ପାଇଲଟମାନଙ୍କର ଥକ୍କାପଣ ସ୍ତର ଜାଣିବା ପାଇଁ ନୂଆ ଯୋଜନା କରିବ ଇଣ୍ଡିଗୋ

ନୂଆଦିଲ୍ଲୀ,୧୪।୯: ବିମାନ କମ୍ପାନୀ ଇଣ୍ଡିଗୋ ପାଇଲଟମାନଙ୍କର ଥକ୍କାପଣ ସ୍ତର ଜାଣିବା ପାଇଁ ଏକ ନୂଆ ଟେକ୍ନୋଲୋଜି ବ୍ୟବହାର କରବାକୁ ଯାଉଛି। ଇଣ୍ଡିଗୋ ପାଇଲଟମାନେ ହାତରେ ଏକ ଉପକରଣ ଲଗାଇବେ ଯାହାଦ୍ୱାରା ସେମାନେ ହାଲିଆ ଥିବାର ସୂଚନା ମିଳିପାରିବ। ଇଣ୍ଡିଗୋ ଖୁବ୍‌ଶୀଘ୍ର ଏହି ଟେକ୍ନୋଲଜି ଆଣିବାକୁ ଯାଉଛି। ବିମାନ ଉଡାଣ ପୂର୍ବରୁ ଏବଂ ପରେ ଏହା ପାଇଲଟ ହାଲିଆ ଅଛନ୍ତି କି ନାହିଁ ଏହି ଟେକ୍ନୋଲଜି ଦ୍ୱାରା ସୂଚନା ମିଳିପାରିବ। ଏହାଦ୍ୱାରା ପାଇଲଟମାନେ ହାଲିଆ ଥିବା ଦର୍ଶାଇ ଛୁଟି ମଧ୍ୟ ନେଇପାରିବେ।

ଇଣ୍ଡିଗୋ କମ୍ପାନୀ ଫ୍ରେଞ୍ଚ ଏରୋସ୍ପେସ ଥାଲେସ ଗ୍ରୁପ ସହିତ ମିଶି ଏହି ଉପକରଣ ପ୍ରସ୍ତୁତ କରିବ।
ପାଇଲଟଙ୍କ ସ୍ବାସ୍ଥ୍ୟ, ମାନସିକ ସନ୍ତୁଷ୍ଟି ଓ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କମ୍ପାନୀ କହିଛି।

ସୂଚନାଯୋଗ୍ୟ, ଇଣ୍ଡିଗୋ କମ୍ପାନୀ ଦୈନିକ ପ୍ରାୟ ୧୯୦୦ ବିମାନ ଚଳାଚଳ କରିଥାଏ। କମ୍ପାନୀର ୪ହଜାରରୁ ଅଧିକ ପାଇଲଟ ପ୍ରତିଦିନ ୪ଟି ଟେକ୍‌ ଅଫ ଏବଂ ଲ୍ୟାଣ୍ଡିଂ କରଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ପ୍ରଧାନଙ୍କ ବିସ୍ଫୋରକ ବୟାନ, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେ….କାହାକୁ କହିଲେ ଏମିତି

ନୂଆଦିଲ୍ଲୀ, ୧୧।୮: ସଂସଦରେ ମୌସୁମୀ ଅଧିବେଶନ ଚାଲିଛି। ସଂସଦ ମାର୍ଚ୍ଚ ସମୟରେ ଛାତ୍ରୀଛାତ୍ରଙ୍କ ଉପରେ ଦିଲ୍ଲୀ ପୋଲିସର ଲାଠିଚାର୍ଜକୁ ନେଇ ବିରୋଧୀ ଦଳଗୁଡ଼ିକ କ୍ରମାଗତ ଭାବେ କେନ୍ଦ୍ର…

ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର, ବଡ଼ ଦୁର୍ଘଟଣାରୁ….

କୋଲକାତା,୧୧।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ପୂର୍ବ ମେଦିନୀପୁରର କୋଲାଘାଟରେ ଜରୁରୀ ଅବତରଣ କରୁଛି । ସେ ଖୁଦିରାମ ବୋଷଙ୍କ ଶ୍ରାଦ୍ଧ…

‘ଜନ୍ତର ମନ୍ତର ଭଳି ଝାଡ଼ଖଣ୍ଡରେ ମଧ୍ୟ…’, ଛାତ୍ର ଆନ୍ଦୋଳନକୁ ନେଇ ଅଭିଜିତଙ୍କ ବଡ଼ ବୟାନ, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୧।୮: ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷାରେ କଥିତ ଅନିୟମିତତା ବିରୋଧରେ ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା…

କିଏ ସେହି ଯୁବତୀ, ଯାହାଙ୍କ ପ୍ରେମରେ ଉବୁଟୁବୁ ଗୋବିନ୍ଦା

ଅଭିନେତା ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ସୁନିତା ଆହୁଜା ତାଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି। ନିକଟରେ ଗୋବିନ୍ଦା…

ଭାଜପାକୁ କଟାକ୍ଷ କଲେ ପ୍ରିୟଙ୍କା କହିଲେ, ‘ପ୍ରଥମ ଥର ପାଇଁ ଶାସକ ଦଳକୁ ସଂସଦରେ ପ୍ରତିବାଦ କରୁଥିବାର ଦେଖିଲି’

ନୂଆଦିଲ୍ଲୀ,୧୧।୮: ମଙ୍ଗଳବାର ସଂସଦର ମୌସୁମୀ ଅଧିବେଶନର ୧୭ତମ ଦିନ, ଯାହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ, NDA ସମର୍ଥକମାନେ ଏକ ଶୋଭାଯାତ୍ରା…

ଧୋକା ଦେଇଛନ୍ତି ରାହୁଲ ଗାନ୍ଧୀ: କାହିଁକି ଏମିତି କହିଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୧।୮: ସଂସଦର ମକର ଦ୍ୱାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିତର୍କ ଏଡାଇବା ଅଭିଯୋଗରେ ଏନଡିଏ ଏମ୍‌ପିମାନେ ମଙ୍ଗଳବାର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଧରି…

ବିଶ୍ୱର ଶ୍ରେଷ୍ଠ ୫ ଅର୍ଥନୀତିରେ ବେକାରି ସ୍ଥିତି କ’ଣ? କେତେ ନମ୍ବରରେ ଭାରତର ସ୍ଥାନ, ପଢନ୍ତୁ …

ନୂଆଦିଲ୍ଲୀ, ୧୧।୮: ଭାରତରେ ଡିଗ୍ରୀର ଭାର ବୋହି ଯେତେବେଳେ କୌଣସି ଯୁବକ ସକାଳୁ ସକାଳୁ ଚାକିରି ଖୋଜିବା ପାଇଁ ଘରୁ ବାହାରିଥାଏ, ସେତେବେଳେ ତାଙ୍କ ଆଖିରେ କେବଳ…

ଲଞ୍ଚ୍‌ର ୮୫ ସେକେଣ୍ଡ ପରେ ଜୋରଦାର ବିସ୍ଫୋରଣ: ନିଆଁ ପିଣ୍ଡୁଳା ପାଲଟିଲା ବାହୁବଳୀ ରକେଟ୍

ବେଜିଂ,୧୧।୮: ଆକାଶରେ ଉଡ଼ାଣ ଭରିବାର କିଛି ସମୟ ପରେ ଚାଇନାର ଏକ ରକେଟ୍ ଅଗ୍ନି ପୁଣ୍ଡୁଳାରେ ପରିଣତ ହୋଇଛି । ଗତ ସୋମବାର (ଅଗଷ୍ଟ ୧୦) ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri