ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଲେ ଜିନା-ରୁଦ୍ର

ବାଲେଶ୍ୱର ଅଫିସ,୧୧।୩: ଓଡ଼ିଆ ଚଳଚ୍ଚିତ୍ରଜଗତର ଜଣାଶୁଣା ଅଭିନେତ୍ରୀ ସ୍ବାତୀ ସାମଲ(ଜିନା) ଏବଂ ତାଙ୍କ ସ୍ବାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ ଶନିବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ବାଲେଶ୍ୱର ସହରସ୍ଥିତ ହୋଟେଲ ରୟାଲ କୁଇନ୍‌ଠାରେ ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସେମାନଙ୍କ ସହ ପ୍ରାୟ ୩୦୦ରୁ ଊଦ୍ଧର୍‌ବ କର୍ମୀ ଭାଜପାରେ ସାମିଲ ହୋଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୁଶାସନ ଓ ଭାରତୀୟ ଜନତା ପାର୍ଟି(ଭାଜପା)ର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିକୁ ଓହ୍ଲାଇଥିବା ଉଭୟ କଳାକାର କହିଛନ୍ତି।

ବାଲେଶ୍ୱରରେ ଭାଜପାର ଏହି ମିଶ୍ରଣ ପର୍ବରେ ଦୁଇ କଳାକାରଙ୍କ ସମେତ ପୂର୍ବତନ ଜିଏସଟି କମିଶନର ତଥା ଇଡିର ଡେପୁଟି ଡାଇରେକ୍ଟର ବିଜୟ କୁମାର ମଲ୍ଲିକ, ମମତା ପଣ୍ଡା -ଏଆର.ଡି.ଏମ ରିଲାଏନ୍ସ, ପାର୍ଥ ସାରଥୀ ଜେନା, ଅମିତା ସାମଲ, ସାଗତ ସାମଲ,ପ୍ରିୟଙ୍କା ସାମଲ, ଅନିଲ କୁମାର ଗାୟନ, ଲଖନ ଚନ୍ଦ୍ର ଦାସ, ରାଧାକୃଷ୍ଣ ଦାସ, ସୁବାସ ଧାମୁଣ୍ଡିଆ, ସୁନିଲ ଦାସ, ଚନ୍ଦନ ଦାସ, ପ୍ରଦ୍ୟୁମ୍ନ ଦାସ, ଶିରିସ ମହାନ୍ତି, ଚନ୍ଦନ ଭାୟା, ମମତା ଦେ,ମଞ୍ଜୁଲତା ଭାୟା, କନକଲତା ଭାୟା, ସପନ କୁମାର ଭାୟା, ତପନ ଭାୟା, ଦୂର୍ଗେସ ବାରିକ, କାଶୀନାଥ ସୋରେନ, ରାବଣ ହାଁସଦା, ପଞ୍ଚାନନ ପ୍ରାମାଣିକ, ବିବେକ ପ୍ରାମାଣିକ, ଶ୍ରୀଧର ଧଳ, ଶମ୍ଭୁନାଥ ଖଟୁଆ, ପାଲୁ ଡାଡ,ଗୁଣ ମିଶ୍ର, ପାର୍ଗଣା , ଗୌତମ ତୁଆଲ, ହରେକୃଷ୍ଣ ଜେନା, ହରିଶ ଚନ୍ଦ୍ର ଦାସ, ରବୀନ୍ଦ୍ର ଜେନା, ମନ୍ମଥ ପ୍ରଧାନ, ସୁଶାନ୍ତ ଗିରି, ନିତ୍ୟାନନ୍ଦ ଗିରି, ମୃତ୍ୟୁଞ୍ଜୟ ଗିରି, ନିମାଇ ଦତ୍ତ, ବିଜୟ ଜେନା, ଧନଞ୍ଜୟ ଜେନା, ବିଜୟିନୀ ଦାସ ସମେତ ଜଳେଶର ଏବଂ ଭୋଗଗରାଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ୩୦୦ରୁ ଊଦ୍ଧର୍‌ବ କର୍ମୀ ବିଜେଡି ଏବଂ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।

ଉକ୍ତ ମିଶ୍ରଣ ପର୍ବରେ ଜିଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଈଶ୍ୱର ଚନ୍ଦ୍ର ବେହେରା, ସୁନିଲ କର, ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ଲମ୍ବୋଦର ନାୟକ, ସୁଷମା ବିଶାଳ, ପ୍ରବୀର ପ୍ରଧାନ, ସତ୍ୟଜିତ ମିଶ୍ର, ରାଜେଶ ମହାପାତ୍ର, ମମତା ମହାପାତ୍ର, ଚିତ୍ତରଞ୍ଜନ ପଣ୍ଡା, ପ୍ରଦୀପ ପଣ୍ଡା, ସୁଶାନ୍ତ ରୋ, ବିଜୟ ସାହୁ, ସୁସ୍ମିତା ପଣ୍ଡା, ସିପ୍ରା ମହାପାତ୍ର, ସଂଯୁକ୍ତା ମହାପାତ୍ର, ମୃତ୍ୟୁଞ୍ଜୟ ଜେନା, ବିପିନ ମାରାଣ୍ଡି, ସମର ଶଙ୍କର କାନୁନଗୋ, ଶ୍ରୀନିବାସ ପ୍ରଧାନ, ଅରୂପ ଜେନା, ଅନିଲ ମହାନ୍ତି, ରଣଜିତ ପୃଷ୍ଟି, ଖଗେନ୍ଦ୍ର ନାୟକ, ନାରାୟଣ ମହନ୍ତ, ସୁବୋଧ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ଆଲବମ୍‌ଜଗତରେ ଖ୍ୟାତି ଅର୍ଜନ କରିବା ପରେ ଜିନା ‘ଫେରିଆ ମୋ ସୁନାଭଉଣୀ’ ସିନେମା ଜରିଆରେ ଓଲିଉଡରେ ନାୟିକା ସାଜିଥିଲେ। ପରେ ସେ ଏକ ସ୍ବୟମ୍ବର ଶୋ’ କରି ଅଭିନେତା ରୁଦ୍ରଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?