ନୂଆପଡ଼ା ଉପ ନିର୍ବାଚନ : କୌଣସି ଜାତିର ନୁହେଁ,ବିକାଶର କାର୍ଡ ଖେଳୁଛୁ…

ନୂଆପଡ଼ା,୨୯ା୧୦ (ମକାରୁ ବେମାଲ): ୨୦୨୪ ନିର୍ବାଚନୀ ଇସ୍ତାହାରରେ ଯାହା କହିଥିଲୁ ଗୋଟି ଗୋଟି କରି ୫୦ ପ୍ରତିଶତ ପୂରଣ କରିସାରିଲୁଣି। ଆମର ଶାସନ କାଳ ଭିତରେ ବାକି ଯାହା ରହିଛି ତାହା ପୂରଣ କରି ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବୁ। ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତ ସମୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୧୪ ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇ ସାରିଛନ୍ତି ବୋଲି ନୂଆପଡ଼ା ଜିଲା ଖରିଆର ରୋଡ୍‌ ଗୁଜରାଟୀ ଭବନଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଯୋଗଦେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏହା କହିଛନ୍ତି। ସେ ଆହୁରି କହିଥିଲେ, ରାଜ୍ୟରେ ଭାଜପା ସରକାରକୁ ମାତ୍ର ୧୬ ମାସ ହୋଇଛି। ୨୪ ବର୍ଷ ଶାସନ କରିଥିବା ସରକାର ଯାହା କରିପାରି ନ ଥିଲା ୧୬ ମାସର ସରକାର ତାହା କରି ଦେଖାଇଛି। ପୂର୍ବରୁ ଧାନ କୁଇଣ୍ଟାଲ ୧୩ ଶହ ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୩୧ ଶହ ଟଙ୍କାରେ ପହଞ୍ଚତ୍ଛି। ସେହିପରି ଛାତ୍ରବୃତ୍ତି, ସୁଭଦ୍ରା ଯୋଜନା, ପ୍ରଧାନ୍ତ୍ରମନ୍ତ୍ରୀ ଆବାସ ଗୃହ ଯୋଜନା, ଅନ୍ତ୍ୟୋଦୟ ଯୋଜନା, ଆୟୁଷ୍ମାନ ଭଳି ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି। ଆମେ ଆଗରୁ କହିଥିଲୁ ଏବେ ମଧ୍ୟ କହୁଛୁ, ନୂଆପଡ଼ାର ବିକାଶ ହେଲେ ରାଜ୍ୟ ବିକାଶ ହେବ। ଆମେ କୌଣସି ଜାତିର ନୁହେଁ, ବିକାଶର କାର୍ଡ ଖେଳୁଛୁ। ନିର୍ବାଚନ ସମସ୍ତ ସମାଜକୁ ନେଇ ଲଢାଯାଏ, କୌଣସି ଜାତିକୁ ନେଇ ନୁହେଁ। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବହୁମତରେ ବିଜୟୀ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ ସିଂଦେଓ କହିଥିଲେ। ସେହିପରି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, କେନ୍ଦ୍ର ସରକାରଙ୍କ ସୁଶାସନ ଯୋଗୁ ୨୦୨୪ରେ ରାଜ୍ୟରେ ସରକାର ଗଠନ କରିପାରିଛୁ। ରାଜ୍ୟ ମଧ୍ୟ ବିକାଶପଥରେ ଆଗେଇ ଚାଲିଛି। ପୂର୍ବତନ ବିଧାୟକ ସ୍ବର୍ଗତ ଢୋଲକିଆ ନୂଆପଡା ନିର୍ବାଚନମଣ୍ଡଳୀରେ ୪ଥର ବିଧାୟକ ହୋଇ ବିକାଶ ପଥରେ ଆଗେଇ ନେଉଥିଲେ। ତାଙ୍କ ଅଧୁରା ସ୍ବପ୍ନ ପୂରଣ କରିବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେଇଛନ୍ତି। ନୂଆପଡାରେ ମେଡିକାଲ କଲେଜ ପାଇଁ କେନ୍ଦ୍ରରୁ ଅନୁମୋଦନ ହୋଇସାରିଛି। ନିର୍ବାଚନ ସରିଲେ ଉଦ୍‌ଘାଟନ ହେବ। ନୂଆପଡା ଜିଲାରେ ଦାଦନ ଏକ ବଡ ସମସ୍ୟା। ଏହାକୁ କିପରି ରୋକାଯାଇପାରିବ ତା’ର ମଧ୍ୟ ବିକଳ୍ପ ବ୍ୟବସ୍ଥା କରିସାରିଛୁ ବୋଲି ମନମୋହନ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ସଭାପତି କମଲେଶ ଦୀକ୍ଷିତ, ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚତ୍ ନାରାୟଣ ତ୍ରିପାଠୀ, ଭାଜପା ମୁଖପାତ୍ର ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri