ଆଜି ନୂଆଁଖାଇ: ମା’ଙ୍କ ପାଖରେ ଲାଗିହେଲା ନବାନ୍ନ

ସମ୍ବଲପୁର ଅଫିସ,୧୧।୯: ପଶ୍ଚିମ ଓଡ଼ଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଉତ୍ସାହ ଉଦ୍ଦୀପନାରେ ପାଳନ ହୋଇଛି। ଲଗ୍ନ ଅନୁସାରେ ଆଜି ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଘରେଘରେ ଏହି ଉତ୍ସବ ପାଳନ କରାଯାଇଛି। କରୋନା କଟକଣା ଲାଗି ନୃତ୍ୟ ଗୀତର ଆସର ଓ ଭେଟଘାଟ ଅନୁମତି ନଥିବାରୁ ସାମାନ୍ୟ ଫିକା ପଡ଼ିଛି ନୂଆଁଖାଇ। ଏହି ଦିନ ଚାଷୀ ତାର ପ୍ରଥମ ଅନ୍ନକୁ ନିଜର ଇଷ୍ଟଦେବୀଙ୍କ ଠାରେ ଲାଗି କରାଇ ବର୍ଷଯାକ ଭଲ ଫସଲ ପାଇଁ ମା’ଙ୍କଠାରୁ ଆଶିଷ ଭିକ୍ଷା କରେ ।
ପରମ୍ପରା ଅନୁଯାୟୀ, ସମ୍ବଲପୁର ଇଷ୍ଟଦେବୀ ମା’ ସମଲେଇଙ୍କ ମନ୍ଦିର ଶନିବାର ଭୋର ୪ଟାରୁ ଖୋଲା ଯାଇଥିଲା। ମା’ଙ୍କୁ ସ୍ନାନ ପରେ ନୂଆବସ୍ତ୍ର ପରିଧାନ କରାଯାଇ ଗୁପ୍ତପୂଜା କରାଯାଇଥିଲା । ତେବେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସକାଳ ୧୦ଟା ୧୫ରୁ ୧୦ଟା ୨୫ମଧ୍ୟରେ ନବାନ୍ନ ଲାଗି କରାଯାଇଛି । ତେବେ ଚଳିତ ବର୍ଷ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ଜିଲା ପ୍ରଶାସନର ଅନୁମତି କ୍ରମେ ଶ୍ରଦ୍ଧାଳୁ ୧୨ଟା ୩୦ରୁ ୫.୩୦ ଯାଏ ମା’ଙ୍କ ଦର୍ଶନ କରି ପାରିବେ। ତେବେ ମା’ଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ଘରର ମୁରବୀ ଓ ଅନ୍ୟମାନେ ମିଶିି ପ୍ରସାଦ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,୫।୮(ବ୍ୟୁରୋ): କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ଦୀର୍ଘଦିନ ଧରି ବନ୍ଦ ଥିବା ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଆସନ୍ତା ୯ ତାରିଖରୁ ଖୋଲିବ। ରାଜ୍ୟରେ ସଂକ୍ରମଣ କମିଥିବାରୁ ବୈଷୟିକ...

ମୃତ ଖବରଦାତାଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୩ଜଣ ମୃତ କର୍ମଜୀବୀ ଖବରଦାତାଙ୍କ ପରିବାରକୁ ସାମ୍ବାଦିକ କଲ୍ୟାଣ...

କୂଅରୁ ମିଳିଲା ଯୁବତୀଙ୍କ ମୃତଦେହ, ଯୁବକ ଅଟକ

ସୋରଡା,୧।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବଡଗଡ ଥାନା ସୋରଡା ଆସିକା ଜାତୀୟ ରାଜପଥ ଖରିଗୁମା ଗାଁ ନିକଟ ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବତୀଙ୍କ ମୃତଦେହ ଜବତ...

ବାଙ୍କୀ ଡବଲ ମର୍ଡର ଘଟଣା: ଆଜି ବାଙ୍କୀ ନିର୍ବାଚନମଣ୍ଡଳୀ ବନ୍ଦ କରିବ କଂଗ୍ରେସ

ବାରଙ୍ଗ,୨୯।୨ (ଡି.ଏନ.ଏ): ବାଙ୍କୀରେ ହୋଇଥିବା ଡବଲମର୍ଡର ଘଟଣାରେ ପୋଲିସ କେତେଜଣଙ୍କୁ ଗିରଫ କରିଥିବାବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚାହୁଁ ନାହିଁ। ରାଜନୈତିକ କାରଣ...

କ୍ରାନ୍ତି ଦିବସରେ କଂଗ୍ରେସ ଛାଡ଼ିଲେ ୩୦ ନେତା

ଭୁବନେଶ୍ୱର,୯।୮(ବ୍ୟୁରୋ): କ୍ରାନ୍ତି ଦିବସରେ ୩୦ରୁ ଅଧିକ ନେତା କଂଗ୍ରେସ ଛାଡ଼ିଛନ୍ତି। ପୂର୍ବତନ ଏମ୍‌ପି ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା, ପିସିସିର ପୂର୍ବତନ ସମ୍ପାଦକ...

ବଜ୍ରକାପ୍ତା ଉଦ୍ଧାର, ୨ଅଭିଯୁକ୍ତ ଗିରଫ

ଖୁଣ୍ଟୁଣୀ,୨୧ା୫(ଡି.ଏନ୍‌.ଏ.): ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ଖୁଣ୍ଟୁଣୀ ବନ ବିଭାଗ ୨ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲା...

ଘର ଶୁଭ ଦେବା ପୂର୍ବରୁ ଗୃହକର୍ତ୍ତାଙ୍କ ଆତ୍ମହତ୍ୟା

ବାହାନଗା,୧୫।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତର ୬ ନମ୍ବର ୱାର୍ଡ ପାଳସାହିର ସତ୍ୟବାନ ପାଳ(୫୫) ରବିବାର ରାତିରେ ଘରଠାରୁ ଅଧକିଲୋମିଟର ଦୂର ବାଲିପଦା...

କୃଷି ଆଇନ ବିରୋଧରେ କଂଗ୍ରେସର ଟ୍ରାକ୍ଟର ରାଲି

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): କେନ୍ଦ୍ରର କୃଷି ଆଇନକୁ ପଞ୍ଜାବ ଏବଂ ହରିୟାଣାରେ ଜୋରଦାର ବିରୋଧରେ ପରେ ଓଡିଶାରେ ମଧ୍ୟ କଂଗ୍ରେସ ସମାନ ପନ୍ଥା ଆପଣାଇଛି। ଏହାକୁ ବିରୋଧ...

Advertisement
Archives

Model This Week