Categories: Rasifala

ରାଶିଫଳ: ଶୁକ୍ରବାର , ନଭେମ୍ବର ୨୦ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ। ଶନି ସହ ଚନ୍ଦ୍ରଙ୍କ ସଂଯୋଗ ହେତୁ ସାଧାରଣ ତର୍କଜନିତ ବିବାଦରୁ ଦୂରେଇ ରହିବା ଭଲ ହେବ। ପାରିବାରିକ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ।
ବୃଷ
ଦୃଢ ମନୋବଳ ଯୋଗୁଁ ଯେକୈାଣସି ପରିସ୍ଥିତିରେ ମଧ୍ୟ ପଛକୁ ଫେରି ଚାହିଁବେ ନାହିଁ। ଆରମ୍ଭ କରିଥିବା ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ବନ୍ଧୁଙ୍କୁ କର୍ମକ୍ଷେତ୍ରରେ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିପାରନ୍ତି। ପ୍ରତିକ୍ଷିତ ଖବର ପାଇ ଖୁସି ହେବେ ଏବଂ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିବ।
ମିଥୁନ
କୋଣଭାବସ୍ଥ ବୁଧଙ୍କ ଯୋଗୁଁ ଦୈହିକ ସୁସ୍ଥତା ସଙ୍ଗକୁ ବନ୍ଧୁ ମାନଙ୍କ ସହାନୁଭୂତି କାମ ପାଇଁ ପ୍ରେରଣ ଯୋଗାଇବ। ନୂତନ କର୍ମସସ୍ଥାନ ପାଇଁ ମନ ବଳିବ ଏବଂ ଆନୁସଙ୍ଗତ୍କ ସାହାଯ୍ୟ ମଧ୍ୟ ପାଇବେ। ସପ୍ତମାଧିପତି ବୃହସ୍ପତିଙ୍କ ଯୋଗୁଁ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବ। ଆଜି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
କର୍କଟ
ପରିସ୍ଥିତି ବଦଳି ଯାଇଥିବାରୁ ଆଶା କରିଥିବା ଦିଗରୁ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ ହେଲେ ମଧ୍ୟ ଧ୍ୟୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବାରେ ସମର୍ଥ ହେବେ। ପ୍ରିୟ ବନ୍ଧୁ ସମ୍ପର୍କରେ କାୈଣସି ବିସ୍ମୟକର ଖବର ପାଇ ଆଶ୍ଚର୍ଯ୍ୟାନ୍ବିତ ହୋଇପାରନ୍ତି।
ସି˚ହ
ନିଜର କଠିନ ଅଧ୍ୟବ୍ୟସାୟ ଓ ସାଧନା ହେତୁକ ସାମାଜିକ ସ୍ତରରେ ସମ୍ମାନ ଲାଭ କରିିପାରନ୍ତି । ବନ୍ଧୁ ମାନଙ୍କ ସହାୟତା ପୂର୍ଣ୍ଣରୂପେ ରହିଥିବାରୁ ବ୍ୟବସାୟ ଓ ପରିବହନ ବାଧାପାପ୍ତ ହେବ ନାହିଁ। କଠିନ ଶ୍ରମ ଜନିତ ସାମୟିକ ଦୁର୍ବଳତା ଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି। ସମ୍ପର୍କୀୟଙ୍କ ଠାରୁ ପ୍ରେରଣା ପାଇ ଖୁସି ହେବେ ା
କନ୍ୟା
ନିଜ ନିଜର ସୁବିଧାକୁ ଆଖି ଆଗରେ ରଖି ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି। ବହୁପୂର୍ବରୁ ଲାଗି ରହିଥିବା ରୋଗ,ଋଣ ଓ ପରୋକ୍ଷ ଶତ୍ରୁତାର ଦାଉ ଅସମ୍ଭାଳ ହୋଇପାରେ। ସହକର୍ମୀଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତ ହେବେ। ସନ୍ତାନଙ୍କ ସମ୍ପର୍କରେ ପରିବାରରେ ସରଗରମ ଆଲୋଚନାର ସୂଚନା ରହିଛି।
ତୁଳା
ବନ୍ଧୁଙ୍କ ଜରିଆରେ କର୍ମକ୍ଷେତ୍ରରେ ଭୁଲ୍‍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଅର୍ଥ ସଂକଟର ଦୂରୀକରଣ ନିମିତ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟକ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେବ। ସନ୍ଦେହ କାରଣରୁ ପାରିବାରିକ ଅଶାନ୍ତି ଦେଖାଦେବ।
ବିଛା
ଅତୀତର କୈାଣସି ଘଟଣା କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ଉଦାସ ରହିବ। ଆଗାମୀ ସମୟରେ ହେବାକୁ ଥିବା ମାଙ୍ଗଳିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‍ ହୋଇଯାଇପାରେ। ସାମାଜିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେବାର ଆଶଙ୍କା ରହିଛି।
ଧନୁ
କର୍ମକ୍ଷେତ୍ରର ସମସ୍ୟା ସମାଧାନ କ୍ଷେତ୍ରରେ ଯଥାସାଧ୍ୟ ଉଦ୍ୟମ କରି ବିଫଳ ହୋଇପାରନ୍ତି। ପାରିବାରିକ ସ୍ତରରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ କାର୍ଯ୍ୟ ସମ୍ପନ୍ନର ଆଶା ମଉଳି ଯାଇପାରେ। ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ ।
ମକର
ଆପଣଙ୍କ ପରିସ୍ଥିତିକୁ ହୃଦୟଙ୍ଗମ କରି ଜଣେ ବନ୍ଧୁ ସହାନୁଭୂତି ପୂର୍ବକ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇପାରନ୍ତି। କଳା,ସାହିତ୍ୟ,ସଙ୍ଗୀତ,କ୍ରୀଡା ତଥା ଚଳଚ୍ଚିତ୍ର ପ୍ରତିଯୋଗିତାରେ ସଫଳତା ହାସଲ କରିବେ। ପାରିବାରିକ କ୍ଷେତ୍ରରେ ବୃଥା ସନ୍ଦେହ ଓ ଭୁଲ୍‍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ଆଶଙ୍କା ରହିଛି।
କୁମ୍ଭ
ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‍ ହୋଇଯିବା କାରଣରୁ ମାନସିକ ସ୍ତରରେ ପ୍ରସନ୍ନତା ଅନୁଭବ କରିବେ। ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ଦ୍ୱାରା ସାମାଜିକ ସ୍ତରରେ ଅସମ୍ମାନିତ ହୋଇପାରନ୍ତି। ବନ୍ଧୁଙ୍କ ସହ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ। ବ୍ୟବସାୟ ଓ ପରିବହନରେ ଶିଥିଳତା କାରଣରୁ ସାମୟିକ ବିଷାଦିତ ରହିପାରନ୍ତି ା
ମୀନ
କର୍ମକ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ନେଇ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ପୂଜାପାର୍ବଣର ମଉକାରେ ବନ୍ଧୁମିଳନ ମନକୁ ସାମୟିକ ଭାବରେ ହାଲୁକା କରିଦେଇପାରେ। କେତେକ କ୍ଷେତ୍ରରେ ଆଶଙ୍କା କରି ମନ ଅସ୍ଥିର ରହିବ। ସାମାଜିକ ସ୍ତରରେ କର୍ମଦକ୍ଷତାରୁ ପ୍ରଶଂସିତ ହୋଇପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.