ଆଣବିକ ଭୟ ବଢ଼ୁଛି

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କହିଛନ୍ତି ଯେ, ବେଲାରୁୁଷ୍‌ରେ କୌଶଳଗତ ଆଣବିକ ଅସ୍ତ୍ରଶସ୍ତ୍ର ମୁତୟନ କରାଯିବ। ପୁଟିନ୍‌ଙ୍କର ଏଭଳି ଯୋଜନା ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତିରେ ଅଧିକ ଉତ୍ତେଜନା ସୃଷ୍ଟି କରିବା ସହ ଏହା ୟୁକ୍ରେନ୍‌କୁ ସାମରିକ ସହଯୋଗ କରୁଥିବା ନାଟୋକୁ ଚେତାବନୀ ଦେଇଛି। ଉଲ୍ଲେଖଯୋଗ୍ୟ ଯେ, ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିଥିଲା। ଏହି ଯୁଦ୍ଧକୁ ୧ ବର୍ଷ ଟପିଗଲାଣି ଓ ଏହାମଧ୍ୟରେ ପୁଟିନ୍‌ ବହୁବାର ଆଣବିକ ଆକ୍ରମଣର ସଙ୍କେତ ଦେଇସାରିଛନ୍ତି। ତେବେ ୨୬ ମାର୍ଚ୍ଚରେ ବେଲାରୁଷ୍‌ରେ ଆଣବିକ ଅସ୍ତ୍ର ମୁତୟନକୁ ନେଇ ପୁଟିନ୍‌ଙ୍କ ଘୋଷଣା ବିଶ୍ୱ ସମୁଦାୟକୁ ଚିନ୍ତାରେ ପକାଇଛି। ଆମେରିକା ତାହାର ଅଣୁଅସ୍ତ୍ର ବିଭିନ୍ନ ୟୁରୋପୀୟ ଦେଶରେ ଗଚ୍ଛିତ ରଖିଥିବାରୁ ରୁଷିଆ ତରଫରୁ ଏଭଳି ଘୋଷଣା କରାଯାଇଛି ବୋଲି ପୁଟିନ୍‌ କହିଛନ୍ତି। ବଡ଼କଥା ହେଉଛି, ଅଣୁଅସ୍ତ୍ର ନିୟନ୍ତ୍ରଣ କ୍ଷମତା ବେଲାରୁଷ୍‌ ନିକଟରେ ରହିବ ନାହିଁ ବୋଲି ପୁଟିନ୍‌ ପ୍ରକାଶ କରିଛନ୍ତି। ଏହା ସଷ୍ଟକରୁଛି ଯେ, ରୁଷିଆ ନିଜକୁ ଅସୁରକ୍ଷିତ ମନେକରୁଛି ଓ ଆଣବିକ ଯୁଦ୍ଧର ନିକଟତର ହେଉଛି। ଅନ୍ୟପକ୍ଷରେ ନାଟୋ ବଳରେ ଏଯାବତ ଯୁକ୍ରେନ୍‌ ଯୁଦ୍ଧ କରିଆସୁଛି ଓ ରୁଷିଆକୁ କଡ଼ା ଜବାବ ଦେଉଥିେଲେ ବି ବେଲାରୁଷ୍‌ରେ ଆଣବିକ ଅସ୍ତ୍ର ମୁତୟନ ଉପରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ପାଇଁ ଦାବି କରିଛନ୍ତି। ବେଲାରୁଷ୍‌ରେ ଆଣବିକ ଅସ୍ତ୍ର ରଖିବାର ନିଷ୍ପତ୍ତି ପଛର ପ୍ରମୁଖ କାରଣ ହୋଇପାରେ, ସେଗୁଡ଼ିକ ଭୌଗୋଳିକ ଦୃଷ୍ଟିରୁ ୟୁରୋପ ଉପରେ ଆକ୍ରମଣ ପାଇଁ ସହଜରେ ବ୍ୟବହାର ହୋଇପାରିବ। ୧୯୯୧ରେ ସୋଭିଏଟ୍‌ ସଂଘର ପତନ ପରେ ନୂତନ ଭାବେ ସ୍ବାଧୀନ ହୋଇଥିବା ରୁଷିଆ ସମେତ ବେଲାରୁଷ, ୟୁକ୍ରେନ୍‌ ଓ ଉଜ୍‌ବେକିସ୍ତାନରେ ଆଣବିକ ଅସ୍ତ୍ରଶସ୍ତ୍ର ଗଚ୍ଛିତ ଥିଲା। ପରେ ୧୯୯୨ରେ ଏହି ଦେଶଗୁଡ଼ିକ ମିଳିତ ଭାବେ ରୁଷିଆକୁ ସବୁ ଆଣବିକ ଅସ୍ତ୍ରଶସ୍ତ୍ର ଫେରାଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ ୧୯୯୬ରେ ଅସ୍ତ୍ରଶସ୍ତ୍ର ରୁଷିଆକୁ ଆସିବା ପ୍ରକ୍ରିୟା ଶେଷ ହୋଇଥିଲା।
ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ସ୍ଥିତି ବଦଳିବାରେ ଲାଗିଛି। ପ୍ରଥମେ ରୁଷିଆ ପ୍ରବଳ ଆକ୍ରମଣ କରି ଅନେକ ଅଞ୍ଚଳ ଦଖଲ କରିବା ପରେ ଯୁକ୍ରେନ୍‌ ନାଟୋ ସହଯୋଗରେ ରୁଷିଆ ସେନାକୁ ସାମ୍‌ନା କରି ସ୍ଥିତିରେ ପରିବର୍ତ୍ତନ ଆଣିଥିଲା। ପରେ ୟୁକ୍ରେନ୍‌ ରୁଷିଆଠାରୁ ଗୋଟିଏ ପରେ ଗୋଟିଏ ଅଞ୍ଚଳ ଛଡ଼ାଇ ନେବାରେ ସକ୍ଷମ ହେଲା। ଯୁଦ୍ଧରେ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ ୟୁକ୍ରେନ୍‌ ରୁଷିଆକୁ ପ୍ରତିହତ କରିପାରିଥିଲା। ପରେ ଇରାନଠାରୁ ଡ୍ରୋନ କିଣି ୟୁକ୍ରେନ୍‌ରେ ବ୍ୟବହାର କଲା ରୁଷିଆ।
ତେବେ ସମ୍ପ୍ରତି ନାଟୋ ପକ୍ଷରୁ ୟୁକ୍ରେନ୍‌ ସେନାକୁ ଅଧିକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବିଶେଷକରି ଲିଓପାର୍ଡ ଟ୍ୟାଙ୍କ ଯୋଗାଇ ଦେବା ପ୍ରତିଶ୍ରୁତି ରୁଷିଆକୁ ବ୍ୟତିବ୍ୟସ୍ତ କରିଛି। ୧୯୪୫ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ପର୍ଯ୍ୟାୟରେ ଆମେରିକା ତାହାର ଅଣୁବୋମା ଜାପାନ ଉପରେ ପକାଇଥିଲା। ହିରୋଶିମା ଓ ନାଗାସାକୀ ବିଭୀଷିକାକୁ ଆଜି ପର୍ଯ୍ୟନ୍ତ ପୃଥିବୀ ଭୁଲି ପାରିନାହିଁ। ଏବକା ପରିସ୍ଥିତିରେ ବିଶ୍ୱର ସବୁଠୁ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ରୁଷିଆ ବାରମ୍ବାର ଆଣବିକ ଅସ୍ତ୍ର ପ୍ରୟୋଗର ଧମକ ଦେବା ଓ ଏଥିପାଇଁ ର୍‌ ଯୋଜନାବଦ୍ଧ ଭାବେ ଆଗେଇବାରୁ ଜଣାପଡ଼େ ଯେ, ବିଶ୍ୱ ଆଉ ଏକ ଆଣବିକ ଯୁଦ୍ଧର ନିକଟତର ହୋଇଥାଇପାରେ। କିନ୍ତୁ ଏ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୟୁକ୍ରେନ୍‌ ଯୁଦ୍ଧ ସମ୍ପର୍କରେ ଚିନ୍ତା ଉପୁଜୁନାହିଁ। ଭାରତ ଭଳି ଦେଶ ରୁଷିଆକୁ ସମର୍ଥନ କରି ପ୍ରୋତ୍ସାହିତ କରୁଥିବାବେଳେ ଭବିଷ୍ୟତରେ ତାହା ଅନେକ ସମସ୍ୟା ସୃଷ୍ଟି କରିପାରେ। ଆଜିର ପୃଥିବୀରେ ଯେଉଁ ପ୍ରକାରର ବୈଦେଶିକ ନୀତି ପ୍ରଣୟନ ହେବା ଦରକାର, ତାହା ଭାରତ ଚିନ୍ତା କରୁନାହିଁ। ଅଣୁଅସ୍ତ୍ର ବ୍ୟବହାର କଲେ ରୁଷିଆର କ୍ଷତି ସୀମିତ ରହିବ ନାହିଁ। ତାହାର ଫଳାଫଳ ସମଗ୍ର ପୃଥିବୀକୁ ତଳିତଳାନ୍ତ କରିଦେବାର ସମ୍ଭାବନା ରଖିଛି। ସମ୍ଭବତଃ ସେଥିପାଇଁ ଚାଇନାର ଶି ଜିନପିଙ୍ଗ ନିକଟରେ ପୁଟିନ୍‌ଙ୍କୁ ଭେଟି ସମର୍ଥନ ଜଣାଇଛନ୍ତି। କିନ୍ତୁ ସେହି ସାକ୍ଷାତର ଫଳାଫଳ କେଉଁ ମୋଡ଼ ନେବ ତାହା ଆକଳନ କରିବା ଏବେ କଷ୍ଟକର।

ଏବକା ପରିସ୍ଥିତିରେ ବିଶ୍ୱର ସବୁଠୁ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ରୁଷିଆ ବାରମ୍ବାର ଆଣବିକ ଅସ୍ତ୍ର ପ୍ରୟୋଗର ଧମକ ଦେବା ଓ ଏଥିପାଇଁ ଯୋଜନାବଦ୍ଧ ଭାବେ ଆଗେଇବାରୁ ଜଣାପଡ଼େ ଯେ, ବିଶ୍ୱ ଆଉ ଏକ ଆଣବିକ ଯୁଦ୍ଧର ନିକଟତର ହୋଇଥାଇପାରେ। କିନ୍ତୁ ଏ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୟୁକ୍ରେନ୍‌ ଯୁଦ୍ଧ ସମ୍ପର୍କରେ ଚିନ୍ତା ଉପୁଜୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri