ବାସ୍ତବ ହେବ ନ୍ୟୁକ୍ଲିୟର ପାଓ୍ବାର ଷ୍ଟେଶନ

ଲଣ୍ଡନ, ୧୦ା୨: ନ୍ୟୁକ୍ଲିୟର ଫ୍ୟୁଜନ ଯୋଗୁ ସୃଷ୍ଟ ଶକ୍ତିକୁ ଗ୍ରୀନ ଏନର୍ଜୀ ଉତ୍ସ ଭାବେ ବ୍ୟବହାର ଦିଗରେ ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିଛି। ସୂର୍ଯ୍ୟକୁ ଶକ୍ତି ପ୍ରଦାନ କରୁଥିବା ପ୍ରକ୍ରିୟାର ସଫଳ ନକଲ କରାଯିବା ପରେ ବ୍ରିଟେନରେ ବିକଶିତ ଏହି ଟେକ୍ନୋଲୋଜି ଯୋଗେ ଦୁନିଆର ପ୍ରଥମ ନ୍ୟୁକ୍ଲିୟର ଫ୍ୟୁଜନ ପାଓ୍ବାର ଷ୍ଟେଶନ ବାସ୍ତବ ରୂପ ନେବାକୁ ଯାଉଛି। ଆସନ୍ତା ପିଢ଼ି ଏହି ଉତ୍ସରୁ ସବୁଜ ଶକ୍ତି ପାଇପାରିବେ ବୋଲି ୟୁରୋପୀୟ ବୈଜ୍ଞାନିକମାନେ କହିଛନ୍ତି। ଦୁଇ ଉଦ୍‌ଯାନ(ହାଇଡ୍ରୋଜେନ) ପରମାଣୁକୁ ପରସ୍ପର ସହ ଫ୍ୟୁଜନ କରି ସର୍ବାଧିକ ପରିମାଣର ଶକ୍ତି ଉତ୍ପନ୍ନ କରିବାରେ ବ୍ରିଟେନସ୍ଥିତ ଜଏଣ୍ଟ ୟୁରୋପିଆନ ଟୋରସ୍‌ (ଜେଇଟି) ଲାବରେଟୋରି ନୂଆ ରେକର୍ଡ କରିଛି। ଏହି ପରୀକ୍ଷଣରେ ମାତ୍ର ୫ ସେକେଣ୍ଡରେ ୫୯ ମେଗାଜୁଲ୍‌ ଶକ୍ତି ଉତ୍ପନ୍ନ ହୋଇଥିଲା। ୧୯୯୭ରେ ଅନୁରୂପ ପରୀକ୍ଷଣରେ ସୃଷ୍ଟି ହୋଇଥିବା ଏନର୍ଜୀ ତୁଳନାରେ ଏହା ଦୁଇଗୁଣ ଅଧିକ। ଏହି ଏକ୍ସପେରିମେଣ୍ଟ ଠିକ୍‌ ଦିଗରେ ଯାଇଥିବା ପ୍ରୋଜେକ୍ଟ ମ୍ୟାନେଜର ଟୋନି ଡୋନ କହିଛନ୍ତି। ଯଦି ୫ ସେକେଣ୍ଡ ପର୍ଯ୍ୟନ୍ତ ନ୍ୟୁକ୍ଲିୟର ଫ୍ୟୁଜନକୁ ବଜାୟ ରଖାଯାଇପାରିଛି, ତେବେ ଭବିଷ୍ୟତରେ ଆହୁରି ଉନ୍ନତ ଟେକ୍ନୋଲୋଜିରେ ତାହା ୫ ମିନିଟ୍‌, ୫ ଘଣ୍ଟା ଏବଂ ଏହାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ମଧ୍ୟ ଜାରି ରଖାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଆଗାମୀ ଦିନରେ ନ୍ୟୁକ୍ଲିୟର ପାଓ୍ବାର ଷ୍ଟେଶନ ବସିପାରିବ ଏବଂ ସମଗ୍ର ବିଶ୍ୱ ପ୍ରଦୂଷଣ ମୁକ୍ତ ଶକ୍ତି ବା ଗ୍ରୀନ ଏନର୍ଜୀ ପାଇପାରିବେ।
ଲାବ୍‌ ମୁଖ୍ୟ ଡ. ଜୋ ମିଲ୍‌ନେସ୍‌ଙ୍କ କହିବା ଅନୁଯାୟୀ, ହାଇଡ୍ରୋଜେନ ପରମାଣୁ ଫ୍ୟୁଜନବେଳେ ମେଶିନ ମଧ୍ୟରେ ଏକ ମିନି ଷ୍ଟାର୍‌ ବା ଛୋଟ ତାରକା ସୃଷ୍ଟି କରାଯାଇପାରିଥିଲା। ଏଥିରୁ ୩ରୁ ୫ ସେକେଣ୍ଡ ପର୍ଯ୍ୟନ୍ତ ବହୁମାତ୍ରାରେ ଶକ୍ତି ଉତ୍ପନ୍ନ ହୋଇଛି। ଏହି ସଫଳତା ପରେ ନ୍ୟୁକ୍ଲିୟର ଶକ୍ତିକୁ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ରାସ୍ତା ଫିଟିଛିି। ଏହି ଶକ୍ତି ଦ୍ୱାରା ଗ୍ରୀନ୍‌ ହାଉସ ଇଫେକ୍ଟ ବା ସବୁଜ ଗୃହ ପ୍ରଭାବ କମିବ ଏବଂ ଅତି ଅଳ୍ପ ମାତ୍ରାରେ ରେଡିଓଆକ୍ଟିଭ୍‌ ବର୍ଜ୍ୟ ବାହାରିବ ଯାହା ଦୀର୍ଘସ୍ଥାୟୀ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି।

ନ୍ୟୁକ୍ଲିୟର ଫ୍ୟୁଜନ କ’ଣ

ଦୁଇ ପରମାଣୁ ପରସ୍ପର ସହ ମିଶିବା ପ୍ରକ୍ରିୟାକୁ ନ୍ୟୁକ୍ଲିୟର ଫ୍ୟୁଜନ କୁହାଯାଏ। ଏହି ପ୍ରକ୍ରିୟାରେ ବିପୁଳ ମାତ୍ରାରେ ଶକ୍ତି ଉତ୍ପନ୍ନ ହୋଇଥାଏ। ସୂର୍ଯ୍ୟ ଏବଂ ଅନ୍ୟ ତାରକା ଗୁଡ଼ିକ ନ୍ୟୁକ୍ଲିୟର ଫ୍ୟୁଜନ ଯୋଗୁ ଶକ୍ତି ପାଇଥାନ୍ତି। ସୂର୍ଯ୍ୟରେ ହାଇଡ୍ରୋଜେନ ପରମାଣୁ ପରସ୍ପର ସହ ମିଶି ହିଲିୟମରେ ପରିଣତ ହୋଇଥାନ୍ତି। ଅତ୍ୟଧିକ ମାଧ୍ୟାକର୍ଷଣ ଶକ୍ତି ଯୋଗୁ ୧୦ ମିଲିୟନ ସେଲ୍‌ସିୟସ୍‌ ତାପମାତ୍ରାରେ ସୂର୍ଯ୍ୟର କୋର୍‌ରେ ଏହି ପ୍ରକ୍ରିୟା ଘଟିଥାଏ। କିନ୍ତୁ ପୃଥିବୀରେ ନିମ୍ନ ଚାପରେ ୧୦୦ ମିଲିୟନ ଡିଗ୍ରୀ ସେଲ୍‌ସିୟସରୁ ଅଧିକ ତାପମାତ୍ରା ବଜାୟ ରଖିବା ଆବଶ୍ୟକ ପଡ଼ୁଥିବାରୁ ଏହି ପ୍ରକ୍ରିୟାରେ ଶକ୍ତି ଉତ୍ପନ୍ନ କରିବା ବେଶ୍‌ କଷ୍ଟକର। ଭବିଷ୍ୟତରେ ଆଣବିକ ଫ୍ୟୁଜନରୁ ସୃଷ୍ଟ ଶକ୍ତି ଦ୍ୱାରା ସୀମିତ ସମ୍ବଳର ବ୍ୟବହାର କମିବା ସହ ଶୂନ ଅଙ୍ଗାରକାମ୍ଳ ନିର୍ଗମନ ପରିବେଶ ପ୍ରଦୂଷଣକୁ ଯଥେଷ୍ଟ ରୋକିପାରିବ।

ଦୁଇ ଦଶନ୍ଧିର ପ୍ରୋଜେକ୍ଟ

 

ଦୀର୍ଘ ୨୦ ବର୍ଷ ହେଲା ନ୍ୟୁକ୍ଲିୟର ଫ୍ୟୁଜନ ପ୍ରୋଜେକ୍ଟ ଉପରେ କାମ ଜାରି ରହିଛି। ଏହି ଗବେଷଣାରେ ୟୁରୋ ଫ୍ୟୁଜନ କନ୍‌ସୋର୍ଟିୟମର ପ୍ରାୟ ୪,୮୦୦ ବୈଜ୍ଞାନିକ କାମ କରୁଛନ୍ତି। ଏଥିରେ ୟୁରୋପୀୟ ସଂଘ ସଦସ୍ୟ ଦେଶଗୁଡ଼ିକ ସମେତ ସୁଇଜରଲାଣ୍ଡ, ୟୁକ୍ରେନ ଆଦି ରାଷ୍ଟ୍ରର ଗବେଷକ ସାମିଲ ଅଛନ୍ତି। ଅକ୍ସଫୋର୍ଡରେ ସବୁଠାରୁ ବଡ଼ ଏବଂ ଶକ୍ତିଶାଳୀ ମେଶିନ୍‌ରେ ନ୍ୟୁକ୍ଲିୟର ଫ୍ୟୁଜନ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଏହି ପରୀକ୍ଷଣଗୁଡିକର ଫଳାଫଳ ଜେଇଟିର ପରବର୍ତ୍ତୀ ସଂସ୍କରଣ ଆଇଟିଇଆର୍‌ରେ ଫିଡ୍‌ କରାଯିବ। ଆଇଟିଇଆର୍‌ ଏକ ପ୍ରକାର ଉପକରଣ, ଯାହା ଫ୍ୟୁଜନ ପ୍ରକ୍ରିୟାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରଖିବ। ଏଥିରେ ଇଣ୍ଟିଗ୍ରେଟେଡ୍‌ ଟେକ୍ନୋଲୋଜି ଓ ମାଟେରିଆଲ ଟେଷ୍ଟ କରାଯିବ। ଫ୍ୟୁଜନ ପ୍ରକ୍ରିୟା ଦ୍ୱାରା ବ୍ୟବସାୟିକ ଭିତ୍ତିରେ ବିଦ୍ୟୁତ୍‌ ଉତ୍ପାଦନରେ ଆଇଟିଇଆର୍‌କୁ ବ୍ୟବହାର କରାଯିବ। ଫ୍ରାନ୍ସରେ ଆଇଟିଇଆର୍‌ ପ୍ରୋଜେକ୍ଟ ଆସିବାକୁ ଥିବାବେଳେ ଏଥିରେ ଚାଇନା, ୟୁରୋପୀୟ ସଂଘ, ଭାରତ, ଜାପାନ, କୋରିଆ, ରୁଷିଆ ଏବଂ ଆମେରିକା ସହଯୋଗୀ ରାଷ୍ଟ୍ର ଭାବେ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?