ପୃଥିବୀକୁ ଧ୍ୱଂସରୁ ସୁରକ୍ଷା ଦେବ ଆଣବିକ ବୋମା…

ଓ୍ବାଶିଂଟନ,୧୧।୧୦: ମହାକାଶରେ ଗ୍ରହାଣୁପିଣ୍ଡ ସହ ଧକ୍କା ହେବାରୁ ପୃଥିବୀକୁ ସୁରକ୍ଷା ଦେବା ଲାଗି ଆଣବିକ ବୋମ ହିଁ ସକ୍ଷମ ହୋଇପାରିବ। ଏନେଇ ବୈଜ୍ଞାନିକମାନେ ମତପୋଷଣ କରିଛନ୍ତି।

ଲକ୍ଷ ଲକ୍ଷ ବର୍ଷ ପୂର୍ବେ ସମାନ ସ୍ଥିତି ଯୋଗୁ ପୃଥିବୀରେ ପ୍ରଳୟ ହୋଇ ଡାଇନୋସରଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ଏବେ ଏହାର ମୁକାବିଲା କରିବା ପାଇଁ ଆଣବିକ ବୋମା ଏକ ବିକଳ୍ପ ହୋଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଆଣବିକ ବୋମା ବ୍ୟବହାର ସମେତ ଅନ୍ୟ ବିକଳ୍ପ ଉପରେ ମଧ୍ୟ ବିଚାର କରାଯାଉଛି। ବଡ଼ ଗ୍ରହାଣୁ ପିଣ୍ଡୁ ପୃଥିବୀ ରାସ୍ତାରୁ ହଟାଇବା ପାଇଁ ବହୁ ପରିମାଣର ଶକ୍ତି ଆବଶ୍ୟକ ହେବ। ଏପରିସ୍ଥଳେ ଆଣବିକ ବୋମା ଗ୍ରହାଣୁପିଣ୍ଡକୁ ଛୋଟ ଖଣ୍ଡରେ ପରିଣତ କରିବାକୁ ସକ୍ଷମ ହୋଇପାରିବ।

ନାସା ଚେତାବନୀ ଦେଇଛି ଯେ, ଯଦି ଗ୍ରହାଣୁପିଣ୍ଡ ପୃଥିବୀ ସହିତ ମୁହାଁମୁହିଁ ହୁଏ, ତେବେ ପ୍ରଚଣ୍ଡ ବିସ୍ଫୋରଣ ହେବା ସହିତ ପୃଥିବୀ ଧ୍ୱଂସ ପାଇବାର ଆଶଙ୍କା ରହିଛି। ଏନେଇ ତଥ୍ୟ ଆକ୍ଟା ଜ୍ୟୋର୍ତିବିଜ୍ଞାନ ପତ୍ରିକାରେ ପ୍ରକାଶିତ ହୋଇଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଗ୍ରହାଣୁପିଣ୍ଡ ବେନୁ ପୃଥିବୀ ସହିତ ଧକ୍ମା ହେବାର ଆଶଙ୍କା ଅଧିକ ରହିଛି। ୨୩୦୦ ବର୍ଷ ସୁଦ୍ଧା ଏହା ପୃଥିବୀ ସହ ଧକ୍କା ହେବାର କେତେ ଆଶଙ୍କା ରହିଛି ସେ ନେଇ ଅଧ୍ୟୟନ ଜାରି ରହିଛି । ତେବେ ଧକ୍କା ସ୍ଥିତି ଉପୁଜିଲେ ଆଣବିକ ବୋମା ଦ୍ୱାରା ବେନୁ ଗ୍ରହାଣୁପିଣ୍ଡକୁ ଧ୍ୱଂସ କରି ଦିଆଯିବ ବୋଲି ମହାକାଶ ବିଜ୍ଞାନୀ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ନିଶା : ସାପ ପରେ ଏବେ ଡ୍ରାଗନ୍‌ ହେବା ଲକ୍ଷ୍ୟ, ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ସରୀସୃପ ପାଲଟିବେ ଏହି ବ୍ୟକ୍ତି

ଭଗବାନଙ୍କ ସୃଷ୍ଟିରେ ମଣିଷ ଶ୍ରେଷ୍ଠ ଜୀବ। ସୁନ୍ଦର ଦେଖାଯିବା ପାଇଁ ପ୍ରତ୍ୟେକ ମଣିଷ ଚାହିଁଥାନ୍ତି। ଖାସ୍‌କରି କିଛି ଲୋକ ବିୟୁଟିସିଆନ୍‌ଙ୍କ ପାଖକୁ ମଧ୍ୟ ଯାଇଥାନ୍ତି। ହେଲେ...

କରୋନା ଟିକା ପାଇଁ ମୋଦିଙ୍କୁ ପତ୍ର ଲେଖିଲେ ବ୍ରାଜିଲ ରାଷ୍ଟ୍ରପତି

ବ୍ରାସିଲିୟା,୯ ।୧: ଭାରତରେ ପ୍ରସ୍ତୁତ ସ୍ୱଦେଶୀ କରୋନା ଭ୍ୟାକ୍ସିନକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଯିବା ପରେ ଏବେ ଖୁବଶୀଘ୍ର କରୋନା ଟିକାକରଣ ଆରମ୍ଭ...

ମହିଳାଙ୍କ ବିକାଶରେ ପୃଥିବୀର ବିକାଶ

ପାରିବାରିକ ଜୀବନରେ ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହିପରି ସମାଜ ତଥା ଦେଶ ଏବଂ ସର୍ବୋପରି ପୃଥିବୀର ସାମଗ୍ରିକ ବିକାଶରେ ମହିଳାଙ୍କର ଭୂମିକା ଅପରିହାର୍ଯ୍ୟ ହୋଇଥାଏ।...

ଜଗ୍ଗି ବାସୁଦେବରୁ ସଦ୍‌ଗୁରୁ: ଜାଣନ୍ତୁ ଆଧ୍ୟାତ୍ମ୍ୟ ପଥରେ ଯାତ୍ରା କରୁଥିବା ଏହି …

ଯୋଗ ଏବଂ ଧ୍ୟାନର ପ୍ରଚାରକ ହେଲେ ଜଗ୍ଗି ବାସୁଦେବ ଓରଫ ସଦ୍‌ଗୁରୁ। ସେ ଇଶା ଫାଉଣ୍ଡେଶନର ସଂସ୍ଥାପକ ମଧ୍ୟ। ଏହି ଅନୁଷ୍ଠାନ ସାମାଜିକ କଲ୍ୟାଣ ଦିଗରେ...

ତହସିଲଦାର ମାଗିଲେ ୨୫ହଜାର ଟଙ୍କା ଲାଞ୍ଚ : ନିଜ ମଇଁଷିକୁ କାର୍‌ରେ ବାନ୍ଧିଲେ ଚାଷୀ

ଭୋପାଲ: ପ୍ରତିଦିନ ଦେଶର କୋଣାନୁକୋଣରୁ ଭ୍ରଷ୍ଟାଚାରର ଅଭିଯୋଗ ସାମ୍ନାକୁ ଆସୁଛି। ଏହି କ୍ରମରେ ମଧ୍ୟପ୍ରଦେଶର ବିଦିଶାସ୍ଥିତ ସିରୋଜ ଅଞ୍ଚଳରୁ ଚକିତ କରିଦେବା ଭଳି ଏକ ଖବର...

ମଙ୍ଗଳରେ ଉଡ଼ିଲା ହେଲିକପ୍ଟର

ପୃଥିବୀ ବାହାରେ କୌଣସି ଦ୍ୱିତୀୟ ଗ୍ରହରେ ହେଲିକପ୍ଟର ଉଡ଼ାଇବାରେ ସଫଳ ହୋଇଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ସୋମବାର ମଙ୍ଗଳ ମାଟିରେ ଇନ୍‌ଜେନ୍ୟୁଟି ମାର୍ସ...

ଏମିତି ଗାଁ, ଯେଉଁଠି ବିବାହ ପରେ ଶାଶୁଘର ଯାଏନି ଝିଅ ବରଂ ଜ୍ୱାଇଁ ଆସି ରହିଥାନ୍ତି ଶ୍ୱଶୁର ଘରେ

ସାଧାରଣତଃ ଝିଅମାନେ ବିବାହ ପରେ ଶାଶୁଘର ଚାଲିଯାଆନ୍ତି। ସେଠାରେ ଜୀବନର ବାକି ଜୀବନ କଟାଇବାକୁ। ମାତ୍ର ଆମ ଦେଶରେ ଏମିତି ଏକ ଗାଁ ଅଛି, ଯେଉଁଠି...

ଜାଣନ୍ତି ଅପରେଶନ ସମୟରେ ଡାକ୍ତରମାନେ କାହିଁକି ପିନ୍ଧିଥାନ୍ତି ସବୁଜ କିମ୍ବା ନୀଳ ରଙ୍ଗର ପୋଷାକ

ହସ୍ପିଟାଲରେ ଡାକ୍ତରମାନେ ଅପରେଶନ କରିବା ସମୟରେ ସବୁଜ କିମ୍ବା ନୀଳ ରଙ୍ଗର ପୋଷାକ ପିନ୍ଧୁଥିବା ନିଶ୍ଚିତ ଦେଖିଥିବେ। କେବେ ମନକୁ ପ୍ରଶ୍ନ ଆସିଛି କି ଏତେ...

Advertisement
Archives

Model This Week