କଳରବ ଶୁଭୁଛି, କୋଳାହଳ ନାହିଁ

ଭୁବନେଶ୍ୱର, ୧୪ା୧୨(ବ୍ୟୁରୋ):ପର୍ଯ୍ୟଟନ ଋତୁ ଆରମ୍ଭ ହେବାମାତ୍ରେ ବିହଙ୍ଗ ଭୂସ୍ବର୍ଗ ମଙ୍ଗଳାଯୋଡ଼ିକୁ ଅତିଥି ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଥିଲା। ପକ୍ଷୀଙ୍କ କଳରବରେ ପୂରା ଅଞ୍ଚଳ ଫାଟି ପଡୁଥିବାବେଳେ ପର୍ଯ୍ୟଟକଙ୍କ କୋଳାହଳ ଭିତରେ ମଙ୍ଗଳାଯୋଡ଼ି ସତେ ଯେମିତି ବେଶ୍‌ ଚଳଚଞ୍ଚଳ ହୋଇଉଠୁଥିଲା। ଶୀତ ଆରମ୍ଭରୁ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ଏକପ୍ରକାର ମହୋତ୍ସବର ପରିବେଶ ଲାଗି ରହୁଥିଲା। ଠିକ୍‌ ଏହିଦିନକୁ ଅପେକ୍ଷା କରି ରହୁଥିବା ଡଙ୍ଗା ଚାଳକ, ବାର୍ଡ ଗାଇଡ୍‌ ଓ ଦାୟିତ୍ୱରେ ରହୁଥିବା ବନ କର୍ମଚାରୀଙ୍କ ମନରେ କାହିଁ କେତେ ଉତ୍ସାହ ଉଙ୍କି ମାରୁଥିଲା। ଏବେ ଶୀତ ଆସିଛି, ଦେଶୀ ଓ ବିଦେଶୀ ପକ୍ଷୀ ବି ଆସିଛନ୍ତି। କଳରବ ଶୁଭୁଛି, ହେଲେ ପର୍ଯ୍ୟଟକଙ୍କ କୋଳାହଳ ନାହିଁ। ଡିସେମ୍ବର ଅଧା ହେବାକୁ ବସିଥିବାବେଳେ ଏବେ ବି ଅତିଥିଙ୍କ ଅପେକ୍ଷାରେ ମଙ୍ଗଳାଯୋଡ଼ି ଚାହିଁ ରହିଛି। କରୋନା ପାଇଁ ସବୁକିଛି ଖାଁଖାଁ ହୋଇଯାଇଛି।
ଚଳିତବର୍ଷ ମାର୍ଚ୍ଚ ୨୩ରୁ କରୋନା ପାଇଁ ଲକ୍‌ଡାଉନ ହେବା ପରଠୁ ମଙ୍ଗଳାଯୋଡିକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରହିଥିଲା। ନଭେମ୍ବରରୁ ଧୀରେ ଧୀରେ ପର୍ଯ୍ୟଟକ ଆସିବା ଆରମ୍ଭ କରିଛନ୍ତି। ହେଲେ ଏବେ ବି ଯାତାୟାତ ସମସ୍ୟା ପର୍ଯ୍ୟଟକଙ୍କ ଆଗମନରେ ବାଧକ ସାଜିଛି। ରେଳ ଓ ବିମାନ ସେବା ଏଯାଏ ସ୍ବାଭାବିକ ହୋଇ ନ ଥିବାରୁ ବାହାର ପର୍ଯ୍ୟଟକ ସେପରି ଆସିପାରୁନାହାନ୍ତି। କରୋନା ଭୟରେ ରାଜ୍ୟର ପର୍ଯ୍ୟଟକମାନେ ପିଲାଛୁଆ ଧରି ଯିବାକୁ ଉଚିତ ମଣୁନାହାନ୍ତି। ଏପଟେ ବସ୍‌ ଓ ଅନ୍ୟ ଯାତ୍ରୀବାହୀ ଗାଡ଼ି ପର୍ଯ୍ୟାପ୍ତ ପରିମାଣରେ ଚଳାଚଳ କରୁ ନ ଥିବାରୁ ଯେଉଁମାନେ ଆସୁଛନ୍ତି ସେମାନେ ନାନା ହଟହଟାର ସମ୍ମୁଖୀନ ହେଉଛନ୍ତି। ଏଣେ ଲୋକ ନ ହେଲେ ଚକା ଗଡୁନି। କାଁଭାଁ ପର୍ଯ୍ୟଟକ ଆସୁଥିବାରୁ ମଙ୍ଗଳାଯୋଡ଼ିରେ ଇକୋ ଟୁରିଜମ ଭୀଷଣ କ୍ଷତିଗ୍ରସ୍ତ ହୋଇଛି। କାମ ନ ପାଇ ବହୁ ବାର୍ଡ ଗାଇଡ୍‌ ଅନ୍ୟ ରାଜ୍ୟକୁ ରୋଜଗାର ପାଇଁ ଚାଲିଯାଉଛନ୍ତି। ଅନ୍ୟପକ୍ଷରେ ପର୍ଯ୍ୟଟକଙ୍କ ପାଇଁ ବନ ବିଭାଗ ଅସ୍ଥାୟୀ କ୍ୟାମ୍ପ୍‌ ସହ ସ୍ବତନ୍ତ୍ର ବ୍ୟବସ୍ଥା କରି ଚାହିଁ ବସିଛି। ପକ୍ଷୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ମଙ୍ଗଳାଯୋଡ଼ିରେ କାର୍ଯ୍ୟରତ ସଂସ୍ଥାମାନେ ମଧ୍ୟ କୋଭିଡ୍‌ କଟକଣାକୁ ଗୁରୁତ୍ୱ ଦେଇ ପର୍ଯ୍ୟଟକଙ୍କ ସେବାରେ ଲାଗିଛନ୍ତି। ପ୍ରତି ଟ୍ରିପ୍‌ ସରିବା ପରେ ଡଙ୍ଗାର ସିଟ୍‌, ଗଦି ଇତ୍ୟାଦିକୁ ସାନିଟାଇଜ କରାଯିବା ସହ ପର୍ଯ୍ୟଟକଙ୍କୁ ସାନିଟାଇଜର ଦିଆଯାଉଛି। କିନ୍ତୁ ପର୍ଯ୍ୟଟକଙ୍କ ଆଗରେ ସେପରି ବୃଦ୍ଧି ଘଟୁ ନ ଥିବାରୁ ଉତ୍ସାହ କମିଯାଉଥିବା କର୍ମଚାରୀମାନେ କହୁଛନ୍ତି।
ଦେଖିବାକୁ ମିଳୁଥିବା ବିଦେଶୀ ପକ୍ଷୀ
ଶୀତ ବଢ଼ିବା କ୍ଷଣି ଦେଶ ବାହାରୁ ପକ୍ଷୀମାନେ ଚିଲିକା ତଥା ମଙ୍ଗଳାଯୋଡ଼ିକୁ ଉଡ଼ି ଆସନ୍ତି। ଗତବର୍ଷ ସମୁଦାୟ ୪୪ଟି ପ୍ରଜାତିର ମାଇଗ୍ରେଟୋରି ପକ୍ଷୀ ମଙ୍ଗଳାଯୋଡ଼ିକୁ ଆସିଥିଲେ। ଏମାନଙ୍କ ସହିତ ୮୨ଟି ରେସିଡେଣ୍ଟ ପକ୍ଷୀ ମିଶି ୧୩୬ଟି ପ୍ରଜାତିର ପକ୍ଷୀ ଦେଖିବାକୁ ମିଳନ୍ତି। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ପ୍ରଥମେ ଆସନ୍ତି ‘ଗ୍ରେ ହେଡେଡ୍‌ ଲାପଓ୍ବିଙ୍ଗ’। ଏବର୍ଷ ମଧ୍ୟ ଅକ୍ଟୋବର ୧୨ରେ ଏହି ପକ୍ଷୀ ମଙ୍ଗଳାଯୋଡ଼ିରେ ପାଦ ଦେଇଥିଲେ। ଦ୍ୱିତୀୟରେ ଉଡ୍‌ ସ୍ୟାଣ୍ଡ ପାଇପର ଓ ତୃତୀୟରେ ଆସିଲେ କରଲ୍ୟୁ (curlew)। ସେହିପରି ଡକ୍‌ ବା ବତକ ପ୍ରଜାତି ପକ୍ଷୀଙ୍କ ଭିତରେ ପ୍ରଥମେ ଆସନ୍ତି ଗାର୍‌ଗାନି। ଏହିସବୁ ପକ୍ଷୀଙ୍କୁ ପ୍ରତିଦିନ ପ୍ରତ୍ୟକ୍ଷ ଭାବରେ ତଦାରଖ କରୁଥିବା ମଧୁ କୁହନ୍ତି, ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୨ଟି ପକ୍ଷୀ ପ୍ରଥମକରି ମଙ୍ଗଳାଯୋଡ଼ିକୁ ଆସିଛନ୍ତି। ସେମାନେ ହେଲେ ମାଲାର୍ଡ ନାମରେ ଏକ ସୁନ୍ଦର ବତକ ପ୍ରଜାତିର ପକ୍ଷୀ ଓ ୟୁରେସିଆନ ହବି ନାମକ ଏକ ଶିକାରୀ ପକ୍ଷୀ। ଏମାନଙ୍କ ଛଡ଼ା ଏକ ଧଳା ଓ ମାଟିଆ ରଙ୍ଗ ମିଶ୍ରିତ ଏକ ବିରଳ ‘ନର୍ଦ୍ଦନ୍‌ ଶୋଭେଲର’ ମଧ୍ୟ ପ୍ରଥମଥର ଦେଖାଯାଇଛି। ଏହି ପକ୍ଷୀମାନେ ଶୀତ ସରିବା ପରେ ମାର୍ଚ୍ଚରୁ ନିଜ ଘର ଅଭିମୁଖେ ଫେରିବା ଆରମ୍ଭ କରିବେ ବୋଲି ସେ କହିଛନ୍ତି।

ଏମାନେ ଯାହା କୁହନ୍ତି…

ଯାତାୟାତ ସୁବିଧା ହେଲେ ଅଧିକ ପର୍ଯ୍ୟଟକ ଆସନ୍ତେ
ଗତବର୍ଷ ଏହି ସମୟରେ ଦିନକୁ ପ୍ରାୟ ୩୦ଟି ଡଙ୍ଗା ପର୍ଯ୍ୟଟକଙ୍କୁ ନେଇ ପକ୍ଷୀ ଦେଖାଇବାକୁ ଯାଉଥିବାବେଳେ ଏବର୍ଷ ଦିନକୁ ୨ରୁ ୩ଟି ଡଙ୍ଗା ମଧ୍ୟ ଯିବା ସମ୍ଭବ ହେଉନାହିଁ। କେବଳ ଛୁଟିଦିନରେ ଭୁବନେଶ୍ୱର ଏବଂ ଆଖପାଖର ପର୍ଯ୍ୟଟକଙ୍କ ପାଇଁ ଯାହାକିଛି ଆଶା ସଞ୍ଚାର ହେଉଛି। ଯାତାୟାତ ସୁବିଧା ହେଲେ ନିଶ୍ଚିତ ଅଧିକ ପର୍ଯ୍ୟଟକ ଆସିବେ।
-ମଧୁ ବେହେରା, ମଙ୍ଗଳାଯୋଡି କଞ୍ଜରଭେଶନ ଆଣ୍ଡ୍‌ ଟୁରିଜମ ଟ୍ରଷ୍ଟ
(ଏମ୍‌ସିଟିଟି)ର ଟ୍ରଷ୍ଟି ଓ ବାର୍ଡ ଗାଇଡ୍‌
ଶୌଚାଳୟ କବ୍‌ଜା, ପର୍ଯ୍ୟଟକ ହନ୍ତସନ୍ତ
ରବିବାର ବା ଅନ୍ୟ ସରକାରୀ ଛୁଟିଦିନରେ ମଙ୍ଗଳାଯୋଡ଼ିରେ ପର୍ଯ୍ୟଟକ ସଂଖ୍ୟା ବଢ଼ିବା ନିଶ୍ଚୟ ଇକୋ ଟୁରିଜମ ପାଇଁ ଖୁସିର ଖବର। କିନ୍ତୁ ପର୍ଯ୍ୟଟକଙ୍କୁ ସବୁ ସୁବିଧା ମଙ୍ଗଳାଯୋଡ଼ିରେ ଠିକ୍‌ ଭାବେ ମିଳୁନାହିଁ। ଇରିଗେଶନ ବିଭାଗ ତରଫରୁ ମଙ୍ଗଳାଯୋଡ଼ି ଜେଟି ପାଖରେ ପର୍ଯ୍ୟଟକଙ୍କ ପାଇଁ ତିଆରି ହୋଇଥିବା ଶୌଚାଳୟ ସବୁବେଳେ ବନ୍ଦ ରହୁଛି। ଗୋଟିଏ ମହିଳା ଓ ଗୋଟିଏ ପୁରୁଷ ଶୌଚାଳୟକୁ ସ୍ଥାନୀୟ ଏକ ଇକୋଟୁରିଜମ ସଂସ୍ଥା ନିଜ କବ୍‌ଜାରେ ରଖି ସବୁବେଳେ ତାଲା ପକେଇ ରଖୁଛି। ଫଳରେ ପର୍ଯ୍ୟଟକମାନେ ବିଶେଷକରି ମହିଳାମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-ସଞ୍ଜୟ ବେହେରା, ଏମ୍‌ସିଟିଟି କର୍ମକର୍ତ୍ତା


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri