Posted inଜାତୀୟ

ଭାରତରେ ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଛୁଇଁଲା

ନୂଆଦିଲ୍ଲୀ,୯।୧: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସୁଦ୍ଧା ସ୍ବଦେଶ ଫେରିଥିବା ବ୍ରିଟେନ୍‌ ଫେରନ୍ତାଙ୍କ ମଧ୍ୟରୁ ୯୦ ଜଣଙ୍କଠାରେ ନୂଆ ଷ୍ଟ୍ରେନ୍‌ ରହିଥିବା ନେଇ ସେମାନଙ୍କ ନମୁନା ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଛି। ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୫ ନଭେମ୍ବରରୁ ୨୩ ଡିସେମ୍ବର ମଧ୍ୟରେ ପ୍ରାୟ ୩୩ ହଜାର ଲୋକ ବ୍ରିଟେନ୍‌ରୁ ଭାରତ ଫେରିଛନ୍ତି। ସମସ୍ତଙ୍କୁ ଟ୍ରାକ୍‌ କରାଯାଇ ନମୁନା ପରୀକ୍ଷା କରାଯାଉଛିା। କୋଲକାତା, ଭୁବନେଶ୍ୱର, ଏନ୍‌ଆଇଭି ପୁଣେ, ସିସିଏସ୍‌ ପୁଣେ, ସିସିଏମ୍‌ବି ହାଇଦ୍ରାବାଦ୍‌, ସିସିଏଫ୍‌ଡ଼ି ହାଇଦ୍ରାବାଦ୍‌, ଇନ୍‌ଷ୍ଟେମ୍‌ ବେଙ୍ଗାଲୁରୁ, ନିମ୍‌ହାନ୍ସ୍‌ ବେଙ୍ଗାଲୁରୁ, ଆଇଜିଆଇବି ଦିଲ୍ଲୀ, ଏନ୍‌ସିଡିସି ଦିଲ୍ଲୀ ଆଦିଠାରେ ଥିବା ୧୦ଟି ଲ୍ୟାବ୍‌ରେ ବ୍ରିଟେନ୍‌ ଫେରନ୍ତାଙ୍କ ନମୁନା ପରୀକ୍ଷା କରାଯାଉଛି। ସେହିପରି ଦେଶରେ ଇତିମଧ୍ୟରେ ୧୮ କୋଟି ୨ ଲକ୍ଷ ୫୩ ହଜାର ୩୧୫ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୯ ଲକ୍ଷ ୧୬ ହଜାର ୯୫୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ଦେଶର ୨୩୧୬ଟି ଲ୍ୟାବ୍‌ରେ ନମୁନା ପରୀକ୍ଷା ଜାରି ରହିଛି। ସେଥିମଧ୍ୟରେ ୧୨୦୧ ସରକାରୀ ଲ୍ୟାବ୍‌ ଥିବାବେଳେ ୧୧୧୫ଟି ବେସରକାରୀ ଲ୍ୟାବ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ବିଭାଗରୁ ହଜାରେ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୨୬।୧୧: ଉତ୍ତର ପ୍ରଦେଶରେ ଅଯୋଗ୍ୟ ଓ ଭ୍ରଷ୍ଟାଚାର ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବିଭିନ୍ନ ବିଭାଗରୁ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ...

ବିବାହ ଉତ୍ସବରେ ଗ୍ୟାସ ସିଲିଣ୍ଡର ଫାଟି ବର ମାତା-ପିତାଙ୍କ ସମେତ ପୋଡି ହୋଇଗରେ ୬୦ଜଣ

ଯୋଧପୁର,୯ ।୧୨: ରାଜସ୍ଥାନ ଯୋଧପୁରର ଶେରଗଡରେ ଏକ ବିବାହ ଉତ୍ସବରେ ବଡ ଦୁର୍ଘଟଣା ଘଟିଛି । ଏଠାରେ ଗ୍ୟାସସିଲିଣ୍ଡର ଫାଟି ଯିବାରୁ ଅତିକମରେ ୬୦ ଜଣ...

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ କାର ଉପରେ ଓଲଟିଲା କଣ୍ଟେନର, ୨ ମୃତ ଅନେକେ ଆହତ

ମୁମ୍ବାଇ,୨୧।୮: ମହାରାଷ୍ଟ୍ରରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ସୂଚନାଯୋଗ୍ୟ, ଏଠାରେ ଦୁଇଟି ଅଲଗା ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ...

ହେଲମେଟ୍‌ ନ ଥିଲେ ମିଳିବନି ପେଟ୍ରୋଲ: ଜୁନ୍‌ ୧ରୁ ନିୟମ ହେବ ଲାଗୁ

ନୋଏଡ଼ା,୧୫ା୫: ସଡ଼କ ଦୁର୍ଘଟଣା ରୋକିବା ପାଇଁ ଉତ୍ତରପ୍ରଦେଶ ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ା ପ୍ରଶାସନ ପକ୍ଷରୁ ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏଣିକି ହେଲମେଟ୍‌...

‘ଇଡି ସ୍ଥିର କରୁଛି କିଏ କେଉଁ ଦଳକୁ ଯିବ’ ଶରଦ ପାଓ୍ବାରଙ୍କ ବୟାନକୁ ଶିବଶେନା କହିଲା ଗୁରୁତ୍ୱପୂର୍ଣ୍ଣ

ମୁମ୍ବାଇ,୧୭।୮: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ଦଳର ଏମପି ସଞ୍ଜୟ ରାଉତ କହିଛନ୍ତି ନିର୍ବାଚନ କମିଶନ ଓ ସମସ୍ତ କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗ କରାଯାଉଛି। ଏନସିପି ମୁଖ୍ୟ...

ବିହାରରେ ଚାଲିଛି ଶିଶୁ ହତ୍ୟା: ରାବ୍ରୀ

ପାଟନା,୧୮।୬: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶାସନରେ ଶିଶୁ ହତ୍ୟା ଚାଲିଛି ବୋଲି ଆର୍‌ଜେଡି ପକ୍ଷରୁ ରାବ୍ରୀ ଦେବୀ ଅଭିଯୋଗ କରିଛନ୍ତି। ରାଜ୍ୟରେ ସ୍ବାସ୍ଥ୍ୟ ସେବା...

ଶୀତରେ ଥରୁଥିଲେ ଭିକାରି, ପାଖରେ ଗାଡ଼ି ଅଟକାଇଲେ ଡିଏସ୍‌ପି; ପରେ ଯାହା ଘଟିଲା ଜାଣିଲେ ଆଖିରେ ଆସିଯିବ ଲୁହ

ଏମିତି ଅନେକ ଥର ହୋଇଛି କି ରାସ୍ତାକଡ଼ରେ ଭିକ ମାଗୁଥିବା ବ୍ୟକ୍ତି ମଧ୍ୟ ଅନେକ ପାଣ୍ଡିତ୍ୟର ଅଧିକାରୀ। ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ସେହିପରି...

୪୦ ତଳେ ଦୈନିକ ସଂକ୍ରମଣ, ମାର୍ଚ୍ଚ ୨୦୨୦ ପରେ ସର୍ବନିମ୍ନ…

ନୂଆଦିଲ୍ଲୀ, ୨୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ...

Advertisement
Archives

Model This Week