Categories: Rasifala

ରାଶିଫଳ: ଶନିବାର, ନଭେମ୍ବର ୨୮ ତାରିଖ – Daily Horoscope

ମେଷ
ପାରିବାରିକ ଅଶାନ୍ତି ସାଙ୍ଗକୁ କର୍ମକ୍ଷେତ୍ର ସମସ୍ୟାବହୁଳ ରହିବ। ଆର୍ଥିକ ସଙ୍କଟ ଲାଗି ରହିଲେ ମଧ୍ୟ ନୂତନ ଯୋଜନା ସକାଶେ ବିକଳ୍ପ ଚିନ୍ତା କରିପାରନ୍ତି। ଶିକ୍ଷାକ୍ଷେତ୍ର, ସନ୍ତାନଙ୍କ ସମସ୍ୟା, ପରୀକ୍ଷା, ଇଣ୍ଟରଭ୍ୟୁ କ୍ଷେତ୍ରରୁ ଉପକୃତ ହେବେ। ରଚନାତ୍ମକ କାର୍ଯ୍ୟରୁ ଦ୍ୱିଜା ନକ୍ଷତ୍ର ବନ୍ଧୁ ଗହଣରେ ଉଚ୍ଚ ପ୍ରଶଂସିତ ହେବାର ସୂଚନା ରହିଛି।
ବୃଷ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ଭିତରକୁ ଆସିଯିବାରୁ ଆଶ୍ୱସ୍ତି ଲାଭ କରିବେ। ବନ୍ଧୁଙ୍କ ଛଳନାତ୍ମକ କଥା ସରକାରୀ ସ୍ତରରୁ ସମ୍ଭାବ୍ୟପ୍ରାପ୍ତିକୁ ବିଗାଡି ଦେଇପାରେ। କଳା, ସାହିତ୍ୟ, ସଙ୍ଗୀତରେ ଉନ୍ନତି କରିବା ସାଙ୍ଗକୁ ପ୍ରଶଂସିତ ମଧ୍ୟ ହୋଇପାରନ୍ତି। ଆର୍ଥିକ ସ୍ଥିତି କମ୍‍ଜୋର୍‍ ରହିଥିଲେ ମଧ୍ୟ ରୋହିଣୀ ନକ୍ଷତ୍ରର ଆଶା ଅପୂରଣ ରହିବନାହିଁ।
ମିଥୁନ
ସମ୍ପର୍କୀୟଙ୍କ ସହଯୋଗରୁ ସ୍ଥଗିତ କାମଟିରେ ଅଗ୍ରଗତି ଘଟିବାର ସମ୍ଭାବନା ରହିଛି। ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାରକରି ଉଚିତ ପଦକ୍ଷେପ ନେବା ଠିକ୍‍ ହେବ। ପନର୍ବସୁ ନକ୍ଷତ୍ର ସାହିତ୍ୟ କୃତି କିମ୍ବା ନୃତ୍ୟ, ସଙ୍ଗୀତରେ ସମ୍ମାନିତ ହୋଇପାରନ୍ତି। ବ୍ୟବସାୟ,ଦୂରଯାତ୍ରା,ବନ୍ଧୁସମ୍ପର୍କ ଏବଂ ନିର୍ମାଣ କ୍ଷେତ୍ରରେ ସୁଫଳ ପାଇବେ।
କର୍କଟ
ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟରେ ଅଣନିଃଶ୍ୱାସୀ ହୋଇ ମାନସିକ ସୁସ୍ଥତା ହରାଇପାରନ୍ତି ା ଅଶ୍ଳେଷା ନକ୍ଷତ୍ର ସକାଶେ ବ୍ୟବସାୟରେ ଲାଭ ଆଶାନୁରୂପ ହେବ ନାହିଁ। ବନ୍ଧୁଙ୍କ ସହ ଆଜିର ପ୍ରତ୍ୟାବର୍ତ୍ତନ ପଥରେ କଷ୍ଟ ସ୍ବୀକାର କରିବାକୁ ପଡିବ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ଆଶଙ୍କା ରହିଛି।
ସି˚ହ
ମାଙ୍ଗଳିକ କାମ ସକାଶେ ପ୍ରସ୍ତୁତି କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ମିଳିବ। କର୍ମକ୍ଷେତ୍ରରେ ଆଶାନୁଯାୟୀ ସୁଫଳ ପାଇଲେ ମଧ୍ୟ ମାନସିକ ଅସ୍ଥିରତା ଦେଖାଦେଇପାରେ। ପୂର୍ବାଫାଲଗୁନୀ ନକ୍ଷତ୍ର କର୍ମକ୍ଷେତ୍ରରେ ଉଚ୍ଚ ପଦାଧତ୍କାରୀଙ୍କ ସହୃଦୟତାରୁ ଉପକୃତ ହେବେ। ଅନ୍ୟମାନଙ୍କ ପାଇଁ କାମ କରି ନିଜେ ହଇରାଣରେ ପଡ଼ିପାରନ୍ତି।
କନ୍ୟା
ଆପଣଙ୍କ ଲାଳିତ୍ୟପୂର୍ଣ୍ଣ କଥା ଓ ସାହାଯ୍ୟକାରୀ ମନୋଭାବ ଅନ୍ୟମାନଙ୍କ ମନରେ ସମବେଦନା ସୃଷ୍ଟିକରିବ। ବିଳାସ ଉପକରଣ କିଣିବା ପାଇଁ ଘରୁ ବରାଦ ପାଇ ଉଚିତ ପଦକ୍ଷେପ ନେବେ। ବିବାଦୀୟ କଥାରେ ମୁଣ୍ଡ ପୂରାଇଲେ ଅନ୍ୟମାନେ ଆପଣଙ୍କୁ ଦୋଷ ଦେଇପାରନ୍ତି। ଚିତ୍ରା ନକ୍ଷତ୍ରର ବ୍ୟବସାୟରେ କ୍ଷତି ସମ୍ଭାବନା ରହିଛି।
ତୁଳା
କର୍ମକ୍ଷେତ୍ରରେ ଶତ୍ରୁତା କାରଣରୁ ସମସ୍ୟା ବଢ଼ିଚାଲିଲେ ମଧ୍ୟ ଧୈର୍ଯ୍ୟ ଅତୁଟ ରହିବ। ସ୍ବାତୀ ନକ୍ଷତ୍ରର ପରିବାରରେ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ପଡ଼ୋଶୀମାନେ ସ୍ବାର୍ଥସାଧନ ସକାଶେ ବାକ୍‍ଚାତୁରି କଥା କହି କାର୍ଯ୍ୟ ହାସଲ କରିବେ। ଘର ଲୋକଙ୍କ ଟୁପ୍‍ଟାପ୍‍ କଥା ମନକୁ ବିଚଳିତ କରିବ।
ବିଛା
ଅନୁରାଧା ନକ୍ଷତ୍ର ପରିସ୍ଥିତି ପ୍ରତି ନଜର ଦେଇ କାମ ନ କଲେ ଅସୁବିଧାରେ ପଡ଼ିବେ। ସକାଳୁଆ ଯାତ୍ରା ମନକୁ ଅସ୍ଥିର କରିବା ସାଙ୍ଗକୁ କାମ ମଧ୍ୟ ନୈରାଶ୍ୟଜନକ ରହିବ। ସାଙ୍ଗସାଥୀଙ୍କ ସହ କିଛି ନୂଆ ସ୍ଥାନକୁ ପରିଦର୍ଶନରେ ଯାଇପାରନ୍ତି। ଅସାବଧାନତା ହେତୁ ଟଙ୍କା ପଇସା ହଜିଯିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।
ଧନୁ
ପ୍ରତ୍ୟେକ ଦିଗରୁ ସମସ୍ୟା ଜାଲରେ ଛନ୍ଦିହୋଇ ନିଜକୁ ଅସହାୟ ମନେ କରିପାରନ୍ତି। ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ମୂଳା ନକ୍ଷତ୍ର ସକାଶେ ବକେୟା ଅର୍ଥ ଆଦାୟ କରିବା ପାଇଁ ବହୁତ ଟଣାଓଟରା ଲାଗିପାରେ। ବିବାଦୀୟ ଘଟଣାରେ, ପରିବାରରେ, ବ୍ୟବସାୟରେ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନିୟୋଜିତ ରହିପାରନ୍ତି।
ମକର
କୌଣସି ହିତୈଷୀଙ୍କ ଅନୁପସ୍ଥିତି ମନକୁ ବିଚଳିତ କରିବ। ଶିଳ୍ପ, ବାଣିଜ୍ୟ, ବନ୍ଧୁଙ୍କ ସହ ଆଲୋଚନା କ୍ଷେତ୍ରରେ ସଫଳତା ମିଳିପାରେ। ଶ୍ରବଣା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ। ଭୁଲ୍‍ ବୁଝାମଣା ଯୋଗୁ ବନ୍ଧୁ ଆପଣଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କୁମ୍ଭ
ଆଜିର କାମ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଆପଣଙ୍କ ପାଇଁ ସେପରି ହୋଇପାରିବ ନାହିଁ। କର୍ମକ୍ଷେତ୍ରରେ କେତେକ କଥା ନେଇ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। କୌଣସି ବିଜାତୀୟ ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି। ଆଜି ଶତଭିଷା ନକ୍ଷତ୍ରର ଅର୍ଥଲାଭ ସହ ବନ୍ଧୁ ସମ୍ପର୍କ ସ୍ଥାପିତ ହୋଇପାରେ।
ମୀନ
ଶନିଙ୍କ କୁପ୍ରଭାବରୁ ଆଳସ୍ୟ ଓ ଅବହେଳା ଜନିତ କାମ ପୂର୍ଣ୍ଣାଙ୍ଗ କରିପାରିବେ ନାହିଁ। ଆର୍ଥିକ ଦୁଃସ୍ଥିତିକୁ ଭରଣା କରିବା ସକାଶେ ଜମିଜମା କିମ୍ବା ଯାନବାହନ ବିକ୍ରି ଯୋଜନା କରିପାରନ୍ତି। କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିପାରେ। ବନ୍ଧୁ ମିଳନ, ଦେବ ଦର୍ଶନ, ମନୋରଞ୍ଜନ କାର୍ଯ୍ୟକ୍ରମରେ ଉତ୍ସାହିତ ହେବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.