କଟକ ସହରରେ ଥମିବାର ନାଁ ନେଉନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ପୁଣି ୧୬ ପଜିଟିଭ୍‌ ଚିହ୍ନଟ

କଟକ ଅଫିସ,୧୩।୭: କଟକ ସହରରୁ ସୋମବାର ଆଉ ୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬ ଜଣ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ରେ ଥିବାବେଳେ ୨ ଜଣ ହୋମ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ଏହାସହ ୮ଟି ଲୋକାଲ କେସ ରହିଛି।
ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୩୦, ୪୭, ୨୦, ୩୫, ୨୪ ବର୍ଷୀୟ ବ୍ୟକ୍ତି ଓ ୩୩ ବର୍ଷୀୟା ଜଣେ ମହିଳା ରହିଛନ୍ତି। ହୋମ କ୍ୱାରାଣ୍ଟାଇନ୍‌ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୩୦, ୩୭। ସେମାନେ ଉଭୟ ପୁରୁଷ।
ସେହିଭଳି ଲୋକାଲ କେସ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ବର୍ଷୀୟ ବ୍ୟକ୍ତି ସିଡିଏ ସେକ୍ଟର ୧୦ରୁ ଚିହ୍ନଟ ହୋଇଥିବା ବେଳେ ରକ୍ସି ଲେନ୍‌ ବାଦାମବାଡ଼ିରୁ ୩୩ ବର୍ଷୀୟ ବ୍ୟକ୍ତି, ଓଡ଼ିଆ ବଜାରରୁ ୪୫ ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସେହିପରି ରାଉସାପାଟଣାରୁ ୪୮, ୩୭ ବର୍ଷୀୟା ୨ ମହିଳା ରହିଥିବା ବେଳେ ୨୦, ୧୫, ୨୫ ବର୍ଷୀୟ ୩ ଯୁବକ ଅଛନ୍ତି।

ସୂଚନାଯୋଗ୍ୟ, କଟକ ସହରରୁ ବର୍ତ୍ତମାନ ସୁଦ୍ଧା ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୪ ଜଣ ସୁସ୍ଥ ହୋଇଛନ୍ତି। ୧୨୮ ଚିକିତ୍ସାଧୀନ ଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: ୫-ଟି ସଚିବ, ବବି ଦାସ ସମ୍ପୃକ୍ତ ଥିବା ଅଭିଯୋଗ ଆଣିଲେ ଜୟନାରାୟଣ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଥିବା ବେଳେ ଗୃହରେ ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ରାଜ୍ୟରେ...

ବୀରମହାରାଜପୁର କଲେଜରେ ଯୁକ୍ତ ଦୁଇ କଳା ସିଟ୍‌ ବୃଦ୍ଧି

ଅମରପାଲି,୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର କଲେଜରେ ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ସିଟ୍‌ ସଂଖ୍ୟା ବୃଦ୍ଧି ହୋଇଛି। କଲେଜର ଯୁକ୍ତ ଦୁଇ କଳାରେ...

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ

ଭୁବନେଶ୍ୱର,୨୮।୩(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ଗିରଫ ୮ଜଣଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିଛି। ତଦନ୍ତ ଓ କ୍ରାଇମସିନ୍‌...

ଭିଡ଼ିଓ କନ୍‌ଫରେନ୍ସିଂରେ କ୍ୟାବିନେଟ ବୈଠକ: ଯୋଗଦେଲେ ମନ୍ତ୍ରୀ

ଛତ୍ରପୁର,୯ା୪(ଡି.ଏନ୍‌.ଏ.)- ଭିଡ଼ିଓ କନ୍‌ଫରେନ୍ସିଂରେ ଗୁରୁବାର ଓଡିଶା ସରକାରଙ୍କ ଗୁରୁତ୍ୱପୂର୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଛତ୍ରପୁର ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଭିଡ଼ିଓ କନ୍‌ଫରେନ୍ସିଂ ହଲ୍‌ରେ...

ଯୁବତୀଙ୍କୁ ଅସଦାଚରଣ: ଠିକାସଂସ୍ଥା କର୍ମଚାରୀଙ୍କ ବିରୋଧରେ ମାମଲା

କେନ୍ଦୁଝର,୯ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ ଜମ୍ବିରିପଶି ଗ୍ରାମର ଜଣେ ଯୁବତୀଙ୍କୁ ସ୍ଥାନୀୟ ଅଞ୍ଚଳରେ ପାଇପ୍‌ ବିଛା କାମ କରୁଥିବା ଏକ...

ଶ୍ରମିକ ବଦଳରେ ମେଶିନ

ବଇଣ୍ଡା, ୨।୧୧(ଡି.ଏନ୍‌.ଏ.): ଗ୍ରାମାଞ୍ଚଳର ଶ୍ରମଜୀବୀଙ୍କୁ କର୍ମ ନିୟୋଜନ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)।...

ବାଘଛାଲ ର଼୍ୟାକେଟରେ ପୋଲିସ

ଭୁୁବନେଶ୍ୱର, ୩ା୭(ବ୍ୟୁରୋ): ଦେବଗଡ଼ ଜିଲା ବାରକୋଟ ଅଞ୍ଚଳରୁ କଲରାପତରିଆ ବାଘଛାଲ ଜବତ ଘଟଣାରେ ସମ୍ପୃକ୍ତ ର଼୍ୟାକେଟର ପର୍ଦ୍ଦାଫାଶ ହେବାରେ ଲାଗିଛି। ଏହି ର଼୍ୟାକେଟରେ କେତେଜଣ ପୋଲିସ...

କାଳ ସାଜିଛି ଲଗାଣବର୍ଷା : କାନ୍ଥପଡ଼ି ଜଣକ ଜୀବନ ଗଲା

ପୁରୀ ଅଫିସ,୨୫।୧୦: ଲଘୁଚାପ ଜନିତ ଲଗାଣବର୍ଷା କାଳ ସାଜିଥିବାବେଳେ ଶୁକ୍ରବାର ସକାଳେ ସହରର କୁମ୍ଭକାର ନିଯୋଗ ସମ୍ପାଦକ ରସାନନ୍ଦ ବିଷୋୟୀଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ...

Advertisement
Archives

Model This Week