Categories: Rasifala

ରାଶିଫଳ: ଶନିବାର, ନଭେମ୍ବର ୨୧ ତାରିଖ – Daily Horoscope

ମେଷ
ଆଜି ବୃହସ୍ପତିଙ୍କ ସହ ଚନ୍ଦ୍ର ଷଡ଼ାଷ୍ଟକ ସ୍ଥିତି ଯୋଗୁ ମନ ଅନୁଯାୟୀ କର୍ମ ସମ୍ପାଦନ କରିପାରିବେ ନାହିଁ। ଅଯଥା ଅର୍ଥବ୍ୟୟ ମାନସିକ ସ୍ଥିତିକୁ କଳୁଷିତ କରିଦେଇପାରେ। ରଚନାତ୍ମକ କାମ, ଆନୁଷ୍ଠାନିକ କାମ, ବନ୍ଧୁମାନଙ୍କ ସହ ଆଲୋଚନାରୁ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ କୌଣସି ଅସୁବିଧା ହେବନାହିଁ।
ବୃଷ
ଏକାଦଶସ୍ଥ ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କୁ ବନ୍ଧୁ ଏବଂ ଆତ୍ମୀୟଙ୍କ ଦ୍ୱାରା କାର୍ଯ୍ୟ ସାଧନ କରାଇପାରେ। ପାରିବାରିକ ସ୍ତରରେ ଅର୍ଥାଭାବର ଦୁଃସ୍ଥ ପରିସ୍ଥିତିକୁ ସାମ୍ନା କରିବେ। ଭୁଲ୍‌ ବୁଝାମଣାରୁ ଭାଇ କିମ୍ବା ଭଉଣୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। ଯାତ୍ରା, ପ୍ରକାଶନ, ବାଣିଜ୍ୟ ଓ ବ୍ୟବସାୟ ତଥା ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ମିଥୁନ
ଶୁକ୍ର କ୍ଷେତ୍ରସ୍ଥ ବୁଧ ବୈଷୟିକ ଅଭିବୃଦ୍ଧି ସାଙ୍ଗକୁ ସନ୍ତାନଙ୍କ ସମାଧାନର ମାର୍ଗକୁ ଉନ୍ମୁକ୍ତ କରାଇବ। ବନ୍ଧୁସମ୍ପର୍କ, ଚୁକ୍ତିପତ୍ର, ଜମିଜମା କାରବାର, କଚେରି ମାମଲା ସମାଧାନ ସକାଶେ ଦିନଟି ଭଲ। ଆନୁଷ୍ଠାନିକ କାମରେ ବ୍ୟତିକ୍ରମ ମାନସିକ ଆଘାତ ଦେବ। ପରିବାର ଏବଂ ଆତ୍ମୀୟମାନଙ୍କ ଗହଣରେ ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ।
କର୍କଟ
ମୁଖଭାବସ୍ଥ ବୁଧ ଓ ମଙ୍ଗଳଜନିତ ଆପଣଙ୍କ ଅପ୍ରିୟସତ୍ୟ ବନ୍ଧୁଙ୍କୁ ଆଘାତ ଦେଇପାରେ। ରବିଙ୍କ ଦୁର୍ବଳତା କାରଣରୁ ଧନହାନି ଘଟିବ। ପଡ଼ୋଶୀଙ୍କୁ ଅଯଥା ମିଥ୍ୟା ପ୍ରତିଶ୍ରୁତି ଦେଇ ପରୋକ୍ଷ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିବ। ପ୍ରକାଶନ, ପ୍ରଶାସନ, ନିର୍ମାଣ କ୍ଷେତ୍ରରେ ସହଯୋଗ,ସୁଖ ସମ୍ମାନ ପାଇ ଖୁସି ହେବେ।
ସି˚ହ
ରାଶିରେ ପାପଗ୍ରହଙ୍କ ସମାବେଶ ହେତୁ ବିବାଦୀୟ ଘଟଣାରେ ବିଜୟୀ ହେଲେ ମଧ୍ୟ ସଂଘର୍ଷପୂର୍ଣ୍ଣ ସ୍ଥିତି ବଳବତ୍ତର ରହିବ। ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ କିଛି ମାତ୍ରାରେ ସାହାଯ୍ୟ କରିପାରେ। ରାଜନୈତିକ କିମ୍ବା ପ୍ରଶାସନିକ ସ୍ତରରେ ପରିସ୍ଥିତି ସେତେଟା ଭଲ ରହିବ ନାହିଁ।
କନ୍ୟା
ଧନାଧିପତିଙ୍କ ଦୁର୍ବଳତା କୁପ୍ରଭାବରୁ ଯାହାଠାରୁ ଯାହା ପାଇବାକୁ ଆଶାବାନ୍ଧି ବସିଛନ୍ତି ତାହା ନିରର୍ଥକ ହେବ। ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ। ଗଠନମୂଳକ କିମ୍ବା ସାମୂହିକ କାମରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ପ୍ରତିଦ୍ୱନ୍ଦ୍ୱିତା ଜନିତ ବାଣିଜ୍ୟ,ବ୍ୟବସାୟ ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢ଼ିପାରେ।
ତୁଳା
ରାଶିରେ ଭାଗ୍ୟାଧିପତି ଅବସ୍ଥିତି କାରଣରୁ ଅଭିଳାଷ ପୂରଣ ହେବ। ଆତ୍ମୀୟଙ୍କ ସହ ଯୋଗରୁ ସମାଧାନର ସରଳସୂତ୍ର ବାହାର କରିବାରେ ସମର୍ଥ ହେବେ। ବନ୍ଧୁମିଳନ, ପାରିବାରିକ ସଦ୍‌ଭାବ, ଭ୍ରମଣଜନିତ ଆନନ୍ଦ ଅନୁଭବ କରିବେ। ଆଜିର ଯାତ୍ରା ଶୁଭପ୍ରଦ ହେବ ତଥାପି ସତର୍କତା ଅଭାବରୁ ଜିନିଷପତ୍ର ହଜିଯିବାର ଆଶଙ୍କା ରହିଛି।
ବିଛା
ଭାଗ୍ୟାଧିପ ଚନ୍ଦ୍ର କୋଣଭାବସ୍ଥ ଯୋଗୁ ମନ ବୁଝୁଲାଭଳି କଥା କହି କାମ ହାସଲ କରିବେ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇବା ସହ ବିବାଦୀୟ ପରିସ୍ଥିତିର ମୁକାବିଲାରେ ସମର୍ଥ ହେବେ। ସାହିତ୍ୟ, କ୍ରୀଡ଼ାରେ ସମସ୍ୟା ସମାଧାନ ହେବ। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଓ ସାହାଯ୍ୟ ମଧ୍ୟ କରିବେ।
ଧନୁ
ରାଶ୍ୟାଧିପ ପାପଗ୍ରହ କବଳିତ ଯୋଗୁ ସହଜେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣ ହେବେ। ଦୀର୍ଘ ଦିନ ପରେ ଶାରୀରିକ ସୁସ୍ଥତା ଫେରିପାଇବେ। ଫଳତଃ ମାନସିକ ଅସ୍ଥିରତା ମଧ୍ୟ ଦୂରେଇଯିବ। ଦୂରଯାତ୍ରା, ପର୍ଯ୍ୟଟନ, ଆମଦାନୀ କାରବାରରୁ ସୁଫଳ ପାଇବେ। ତଥାପି ଋଣ ପରିଶୋଧ ସକାଶେ ସାମାନ୍ୟ ବିଚଳିତ ଅନୁଭବ କରିପାରନ୍ତି।
ମକର
ଶନି ଯୁକ୍ତ ଚନ୍ଦ୍ର ଯୋଗୁ ବିଭିନ୍ନ ଦିଗରୁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିବ। ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। ସମ୍ପର୍କ ଭଲ ଥିଲେ ମଧ୍ୟ ବନ୍ଧୁଙ୍କ ଅଶୋଭନୀୟ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଦୀର୍ଘ ସମୟ ପ୍ରତୀକ୍ଷା କରି ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ।
କୁମ୍ଭ
ଚନ୍ଦ୍ର ପାପଗ୍ରହ ଯୁକ୍ତ ହେତୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ମନରେ ଦୁଃଖ ଭରି ରହିଥିଲେ ମଧ୍ୟ ଅଭିମାନ କରି ରହିଥିବା ବନ୍ଧୁଙ୍କୁ ସମ୍ଭାଳି ନେବେ। ସରକାରୀ କ୍ଷେତ୍ରରୁ ଆଶା କରିଥିବା କୌଣସି କାଗଜପତ୍ର ସମ୍ପର୍କୀୟ ଶୁଭ ସୂଚନା ପାଇ ମନ ଖୁସି ହୋଇଯିବ।
ମୀନ
କର୍ମଭାବ ଗୁରୁଦୃଷ୍ଟ ଯୋଗୁ କର୍ମାରମ୍ଭ କରିବାକୁ ମନ ବଳାଇବେ। ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ବିରକ୍ତିଭାବ ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହେବେ। ବନ୍ଧୁମାନଙ୍କ ଅନୁରୋଧକୁ ଉପେକ୍ଷା ନ କରି ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.