ବ୍ୟାଙ୍କଗୁଡ଼ିକର ଚିନ୍ତା ବଢ଼ାଇବ ଏନ୍‌ପିଏ

ମୁମ୍ବାଇ,୨୫।୭: ଦେଶର ବ୍ୟାଙ୍କିଙ୍ଗ୍‌ ସିଷ୍ଟମ ସୁରକ୍ଷିତ ରହିଛି। ବ୍ୟାଙ୍କଗୁଡିକ ବର୍ତ୍ତମାନ ଅନାଦାୟ ଋଣ(ଏନ୍‌ପିଏ) ସମସ୍ୟା ସହ ଜୁଝୁଛନ୍ତି। ବର୍ତ୍ତମାନ କରୋନା ଯୋଗୁ ଦେଶର ବଜାର ଗଭୀର କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ଏନ୍‌ପିଏ ବୃଦ୍ଧି ବ୍ୟାଙ୍କଗୁଡିକର ଚିନ୍ତା ବଢାଇବ। ବ୍ୟାଙ୍ଗଗୁଡିକର ମୋଟ ଏନ୍‌ପିଏ ଅନୁପାତ ୮.୫%ରୁ ୨୦୨୧ ମାର୍ଚ୍ଚ ବେଳକୁ ୧୨.୫% ଛୁଇଁପାରେ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ଆକଳନ କରାଯାଇଛି। ସ୍ଥିତି ଯଦି ବେଶି ବିଗିଡେ ତେବେ ଏହା ୧୪.୭%କୁ ମଧ୍ୟ ବୃଦ୍ଧି ଘଟିପାରେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଏହାର ଦ୍ୱିମାସିକ ଫାଇନାନ୍ସିଆଲ ଷ୍ଟାବିଲିଟି (ଏଫ୍‌ଏସ୍‌ଆର୍‌) ରିପୋର୍ଟରେ ପ୍ରକାଶ କରିଛି। ଏହି ରିପୋର୍ଟକୁ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଉନ୍ମୋଚନ କରିଥିଲେ।
ଏହି ପରିପ୍ରେକ୍ଷୀରେ ଗଭର୍ନର ଦାସ କହିଛନ୍ତି ଯେ, କୋଭିଡ୍‌ -୧୯ ଯୋଗୁ ଏକ ଅନିଶ୍ଚିତ ସ୍ଥିତି ସାମ୍ନାକୁ ଆସିଛି। ଏହା ହୁଏତ ଆମେ କେହି ପୂର୍ବରୁ କେବେ ସାମ୍ନା କରିନାହାନ୍ତି। ଦେଶର ଅର୍ଥ ବ୍ୟବସ୍ଥା ଗଭୀର ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଠିକ୍‌ ଏତିକି ବେଳେ ମହାମାରୀ ଜନିତ ସମସ୍ୟା ଦେଶକୁ ସାମ୍ନା କରିବାକୁ ପଡୁଛି। କୋଭିଡ୍‌ ଯୋଗୁ ଦେଶର ବିଭିନ୍ନ କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ କରାଯାଉଥିବାରୁ ବଜାର ଟ୍ରାକ୍‌କୁ ଫେରୁଥିବା ପ୍ରତୀୟମାନ ହେଉଛି। ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବାକୁ ହେଲେ ଦେଶର ଫାଇନାନ୍ସ ସିଷ୍ଟମକୁ ଦୃଢ କରି ରଖିବାକୁ ହେବ। ସେହିଭଳି ଫାଇନାନ୍ସ ସିଷ୍ଟମର ଅଂଶୀଦାରମାନେ ରିସ୍କ ମ୍ୟାନେଜମେଣ୍ଟକୁ ଫୋକସ କରିବା ସହ ନିଜକୁ ଶକ୍ତିଶାଳୀ କରିବାକୁ ପଡିବ ବୋଲି ଶକ୍ତିକାନ୍ତ ଆହ୍ବାନ ଦେଇଛନ୍ତି।
ଅଭିବୃଦ୍ଧି ନିମ୍ନଗାମୀ ରହିବ
କୋଭିଡ୍‌-୧୯ର ପ୍ରଭାବ ବଜାର ଉପରେ କେତେ ସମୟ ଯାଏ ରହିବ ତାହା ବର୍ତ୍ତମାନ ଅନିଶ୍ଚିତ ହୋଇ ରହିଛି। ଏହା ଯୋଗୁ ଆର୍ଥତ୍କ ବର୍ଷ ୨୦୧୯ରେ ଭାରତର ଅଭିବୃଦ୍ଧି ନିମ୍ନଗାମୀ ରହିବ ବୋଲି ରିଜର୍ଭ ବ୍ୟାଙ୍କ ମତ ପ୍ରକାଶ କରିଛି। ଅଭିବୃଦ୍ଧି ନିମ୍ନଗାମୀ ହେବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ପୂର୍ବରୁ କହି ସାରିଥିବା ବେଳେ କେତେ ହାରରେ ଜିଡିପି ଖସିବ ସେ ନେଇ ସ୍ପଷ୍ଟ କରି ନ ଥିଲା। ହେଲେ ଦେଶର ଜିଡିପି ୯.୫% ଖସିଯିବ ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ମାତ୍ର ମହାମାରୀ ଯୋଗୁ ଅଭିବୃଦ୍ଧି ଲଗାତର ଭାବେ ଖସିବ ବୋଲି ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଏଫ୍‌ଏସ୍‌ଆର୍‌ ରିପୋର୍ଟରେ ପ୍ରକାଶ କରିଛି। ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ଉନ୍ନତ ହେବା ସହ କରୋନା ମାମଲା ହ୍ରାସ, ଚାହିଦାରେ ଉନ୍ନତି ଏବଂ ଯୋଗାଣ ବ୍ୟବସ୍ଥାରେ ସୁଧାର ଭଳି ଘଟଣା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ଦିଗରେ ପ୍ରମୁଖ ଯୋଗଦାନ ରଖିବ। ଏ କ୍ଷେତ୍ରରେ ବିଶ୍ୱ ସ୍ତରର ବାଣିଜ୍ୟ ଏବଂ ଫାଇନାନ୍ସ ସ୍ଥିତି ଅନେକ ଗୁରୁତ୍ୱବହନ କରେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri