ରାତି ପାହିଲେ ପଶ୍ଚିମ ଓଡ଼ିଶାର ନୂଆଁଖାଇ ତିହାର

ସମ୍ବଲପୁର,୧୦ା୯ (ବ୍ୟୁରୋ): ପଶ୍ଚିମ ଓଡ଼ିଶାର ନୂଆଁଖାଇ ତିହାର । ପୁରପଲ୍ଲୀ ସବୁଠି ଉତ୍ସବମୁଖର। ରାତି ପାହିଲେ ଇଷ୍ଟଦେବୀ ସମଲେଇଙ୍କଠାରେ ଧାର୍ଯ୍ୟ ଲଗ୍ନ ଅନୁସାରେ ଲାଗିହେବ ନବାନ୍ନ। ପରେ ପଶ୍ଚିମ ଓଡ଼ିଶାବାସୀ ଘରେ ଘରେ ନୂଆଁ ଖାଇବେ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ରୀତିନୀତି ଅନୁସାରେ ପାଳନ କରାଯିବ। ପରମ୍ପରା ଅନୁସାରେ ନୂଆଁ ଖାଇବା ପରେ ଜୁହାରଭେଟ ହେବ। ଛୋଟ ପିଲାମାନେ ଗରୁଜନମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି।

ଚଳିତବର୍ଷ କୋଭିଡ୍‌ କଟକଣା ଯୋଗୁ କେବଳ ପରମ୍ପରା ରକ୍ଷା କରି ପାଳନ କରାଯିବ। ବିଭିନ୍ନ ସ୍ଥାନରେ ଭେଟଘାଟ କାର୍ଯ୍ୟକ୍ରମ ହେବ ନାହିଁ। ନୂଆଁଖାଇ ଉପଲକ୍ଷେ ମାଁ ସମଲେଙ୍କ ସମେତ ପାର୍ଶ୍ୱ ଦେବଦେବୀଙ୍କ ସିନ୍ଦୂର ନୀତି ସମ୍ପନ୍ନ ହୋଇଛି। ସକାଳ ୮ଟାରେ ୧୧୫ ଦେବଦେବୀଙ୍କୁ ସ୍ନାନ କରାଯାଇଛି। ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ ସିନ୍ଦୂର ଓ ଜଡାତେଲ ମିଶ୍ରଣ କରି ସିନ୍ଦୂର ପ୍ରସ୍ତୁତ କରିଥିଲେ। ପ୍ରଥମେ ଶୀତଳା ଦେବୀଙ୍କୁ ପୂଜକମାନେ ସିନ୍ଦୂର ଅର୍ପଣ କରିଥିଲେ। ଘଣ୍ଟ, ଶଙ୍ଖ, ହରିବୋଲ ହୁଳହୁଳିରେ ଉଛୁଳି ପଡିଥିଲା ମନ୍ଦିର ଅଞ୍ଚଳ। କ୍ରମାନ୍ବୟରେ ଦେବଦେବୀଙ୍କୁ ସିନ୍ଦୂର ଅର୍ପଣ କରି ପ୍ରଣିପାତ କରାଯାଇଥିଲା। ସିନ୍ଦୂର ଅର୍ପଣ ସହ ସମଲେଇଙ୍କ ଆଭୁଷଣ ପ୍ରସ୍ତୁତ କରାଯାଇଛି। ସନ୍ଧ୍ୟା ୬ଟାରେ ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ଘରେ ଦେବୀଙ୍କ ପ୍ରିୟ ସାରୁପତ୍ର ପହଞ୍ଚିଛି। ସାରୁ ପତ୍ରରେ ଶାଗ ପ୍ରସ୍ତୁତ କରି ସମଲେଇଙ୍କୁ ଅର୍ପଣ କରିବା ବିଧି ରହିଛି। ଏତଦ୍‌ବ୍ୟତୀତ ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ବୌଦ୍ଧ ଜିଲାର ଭୈରବୀ, ନୂଆଁପଡାର ଟାନ୍‌ୱାଟ୍‌ କଣା ଭଇଁରା, ବରଗଡ଼ ଓ ଝାରସୁଗୁଡ଼ାର ସମଲେଇ, ସୁନ୍ଦରଗଡ ଜିଲାର ସମଲେଇ ଓ ଶିଖରବାସିନୀ, ବଲାଙ୍ଗୀରର ଇଷ୍ଟଦେବୀ ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ପୀଠରେ ନୂଆଁଖାଇ ଲାଗି ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଅନ୍ୟପକ୍ଷେ ଗାଁ ଓ ସହର ଛାଡି ଦୂରରେ ରହୁଥିବା ପରିବାରବର୍ଗ ଗୁରୁବାର ଆସି ପହଞ୍ଚତ୍ଛନ୍ତି। ଏଥିଲାଗି ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ରେଲଷ୍ଟେଶନ, ବସ୍‌ଷ୍ଟାଣ୍ଡ, ଅଟୋଷ୍ଟାଣ୍ଡ ଓ ରିକ୍ସାଷ୍ଟାଣ୍ଡରେ ଭିଡ ଲାଗିରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରାସ ପାଉଛି ଅଟୋରିକ୍ସା ଯାତ୍ରୀଙ୍କ ସଂଖ୍ୟା

ବ୍ରହ୍ମପୁର ଅଫିସ, ୧ା୨-ବ୍ରହ୍ମପୁର ମହାନଗର ନିଗମରେ ସିଟି ବସ ଚାଳାଚଳ ଯୋଗୁ ଅଟୋର ଚାହିଦା କ୍ରମଶଃ କମିବାରେ ଲାଗିଛି। ବ୍ରହ୍ମପୁରରେ ପୂର୍ବରୁ ଗୋପାଳପୁର, ଛତ୍ରପୁର, ହିଞ୍ଜିଳିକାଟୁ...

ରାସ୍ତାପାର୍ଶ୍ୱରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୨।୧(ସ୍ବ.ପ୍ର.): ପୂଜା ସାମଗ୍ରୀ ଆଣିବା ଲାଗି ନିକଟସ୍ଥ ଛକକୁ ଆସିଥିବାବେଳେ ରାସ୍ତାରେ ପାର୍ଶ୍ୱରେ ପଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, କେନ୍ଦୁଝର ସଦର ବ୍ଲକ...

ବିବାହିତ ମହିଳାଙ୍କ ଆତ୍ମହତ୍ୟା

ବାରଙ୍ଗ, ୧୯।୧୦(ଡି.ଏନ୍‌.ଏ.): ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ଜଣେ ବିବାହିତ ମହିଳା ଶୁକ୍ରବାର ରାତିରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବାଙ୍କୀ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପଝିଅଙ୍କୁ ଆକ୍ରମଣ, ୩ ଗିରଫ

ଖଇରା, ୯।୩(ଡି.ଏନ.ଏ.)-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ରୁଢିଙ୍ଗିଆ ଗ୍ରାମର କୈଳାସ ବରାଳ ଓ ତାଙ୍କ ଝିଅଙ୍କୁ ଆକ୍ରମଣ କରାଯାଇଛି।...

CORONAVIRUS UPDATE: ରାଜ୍ୟରେ ୯୦ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଧୀରେ ଧୀରେ ଉଦ୍‌ବେଗଜନକ ହେବାରେ ଲାଗିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗୁରୁବାର...

ଅଣସରରେ ତିନି ଠାକୁର

ଖଣ୍ଡପଡ଼ା,୧୯ା୬(ସ୍ବ.ପ୍ର.)-ଜ୍ୟେଷ୍ଠ ପୂର୍ଣ୍ଣମୀ ଅବସରରେ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ପାର୍ଶ୍ୱ ଠାକୁର ଭାବେ ବିରାଜିତ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଦେବସ୍ନାନ ଯାତ୍ରା ସୋମବାର ପାରମ୍ପାରିକ ରୀତିରେ...

ସ୍ବାସ୍ଥ୍ୟକର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୧୬।୪-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ରାପଡା ଜିଲାରେ ୩୦୦ରୁ ଅଧିକ ଅସ୍ଥାୟୀ ଚିକିତ୍ସାଳୟ, ସଙ୍ଗରୋଧ ଗୃହ ପ୍ରସ୍ତୁତ ହୋଇଛି। ଏହି ଚିକିତ୍ସା...

ଭିତରକନିକାରେ ଡଲ୍‌ଫିନ ସଂଖ୍ୟା ବଢ଼ିଲା

କେନ୍ଦ୍ରାପଡ଼ା ଅଫିସ,୧୧। ୪: ଜାତୀୟ ଉଦ୍ୟାନ ଭିତରକନିକାରେ ଗତ ୩ ବର୍ଷ ଧରି କ୍ରମାଗତ ହ୍ରାସ ପାଉଥିବା ଡଲ୍‌ଫିନଙ୍କ ସଂଖ୍ୟା ଚଳିତ ବର୍ଷ ଆଶାତୀତ ଭାବେ...

Advertisement
Archives

Model This Week