Posted inଖେଳ

ଇନିଂସ ବିଜୟର ନିକଟତର ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ, ୧୪ା୧୨ (ଏପି)-ସ୍ଥାନୀୟ ରିଜର୍ଭ ବେସିନଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଇନିଂସ ବିଜୟ ନିକଟତର ହୋଇଛି। ରବିବାର ଥିଲା ମ୍ୟାଚର ତୃତୀୟ ଦିବସ। ଫଲୋଅନ ହେବା ପରେ ଭ୍ରମଣକାରୀ ଦଳ ତୃତୀୟ ଦିବସ ଖେଳ ଶେଷବେଳକୁ ଏହାର ଦ୍ୱିତୀୟ ଇନିଂସରେ ୬ଉଇକେଟ ବିନିମୟରେ ୨୪୪ ରନ କରିଛି। ବ୍ୟାଡ୍‌ଲାଇଟ୍‌ ଯୋଗୁ ରବିବାର ଖେଳ ଆଗୁଆ ଶେଷ ହୋଇଥିଲା। ପ୍ରଥମ ଇନିଂସରେ ୩୨୯ ରନ ପଛୁଆ ରହି ଫଲୋଅନ୍‌ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ଘରୋଇ ଦଳଠାରୁ ଆହୁରି ୮୫ରନ ପଛରେ ରହିଛି। ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ୬୦ ରନ କରି ଅପରାଜିତ ରହିଛନ୍ତି। ଜାସନ ଏବଂ ଜୋସୁଆ ଡା’ସିଲ୍‌ଭା ୭ମ ଉଇକେଟରେ ଅପରାଜିତ ୭୪ରନ ଯୋଗ କରି ନ୍ୟୁଜିଲାଣ୍ଡ ବିଜୟରେ ବିଳମ୍ବ ଘଟାଇଛନ୍ତି। ସକାଳେ ଓ୍ବେଷ୍ଟଇଣ୍ଡିଜ ଏହାର ପ୍ରଥମ ଇନିଂସ ଅସମାପ୍ତ ସ୍କୋର ୧୨୪/୮ରୁ ଖେଳ ଆରମ୍ଭ କରିଥିଲା। ଆଉ ମାତ୍ର ୪ ରନ ଯୋଗ କରି ୧୩୧ରନରେ ଅଲ୍‌ ଆଉଟ ସହ ଫଲୋଅନ ହୋଇଯାଇଥିଲା। ସିରିଜରେ ଓ୍ବେଷ୍ଟଇଣ୍ଡିଜର ଟପ୍‌ଅର୍ଡର ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ଭ୍ରମଣକାରୀ ଦଳ ୪ଟି ଇନିଂସରେ ଏପର୍ଯ୍ୟନ୍ତ ୨୫୦ ଅତିକ୍ରମ କରିପାରି ନାହିଁ। ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡର ୫୧୯/୭ ସ୍କୋର ଜବାବରେ ସେମାନେ ୧୩୮ ଓ ୨୪୭ ରନ କରିପାରିଥିଲେ। ଦ୍ୱିତୀୟ ଟେଷ୍ଟରେ ବିଜୟ ଲାଭ କଲେ ନ୍ୟୁଜିଲାଣ୍ଡ ଟେଷ୍ଟ ଚାମ୍ପିୟନଶିପ୍‌ରେ ଇଂଲଣ୍ଡ ଉପରେ ତୃତୀୟ ସ୍ଥାନ ଦଖଲ କରିନେବ। ପୁନଶ୍ଚ ପ୍ରଥମ ଥର ଟେଷ୍ଟ ର଼୍ୟାଙ୍କିଙ୍ଗରେ ୧ ନମ୍ବର ସ୍ଥାନ ଅଧିକାର କରିନେଇପାରେ। ସିରିଜରେ ସଫଳତା ପଛରେ କାଇଲ ଜେମିସନ, ଟିମ୍‌ ସୌଦି, ଟ୍ରେଣ୍ଟ ବୋଲ୍ଟ ଓ ନିଲ୍‌ ଓ୍ବାଗନରଙ୍କୁ ନେଇ ନ୍ୟୁଜିଲାଣ୍ଡର ପେସ୍‌ ବାହାନୀର ବିଶେଷ ଭୂମିକା ରହିଛି।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୪୬୦
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୧୩୧
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ: ୨୪୪/୬ (ଜନ୍‌ କ୍ୟାମ୍ପବେଲ୍‌-୬୮, ଜାସନ ହୋଲ୍‌ଡର-୬୦*, ଟ୍ରେଣ୍ଟ ବୋଲ୍ଟ-୩/୭୫, କାଇଲ ଜେମିସନ-୨/୪୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୧୬।୪; ଆଇପିଏଲ ୨୦୨୪ର ୩୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇତିହାସ ରଚିଛି। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଆଇପିଏଲର ସର୍ବାଧିକ ସ୍କୋର...

୬ ପରାଜୟ ପରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ କି ଆରସିବି: ଜାଣନ୍ତୁ କ’ଣ କହୁଛି ସମୀକରଣ

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଭୁବନେଶ୍ୱର ‘ଏ’, ଝାରସୁଗୁଡ଼ା, ସୋନପୁର ବିଜୟୀ

ଭୁବନେଶ୍ୱର, ୧୬।୪ (ତପନ ସ୍ବାଇଁ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ସୋମବାର ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଆନ୍ତଃଜିଲା କ୍ରିକେଟ ଲିଗ୍‌...

ଇଂଲଣ୍ଡର ଶ୍ରେଷ୍ଠ ସ୍ପିନର ଅଣ୍ଡରଉଡ୍‌ଙ୍କ ଦେହାନ୍ତ

ନୂଆଦିଲ୍ଲୀ, ୧୬ା୪ (ପି.ଟି.): ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଂଲଣ୍ଡର ଶ୍ରେଷ୍ଠ ସ୍ପିନର ବିବେଚନା କରାଯାଉଥିବା ଡେରିକ୍‌ ଅଣ୍ଡରଉଡ୍‌ଙ୍କର କେଣ୍ଟଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ବୟସ...

ସନରାଇଜର୍ସର ରେକର୍ଡ ସ୍କୋର

ବେଙ୍ଗାଲୁରୁ,୧୬ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିପକ୍ଷରେ ଦ୍ରୁତ ଶତକ ହାସଲ କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ଟ୍ରାଭିସ୍‌ ହେଡ୍‌। ନିର୍ଦ୍ଧାରିତ...

ପୋଲିସ ହେପାଜତରେ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ମାଇକେଲ ସ୍ଲାଟର

ବ୍ରିସ୍‌ବେନ୍‌,୧୫ା୪: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଓ ଭାଷ୍ୟକାର ମାଇକେଲ ସ୍ଲାଟର ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି। ପୋଲିସ ତାଙ୍କୁ ବିଭିନ୍ନ ଅପରାଧିକ ମାମଲାରେ ଗିରଫ କରି...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବର୍ଷିଲେ ଗାଭାସ୍କର

ମୁମ୍ବାଇ,୧୫।୪: ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ମୁମ୍ବାଇ ଇଣ୍ଡିଆନ୍ସର ଖରାପ ଫର୍ମକୁ ନେଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟାର୍ଗେଟ କରିଛନ୍ତି। ଏହି ସିଜିନ୍‌ରେ ମୁମ୍ବାଇ...

ପଡ଼ିଆ ବାହାରେ ଏମିତି କାମ କଲେ ଧୋନୀ: ସମସ୍ତେ କରୁଛନ୍ତି ବାଃ ବାଃ

ମୁମ୍ବାଇ,୧୫।୪: ଚେନ୍ନାଇ ସୁପର କିଙ୍ଗ୍ସ ନିଜ ଘରୋଇ ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆଇପିଏଲ ୨୦୨୪ରେ ଚତୁର୍ଥ ବିଜୟ ହାସଲ କରିଛି। ଚେନ୍ନାଇର ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri