ନୂଆପଡ଼ା ଉପନିର୍ବାଚନ: ମହିଳା ମତଦାତାଙ୍କ ଉପରେ ୩ ଦଳର ନଜର

ନୂଆପଡ଼ା,୩୦ା୧୦ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପାଖେଇ ଆସୁଥିବାବେଳେ ତିନି ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ପ୍ରଚାରକୁ ଜୋରଦାର କରିଦେଲେଣି। ଏବେ ଏଠାରେ ମନ୍ତ୍ରୀ, ବିଧାୟକ, ଏମ୍‌ପି ଓ ବିଭିନ୍ନ ଦଳର ହେଭିୱେଟ ନେତା ଡେରା ପକାଇ ପ୍ରଚାରରେ ଲାଗି ପଡିଛନ୍ତି। ଚଳିତ ଉପନିର୍ବାଚନରେ ୩୫୮ଟି ବୁଥ୍‌ରେ ସମୁଦାୟ ୨ଲକ୍ଷ ୫୩ ହଜାର ୬୪୪ ଜଣ ମତଦାତା ମତ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୧ଲକ୍ଷ ୨୪ ହଜାର ୧୦୮ ଜଣ ପୁରୁଷ, ୧ଲକ୍ଷ ୨୯ ହଜାର ୪୯୫ ଜଣ ମହିଳା ଓ ୨୧ ଜଣ ତୃତୀୟଲିଙ୍ଗୀ ମତଦାତା ଅଛନ୍ତି। ନୂଆପଡ଼ା ଏନ୍‌ଏସିରେ ୧୩ ହଜାର ୮୨୮ ଜଣ ମତଦାତାଙ୍କ ମଧ୍ୟରୁ ୬ ହଜାର ୭୦୩ ଜଣ ପୁରୁଷ ଓ ୭ ହଜାର ୧୨୪ ଜଣ ମହିଳା ଭୋଟର ଅଛନ୍ତି। ଏଠାରେ ଜଣେ ତୃତୀୟଲିଙ୍ଗୀ ମତଦାତା ଅଛନ୍ତି। ସେହିପରି ଖରିଆର ରୋଡ ଏନ୍‌ଏସିରେ ୭ ହଜାର ୩୮୩ ଜଣ ପୁରୁଷ, ୮ ହଜାର ୩ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ନୂଆପଡ଼ା ବ୍ଲକରେ ୩୧ ପଞ୍ଚାୟତ ଓ ୩ ଜିଲା ପରିଷଦ ଜୋନ ରହିଥିବା ବେଳେ ୫୩ ହଜାର ୫୧୮ ଜଣ ପୁରୁଷ, ୫୫ ହଜାର ୩୮୮ ଜଣ ମହିଳା ଓ ୧୩ ଜଣ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି। ସେହିପରି କୋମନା ବ୍ଲକରେ ୩୨ ଗ୍ରାମ ପଞ୍ଚାୟତ, ୩ ଜିଲା ପରିଷଦ ଜୋନ ରହିଥିବା ବେଳେ ୫୬ ହଜାର ୫୦୪ ଜଣ ପୁରୁଷ, ୫୮ ହଜାର ୯୮୦ ଜଣ ମହିଳା ଓ ୬ ଜଣ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି। ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବ୍ଲକ ଓ ଏନ୍‌ଏସି ସବୁଠି ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷ ଭୋଟରଙ୍କଠୁ ଅଧିକ ଅଛନ୍ତି। ତେଣୁ ଚଳିତ ଉପନିର୍ବାଚନରେ ମହିଳା ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଆକଳନ କରାଯାଉଛି। ମହିଳା ଭୋଟରଙ୍କୁ ଆକୃଷ୍ଟ କରି ନିଜ ସପକ୍ଷକୁ ଆଣିବା ପାଇଁ ତିନି ପ୍ରମୁଖ ଦଳ ଜୋରଦାର ପ୍ରୟାସ କରୁଛନ୍ତି। ତିନିପ୍ରମୁଖ ଦଳ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ମହିଳା ସମାବେଶ କରାଯାଉଛି। ଭାଜପା ସୁଭଦ୍ରା ଯୋଜନା ଉପରେ ଫୋକସ କରୁଥିବା ବେଳେ ବିଜେଡ଼ି ସରକାରରେ ଥିବା ସମୟରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ମିଶନ ଶକ୍ତି ଗଠନ କରି ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରିଥିବା କହି ପ୍ରଚାର କରୁଛି। ଏହା ସହିତ ବିଜେଡି ମହିଳା ଭୋଟରଙ୍କୁ ହାତେଇବା ପାଇଁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି। ସେହିପରି କଂଗ୍ରେସ ମହିଳାଙ୍କୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିବା କହି ପ୍ରଚାର ଚଳାଇଛି।

Dharitri – Odisha’s No.1 Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?