-୧୯ ସମୟରେ କୋର୍ଟ କାର୍ଯ୍ୟ ଚଳାଇବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୁଝାପଡ଼ୁଛି। ସେହିପରି ପୂର୍ବବର୍ଷ ଓ ଏବର୍ଷର ତଥ୍ୟକୁ ଦେଖିଲେ ଦେଶର ସବୁଠୁ ବଡ଼ ଅଦାଲତଙ୍କ ପ୍ରଦର୍ଶନ ସମ୍ପର୍କରେ ଜାଣିହେଉଛି।

କ’ଣ କହୁଛି ବିଚାରାଧୀନ ମାମଲାର ତଥ୍ୟ
୨୦୧୨ ମସିହାରୁ ବିଚାରାଧୀନ ମାମଲାଗୁଡ଼ିକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ମାସିକିଆ ସଂଖ୍ୟା ବିବୃତିରେ ଜାରି କରାଯାଉଛି। ୨୦୨୧ ମାର୍ଚ୍ଚ ୧ ସୁଦ୍ଧା ସୁପ୍ରିମକୋର୍ଟରେ ୬୬,୭୨୭ ପ୍ରସଙ୍ଗ ବିଚାରାଧୀନ ଥିଲା। ୨୦୧୨ ପରେ ଏହା ହେଉଛି ସର୍ବାଧିକ ବିଚାରାଧୀନ ମାମଲା। ସମ୍ଭବତଃ ୧୯୯୦ ଦଶକ ପରେ ଏତେ ମାମଲା କେବେ ଗଡ଼ିଥିବା ଦେଖିବାକୁ ମିଳି ନ ଥିଲା। ୨୦୨୦ ମାର୍ଚ୍ଚ ୧ରେ ଗଡ଼ୁଥିବା ମାମଲା ସଂଖ୍ୟା ୬୦,୪୬୯ ଥିଲା। ୧୨ ମାସରେ ଏଭଳି ୬,୨୫୮ ମାମଲା ବୃଦ୍ଧି ପାଇଥିବା ଏଥିରୁ ସ୍ପଷ୍ଟ ହୋଇଛି, ଯାହାକି ପୂର୍ବ ତୁଳନାରେ ୧୦.୩୫% ଅଧିକ। ବିଶେଷକରି ଏହି ଅବଧି ମଧ୍ୟରେ ମିସ୍‌ କେସ୍‌ଗୁଡ଼ିକୁ ଅନ୍‌ଲାଇନ୍‌ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇ ନ ଥିଲା। ମହାମାରୀ ଆସିବା ପୂର୍ବରୁ ସୋମବାର ଓ ଶୁକ୍ରବାର ପ୍ରତି ଖଣ୍ଡପୀଠଙ୍କ ନିକଟରେ ୫୦ରୁ ୭୦ ମିସ୍‌କେସ୍‌ ଶୁଣାଣି ତାଲିକାଭୁକ୍ତ କରାଯାଉଥିଲା। କିନ୍ତୁ ମହାମାରୀ ପରେ ଏହି ସଂଖ୍ୟା ୨୫-୩୫କୁ ଖସିଆସିଥିଲା। ଫଳରେ ମିସ୍‌ କେସ୍‌ ସଂଖ୍ୟା ୧୭.୬୮% ବୃଦ୍ଧି ପାଇଲା। ତେବେ ରେଗୁଲାର ପେଣ୍ଡିଂ କେସ୍‌ ସଂଖ୍ୟା ୪.୭୮% ହ୍ରାସ ପାଇଲା। ତେଣୁ କୋଭିଡ୍‌-୧୯କୁ ସୁପ୍ରିମକୋର୍ଟରେ ଗଡ଼ୁଥିବା ମାମଲା ସଂଖ୍ୟା ହଠାତ୍‌ ବୃଦ୍ଧିର କାରଣ ବୋଲି ଦୋଷ ଦିଆଯାଇ ନ ପାରେ।
ନୂଆ ସିଜେଆଇଙ୍କ
ଆଗରେ ଚ୍ୟାଲେଞ୍ଜ
ବର୍ତ୍ତମାନର ସିଜେଆଇ ଏସ୍‌. ଏ. ବୋବ୍‌ଡେ ଆସନ୍ତା ୨୩ରେ ଅବସର ନେବେ। ବିଚାରାଧୀନ ମାମଲା ବୋଝ କମାଇବାକୁ ତାଙ୍କ ପାଖରେ ଏବେ ଖୁବ୍‌ କମ୍‌ ସମୟ ଅଛି। ଜଷ୍ଟିସ୍‌ ବୋବ୍‌ଡେ ଅବସର ନେବା ପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୨୮କୁ ଖସିଯିବ। ୨୦୧୯ ନଭେମ୍ବରରେ ବୋବ୍‌ଡେ ସିଜେଆଇ ଦାୟିତ୍ୱ ନେବାବେଳଠାରୁ ଏହି ସଂଖ୍ୟା ୫ ଉଣା। ଏହାକୁ ବିଚାରାଧୀନ ମାମଲା ବୃଦ୍ଧିର କାରଣ ବୋଲି ଦର୍ଶାଯାଇପାରେ। ତେବେ ୨୦୧୯ ଓ ୨୦୨୦ ମଧ୍ୟରେ ଗୋଟିଏ ସମୟରେ ଫୁଲ୍‌ ଷ୍ଟ୍ରେଙ୍ଗ୍‌ଥ ଥାଇ ସୁଦ୍ଧା ଏଭଳି ମାମଲା ସଂଖ୍ୟା ବଢ଼ିଥିବା ଦେଖାଯାଇଛି। ମହାମାରୀ କଲେଜିୟମ୍‌ର କାର୍ଯ୍ୟକୁ ସେତେଟା ପ୍ରଭାବିତ କରିପାରି ନ ଥିଲେ ମଧ୍ୟ ୨୦୧୯ ସେପ୍ଟେମର ପରଠୁ ଅଦ୍ୟାବଧି ଜଣେ ହେଲେ ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତି ଦିଆଯାଇ ନାହିଁ। ହିସାବ କଲେ ୫୪୦ ଦିନ ଭିତରେ (ବ୍ୟବଧାନ ବଢ଼ିଚାଲିଛି) କୌଣସି ବିଚାରପତି ସୁପ୍ରିମକୋର୍ଟରେ ନିଯୁକ୍ତ ହୋଇନାହାନ୍ତି। ଏହାକୁ ବିଗତ ୧ ଦଶନ୍ଧି ମଧ୍ୟରେ ସବୁଠୁ ବଡ଼ ବ୍ୟବଧାନ ବୋଲି କୁହାଯାଉଛି। ପୂର୍ବରୁ ସିଜେଆଇ ଏସ୍‌.ଏଚ୍‌. କାପାଡ଼ିଆଙ୍କ ଅମଳରେ ୨୦୧୦ରୁ ୨୦୧୧ ମଧ୍ୟରେ ୫୦୧ ଦିନ ବ୍ୟବଧାନର ରେକର୍ଡ ସର୍ବାଧିକ ଥିଲା।
ଅଚଳାବସ୍ଥା ଦୂର ହୋଇ ଖୁବ୍‌ଶୀଘ୍ର ବିଚାରପତିମାନଙ୍କୁ ନିଯୁକ୍ତି ଦିଆଯାଏ ଏବଂ ୨୦୧୯-୨୦ର ଅନୁଭୂତିରୁ ଶିକ୍ଷା ନିଆଯାଏ ତେବେ ମାମଲା ସଂଖ୍ୟା କମିପାରେ। କିନ୍ତୁ ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲା ବୃଦ୍ଧିର ଚିତ୍ରକୁ ସମ୍ପୂର୍ଣ୍ଣ ରୂପେ ଓଲଟାଇହେବ ନାହିଁ। ଅଦାଲତ ଏଦିଗରେ ନିୟମିତ ଯାଞ୍ଚ କରି ନିଜ ଆଡ଼ୁ ସଂସ୍କାର ଆଣିଲେ ସ୍ଥିତି ବଦଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?