ତଦନ୍ତରେ ବଳ ଲଗାଇଥିଲେ ଭଲ ହୋଇଥାଆନ୍ତା: ଜୟନାରାୟଣ

ଭୁବନେଶ୍ବର, ୧ା୩(ବ୍ୟୁରୋ): ବିଧାନସଭାରେ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ପ୍ରଥମେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଭାଗନେଇ କହିଥିଲେ, ନବ ଦାସ ହତ୍ୟାକାଣ୍ଡକୁ ମାସେ ପୂରିଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଏ ଷଡ଼ଯନ୍ତ୍ର ପଛର ରହସ୍ୟ ଜଣାପଡ଼ିଲାନାହିଁ। ଏହାର ପ୍ରତିବାଦ କରିବାକୁ ଯୁବମୋର୍ଚ୍ଚା ବିଧାନସଭା ଅଭିମୁଖେ ଆସୁଥିଲା। ହେଲେ ସେମାନଙ୍କୁ ପୋଲିସ ଗୋଡ଼େଇ ଗୋଡ଼େଇ ପିଟିଲା। ପୋଲିସର ଏଭଳି ଆକ୍ରମଣରେ କାହାର ଗୋଡ଼ ଭାଙ୍ଗିଛି ତ କାହାର ମୁଣ୍ଡ ଫାଟିଛି। ପୋଲିସ ଆନ୍ଦୋଳନକୁ ପ୍ରତିହତ କରିବାକୁ ଯେଉଁ ବଳ ଲଗାଇଛି ତାହା ତଦନ୍ତରେ ଲଗାଇଥିଲେ ଭଲ ହୋଇଥାଆନ୍ତା। ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୋଲିସ ଗୋଇଠା ମାରିବା କେତେ ଗ୍ରହଣୀୟ ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଏଭଳି ଆଚରଣକୁ ନିନ୍ଦା କରାଯିବା ଉଚିତ। ବିଧାନସଭା ପ୍ରଶ୍ନ ଉତ୍ତରରୁ ଜଣାପଡିଛି ଚୋରି, ହତ୍ୟା ଏବଂ ବଳାତ୍କାର ରାଜ୍ୟରେ ବଢ଼ିଚାଲିଛି। ରାଜ୍ୟରେ ନେତା, ମନ୍ତ୍ରୀ ଅସୁରକ୍ଷିତ। ଯୁବମୋର୍ଚ୍ଚା ଏହାର ପ୍ରତିବାଦ କରୁଥିଲା ହେଲେ ପୋଲିସ୍‌ ପକ୍ଷରୁ ଆକ୍ରମଣ କରାଗଲା। ଜୟନାରାୟଣଙ୍କ ଏଭଳି ମନ୍ତବ୍ୟ ନ ସରୁଣୁ ଭାଜପା ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଏହି ସମୟରେ ବିରୋଧୀ ଦଳ ନେତା ତାଙ୍କ ଆସନ ପାଖରେ ଠିଆହୋଇଥିଲେ। ବାଚସ୍ପତି ବିରୋଧୀ ସଦସ୍ୟଙ୍କୁ ଆସନ ଗ୍ରହଣ କରିବାକୁ କହିବା ସହିତ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କୁ ବଜେଟ ଉପରେ ବକ୍ତବ୍ୟ ରଖିବାକୁ କହିଥିଲେ। ଏହାପରେ ବାଚସ୍ପତି ଶାସକ ଦଳ ନେତା ଦେବୀପ୍ରସାଦ ମିଶ୍ରଙ୍କୁ କହିବାକୁ କହିଥିଲେ। ସେ କହିଥିଲେ, ପୋଲିସ ଉପରେ ଭାଜପା କର୍ମୀମାନେ କିପରି ଆକ୍ରମଣ କରୁଥିଲେ ତାହା ସେ ଖାଇବାକୁ ଯିବା ସମୟରେ ଟେଲିଭିଜନ ଜରିଆରେ ଦେଖିଥିଲେ। ଟେଲିଭିଜନରେ ଦେଖାଉଥିଲା ଭାଜପା କର୍ମୀ କଳା ଢେଲା ମାଡ଼ କରୁଥିବା ଦୃଶ୍ୟ। ଏହାକୁ ବୋଧେ ବିରୋଧୀ ଦଳ ନେତା ଦେଖିନାହାନ୍ତି। ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି, ସେଥିରେ କିଛି ଅସୁବିଧା ନାହିଁ। ହେଲେ ଏଭଳି ଘଟଣା ଠିକ୍‌ ନୁହେଁ ବୋଲି ସେ କହିଥିଲେ। ଏହାପରେ ବାଚସ୍ପତି ପୁନର୍ବାର ବିରୋଧୀ ସଦସ୍ୟଙ୍କୁ ଆସନ ଗ୍ରହଣ କରିବାକୁ କହିବା ସହିତ ସଂସଦସୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ବଜେଟ ଉପରେ ବକ୍ତବ୍ୟ ଦେବାକୁ କହିଥିଲେ। ଏହି ସମୟରେ ସେ କହିଥିଲେ, ଗୋଟିଏ ବିଷୟରେ ଥରେ ଗୃହରେ ମୋସନ ଆସି ଆଲୋଚନା ହେବାପରେ ଆଉ ଥରେ ସେହି ବିଷୟରେ ଆଲୋଚନା ନିୟମାନୁଯାୟୀ ହୁଏ ନାହିଁ। ଏହାଦ୍ୱାରା ସମ୍ବିଧାନ ନିୟମର ଉଲ୍ଲଂଘନ ହେଉଛି। ଲୋକଙ୍କ ସ୍ବାର୍ଥ ଲାଗି ବଜେଟ ଆଲୋଚନାରେ ଭାଗ ନେବାକୁ ସେ କହିଥିଲେ। ନିୟମ ବାହାରକୁ କେହି ନ ଯିବାକୁ ସେ ପୁଣି ଜଣାଇଥିଲେ। ଏହାପରେ ବାଚସ୍ପତି ଶାସକ ଦଳ ମୁଖ୍ୟ ସଚେତକ ଏବଂ ଉପ ମୁଖ୍ୟ ସଚେତକ ସରୋଜ ମେହେରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବିରୋଧୀ ଦଳ ନେତାଙ୍କୁ ବୁଝାଇବା ଲାଗି। ପ୍ରଶାନ୍ତ ମୁଦୁଲି ବିରୋଧୀ ସଦସ୍ୟଙ୍କ ସହିତ ଆଲୋଚନା କରିବା ପରେ ଯାଇ ବାଚସ୍ପତିଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଗୃହ ୪ଟା ୧୧ରୁ ୪ଟା ୨୧ ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ଏହାପରେ ଗୃହ ଚାଲିବା କ୍ଷଣି ବିରୋଧୀ ପୁଣି ସମାନ ପ୍ରସଙ୍ଗରେ ହୋହଲ୍ଲା କରିବାରୁ ବାଚସ୍ପତି ବିରୋଧୀ ଦଳ ନେତା, ଶାସକ ଦଳ ମୁଖ୍ୟ ସଚେତକ, ଶାସକ ଦଳ ସଦସ୍ୟ ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜାଙ୍କ ସମେତ ଅନ୍ୟମାନଙ୍କୁ ଆଲୋଚନା ଲାଗି ଡାକିବା ସହ ଗୃହକୁ ୪ଟା ୨୨ରୁ ୪ଟା ୩୨ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ୪ଟା ୩୨ରୁ ଗୃହ ସ୍ବାଭାବିକ ହୋଇଥିଲା। ଏହାପରେ ଦେବୀ ମିଶ୍ର ପୁଣି ନିଜର ବକ୍ତବ୍ୟ ରଖିଥିଲେ। ଏହାପରେ ସନ୍ତୋଷ ସିଂ ସାଲୁଜା ବଜେଟ ଉପରେ ପ୍ରତିକ୍ରିୟା ରଖି କହିଥିଲେ , ପ୍ରତ୍ୟେକ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଯେତିକି ଟଙ୍କାର ବଜେଟ ଆଣୁଛନ୍ତି ତା’ର ୭୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହେଉଛନ୍ତି। ହେଲେ ବାକି ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ। ଗତ ବର୍ଷ ୨ ଲକ୍ଷ କୋଟି ଟଙ୍କାର ବଜେଟ ଆଣିଥିବା ବେଳେ ଏହାର ୭୦ ପ୍ରତିଶତ ଖର୍ଚ୍ଚ କରିଥିଲେ। ତେଣୁ ସେହି ଅନୁପାତରେ ଦେଖିଲେ ରାଜ୍ୟ ସରକାର ଏଥର ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ଆଣିଛନ୍ତି। ସେଥିରୁ ୬୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ। ତେଣୁ ସେହି ଅନୁସାରେ ଦେଖିଲେ ସରକାର ଦେଢଲକ୍ଷ କୋଟି ଟଙ୍କାର ବଜେଟ ଆଣିଛନ୍ତି। ଇଏ କେବଳ କାଗଜରେ ବଜେଟ ଆକାର ବଢ଼ାଇଥିବା ଉଲ୍ଲେଖ କରୁଛନ୍ତି। ଏମାନେ ୨୪ଟି ନୂଆ ଯୋଜନା ଆଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନାଁରେ ୯ଟି ଯୋଜନା କରିଛନ୍ତି। ୨୦୧୯ରେ ସରକାର ଏମିତି ବଜେଟ ଆଣିଥିଲେ। ସେଥିରେ ଆମ ଗାଁ ଆମ ବିକାଶ ଯୋଜନା ରଖିଥିଲେ। ବିଜୁ ଯୁବବାହିନୀ ଯୋଜନା ଆଣିଥିଲେ, କୁଆଡେ ଗଲା ସେସବୁ ଯୋଜନା। ବିଜୁ ଯୁବବାହିନୀ ଏବେ ବିଜୁ ଗୁଣ୍ଡା ବାହିନୀରେ ପରିଣତ ହୋଇଛି। ନିର୍ବାଚନରେ ସେହି ବିଜୁ ଯୁବବାହିନୀରେ ଥିବା ଯୁବକଙ୍କୁ କିକ୍‌ ମାରିକି ଆଉଟ୍‌ କରିଦେଲେ। ଏ ସରକାର ଲୋକଙ୍କୁ ଦାଦନ ଖଟିବାକୁ ଯିବା ପାଇଁ ବାଧ୍ୟ କରୁଥିବା ସେ କହିଛନ୍ତି। ଏହାପରେ ଧ୍ରୁବଚରଣ ସାହୁ, ଜ୍ୟୋତି ପାଣିଗ୍ରାହୀ ସରକାରଙ୍କ ସଫଳ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ। ଏହାପରେ କୁସୁମ ଟେଟେ, ପ୍ରଣବ ବଳବନ୍ତରାୟ, ପ୍ରଭୁ ଜାନି, ଅଧିରାଜ ପାଣିଗ୍ରାହୀ, ପ୍ରୀତମ ପାଢୀ, ମୋହନ ମାଝି ଏବଂ ଦାଶରଥୀ ଗମାଙ୍ଗ ନିଜର ବକ୍ତବ୍ୟ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?