ବାସ୍ତବ ହେବ ନ୍ୟୁକ୍ଲିୟର ପାଓ୍ବାର ଷ୍ଟେଶନ

ଲଣ୍ଡନ, ୧୦ା୨: ନ୍ୟୁକ୍ଲିୟର ଫ୍ୟୁଜନ ଯୋଗୁ ସୃଷ୍ଟ ଶକ୍ତିକୁ ଗ୍ରୀନ ଏନର୍ଜୀ ଉତ୍ସ ଭାବେ ବ୍ୟବହାର ଦିଗରେ ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିଛି। ସୂର୍ଯ୍ୟକୁ ଶକ୍ତି ପ୍ରଦାନ କରୁଥିବା ପ୍ରକ୍ରିୟାର ସଫଳ ନକଲ କରାଯିବା ପରେ ବ୍ରିଟେନରେ ବିକଶିତ ଏହି ଟେକ୍ନୋଲୋଜି ଯୋଗେ ଦୁନିଆର ପ୍ରଥମ ନ୍ୟୁକ୍ଲିୟର ଫ୍ୟୁଜନ ପାଓ୍ବାର ଷ୍ଟେଶନ ବାସ୍ତବ ରୂପ ନେବାକୁ ଯାଉଛି। ଆସନ୍ତା ପିଢ଼ି ଏହି ଉତ୍ସରୁ ସବୁଜ ଶକ୍ତି ପାଇପାରିବେ ବୋଲି ୟୁରୋପୀୟ ବୈଜ୍ଞାନିକମାନେ କହିଛନ୍ତି। ଦୁଇ ଉଦ୍‌ଯାନ(ହାଇଡ୍ରୋଜେନ) ପରମାଣୁକୁ ପରସ୍ପର ସହ ଫ୍ୟୁଜନ କରି ସର୍ବାଧିକ ପରିମାଣର ଶକ୍ତି ଉତ୍ପନ୍ନ କରିବାରେ ବ୍ରିଟେନସ୍ଥିତ ଜଏଣ୍ଟ ୟୁରୋପିଆନ ଟୋରସ୍‌ (ଜେଇଟି) ଲାବରେଟୋରି ନୂଆ ରେକର୍ଡ କରିଛି। ଏହି ପରୀକ୍ଷଣରେ ମାତ୍ର ୫ ସେକେଣ୍ଡରେ ୫୯ ମେଗାଜୁଲ୍‌ ଶକ୍ତି ଉତ୍ପନ୍ନ ହୋଇଥିଲା। ୧୯୯୭ରେ ଅନୁରୂପ ପରୀକ୍ଷଣରେ ସୃଷ୍ଟି ହୋଇଥିବା ଏନର୍ଜୀ ତୁଳନାରେ ଏହା ଦୁଇଗୁଣ ଅଧିକ। ଏହି ଏକ୍ସପେରିମେଣ୍ଟ ଠିକ୍‌ ଦିଗରେ ଯାଇଥିବା ପ୍ରୋଜେକ୍ଟ ମ୍ୟାନେଜର ଟୋନି ଡୋନ କହିଛନ୍ତି। ଯଦି ୫ ସେକେଣ୍ଡ ପର୍ଯ୍ୟନ୍ତ ନ୍ୟୁକ୍ଲିୟର ଫ୍ୟୁଜନକୁ ବଜାୟ ରଖାଯାଇପାରିଛି, ତେବେ ଭବିଷ୍ୟତରେ ଆହୁରି ଉନ୍ନତ ଟେକ୍ନୋଲୋଜିରେ ତାହା ୫ ମିନିଟ୍‌, ୫ ଘଣ୍ଟା ଏବଂ ଏହାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ମଧ୍ୟ ଜାରି ରଖାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଆଗାମୀ ଦିନରେ ନ୍ୟୁକ୍ଲିୟର ପାଓ୍ବାର ଷ୍ଟେଶନ ବସିପାରିବ ଏବଂ ସମଗ୍ର ବିଶ୍ୱ ପ୍ରଦୂଷଣ ମୁକ୍ତ ଶକ୍ତି ବା ଗ୍ରୀନ ଏନର୍ଜୀ ପାଇପାରିବେ।
ଲାବ୍‌ ମୁଖ୍ୟ ଡ. ଜୋ ମିଲ୍‌ନେସ୍‌ଙ୍କ କହିବା ଅନୁଯାୟୀ, ହାଇଡ୍ରୋଜେନ ପରମାଣୁ ଫ୍ୟୁଜନବେଳେ ମେଶିନ ମଧ୍ୟରେ ଏକ ମିନି ଷ୍ଟାର୍‌ ବା ଛୋଟ ତାରକା ସୃଷ୍ଟି କରାଯାଇପାରିଥିଲା। ଏଥିରୁ ୩ରୁ ୫ ସେକେଣ୍ଡ ପର୍ଯ୍ୟନ୍ତ ବହୁମାତ୍ରାରେ ଶକ୍ତି ଉତ୍ପନ୍ନ ହୋଇଛି। ଏହି ସଫଳତା ପରେ ନ୍ୟୁକ୍ଲିୟର ଶକ୍ତିକୁ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ରାସ୍ତା ଫିଟିଛିି। ଏହି ଶକ୍ତି ଦ୍ୱାରା ଗ୍ରୀନ୍‌ ହାଉସ ଇଫେକ୍ଟ ବା ସବୁଜ ଗୃହ ପ୍ରଭାବ କମିବ ଏବଂ ଅତି ଅଳ୍ପ ମାତ୍ରାରେ ରେଡିଓଆକ୍ଟିଭ୍‌ ବର୍ଜ୍ୟ ବାହାରିବ ଯାହା ଦୀର୍ଘସ୍ଥାୟୀ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି।

ନ୍ୟୁକ୍ଲିୟର ଫ୍ୟୁଜନ କ’ଣ

ଦୁଇ ପରମାଣୁ ପରସ୍ପର ସହ ମିଶିବା ପ୍ରକ୍ରିୟାକୁ ନ୍ୟୁକ୍ଲିୟର ଫ୍ୟୁଜନ କୁହାଯାଏ। ଏହି ପ୍ରକ୍ରିୟାରେ ବିପୁଳ ମାତ୍ରାରେ ଶକ୍ତି ଉତ୍ପନ୍ନ ହୋଇଥାଏ। ସୂର୍ଯ୍ୟ ଏବଂ ଅନ୍ୟ ତାରକା ଗୁଡ଼ିକ ନ୍ୟୁକ୍ଲିୟର ଫ୍ୟୁଜନ ଯୋଗୁ ଶକ୍ତି ପାଇଥାନ୍ତି। ସୂର୍ଯ୍ୟରେ ହାଇଡ୍ରୋଜେନ ପରମାଣୁ ପରସ୍ପର ସହ ମିଶି ହିଲିୟମରେ ପରିଣତ ହୋଇଥାନ୍ତି। ଅତ୍ୟଧିକ ମାଧ୍ୟାକର୍ଷଣ ଶକ୍ତି ଯୋଗୁ ୧୦ ମିଲିୟନ ସେଲ୍‌ସିୟସ୍‌ ତାପମାତ୍ରାରେ ସୂର୍ଯ୍ୟର କୋର୍‌ରେ ଏହି ପ୍ରକ୍ରିୟା ଘଟିଥାଏ। କିନ୍ତୁ ପୃଥିବୀରେ ନିମ୍ନ ଚାପରେ ୧୦୦ ମିଲିୟନ ଡିଗ୍ରୀ ସେଲ୍‌ସିୟସରୁ ଅଧିକ ତାପମାତ୍ରା ବଜାୟ ରଖିବା ଆବଶ୍ୟକ ପଡ଼ୁଥିବାରୁ ଏହି ପ୍ରକ୍ରିୟାରେ ଶକ୍ତି ଉତ୍ପନ୍ନ କରିବା ବେଶ୍‌ କଷ୍ଟକର। ଭବିଷ୍ୟତରେ ଆଣବିକ ଫ୍ୟୁଜନରୁ ସୃଷ୍ଟ ଶକ୍ତି ଦ୍ୱାରା ସୀମିତ ସମ୍ବଳର ବ୍ୟବହାର କମିବା ସହ ଶୂନ ଅଙ୍ଗାରକାମ୍ଳ ନିର୍ଗମନ ପରିବେଶ ପ୍ରଦୂଷଣକୁ ଯଥେଷ୍ଟ ରୋକିପାରିବ।

ଦୁଇ ଦଶନ୍ଧିର ପ୍ରୋଜେକ୍ଟ

 

ଦୀର୍ଘ ୨୦ ବର୍ଷ ହେଲା ନ୍ୟୁକ୍ଲିୟର ଫ୍ୟୁଜନ ପ୍ରୋଜେକ୍ଟ ଉପରେ କାମ ଜାରି ରହିଛି। ଏହି ଗବେଷଣାରେ ୟୁରୋ ଫ୍ୟୁଜନ କନ୍‌ସୋର୍ଟିୟମର ପ୍ରାୟ ୪,୮୦୦ ବୈଜ୍ଞାନିକ କାମ କରୁଛନ୍ତି। ଏଥିରେ ୟୁରୋପୀୟ ସଂଘ ସଦସ୍ୟ ଦେଶଗୁଡ଼ିକ ସମେତ ସୁଇଜରଲାଣ୍ଡ, ୟୁକ୍ରେନ ଆଦି ରାଷ୍ଟ୍ରର ଗବେଷକ ସାମିଲ ଅଛନ୍ତି। ଅକ୍ସଫୋର୍ଡରେ ସବୁଠାରୁ ବଡ଼ ଏବଂ ଶକ୍ତିଶାଳୀ ମେଶିନ୍‌ରେ ନ୍ୟୁକ୍ଲିୟର ଫ୍ୟୁଜନ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଏହି ପରୀକ୍ଷଣଗୁଡିକର ଫଳାଫଳ ଜେଇଟିର ପରବର୍ତ୍ତୀ ସଂସ୍କରଣ ଆଇଟିଇଆର୍‌ରେ ଫିଡ୍‌ କରାଯିବ। ଆଇଟିଇଆର୍‌ ଏକ ପ୍ରକାର ଉପକରଣ, ଯାହା ଫ୍ୟୁଜନ ପ୍ରକ୍ରିୟାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରଖିବ। ଏଥିରେ ଇଣ୍ଟିଗ୍ରେଟେଡ୍‌ ଟେକ୍ନୋଲୋଜି ଓ ମାଟେରିଆଲ ଟେଷ୍ଟ କରାଯିବ। ଫ୍ୟୁଜନ ପ୍ରକ୍ରିୟା ଦ୍ୱାରା ବ୍ୟବସାୟିକ ଭିତ୍ତିରେ ବିଦ୍ୟୁତ୍‌ ଉତ୍ପାଦନରେ ଆଇଟିଇଆର୍‌କୁ ବ୍ୟବହାର କରାଯିବ। ଫ୍ରାନ୍ସରେ ଆଇଟିଇଆର୍‌ ପ୍ରୋଜେକ୍ଟ ଆସିବାକୁ ଥିବାବେଳେ ଏଥିରେ ଚାଇନା, ୟୁରୋପୀୟ ସଂଘ, ଭାରତ, ଜାପାନ, କୋରିଆ, ରୁଷିଆ ଏବଂ ଆମେରିକା ସହଯୋଗୀ ରାଷ୍ଟ୍ର ଭାବେ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri