ହାତ ଛାଡ଼ିଲେ, ଏବେ ସୁଯୋଗକୁ ଅପେକ୍ଷା

ରାଉରକେଲା ଅଫିସ,୨।୬: ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ଏବେଠାରୁ କସରତ ଆରମ୍ଭ କରିଦେଲେଣି। ତେବେ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳରେ କୋଣଠେସା ହୋଇ ରହିଥିବା ଟାଣୁଆ ନେତାମାନେ ଦଳବଦଳ ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ସୁଯୋଗକୁ ଅପେକ୍ଷା କରିଥିବା ରାଉରକେଲା ରାଜନୀତିର ଦୁଇ ଟାଣୁଆ ନେତା ଜର୍ଜ ତିର୍କୀ ଓ ପ୍ରଶାନ୍ତ ସେଠୀ ଅନ୍ୟ ଦଳରେ ସାମିଲ ହେବାକୁ ସଜ ହେଉଛନ୍ତି। କେବଳ ଏହି ଦୁଇ ନେତା ନୁହଁନ୍ତି, ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ଏଭଳି ବହୁ ନେତା ଦଳବଦଳ କରିବେ ବୋଲି ଚର୍ଚ୍ଚା ହେଉଛି।
ଏକଦା ବିଜେଡ଼ିରେ ସକ୍ରିୟ ଭୂମିକା ନିର୍ବାହ କରୁଥିବା ଏବଂ ପରେ ବିଜେଡି ଛାଡି ରାଉରକେଲା କଂଗ୍ରେସର ମଙ୍ଗ ଧରିଥିବା ପ୍ରଶାନ୍ତ ସେଠୀ ଗୁରୁବାର କଂଗ୍ରେସରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ଆଗାମୀ ଦିନରେ ପ୍ରଶାନ୍ତ ବିଜେଡ଼ିରେ ଯୋଗଦେବା ସମ୍ଭାବନା ରହିଛି। ଏଭଳି ହେଲେ ରାଜନୈତିକ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି। ପ୍ରଶାନ୍ତ ୧୯୮୦ରେ ରାଉରକେଲା ରାଜନୀତିରେ ପାଦ ଥାପିଥିଲେ। ୧୯୯୯ ମହାବାତ୍ୟାଠାରୁ ସେ ସୁନ୍ଦରଗଡ଼ ରାଜନୀତିରେ ସକ୍ରିୟ ହେଲେ। ରାଉରକେଲା ବିଧାୟକ ତଥା ତତ୍କାଳୀନ ଶ୍ରମ ମନ୍ତ୍ରୀ ସାରଦା ନାୟକଙ୍କ ଅନୁଗତ ଭାବେ ଜଣାଶୁଣା ପ୍ରଶାନ୍ତ ରାଉରକେଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଜଡ଼ିତ ରହିଥିଲେ। ପ୍ରଶାନ୍ତ ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଇ ରଘୁନାଥପାଲ୍ଲୀରୁ ବିଧାୟକ ପ୍ରାର୍ଥୀ ହୋଇ ହାରିଥିଲେ। ସେ ରଘୁନାଥପାଲ୍ଲୀର ଶିଳ୍ପାଞ୍ଚଳ, ଦକ୍ଷିଣ ରାଉରକେଲା ଅଞ୍ଚଳରେ ଜନନୀ ସମ୍ପର୍କ ଓ ଆସ ବସ୍ତିକୁ ଯିବା ଅଭିଯାନ ଜାରି ରଖିଥିଲେ। ଏହା ମଧ୍ୟରେ ତାଙ୍କର ରାଜନୈତିକ ଗୁରୁ ସାରଦା ନାୟକ ଶ୍ରମ ମନ୍ତ୍ରୀ ହେବା ପରେ ପ୍ରଶାନ୍ତ ପୁନଃ ବିଜେଡ଼ିରେ ମିଶିବା ଲାଗି ରାସ୍ତା ଉନ୍ମୁକ୍ତ ଥିବା ଚର୍ଚ୍ଚା ହେଉଥିଲା। ଗୁରୁବାର ପ୍ରଶାନ୍ତ କଂଗ୍ରେସ ଛାଡ଼ିଥିବା ଘୋଷଣା କରିଥିଲେ ଏବଂ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ। ତେବେ ଅନ୍ୟ କେଉଁ ଦଳକୁ ଯିବେ ବୋଲି ତାଙ୍କୁ ପ୍ରଶ୍ନ ପଚରାଯିବାରୁ ସମୟ ଆସିଲେ ଜାଣିବେ ବୋଲି ସେ କହିଥିଲେ।
ସେହିପରି ଜର୍ଜ ତିର୍କୀ ବିରମିତ୍ରପୁରରୁ ୧୯୯୫ ଓ ୨୦୦୦ରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ୨୦୦୯ରେ ସ୍ବାଧୀନ ତଥା ୨୦୧୪ରେ ସମତା କ୍ରାନ୍ତି ଦଳ ବ୍ୟାନରରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ୨୦୧୯ରେ ସୁନ୍ଦରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ସେ ପରାଜିତ ହୋଇଥିଲେ। ଏକଦା ବିଜେଡ଼ିରେ ରହି ଗୋଷ୍ଠୀ କନ୍ଦଳର ସମ୍ମୁଖୀନ ହେବା ଓ ପରେ ଏହି ଦଳରୁ ଓହରିଯାଇ କଂଗ୍ରେସରେ ଯୋଗ ଦେଇଥିଲେ ଜର୍ଜ। ସେ ବର୍ଷକ ତଳେ ରାଉରକେଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ସେ ପୁଣି ବିଜେଡିରେ ମିଶିବା ଲାଗି ଆଗ୍ରହୀ ଅଛନ୍ତି। ଆସନ୍ତା ରଥଯାତ୍ରା ପରେ ସେ ବିଜେଡ଼ିରେ ଯୋଗ ଦେବେ ସୂଚନା ଦେଇଛନ୍ତି। ବିଜେଡ଼ି ଛାଡ଼ିବା ଏକ ଭୁଲ ନିଷ୍ପତ୍ତି ଥିଲା ବୋଲି ଜର୍ଜ କହିଛନ୍ତି। ତେବେ ଜର୍ଜଙ୍କ ସହ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ସାନପୁଅ ରୋହିତ ଯୋଶେଫ ତିର୍କୀ ମଧ୍ୟ ଶାସକ ଦଳରେ ଯୋଗଦେବେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?