ପୁଟିନ୍‌ଙ୍କୁ ରୋକିବା ଲାଗି ଆଣବିକ ବୋମା ଆବଶ୍ୟକ, ୟୁକ୍ରେନ୍‌ ପ୍ରସ୍ତୁତି କରିବା ଜରୁରୀ…

ଲଣ୍ଡନ, ୨।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ଶେଷ ହେବାର କୌଣସି ସମ୍ଭାବନା ମଧ୍ୟ ନାହିଁ। କିନ୍ତୁ ଜଣେ ଯୁଦ୍ଧ ବିଶେଷଜ୍ଞ କହିଛନ୍ତି ଯେ ଏହି ଯୁଦ୍ଧକୁ ରୋକିବା ପାଇଁ ୟୁକ୍ରେନ୍‌କୁ ନିଜର ଆଣବିକ ଅସ୍ତ୍ର ବିକଶିତ କରିବା ଉଚିତ। ଲଫବୋରୋ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଭ୍ଲାଡିମିର ଜେଲେନସ୍କି ଆଣବିକ ଅସ୍ତ୍ରଶସ୍ତ୍ର ତିଆରି କରିବା ଉଚିତ କିମ୍ବା ଅନ୍ୟ ଦେଶରୁ ଏହାକୁ କିଣିବା ଜରୁରୀ।

କେବଳ ଆଣବିକ ବୋମା ହିଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ଯୁଦ୍ଧ ଖୋର ମନୋଭାବକୁ ରୋକିବାକୁ ସକ୍ଷମ ହେବ।
ୟୁକ୍ରେନରେ ହୋଇଥିବା ଯୁଦ୍ଧ ଯୋଗୁଁ ହଜାର ହଜାର ଲୋକ ଓ ସୈନିକଙ୍କ ମୃତ୍ୟୁ ଘଟିଛି। ଏଥିସହ ୭୦ ଲକ୍ଷ ୟୁକ୍ରେନବାସୀ ଭିଟାମାଟି ଛାଡ଼ି ଅନ୍ୟ ଦେଶରେ ଶରଣ ନେଇଛନ୍ତି। ୟୁକ୍ରେନ ସରକାରୀ ଅଧିକାରୀମାନେ ଆକଳନ କରିଛନ୍ତି ଯେ ୨୨୩,୦୦୦ ଶିଶୁଙ୍କ ସମେତ ୧୩ ଲକ୍ଷ ଲୋକଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ରୁଷିଆକୁ ପଠାଯାଇଛି।

ଲଫବୋରୋ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ଇତିହାସର ଅଧ୍ୟାପକ ଡକ୍ଟର ପଲ ମାଡ୍ରେଲ କହିଛନ୍ତିି ଯେ ୟୁକ୍ରେନକୁ ଭାଙ୍ଗିବା, ସାମରିକକୁ ଦୁର୍ବଳ କରିବା ଏବଂ ନାଟୋର ବିସ୍ତାରକୁ ରୋକିବା ପାଇଁ ଭ୍ଲାଦିମିର ପୁଟିନଙ୍କ ଲକ୍ଷ୍ୟ। ସେ କହିଛନ୍ତି ଯେ ପୁଟିନଙ୍କ ପଦକ୍ଷେପକୁ ରୋକିବା ପାଇଁ ୟୁକ୍ରେନ ନିକଟରେ ଆଣବିକ ବୋମା ରହିବା ସର୍ବୋତ୍ତମ ଉପାୟ ହୋଇପାରେ। ସେ କହିଛନ୍ତି ମୁଁ ଯଦି ୟୁକ୍ରେନର ରାଷ୍ଟ୍ରପତି ହୋଇ ଥାଆନ୍ତି, ତେବେ ମୁଁ ଆଣବିକ ଅସ୍ତ୍ର ବିକଶିତ କରିବାକୁ ଗୁରୁତ୍ୱ ପ୍ରଦାନ କରିଥାନ୍ତି। ପୁଟିନଙ୍କୁ ରୋକିବା ପାଇଁ କେବଳ ଆଣବିକ ବୋମା ଆବଶ୍ୟକ ବୋଲି ସେ କହିଛନ୍ତି।

ମାଡ୍ରେଲ କହିଛନ୍ତି, ସୋଭିଏତ ସଂଘଠାରୁ ଅଲଗା ହେବା ପରେ, ୟୁକ୍ରେନ ପାଖରେ ଆଣବିକ ଅସ୍ତ୍ର ଥିଲା । ମାତ୍ର ପରେ ୟୁକ୍ରେନ ଏହି ବୋମାଗୁଡ଼ିକୁ ଫେରାଇ ଦେଇଥିଲା। କିନ୍ତୁ ଯଦି ୟୁକ୍ରେନ ଏସବୁକୁ ରୁଷିଆକୁ ଫେରାଇ ନଥାନ୍ତା, ତେବେ ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରି ନଥାନ୍ତେ। ମାଡ୍ରେଲ କହିଛନ୍ତି ଯେ ଯଦି ଜେଲେନସ୍କି ନାଟୋରେ ଯୋଗ ଦେଇପାରୁନାହାଁନ୍ତି, ତେବେ ସେ ଧ୍ୟାନ ଦେବା ଉଚିତ ଯେ ତାଙ୍କ ପାଇଁ ଏକମାତ୍ର ଉପାୟ ହେଉଛି ଆଣବିକ ଅସ୍ତ୍ର ବିକଶିତ କରିବା।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ବଡ଼ ଅଘଟଣ:  ସ୍କୁଲ ବସ୍‌ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଜଣେ ଛାତ୍ର ମୃତ, ୪ ଗୁରୁତର…

ମୁମ୍ବାଇ,୩୦।୬: ମୁମ୍ବାଇରେ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ମଧ୍ୟାହ୍ନରେ ଚେମ୍ବୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚେମ୍ବୁରର ରୋଡ ନମ୍ବର…

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

ଭିମସାର କର୍ମଚାରୀଙ୍କ ଅଚଳାଚଳ ସମ୍ପତ୍ତି ଠାବ:୧୦ ମୂଲ୍ୟବାନ ପ୍ଲଟ ସହ ବିପୁଳ ଟଙ୍କା

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ…

ସଂସଦର ସବୁଠାରୁ ଧନୀ ଏମ୍ପି କିଏ? ଜାଣନ୍ତୁ କେଉଁ ଦଳ ସବୁଠାରୁ ଅଧିକ ମାଲାମାଲ୍!

ନୂଆଦିଲ୍ଲୀ,୩୦।୬: ଦେଶର ସଂସଦରେ ରାଜନୀତି ସହିତ ସମ୍ପତ୍ତିର ପରିମାଣ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୋଟିଏ ପଟେ ଲୋକ ସଭାରେ କୋଟିପତି ଏମ୍ପିଙ୍କ ସଂଖ୍ୟା କ୍ରମାଗତ…

ଇପିଏଫ କି ପେନସନ ନାହିଁ: ୪୧ ବର୍ଷ ସରକାରୀ ସେବାପରେ ବିନା ସୁବିଧାରେ ଅବସର ନେଲେ ତ୍ରିନାଥ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ପିଅନ ତ୍ରିନାଥ ପ୍ରଧାନ ମଙ୍ଗଳବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଏନେଇ…

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri