ବ୍ୟାଙ୍କଗୁଡ଼ିକର ଚିନ୍ତା ବଢ଼ାଇବ ଏନ୍‌ପିଏ

ମୁମ୍ବାଇ,୨୫।୭: ଦେଶର ବ୍ୟାଙ୍କିଙ୍ଗ୍‌ ସିଷ୍ଟମ ସୁରକ୍ଷିତ ରହିଛି। ବ୍ୟାଙ୍କଗୁଡିକ ବର୍ତ୍ତମାନ ଅନାଦାୟ ଋଣ(ଏନ୍‌ପିଏ) ସମସ୍ୟା ସହ ଜୁଝୁଛନ୍ତି। ବର୍ତ୍ତମାନ କରୋନା ଯୋଗୁ ଦେଶର ବଜାର ଗଭୀର କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ଏନ୍‌ପିଏ ବୃଦ୍ଧି ବ୍ୟାଙ୍କଗୁଡିକର ଚିନ୍ତା ବଢାଇବ। ବ୍ୟାଙ୍ଗଗୁଡିକର ମୋଟ ଏନ୍‌ପିଏ ଅନୁପାତ ୮.୫%ରୁ ୨୦୨୧ ମାର୍ଚ୍ଚ ବେଳକୁ ୧୨.୫% ଛୁଇଁପାରେ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ଆକଳନ କରାଯାଇଛି। ସ୍ଥିତି ଯଦି ବେଶି ବିଗିଡେ ତେବେ ଏହା ୧୪.୭%କୁ ମଧ୍ୟ ବୃଦ୍ଧି ଘଟିପାରେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଏହାର ଦ୍ୱିମାସିକ ଫାଇନାନ୍ସିଆଲ ଷ୍ଟାବିଲିଟି (ଏଫ୍‌ଏସ୍‌ଆର୍‌) ରିପୋର୍ଟରେ ପ୍ରକାଶ କରିଛି। ଏହି ରିପୋର୍ଟକୁ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଉନ୍ମୋଚନ କରିଥିଲେ।
ଏହି ପରିପ୍ରେକ୍ଷୀରେ ଗଭର୍ନର ଦାସ କହିଛନ୍ତି ଯେ, କୋଭିଡ୍‌ -୧୯ ଯୋଗୁ ଏକ ଅନିଶ୍ଚିତ ସ୍ଥିତି ସାମ୍ନାକୁ ଆସିଛି। ଏହା ହୁଏତ ଆମେ କେହି ପୂର୍ବରୁ କେବେ ସାମ୍ନା କରିନାହାନ୍ତି। ଦେଶର ଅର୍ଥ ବ୍ୟବସ୍ଥା ଗଭୀର ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଠିକ୍‌ ଏତିକି ବେଳେ ମହାମାରୀ ଜନିତ ସମସ୍ୟା ଦେଶକୁ ସାମ୍ନା କରିବାକୁ ପଡୁଛି। କୋଭିଡ୍‌ ଯୋଗୁ ଦେଶର ବିଭିନ୍ନ କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ କରାଯାଉଥିବାରୁ ବଜାର ଟ୍ରାକ୍‌କୁ ଫେରୁଥିବା ପ୍ରତୀୟମାନ ହେଉଛି। ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବାକୁ ହେଲେ ଦେଶର ଫାଇନାନ୍ସ ସିଷ୍ଟମକୁ ଦୃଢ କରି ରଖିବାକୁ ହେବ। ସେହିଭଳି ଫାଇନାନ୍ସ ସିଷ୍ଟମର ଅଂଶୀଦାରମାନେ ରିସ୍କ ମ୍ୟାନେଜମେଣ୍ଟକୁ ଫୋକସ କରିବା ସହ ନିଜକୁ ଶକ୍ତିଶାଳୀ କରିବାକୁ ପଡିବ ବୋଲି ଶକ୍ତିକାନ୍ତ ଆହ୍ବାନ ଦେଇଛନ୍ତି।
ଅଭିବୃଦ୍ଧି ନିମ୍ନଗାମୀ ରହିବ
କୋଭିଡ୍‌-୧୯ର ପ୍ରଭାବ ବଜାର ଉପରେ କେତେ ସମୟ ଯାଏ ରହିବ ତାହା ବର୍ତ୍ତମାନ ଅନିଶ୍ଚିତ ହୋଇ ରହିଛି। ଏହା ଯୋଗୁ ଆର୍ଥତ୍କ ବର୍ଷ ୨୦୧୯ରେ ଭାରତର ଅଭିବୃଦ୍ଧି ନିମ୍ନଗାମୀ ରହିବ ବୋଲି ରିଜର୍ଭ ବ୍ୟାଙ୍କ ମତ ପ୍ରକାଶ କରିଛି। ଅଭିବୃଦ୍ଧି ନିମ୍ନଗାମୀ ହେବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ପୂର୍ବରୁ କହି ସାରିଥିବା ବେଳେ କେତେ ହାରରେ ଜିଡିପି ଖସିବ ସେ ନେଇ ସ୍ପଷ୍ଟ କରି ନ ଥିଲା। ହେଲେ ଦେଶର ଜିଡିପି ୯.୫% ଖସିଯିବ ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ମାତ୍ର ମହାମାରୀ ଯୋଗୁ ଅଭିବୃଦ୍ଧି ଲଗାତର ଭାବେ ଖସିବ ବୋଲି ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଏଫ୍‌ଏସ୍‌ଆର୍‌ ରିପୋର୍ଟରେ ପ୍ରକାଶ କରିଛି। ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ଉନ୍ନତ ହେବା ସହ କରୋନା ମାମଲା ହ୍ରାସ, ଚାହିଦାରେ ଉନ୍ନତି ଏବଂ ଯୋଗାଣ ବ୍ୟବସ୍ଥାରେ ସୁଧାର ଭଳି ଘଟଣା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ଦିଗରେ ପ୍ରମୁଖ ଯୋଗଦାନ ରଖିବ। ଏ କ୍ଷେତ୍ରରେ ବିଶ୍ୱ ସ୍ତରର ବାଣିଜ୍ୟ ଏବଂ ଫାଇନାନ୍ସ ସ୍ଥିତି ଅନେକ ଗୁରୁତ୍ୱବହନ କରେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri