ନେପାଳରେ ବଢୁଛି ଚାଇନା ଅପରାଧୀଙ୍କ ସଂଖ୍ୟା, ସର୍ବାଧିକ ୨୭ ଜଣ ଭାରତୀୟ ଗିରଫ…

କାଠମାଣ୍ଡୁ,୧୧।୩ : ନେପାଳରେ ଅପରାଧ ସହ ଜଡିତ ଚାଇନା ନାଗରିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବର୍ତ୍ତମାନର ସବୁଠାରୁ ଚର୍ଚ୍ଚିତ ଘଟଣା ହେଉଛି ୟାଙ୍ଗ ଲିମ୍ପିଙ୍ଗ ନାମକ ଜଣେ ୪୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଘଟଣା। ତାଙ୍କୁ ଫେବୃଆରୀ ୨୫ ରେ ବଙ୍ଗାମାତିରୁ ଲଲିତପୁର ପୋଲିସ ଦ୍ୱାରା ଗିରଫ କରାଯାଇଥିଲା। ୟାଙ୍ଗ ଚାଇନାର ଫୁଜିଆନ ପ୍ରଦେଶରେ ଅବସ୍ଥିତ ଜିଆମେନର ବାସିନ୍ଦା। ୧୩, ୧୪ ଏବଂ ୧୭ ବର୍ଷର ତିନି ନାବାଳିକାଙ୍କୁ ବନ୍ଦୀ କରି ରଖିବା ସହ ଯୌନ ଶୋଷଣ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ୟାଙ୍ଗ ଲଲିତପୁରର ବଙ୍ଗାମାିତିରେ ଏକ ଭଡା ଘରେ ରହୁଥିଲେ। ପୋଲିସର ସୂଚନାନୁସାରେ, ନେପାଳରେ ବାସ କରୁଥିବା ଚାଇନା ନାଗରିକମାନଙ୍କ ଦ୍ୱାରା ଏଭଳି ବହୁ ଅପରାଧ ହେବାରେ ଲାଗିଛି। ଏହାପୂର୍ବରୁ ଗତ ଡିସେମ୍ବର ମାସରେ ନେପାଳ ପୋଲିସର ମାନବ ଚାଲାଣ ବିରୋଧୀ ସ୍କ୍ବାଡ ୨ ଚାଇନା ନାଗରିକଙ୍କୁ ଗିରଫ କରିଥିଲା। ସେଥିମଧ୍ୟରୁ ୩୦ବର୍ଷିୟ ଚେନ ୟାଙ୍ଗ ଚାଇନାର ସିଚୁଆନ ପ୍ରଦେଶର ବାସିନ୍ଦା ଏବଂ ୩୩ ବର୍ଷିୟ ରୁଆନ ଚାଓହୋଙ୍ଗ ଫୁଜିଆନ ପ୍ରଦେଶର। ଉଭୟଙ୍କୁ ତ୍ରିଭୁବନ ବିମାନବନ୍ଦରରେ ଗିରଫ କରାଯାଇଥିଲା। ଦୁହେଁ ଗୁପ୍ତରେ ତିନି ନେପାଳୀ ମହିଳାଙ୍କୁ ଲାଓସର ଏକ କଲ ସେଣ୍ଟରରେ କାମ କରିବାକୁ ନେଉଥିଲେ।

କାଠମାଣ୍ଡୁ ପୋଷ୍ଟ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ନେପାଳରେ ଅପରାଧ କରୁଥିବା ବହୁ ବିଦେଶୀଙ୍କୁ ଧରାଯାଉଛି। ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବାରୁ ଚଳିତ ଆର୍ଥିକ ବର୍ଷରେ ୯୨ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ଏହି ନାଗରିକମାନେ ୨୦ଟି ଦେଶରୁ ଏଠାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୭ ଜଣ ଭାରତୀୟ। ଅପରପକ୍ଷରେ ୨୨ ଚାଇନା ନାଗରିକଙ୍କୁ ଗିରଫ କରାଯାଇଛି। ପୋଲିସ ଅଧିକାରୀମାନେ କାଠମାଣ୍ଡୁ ପୋଷ୍ଟକୁ କହିଛନ୍ତି ଯେ ଏହି ଅପରାଧରେ ସମ୍ପୃକ୍ତ ଭାରତୀୟଙ୍କ ସଂଖ୍ୟା ଗିରଫ ହୋଇଥିବା ଲୋକଙ୍କ ତୁଳନାରେ ଅଧିକ ହୋଇପାରେ, କାରଣ ଭାଷା ତଥା ସାଂସ୍କୃତିକ ସମାନତା ହେତୁ ଅନେକ ଭାରତୀୟଙ୍କୁ ଧରିବା କଷ୍ଟକର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ଭୋ ଭୋ ହୋଇ କାନ୍ଦି ଗଡ଼ିଲେ ମା’, ଭାଇ ଦେଲେ ମୁଖାଗ୍ନି; ପଞ୍ଚଭୂତରେ ବିଲୀନ ହେଲେ ଟ୍ବିଶା…

ଭୋପାଳ,୨୪।୫: ପଞ୍ଚଭୂତର ବିଲୀନ ହେଲେ ମଡେଲ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା। ରବିବାର ଭୋପାଳର ଭଦଭଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଟ୍ବିଶାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri