ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ପ୍ରତିଶତ କମିଲା

ନୂଆଦିଲ୍ଲୀ, ୬।୧୦: ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୧ ହଜାର ୨୬୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଏହା ୯୮ ହଜାର ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ତେବେ ଏହା ଏବେ ୩୦ ପ୍ରତିଶତ ପର୍ଯ୍ୟନ୍ତ କମିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା କମି ୮୮୪ରେ ପହଞ୍ଚିଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ଲକ୍ଷେ ୩ ହଜାର ୫୬୯ ରହିଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଲକ୍ଷ ୮୫ ହଜାର ୮୩ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୫୬ ଲକ୍ଷ ୬୨ ହଜାର ୪୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ୯ଲକ୍ଷ ୧୯ ହଜାର ୨୩ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଅକ୍ଟୋବର ୫ ସୁଦ୍ଧା ଦେଶରେ ମୋଟ ୮ କୋଟି ୧୦ ଲକ୍ଷ ୭୧ ହଜାର ୭୯୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସୋମବାର ୧୦ ଲକ୍ଷ ୮୯ ହଜାର ୪୦୩ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ବିଦ୍ୟାଳୟ ବନ୍ଦ ରହିବାକୁ ଘୋଷଣା

ନୂଆଦିଲ୍ଲୀ,୬ା୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ବୃଦ୍ଧି ପରେ ଦେଶର ଅନେକ ରାଜ୍ୟରେ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା...

କଶ୍ମୀର ପାଇଁ ୧.୪୨ ଲକ୍ଷ କୋଟିର ବଜେଟ

ନୂଆଦିଲ୍ଲୀ,୧୫।୩: ପାର୍ଲାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଲାଗି ୨୦୨୨-୨୩...

ବ୍ରିଜରୁ ଖସି ପଡିଲା କାର: ବିଧାୟକଙ୍କ ପୁଅ ସହ ୭ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ୱାର୍ଡ଼(ମହାରାଷ୍ଟ୍ର),୨୫।୧: ମହାରାଷ୍ଟ୍ରର ସେଲସୁରା ନିକଟରେ ସାମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଭାଜପା ବିଧାୟକ ବିଜୟ ରାହଙ୍ଗଦେଲଙ୍କ ପୁଅ ଅଭିଷେକ...

ଅକ୍ସିଜେନ୍‌ ସପୋର୍ଟ ଆକ୍ରାନ୍ତଙ୍କ ସଂଖ୍ୟାରେ ୨୬୪ ପ୍ରତିଶତ ବୃଦ୍ଧି…

ଚଣ୍ଡିଗଡ଼, ୯।୧ : ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ଅକ୍ସିଜେନ୍‌ ସପୋର୍ଟ ଆକ୍ରାନ୍ତଙ୍କ...

ବିହାରରେ ହେବ ଜାତି ଭିତ୍ତିକ ଜନଗଣନା

ପାଟନା,୧।୬: ବିହାରରେ ଜାତି ଭିତ୍ତିକ ଜନଗଣନା କରାଯିବ। ସର୍ବଦଳୀୟ ବୈଠକରେ ଜାତି ଭିତ୍ତିକ ଜନଗଣନା କରିବା ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଛି। କ୍ୟାବିନେଟ୍‌ ନିଷ୍ପତ୍ତି...

ରେକର୍ଡ ଭାଙ୍ଗିଲା ବର୍ଷା: ବିମାନବନ୍ଦରରେ ଆଣ୍ଠୁଏ ପାଣି

ନୂଆଦିଲ୍ଲୀ, ୧୧।୯: ରାଜଧାନୀ ଦିଲ୍ଲୀରେ ୪୬ ବର୍ଷ ମଧ୍ୟରେ ସର୍ବାଧିକ ବର୍ଷା ହୋଇଛି। ଶୁକ୍ରବାରଠାରୁ ପ୍ରବଳ ବର୍ଷା ଲାଗିରହିବାରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଅଧିକାଂଶ...

ଅର୍ଶ ରୋଗୀଙ୍କ ପାଇଁ ଉପକାରୀ ପାଚିଲା ଅମୃତଭଣ୍ଡା

ପାଚିଲା ଅମୃତଭଣ୍ଡା ଭିଟାମିନ୍‌ ଏ ଏବଂ ବି ର ଗୁଣରେ ଭରପୂର। ଏହାକୁ ଖାଇବା ସହିତ ସ୍କିନ୍‌ର ଯତ୍ନ ପାଇଁ ମଧ୍ୟ ବ୍ୟବହାର କରାଯାଏ। କଞ୍ଚା...

ମଲା ମୂଷା ଗନ୍ଧ ଯୋଗୁଁ ମିଟିଂ ସ୍ଥାନକୁ ବଦଳାଇଲେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୫।୧୦: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ମଲା ମୂଷାର ଗନ୍ଧ ଯୋଗୁଁ ସୋମବାର ଏକ ବୈଠକକୁ ମଝିରେ ଛାଡି ଦେଇଥିବା ଜଣାପଡ଼ିଛି। ବିଧାନସଭା ପରିସରରେ ଆୟୋଜିତ...

Advertisement
Archives

Model This Week