ହାତ ଛାଡ଼ିଲେ, ଏବେ ସୁଯୋଗକୁ ଅପେକ୍ଷା

ରାଉରକେଲା ଅଫିସ,୨।୬: ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ଏବେଠାରୁ କସରତ ଆରମ୍ଭ କରିଦେଲେଣି। ତେବେ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳରେ କୋଣଠେସା ହୋଇ ରହିଥିବା ଟାଣୁଆ ନେତାମାନେ ଦଳବଦଳ ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ସୁଯୋଗକୁ ଅପେକ୍ଷା କରିଥିବା ରାଉରକେଲା ରାଜନୀତିର ଦୁଇ ଟାଣୁଆ ନେତା ଜର୍ଜ ତିର୍କୀ ଓ ପ୍ରଶାନ୍ତ ସେଠୀ ଅନ୍ୟ ଦଳରେ ସାମିଲ ହେବାକୁ ସଜ ହେଉଛନ୍ତି। କେବଳ ଏହି ଦୁଇ ନେତା ନୁହଁନ୍ତି, ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ଏଭଳି ବହୁ ନେତା ଦଳବଦଳ କରିବେ ବୋଲି ଚର୍ଚ୍ଚା ହେଉଛି।
ଏକଦା ବିଜେଡ଼ିରେ ସକ୍ରିୟ ଭୂମିକା ନିର୍ବାହ କରୁଥିବା ଏବଂ ପରେ ବିଜେଡି ଛାଡି ରାଉରକେଲା କଂଗ୍ରେସର ମଙ୍ଗ ଧରିଥିବା ପ୍ରଶାନ୍ତ ସେଠୀ ଗୁରୁବାର କଂଗ୍ରେସରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ଆଗାମୀ ଦିନରେ ପ୍ରଶାନ୍ତ ବିଜେଡ଼ିରେ ଯୋଗଦେବା ସମ୍ଭାବନା ରହିଛି। ଏଭଳି ହେଲେ ରାଜନୈତିକ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି। ପ୍ରଶାନ୍ତ ୧୯୮୦ରେ ରାଉରକେଲା ରାଜନୀତିରେ ପାଦ ଥାପିଥିଲେ। ୧୯୯୯ ମହାବାତ୍ୟାଠାରୁ ସେ ସୁନ୍ଦରଗଡ଼ ରାଜନୀତିରେ ସକ୍ରିୟ ହେଲେ। ରାଉରକେଲା ବିଧାୟକ ତଥା ତତ୍କାଳୀନ ଶ୍ରମ ମନ୍ତ୍ରୀ ସାରଦା ନାୟକଙ୍କ ଅନୁଗତ ଭାବେ ଜଣାଶୁଣା ପ୍ରଶାନ୍ତ ରାଉରକେଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଜଡ଼ିତ ରହିଥିଲେ। ପ୍ରଶାନ୍ତ ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଇ ରଘୁନାଥପାଲ୍ଲୀରୁ ବିଧାୟକ ପ୍ରାର୍ଥୀ ହୋଇ ହାରିଥିଲେ। ସେ ରଘୁନାଥପାଲ୍ଲୀର ଶିଳ୍ପାଞ୍ଚଳ, ଦକ୍ଷିଣ ରାଉରକେଲା ଅଞ୍ଚଳରେ ଜନନୀ ସମ୍ପର୍କ ଓ ଆସ ବସ୍ତିକୁ ଯିବା ଅଭିଯାନ ଜାରି ରଖିଥିଲେ। ଏହା ମଧ୍ୟରେ ତାଙ୍କର ରାଜନୈତିକ ଗୁରୁ ସାରଦା ନାୟକ ଶ୍ରମ ମନ୍ତ୍ରୀ ହେବା ପରେ ପ୍ରଶାନ୍ତ ପୁନଃ ବିଜେଡ଼ିରେ ମିଶିବା ଲାଗି ରାସ୍ତା ଉନ୍ମୁକ୍ତ ଥିବା ଚର୍ଚ୍ଚା ହେଉଥିଲା। ଗୁରୁବାର ପ୍ରଶାନ୍ତ କଂଗ୍ରେସ ଛାଡ଼ିଥିବା ଘୋଷଣା କରିଥିଲେ ଏବଂ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ। ତେବେ ଅନ୍ୟ କେଉଁ ଦଳକୁ ଯିବେ ବୋଲି ତାଙ୍କୁ ପ୍ରଶ୍ନ ପଚରାଯିବାରୁ ସମୟ ଆସିଲେ ଜାଣିବେ ବୋଲି ସେ କହିଥିଲେ।
ସେହିପରି ଜର୍ଜ ତିର୍କୀ ବିରମିତ୍ରପୁରରୁ ୧୯୯୫ ଓ ୨୦୦୦ରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ୨୦୦୯ରେ ସ୍ବାଧୀନ ତଥା ୨୦୧୪ରେ ସମତା କ୍ରାନ୍ତି ଦଳ ବ୍ୟାନରରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ୨୦୧୯ରେ ସୁନ୍ଦରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ସେ ପରାଜିତ ହୋଇଥିଲେ। ଏକଦା ବିଜେଡ଼ିରେ ରହି ଗୋଷ୍ଠୀ କନ୍ଦଳର ସମ୍ମୁଖୀନ ହେବା ଓ ପରେ ଏହି ଦଳରୁ ଓହରିଯାଇ କଂଗ୍ରେସରେ ଯୋଗ ଦେଇଥିଲେ ଜର୍ଜ। ସେ ବର୍ଷକ ତଳେ ରାଉରକେଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ସେ ପୁଣି ବିଜେଡିରେ ମିଶିବା ଲାଗି ଆଗ୍ରହୀ ଅଛନ୍ତି। ଆସନ୍ତା ରଥଯାତ୍ରା ପରେ ସେ ବିଜେଡ଼ିରେ ଯୋଗ ଦେବେ ସୂଚନା ଦେଇଛନ୍ତି। ବିଜେଡ଼ି ଛାଡ଼ିବା ଏକ ଭୁଲ ନିଷ୍ପତ୍ତି ଥିଲା ବୋଲି ଜର୍ଜ କହିଛନ୍ତି। ତେବେ ଜର୍ଜଙ୍କ ସହ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ସାନପୁଅ ରୋହିତ ଯୋଶେଫ ତିର୍କୀ ମଧ୍ୟ ଶାସକ ଦଳରେ ଯୋଗଦେବେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ବରୀରେ ପ୍ରାର୍ଥୀ ଘୋଷଣା କରିପାରୁନି ଭାଜପା

ବରୀ,୨୮ା୪(ମହେନ୍ଦ୍ର ସ୍ବାଇଁ)ଯାଜପୁର ଜିଲାର ବରୀ ନିର୍ବାଚନମଣ୍ଡଳୀରେ ଭାଜପା ଏଯାଏ ପ୍ରାର୍ଥୀ ଦେଇପାରିନାହିଁ। ଏଠାରେ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକ ଓ କଂଗ୍ରେସ ଆରତୀ ଦେଓଙ୍କୁ ପ୍ରାର୍ଥୀ କରିବା...

ଭାଜପା,ବିଜେଡି କଳହପ୍ରିୟ: ଅଜୟ କୁମାର

କଟକ, ୨୮ା୪(ଶିଳ୍ପା ପ୍ରିୟଦର୍ଶିନୀ)ବାରବାଟୀ-କଟକ କଂଗ୍ରେସ ପକ୍ଷରୁ କଂଗ୍ରେସ ସମାବେଶ କଟକସ୍ଥିତ ଖ୍ରୀଷ୍ଟିଆନ୍‌ ପଡିଆଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ...

ଡବଲ ଇଞ୍ଜିନ ନୁହେଁ, ଯୋଡି ଶଙ୍ଖ ଦରକାର: ପାଣ୍ଡିଆନ

ନୂଆପଡ଼ା,୨୮ା୪ (ମକାରୁ ବେମାଲ)୫-ଟି ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ନୂଆପଡ଼ା ଜିଲା ଗସ୍ତରେ ଆସି ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆୟୋଜିତ...

ଅପରାଧପ୍ରବଣ ରାଉରକେଲା ରେଳଷ୍ଟେଶନ

ରାଉରକେଲା,୨୮ା୪(ସଙ୍ଗୀତା ଜେନା)ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ରାଉରକେଲା ରେଳ ଷ୍ଟେଶନର ପ୍ରମୁଖତା ରହିଆସିଛି। ଦୂରଦୂରାନ୍ତକୁ ଯାତ୍ରା କରିବା ପାଇଁ ପ୍ରତିଦିନ ଏହି ଷ୍ଟେଶନକୁ ହଜାର...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri