Posted inଜାତୀୟ

ବଢ଼ିଛି ବିଚାରାଧୀନ ମାମଲା

ନୂଆଦିଲ୍ଲୀ,୨୭ା୩: ଏପ୍ରିଲ ୨୩ରେ ଅବସର ନେବାକୁ ଥିବା ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ କାର୍ଯ୍ୟକାଳରେ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଇଛି। ୨୪ରେ ନୂଆ ସିଜେଆଇ ରୂପେ ଦାୟିତ୍ୱ ନେବାକୁ ଥିବା ଜଷ୍ଟିସ୍‌ ଏନ୍‌.ଭି. ରମନାଙ୍କୁ ୬୬,୭୨୭ରୁ ଊର୍ଦ୍ଧ୍ୱ ମାମଲା ଫଇସଲା ପାଇଁ ଅପେକ୍ଷା କରିଛି।୨୦୨୦ ମାର୍ଚ୍ଚ ୨୪ରେ ଭାରତରେ କରୋନା ଲକ୍‌ଡାଉନ୍‌ ଜାରି ହେବା ପୂର୍ବରୁ କୋର୍ଟରୁମ୍‌ରେ ଭିଡ଼ କମାଇବା ପାଇଁ ସୁପ୍ରିମକୋର୍ଟ ପଦକ୍ଷେପ ନେବା ଆରମ୍ଭ କରିଦେଇଥିଲେ। ଲକ୍‌ଡାଉନ୍‌ ବେଳେ କେବଳ ଜରୁରୀ ମାମଲାଗୁଡ଼ିକର ଶୁଣାଣି ହେଉଥିଲା। କଟକଣା କୋହଳ ହେବା ସହ ଓକିଲ ଓ ବିଚାରପତିମାନେ ଅନ୍‌ଲାଇନ୍‌ ହିଅରିଂ ପ୍ରତି ଆଗ୍ରହ ଦେଖାଇଲେ। ତେବେ ଶୁଣାଣି ହେଉଥିବା ମାମଲା ସଂଖ୍ୟା ମଧ୍ୟ ବଢ଼ିଚାଲିଲା। ସୁପ୍ରିମକୋର୍ଟ ସର୍ବନିମ୍ନ ୧୯୦ ଦିନ କାର୍ଯ୍ୟ କରିବାକୁ ନିୟମ ରହିଥିଲେ ହେଁ ଶୀର୍ଷ ଅଦାଲତ ପ୍ରଥମ ସିଟିଙ୍ଗର ୭୧ ବର୍ଷ ପୂର୍ତ୍ତି ଅବସରରେ ଏକ ସଦ୍ୟ ପ୍ରେସ୍‌ ରିଲିଜ ଅନୁସାରେ ୨୦୨୦ରେ ୨୩୧ ଦିନ ଖୋଲିଥିଲା। ୨୦୨୦ ଡିସେମ୍ବର ୩୧ ସୁଦ୍ଧା ଭିଡିଓ କନ୍‌ଫରେନ୍ସ ଜରିଆରେ ୪୩,୭୧୩ ଥର ଶୁଣାଣି ହୋଇଥିଲା। ଏହି କ୍ଷେତ୍ରରେ ବିଚାରପତି, ଆଇନଜୀବୀ ଓ ରେଜେଷ୍ଟ୍ରିଙ୍କ ଉଦ୍ୟମ ପ୍ରଶଂସନୀୟ। ଏହାସତ୍ତ୍ୱେ ଗଡ଼ୁଥିବା ମାମଲାର ବୋଝ ହ୍ରାସ ପାଇନାହିଁ। ୨୦୨୦ ମାର୍ଚ୍ଚ ୧ରୁ ୨୦୨୧ ମାର୍ଚ୍ଚ ୧ ମଧ୍ୟରେ ବିଚାରାଧୀନ ମାମଲା ସ୍ଥିତିକୁ ତୁଳନା କଲେ କୋଭିଡ୍‌-୧୯ ସମୟରେ କୋର୍ଟ କାର୍ଯ୍ୟ ଚଳାଇବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୁଝାପଡ଼ୁଛି। ସେହିପରି ପୂର୍ବବର୍ଷ ଓ ଏବର୍ଷର ତଥ୍ୟକୁ ଦେଖିଲେ ଦେଶର ସବୁଠୁ ବଡ଼ ଅଦାଲତଙ୍କ ପ୍ରଦର୍ଶନ ସମ୍ପର୍କରେ ଜାଣିହେଉଛି।

କ’ଣ କହୁଛି ବିଚାରାଧୀନ ମାମଲାର ତଥ୍ୟ
୨୦୧୨ ମସିହାରୁ ବିଚାରାଧୀନ ମାମଲାଗୁଡ଼ିକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ମାସିକିଆ ସଂଖ୍ୟା ବିବୃତିରେ ଜାରି କରାଯାଉଛି। ୨୦୨୧ ମାର୍ଚ୍ଚ ୧ ସୁଦ୍ଧା ସୁପ୍ରିମକୋର୍ଟରେ ୬୬,୭୨୭ ପ୍ରସଙ୍ଗ ବିଚାରାଧୀନ ଥିଲା। ୨୦୧୨ ପରେ ଏହା ହେଉଛି ସର୍ବାଧିକ ବିଚାରାଧୀନ ମାମଲା। ସମ୍ଭବତଃ ୧୯୯୦ ଦଶକ ପରେ ଏତେ ମାମଲା କେବେ ଗଡ଼ିଥିବା ଦେଖିବାକୁ ମିଳି ନ ଥିଲା। ୨୦୨୦ ମାର୍ଚ୍ଚ ୧ରେ ଗଡ଼ୁଥିବା ମାମଲା ସଂଖ୍ୟା ୬୦,୪୬୯ ଥିଲା। ୧୨ ମାସରେ ଏଭଳି ୬,୨୫୮ ମାମଲା ବୃଦ୍ଧି ପାଇଥିବା ଏଥିରୁ ସ୍ପଷ୍ଟ ହୋଇଛି, ଯାହାକି ପୂର୍ବ ତୁଳନାରେ ୧୦.୩୫% ଅଧିକ। ବିଶେଷକରି ଏହି ଅବଧି ମଧ୍ୟରେ ମିସ୍‌ କେସ୍‌ଗୁଡ଼ିକୁ ଅନ୍‌ଲାଇନ୍‌ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇ ନ ଥିଲା। ମହାମାରୀ ଆସିବା ପୂର୍ବରୁ ସୋମବାର ଓ ଶୁକ୍ରବାର ପ୍ରତି ଖଣ୍ଡପୀଠଙ୍କ ନିକଟରେ ୫୦ରୁ ୭୦ ମିସ୍‌କେସ୍‌ ଶୁଣାଣି ତାଲିକାଭୁକ୍ତ କରାଯାଉଥିଲା। କିନ୍ତୁ ମହାମାରୀ ପରେ ଏହି ସଂଖ୍ୟା ୨୫-୩୫କୁ ଖସିଆସିଥିଲା। ଫଳରେ ମିସ୍‌ କେସ୍‌ ସଂଖ୍ୟା ୧୭.୬୮% ବୃଦ୍ଧି ପାଇଲା। ତେବେ ରେଗୁଲାର ପେଣ୍ଡିଂ କେସ୍‌ ସଂଖ୍ୟା ୪.୭୮% ହ୍ରାସ ପାଇଲା। ତେଣୁ କୋଭିଡ୍‌-୧୯କୁ ସୁପ୍ରିମକୋର୍ଟରେ ଗଡ଼ୁଥିବା ମାମଲା ସଂଖ୍ୟା ହଠାତ୍‌ ବୃଦ୍ଧିର କାରଣ ବୋଲି ଦୋଷ ଦିଆଯାଇ ନ ପାରେ।
ନୂଆ ସିଜେଆଇଙ୍କ
ଆଗରେ ଚ୍ୟାଲେଞ୍ଜ
ବର୍ତ୍ତମାନର ସିଜେଆଇ ଏସ୍‌. ଏ. ବୋବ୍‌ଡେ ଆସନ୍ତା ୨୩ରେ ଅବସର ନେବେ। ବିଚାରାଧୀନ ମାମଲା ବୋଝ କମାଇବାକୁ ତାଙ୍କ ପାଖରେ ଏବେ ଖୁବ୍‌ କମ୍‌ ସମୟ ଅଛି। ଜଷ୍ଟିସ୍‌ ବୋବ୍‌ଡେ ଅବସର ନେବା ପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୨୮କୁ ଖସିଯିବ। ୨୦୧୯ ନଭେମ୍ବରରେ ବୋବ୍‌ଡେ ସିଜେଆଇ ଦାୟିତ୍ୱ ନେବାବେଳଠାରୁ ଏହି ସଂଖ୍ୟା ୫ ଉଣା। ଏହାକୁ ବିଚାରାଧୀନ ମାମଲା ବୃଦ୍ଧିର କାରଣ ବୋଲି ଦର୍ଶାଯାଇପାରେ। ତେବେ ୨୦୧୯ ଓ ୨୦୨୦ ମଧ୍ୟରେ ଗୋଟିଏ ସମୟରେ ଫୁଲ୍‌ ଷ୍ଟ୍ରେଙ୍ଗ୍‌ଥ ଥାଇ ସୁଦ୍ଧା ଏଭଳି ମାମଲା ସଂଖ୍ୟା ବଢ଼ିଥିବା ଦେଖାଯାଇଛି। ମହାମାରୀ କଲେଜିୟମ୍‌ର କାର୍ଯ୍ୟକୁ ସେତେଟା ପ୍ରଭାବିତ କରିପାରି ନ ଥିଲେ ମଧ୍ୟ ୨୦୧୯ ସେପ୍ଟେମର ପରଠୁ ଅଦ୍ୟାବଧି ଜଣେ ହେଲେ ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତି ଦିଆଯାଇ ନାହିଁ। ହିସାବ କଲେ ୫୪୦ ଦିନ ଭିତରେ (ବ୍ୟବଧାନ ବଢ଼ିଚାଲିଛି) କୌଣସି ବିଚାରପତି ସୁପ୍ରିମକୋର୍ଟରେ ନିଯୁକ୍ତ ହୋଇନାହାନ୍ତି। ଏହାକୁ ବିଗତ ୧ ଦଶନ୍ଧି ମଧ୍ୟରେ ସବୁଠୁ ବଡ଼ ବ୍ୟବଧାନ ବୋଲି କୁହାଯାଉଛି। ପୂର୍ବରୁ ସିଜେଆଇ ଏସ୍‌.ଏଚ୍‌. କାପାଡ଼ିଆଙ୍କ ଅମଳରେ ୨୦୧୦ରୁ ୨୦୧୧ ମଧ୍ୟରେ ୫୦୧ ଦିନ ବ୍ୟବଧାନର ରେକର୍ଡ ସର୍ବାଧିକ ଥିଲା।
ଅଚଳାବସ୍ଥା ଦୂର ହୋଇ ଖୁବ୍‌ଶୀଘ୍ର ବିଚାରପତିମାନଙ୍କୁ ନିଯୁକ୍ତି ଦିଆଯାଏ ଏବଂ ୨୦୧୯-୨୦ର ଅନୁଭୂତିରୁ ଶିକ୍ଷା ନିଆଯାଏ ତେବେ ମାମଲା ସଂଖ୍ୟା କମିପାରେ। କିନ୍ତୁ ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲା ବୃଦ୍ଧିର ଚିତ୍ରକୁ ସମ୍ପୂର୍ଣ୍ଣ ରୂପେ ଓଲଟାଇହେବ ନାହିଁ। ଅଦାଲତ ଏଦିଗରେ ନିୟମିତ ଯାଞ୍ଚ କରି ନିଜ ଆଡ଼ୁ ସଂସ୍କାର ଆଣିଲେ ସ୍ଥିତି ବଦଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

ସିରିଜ ବିସ୍ଫୋରଣରେ ଥରି ଉଠିଲା ସିରିଆ; ଡାମାସ୍କସରେ ମାକ୍ରନଙ୍କ ହୋଟେଲ ନିକଟରେ ମଧ୍ୟ ବଡ଼ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି

ଡାମାସ୍କସ,୭।୭: ମଙ୍ଗଳବାର ସିରିଆର ରାଜଧାନୀ ଡାମାସ୍କସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ବର୍ତ୍ତମାନ ସିରିଆ ଗସ୍ତରେ ଅଛନ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri