Categories: Rasifala

ରାଶିଫଳ: ମଙ୍ଗଳବାର , ନଭେମ୍ବର ୨୪ ତାରିଖ – Daily Horoscope

ମେଷ
ଆଜି ଶ୍ରୀଚନ୍ଦ୍ର କାରଣରୁ ବନ୍ଧୁମିଳନ ସାଙ୍ଗକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି କଟାଇବେ। ଭୂମି ସମ୍ବନ୍ଧିତ ପ୍ରତ୍ୟେକ କର୍ମ ଓ ପଦାର୍ଥ, କର୍ମକ୍ଷେତ୍ର, ସ୍ବାସ୍ଥ୍ୟ ଉନ୍ନତ ସ୍ଥିତିରେ ରହିବ। ଅସାଧ୍ୟ ସାଧନ ସହ ସହକର୍ମୀଙ୍କ ସହାୟତାରେ କାର୍ଯ୍ୟସାଧନ କରିବେ। ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିପାରେ ଓ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ନୀରବ ରହିପାରନ୍ତି।
ବୃଷ
ଆଜିର ଗ୍ରହ ସ୍ଥିତି ଆପଣଙ୍କୁ ଶତ୍ରୁତାର ସମାଧାନ, ଋଣ ପରିଶୋଧ, ଦୂରଯାତ୍ରା ଦିଗରେ ଅନୁପ୍ରେରିତ କରିପାରନ୍ତି। ସବୁଠି ଅନ୍ୟମାନଙ୍କଠାରୁ ଆଦର ଗୌରବ ଲାଭ କରିବେ। ଆନୁଷ୍ଠାନିକ କାର୍ଯ୍ୟ ସାଙ୍ଗକୁ ପରିଜନଙ୍କ ସହ ଭ୍ରମଣର ସୁଯୋଗ ପାଇପାରନ୍ତି। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସୂଚନା ରହିଛି।
ମିଥୁନ
ଆନୁଷ୍ଠାନିକ କାମରେ,ବ୍ୟବସାୟିକ ସ୍ଥିତିରେ, ବନ୍ଧୁମିଳନର ସୁଯୋଗ ଲାଭ କରିବେ। ଅଯଥା ବାକ୍ୟାଳାପକରି ଯୁକ୍ତିତର୍କ କଲେ କଳହକୁ ନିମନ୍ତ୍ରଣ କରିବେ। ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତି,ପାରିବାରିକ ସ୍ଥିତି,ବାଣିଜ୍ୟ ବ୍ୟବସାୟ ଏବଂ ପରିବାର ସହ ଭ୍ରମଣ କରିପାରନ୍ତି।
କର୍କଟ
ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଗଲେ ମଧ୍ୟ ଭାବ ପ୍ରବଣତାଜନିତ ମାନସିକ ଅସ୍ଥିରତା ସୃଷ୍ଟିହୋଇପାରେ। ବନ୍ଧୁଙ୍କ ସହାୟତାରେ ବହୁ ଦିନରୁ ରହି ଆସିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ସହକର୍ମୀଙ୍କ ବ୍ୟବହାରରେ ବିପରୀତ ପ୍ରତିକ୍ରିୟା ପରିିଲକ୍ଷିତ ହେବାରୁ ଅସନ୍ତୋଷ ପ୍ରକାଶ କରିପାରନ୍ତି।
ସି˚ହ
ଆଜି ଭାଗ୍ୟସ୍ଥାନରେ ଚନ୍ଦ୍ର ଥିବାରୁ ଯେଉଁ କାମରେ ହାତ ଦେବେ ସଫଳତା ପାଇବେ। ଜିନିଷପତ୍ର ପ୍ରତି ପ୍ରତି ସତର୍କ ରହିଲେ ପଶ୍ଚାତାପ କରିବାକୁ ପଡ଼ିପାରେ। ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବାରୁ ସାମୟିକ ଆଶ୍ୱସ୍ତି ମିଳିବ। ନୂତନ ଚୁକ୍ତିପତ୍ର, ଜମିଜମା କ୍ରୟବିକ୍ରୟ, ନୂତନ ଗୃହାରମ୍ଭ କ୍ଷେତ୍ରରେ ସଫଳତା ମିଳିବ।
କନ୍ୟା
ସତ୍‍କର୍ମ କରିବା ସକାଶେ ଅନୁପ୍ରେରିତ ହୋଇପାରନ୍ତି। ସାମୟିକ ଶାରୀରିକ ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ଷ୍ଟେଶନାରି ଜିନିଷ, ଧାତୁ ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟରେ ଉନ୍ନତି ସାଙ୍ଗକୁ ଆର୍ଥିକ ଅଭିବୃଦ୍ଧିଜନିତ ମନ ପ୍ରଫୁଲ୍ଲ ରହିବ।
ତୁଳା
ବନ୍ଧୁମାନଙ୍କ ସହାୟତାରେ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ ସଫଳ ହେବେ। ଛୋଟ ଛୋଟ କଥାକୁ କେନ୍ଦ୍ରକରି ଘରେ ଝଗଡ଼ା ଲାଗିବା ଆଶଙ୍କା ରହିଛି। ଅନ୍ୟମନସ୍କତା ପରିହାରକରି ଯାତ୍ରା ସମୟରେ ଯାନବାହନରେ ସତର୍କ ରହିବା ଭଲ ହେବ। କିଣାବିକା କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି।
ବିଛା
ରାଶ୍ୟାଧିପତିଙ୍କ ଦୁର୍ବଳତା ସାଙ୍ଗକୁ ପାପଗ୍ରହଙ୍କ ସାନ୍ନିଧ୍ୟ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିପାରେ। ଦୂରାଗତ ବନ୍ଧୁଙ୍କ ସହ ପ୍ରୀତିପ୍ରଦ ଆଲୋଚନା ସ୍ଥଗିତକାର୍ଯ୍ୟ ସାଧନରେ ପ୍ରତିବନ୍ଧକ ସୃଷ୍ଟିକରିବ। ଆମତ୍ୀୟଙ୍କ ନିକଟରୁ ଦୂରେଇରହିବା ଯୋଗୁ ଚିନ୍ତିତ ରହିବେ। ପରିବାର ସହ ଭ୍ରମଣ ସୁଯୋଗ ଲାଭ କରିପାରନ୍ତି।
ଧନୁ
ଅନୁକୂଳ ବାତାବରଣ ମଧ୍ୟରେ ପ୍ରତ୍ୟେକ କର୍ମ ସମ୍ପାଦନ ସହ ସମସ୍ୟା ସମାଧାନ କରିପାରିବେ। ଗୃହ ମରାମତି, ଜମିଜମା କ୍ରୟବିକ୍ରୟ, ଏଜେନ୍ସିପ୍‍ ବୃଦ୍ଧିରୁ ଖୁସି ରହିବେ। ଆର୍ଥିକ ପରିସ୍ଥିତି ବଦଳିବା ପରିବର୍ତ୍ତେ ନିମ୍ନାଭିମୁଖୀ ହେବାରୁ ଚିନ୍ତିତ ରହିବେ। ସ୍ବାସ୍ଥ୍ୟସମସ୍ୟା, କର୍ମକ୍ଷେତ୍ରରେ ବିବାଦ, ବନ୍ଧୁମାନଙ୍କ ପ୍ରତାରଣରୁ ଦୁଃଖ ପ୍ରକାଶ କରିବେ।
ମକର
ଆଜିର ପ୍ରତ୍ୟୁଷ ଯାତ୍ରା, ନୂତନ ବନ୍ଧୁସମ୍ପର୍କ, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ମିଳିବ। ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବା ସହ ଗୁରୁଦାୟିତ୍ୱ ବହନ କରିବାକୁ ପଡ଼ିପାରେ। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବା ଅନୁଭବ କରିପାରନ୍ତି।
କୁମ୍ଭ
ସପ୍ତମ କେନ୍ଦ୍ରସ୍ଥ ଦେବଗୁରୁଙ୍କ ସୁପ୍ରଭାବରୁ ଅର୍ଥନୈତିକ ପ୍ରଗତି ଯୋଗୁ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। ବନ୍ଧୁଙ୍କ ସାମ୍ନାରେ ଭାବୁଥତ୍ବା କଥା କହିପାରିବେ ନାହିଁ। କର୍ମକ୍ଷେତ୍ରରେ ଦାୟିତ୍ୱ ବୃଦ୍ଧି ସହ ସାମାଜିକ ସ୍ତରରେ ସମ୍ମାନିତ ହେବେ। ବାଣିଜ୍ୟ, କଚେରି ମାମଲା, ବିଦେଶ ଯାତ୍ରା, ସାହିତ୍ୟ,ସଙ୍ଗୀତାଦି କ୍ଷେତ୍ର ଅପରିବର୍ତ୍ତିତ ରହିବ।
ମୀନ
ଗ୍ରହଙ୍କ ସୁପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ, ବନ୍ଧୁମିଳନ ମଧ୍ୟରେ ହସଖୁସିରେ ସମୟ ଅତିବାହିତ କରିବେ। ଆଜିର କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ ଏବଂ ନୂତନ ଯୋଜନା କରିବାରେ ମନ ଦେବେ। ଈର୍ଷାପର ସମ୍ପର୍କୀୟ ଦୂରେଇଯିବାର ଉପକ୍ରମ କରିବେ। ପରିବାରର ଅଶାନ୍ତ ପରିସ୍ଥିତି ଦୂରହେବା ଆଶା ରହିଛି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.