Categories: Rasifala

ରାଶିଫଳ: ଗୁରୁବାର, ନଭେମ୍ବର ୨୬ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ମୁଖଭାବରେ ଥିବାରୁ ମନର ଦୁଃଖକୁ ଲୁଚାଇ ହସି ହସି କଥା କହିବେ। ପାପଗ୍ରହଙ୍କ ଦୃଷ୍ଟି ପ୍ରଭାବରେ ପାରିବାରିକ ଝଗଡା, ଋଣପରିଶୋଧ, ସନ୍ତାନଙ୍କ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ସହକର୍ମୀମାନଙ୍କ କଥାଗୁଡିକ ଠିକ୍‌ ଥିଲେ ମଧ୍ୟ ବିରକ୍ତି ହେତୁ ଆପଣଙ୍କୁ ଭଲ ଲାଗିବ ନାହିଁ।
ବୃଷ
ଉଚ୍ଚସ୍ଥ ଚନ୍ଦ୍ରଜନିତ ସମ୍ପର୍କୀୟଙ୍କ ସାହାଯ୍ୟ ଲାଭ କରି ଆର୍ଥିକ ଓ ସାମାଜିକ ସ୍ତରରେ ଉପକୃତ ହେବେ। ବିବାଦୀୟ ଘଟଣାର ସମାଧାନ ସକାଶେ ଆପଣଙ୍କ ପିଲାମାନେ ଆପଣଙ୍କୁ ସାହାଯ୍ୟ କରିପାରନ୍ତି। ପ୍ରକାଶନ ଓ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇବେ। ରାଜନୀତି, ଆଇନ ଓ ଅଦାଲତ କ୍ଷେତ୍ରରେ ଦୃଢ଼ ସମର୍ଥନ ଅବ୍ୟାହତ ରହିବ।
ମିଥୁନ
କୋଣଭାବସ୍ଥ ବୁଧ ସହ ଶୁକ୍ରଙ୍କ ସମ୍ବନ୍ଧରୁ ଅଭିଳଷିତ ଅର୍ଥ ଏବଂ ଜିନିଷ ପାଇବାରେ ଅସୁବିଧା ରହିବନାହିଁ। ମାନସିକ ବ୍ୟସ୍ତତା କାରଣରୁ କୌଣସି କାମ ଶୃଙ୍ଖଳିତ ଭାବରେ କରିପାରିବେ ନାହିଁ। ବନ୍ଧୁମାନଙ୍କୁ କିଛି କଡା ଭାଷା ପ୍ରୟୋଗ କଲେ ଶତ୍ରୁତା ଅର୍ଜନ କରିବେ। କର୍ମ କ୍ଷେତ୍ରରେ ଧୀରେ ସୁସ୍ଥେ ଗତି କଲେ ଅବଶ୍ୟ ଉପକୃତ ହୋଇପାରନ୍ତି।
କର୍କଟ
କର୍ମାଧିପ ଧନସ୍ଥାନସ୍ଥ ଯୋଗୁ ଜଞ୍ଜାଳ ବୃଦ୍ଧି କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହେବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ସବୁ କଥାରେ ନରମି ରହି ପାରିଲେ ହିଁ ସୁଫଳ ପାଇବେ। ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଆର୍ଥିକ ସ୍ଥିତି, ବ୍ୟବସାୟିକ ପରିସ୍ଥିତି, କଳାସାହିତ୍ୟାଦି କ୍ଷେତ୍ର ଉତ୍ତମ ରହିବ।
ସି˚ହ
ଗୁରୁମଙ୍ଗଳ ଯୋଗରୁ ବୈଷୟିକ ଅଭିବୃଦ୍ଧି ସହ ଜମିଜମା କିମ୍ବା ଗୃହନିର୍ମାଣ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ। କର୍ମକ୍ଷେତ୍ରର ବିବାଦୀୟ ଘଟଣା ଜଟିଳ ହୋଇପାରେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। ଦୂରଯାତ୍ରା, ବନ୍ଧୁଙ୍କ ସହ ଆଲୋଚନା, ସାଂସ୍କୃତିକ କାର୍ଯ୍ୟକ୍ରମରୁ ପ୍ରଶଂସିତ ହୋଇପାରନ୍ତି।
କନ୍ୟା
ରାଶ୍ୟାଧିପତି ଧନସ୍ଥାନରେ ଅବସ୍ଥାନ କରିଥିବାରୁ ଅର୍ଥଲାଭ, ବସ୍ତ୍ରଭୂଷଣ ପ୍ରାପ୍ତି, ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭରୁ ଖୁସି ହେବେ। ପଡ଼ୋଶୀ କାନକୁହା କଥା କହି ପରିବାରରେ ସମସ୍ୟା ସୃଷ୍ଟିକରି ପାରନ୍ତି। ଯାନ ବାହନରେ ସତର୍କ ରହିବା ଭଲ। ପିଲାଙ୍କ କୃତି ଓ କୃତିତ୍ୱ ସକାଶେ ଗର୍ବ ଅନୁଭବ କରିପାରନ୍ତି।
ତୁଳା
ସ୍ୱଗୃହୀ ଶୁକ୍ରଙ୍କ ପ୍ରଭାବରେ ସ୍ୱାସ୍ଥ୍ୟ ଭଲ ରହିବା ସହ ବନ୍ଧୁଙ୍କ ସହାନୁଭୂତି ଲାଭ କରିବେ। ପାରସ୍ପରିକ ବୁଝାମଣାରୁ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ। ଈର୍ଷାପରାୟଣ ବନ୍ଧୁଙ୍କ ଚକ୍ରାନ୍ତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ବକେୟା ନେଇଥିବା ବନ୍ଧୁଙ୍କ ସହ ତର୍କର ସମ୍ମୁଖୀନ ହୋଇପାରନ୍ତି।
ବିଛା
ଭାଗ୍ୟାଧିପତି ଉଚ୍ଚସ୍ଥାନରେ ରହି ଆପଣଙ୍କ ରାଶିକୁ ଦେଖୁଥିବାରୁ ପ୍ରତ୍ୟେକ କାର୍ଯ୍ୟ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ। ଲେଖାପଢାରୁ, ସାହିତ୍ୟରେ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।
ଧନୁ
ଅନୁକୂଳ ଗ୍ରହସ୍ଥିତିରୁ ଆଜି ଆପଣଙ୍କ କୌଣସି କାମ ଅଟକି ରହିବନାହିଁ। ଆପଣଙ୍କ ଲୋକପ୍ରିୟତା ପଡ଼ୋଶୀଙ୍କ ଈର୍ଷାପରାୟଣତାକୁ ବୃଦ୍ଧି କରିପାରେ। ଆତ୍ମୀୟଙ୍କ ସହଯୋଗ ଲାଭକରି କୌଣସି ନୂତନ କର୍ମାରମ୍ଭ କରିପାରନ୍ତି। କୌଣସି ସମସ୍ୟା ବହୁଳ ପରିସ୍ଥିତିରେ ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ପ୍ରଦାନ କରିବ।
ମକର
ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କ ବନ୍ଧୁଙ୍କ ସହ ଯାତ୍ରା ଓ ନୂତନ କର୍ମାରମ୍ଭ ପାଇଁ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି, ଅର୍ଥ ଓ ସମ୍ମାନ ଲାଭ କରିବାରେ ସଫଳ ହେବେ। ପାରିବାରିକ ସ୍ତରରେ କୌଣସି ପ୍ରତିବନ୍ଧକ ହେତୁକ ମାନସିକ ଆଘାତ ପାଇପାରନ୍ତି। ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠା ହେବାର ଆଶା ରହିଛି।
କୁମ୍ଭ
ଆଜି ଯାହାକୁ ଯାହା ନିର୍ଦ୍ଦେଶ ଦେବେ ସେ କଦାପି ମନା କରିବ ନାହିଁ। ବୁଧ ସହ ଶୁକ୍ରଙ୍କ ସଂଯୋଗରୁ ପିଲାଙ୍କର କିଛି ସମସ୍ୟା ମନକୁ ବିଚଳିତ କରିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ ଯାହାକି ଆପଣଙ୍କ ସକାଶେ କ୍ଷତିର କାରଣ ହୋଇପାରେ। ଭୁଲ୍‌ ବୁଝାମଣା ଜନିତ ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହେବାର ଆଶଙ୍କା ରହିଛି।
ମୀନ
ରାଶିରେ ଶନିଙ୍କ ସ୍ଥିତି ପ୍ରଭାବରେ ଆଳସ୍ୟ ଓ ଅବହେଳାଜନିତ କୌଣସି କାମ ପୂର୍ଣ୍ଣାଙ୍ଗ ହେବ ନାହିଁ। ବନ୍ଧୁଗହଣରେ ଅପ୍ରିୟ ସତ୍ୟ କହି ବିବାଦୀୟ ହେବେ। ଗୃହ କାମରେ ବ୍ୟସ୍ତ ରହି ଗୁରୁତ୍ୱପୂର୍ଣ୍ଣ କାମକୁ ପାସୋରି ଦେଇପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ଆନୁଷ୍ଠାନିକ କାମରେ ସଫଳତା ନିଶ୍ଚିତ ପାଇବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.