Categories: Rasifala

ରାଶିଫଳ: ସୋମବାର, ନଭେମ୍ବର ୩୦ ତାରିଖ – Daily Horoscope

ମେଷ
ବନ୍ଧୁଙ୍କ ସହାୟତାରେ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ, ଆନୁଷ୍ଠାନିକ କାମରେ ସାମାନ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ଦୂରଯାତ୍ରା ପାଇଁ ମନସ୍ଥ କରିଥିଲେ ମଧ୍ୟ ଶେଷ ସମୟରେ ତାହା ବାତିଲ ହୋଇଯାଇପାରେ।
ବୃଷ
କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିପାରନ୍ତି। ବନ୍ଧୁଙ୍କ ସହ ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ଘରୋଇ କଳହକୁ ନେଇ ଆଜିର କାମ ଅସମ୍ପୂର୍ଣ୍ଣ ରହିଯିବ। ବ୍ୟବସାୟ ଓ ପରିବହନ ମନ୍ଦ ହେବ ନାହିଁ କିନ୍ତୁ ଋଣ ପରିଶୋଧ କରିବା କଷ୍ଟକର ହୋଇପଡିବ।
ମିଥୁନ
ଦୀର୍ଘ ଦିନରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବାର ଆଶା ମଉଳି ଯାଇପାରେ। ଅନ୍ୟମନସ୍କ କାରଣରୁ ଯାନବାହନ ଚାଳନାରେ ସତର୍କତାର ଅଭାବ ସମସ୍ୟା ସୃଷ୍ଟି କରିବ। ରାଜନୈତିକ ପୃଷ୍ଠଭୂମିରେ କୂଟନୀତି ବଳରେ କାର୍ଯ୍ୟ ସାଧନରେ ସମର୍ଥ ହେବେ। ଆବଶ୍ୟକତା ପୂରଣ ପାଇଁ ବନ୍ଧୁଙ୍କ ସାହାଯ୍ୟ ପ୍ରାର୍ଥୀ ହେବେ।
କର୍କଟ
କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବା ହେତୁ କାମଗୁଡ଼ିକ ଶୃଙ୍ଖଳିତ ନ ହୋଇପାରେ। ଆଜିର ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ, ମାତ୍ର ବନ୍ଧୁଙ୍କ ସହ ସୁସମ୍ପର୍କ ରହିବ ନାହିଁ । ବ୍ୟବସାୟିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ସନ୍ତୋଷଜନକ ହୋଇ ନ ପାରେ।
ସି˚ହ
କର୍ମକ୍ଷେତ୍ର୍ରରେ ସମସ୍ୟା ଆସିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବନାହିଁ। ଦୀର୍ଘ ଦିନରୁ ଲାଗିରହିଥିବା ମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନସ୍ତାପ ବଢିଯାଇପାରେ। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଅଧିକାଂଶ ସମୟ ବିତିବ। ବ୍ୟବସାୟ ଓ ପରିବହନରେ କୌଣସି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି।
କନ୍ୟା
ପୂର୍ବ ସମସ୍ୟାକୁ କେନ୍ଦ୍ରକରି ପାରିବାରିିକ ଜୀବନରେ ସ୍ନେହ,ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିପାରନ୍ତି। କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିବାକୁ ଇଚ୍ଛା ପ୍ରକାଶ କରିବେ। ଘର ଲୋକମାନଙ୍କୁ ଉପେକ୍ଷା କରି ପରକଥାରେ ପଡି ଭୁଲ ମାର୍ଗର ଅନୁସରଣ କଲେ ଅନୁତାପ କରିବାକୁ ପଡିପାରେ।
ତୁଳା
ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବାରୁ ସୁଯୋଗ ହରାଇପାରନ୍ତି। ମାନସିକ ଅବସାଦ ଲାଗି ରହିବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଆପୋସ ଆଲୋଚନା ଦ୍ୱାରା ପାରିବାରିକ ସମସ୍ୟାର ସରଳ ସମାଧାନ ହୋଇଯିବ। ବାଣିଜ୍ୟ ଓ ପରିବହନରେ ସମସ୍ୟା ଲାଗି ରହିବାର ଆଶଙ୍କା ରହିଛି।
ବିଛା
ବିଭିନ୍ନ ଘରୋଇ ସମସ୍ୟା ବିଷୟରେ ଚିନ୍ତାକରି ମନ ଭାରାକାନ୍ତ ରହିବ। କଳା, ସଙ୍ଗୀତ, ଚଳଚ୍ଚିତ୍ର, କ୍ରୀଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେଲେ ସମ୍ମାନ ହାନି ଘଟିପାରେ। ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିପାରିବେ ନାହିଁ।
ଧନୁ
ଶନିଙ୍କ କୁପ୍ରଭାବରୁ ଯେତେ ଭଲ କଥା କିମ୍ବା କାମ ଆପଣଙ୍କ ମନରେ ଆନନ୍ଦ ଦେଇପାରିବ ନାହିଁ। ପାରିବାରିକ, ପ୍ରକାଶନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହିବା କାରଣରୁ ପରିବାରରେ କଳହ ଦେଖାଦେଇପାରେ। ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବାର ସୁଯୋଗ ପାଇବେ।
ମକର
ନିକଟ ଅତୀତର କୌଣସି ସ୍ମୃତି ମନରେ ବାରମ୍ବାର ଆଲୋଡନ ସୃଷ୍ଟି କରି ଆପଣଙ୍କୁ ଅଶାନ୍ତ ରଖିପାରେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବନ୍ଧୁଙ୍କ ଦ୍ୱାରା ଆହୂତ ହୋଇ ସପରିବାର ଦୂରଯାତ୍ରାର ସୁଯୋଗ ପାଇବେ। ଆର୍ଥିକ ଦୁରବସ୍ଥା ସାଙ୍ଗକୁ ସ୍ବାସ୍ଥ୍ୟ ପ୍ରତି ଅବହେଳା କରି ଅନୁତାପ କରିପାରନ୍ତି।
କୁମ୍ଭ
ଆନୁଷଙ୍ଗିକ ସହାୟତା ଲାଭକରିବା କାରଣରୁ ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।
ମୀନ
ପରିବାରରେ ବାରମ୍ବାର ମତଭେଦ ଘଟିବା କାରଣରୁ ବିଭିନ୍ନ ପ୍ରକାର ସମସ୍ୟା ଆସିପାରେ। ଜଣେ ବନ୍ଧୁଙ୍କ ଉପସ୍ଥିତକୁ କେନ୍ଦ୍ର କରି ଝଗଡା ଲାଗିବାର ଆଶଙ୍କା ରହିଛି। କେତେକ କ୍ଷେତ୍ରରେ ଜିଦ୍‌ଖୋର ମନୋବୃତ୍ତି ଯୋଗୁ ହଇରାଣ ହୋଇପାରନ୍ତି। ଅର୍ଥନୈତିକ ଅବରୋଧ କାର୍ଯ୍ୟର ପୂର୍ଣ୍ଣତା କ୍ଷେତ୍ରରେ ପ୍ରଶ୍ନବାଚୀ ସୃଷ୍ଟି କରିବ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.