ଆଜି ଚନ୍ଦ୍ର ପାପଗ୍ରହ କେତୁ ସଂଯୁକ୍ତରୁ ବିଭିନ୍ନ ପ୍ରକାରର ଦୁର୍ଭାବନାରେ ମନ ବିକ୍ଷିପ୍ତ ରହିବ। ଅବଶ୍ୟ ପ୍ରତ୍ୟେକ କ୍ଷେତ୍ରରେ ସାହସିକ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିପାରନ୍ତି। ଶନିଙ୍କ ଦୃଷ୍ଟି ପ୍ରଭାବରୁ ଋଣଗ୍ରସ୍ତ ହେବା ସହିତ ଆତ୍ମୀୟଙ୍କ ସହ ଥିବା ସୁସମ୍ପର୍କ ହରାଇପାରନ୍ତି। ଶୁକ୍ର ପ୍ରଭାବରୁ ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସଫଳତା ମିଳିବ।
ଆପଣଙ୍କ କଥା ଓ କାର୍ଯ୍ୟ ପଦ୍ଧତି ଅନ୍ୟମାନଙ୍କର ଗ୍ରହଣୀୟ ହେବାର କ୍ଷୀଣ ଆଶା ରହିଛି। କର୍ମକ୍ଷେତ୍ରକୁ ଯିବା ସମୟକୁ କୌଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। ରାହୁଯୁକ୍ତ ଚନ୍ଦ୍ର ମାନସିକ ସ୍ଥିତିକୁ ବିଷାଦିତ କରି ରଖିବ। ଅବଶ୍ୟ ଷଷ୍ଠସ୍ଥ ରାଶ୍ୟାଧିପତି ଯୋଗୁ କୌଣସି ପରିସ୍ଥିତିରେ ଆପଣ ପଛକୁ ଫେରି ଚାହିଁବେ ନାହିଁ।
ରାହୁଙ୍କ ଦୃଷ୍ଟି ପ୍ରଭାବରୁ ବନ୍ଧୁ ସମ୍ପର୍କ ହାନି ସହ ଉପରିସ୍ଥ କର୍ମକର୍ତ୍ତାଙ୍କ ସହ ମତାନ୍ତର ଘଟିପାରେ। ବୃହସ୍ପତିଙ୍କ ଦୃଷ୍ଟି ପ୍ରଭାବରୁ କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରାଦମ୍ରେ କରିବା ପାଇଁ ନିଷ୍ପତ୍ତି ନେବେ। ବ୍ୟବସାୟ କ୍ଷେତ୍ରରେ କୌଣସି ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ସ୍ବାସ୍ଥ୍ୟ ସମସ୍ୟା ମନକୁ ବିଚଳିତ କରି ରଖିବ।
ଅତୀତର କେତେକ ଅକୁହା କଥା ଏବଂ କାମ ମନକୁ ବିଚଳିତ କରି ରଖିପାରେ। ଯେଉଁ ଆଶା ନେଇ ବନ୍ଧୁଙ୍କ ପାଇଁ କିଛି କରିବେ, ପ୍ରତିବଦଳରେ ପ୍ରତିଦାନ ପାଇବା ଦୁରୂହ ହୋଇଯିବ। ନୂତନ ଦର୍ଶନୀୟ ସ୍ଥାନରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇପାରନ୍ତି।
କୌଣସି ବ୍ୟକ୍ତିଙ୍କ କାନକୁହା କଥାରୁ ଉପରିସ୍ଥଙ୍କ ସାହାଯ୍ୟ ଓ ସହଯୋଗ ପାଇବା କଷ୍ଟକର ହେବ। ବନ୍ଧୁଙ୍କ ଦ୍ୱାରା ଶୁଭ ଖବର ସାଙ୍ଗକୁ ଅର୍ଥଲାଭରୁ ମନ ଖୁସି ହୋଇଯାଇପାରେ। ଯାତ୍ରାରେ ସତର୍କ ନ ରହିଲେ ସାଧାରଣ ଆଘାତ ଲାଗିପାରେ। ପାରିବାରିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ପୂର୍ଣ୍ଣତଃ ସନ୍ତୋଷଜନକ ନ ହୋଇପାରେ।
ଶନିଙ୍କ ପ୍ରତ୍ୟକ୍ଷ ଦୃଷ୍ଟି ରାଶି ଉପରେ ପଡ଼ୁଥିବାରୁ ଶାରୀରିକ ଅସୁସ୍ଥତାର ଆଶଙ୍କା ଦେଖାଦେବ। ବନ୍ଧୁଙ୍କ ପାଖରେ ଅଭାବ ଅସୁବିଧା ଜଣାଇଲେ ଆଶା ପୂରଣ ହୋଇପାରିବ। ପିଲାଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟହାନି ଯୋଗୁ ମନସ୍ତାପ କରିପାରନ୍ତି।
ଅର୍ଥ ସମ୍ପର୍କୀୟ ସମସ୍ୟା ସହକର୍ମୀ କିମ୍ବା ପଡ଼ୋଶିନୀଙ୍କ ମାଧ୍ୟମରେ ସମାଧାନ ହେବ। ଗୁରୁମଙ୍ଗଳ ଯୋଗରୁ ଅଫିସ୍ରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ବ୍ୟବସାୟରେ ମନର ବଳ ଖୁବ୍ ଟାଣ ରହିବ ଏବଂ ଜିଦ୍ରେ ଅଟଳ ରହି ଲକ୍ଷ୍ୟ ହାସଲ କରିପାରିବେ। କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ।
ଆଜି ସକାଳୁ ପରିବାର ସହିତ ପୂର୍ବ ସ୍ଥିରୀକୃତ ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ଦାୟିତ୍ୱହୀନ ଭାବେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିପାରନ୍ତି। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲଭ ହୋଇପଡ଼ିବ।
ବନ୍ଧୁଙ୍କ ସହଯୋଗର ଅଭାବ ପ୍ରତ୍ୟେକ କାମ ସକାଶେ ପ୍ରତୀକ୍ଷା ଜନିତ ଦୁଶ୍ଚିନ୍ତାର କାରଣ ହେବ। ଏହା ସାଙ୍ଗକୁ ଆପଣଙ୍କ ଘରର ପରିସ୍ଥିତିକୁ ଅନୁଧ୍ୟାନ କରି ଚିନ୍ତିତ ହେବେ। ତଥାପି ବନ୍ଧୁଙ୍କ ସଦ୍ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିବ। ଆଲୋଚନା ପରିସରରେ ବନ୍ଧୁଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ଧନ ସ୍ଥାନକୁ ବଳହୀନ ରବିଙ୍କ ଦୃଷ୍ଟି ଅର୍ଥ ସଙ୍କଟକୁ ଦ୍ୱିଗୁଣିତ କରିବ। ଗୁରୁ କ୍ଷେତ୍ରସ୍ଥ ଶନି ପ୍ରଭାବରୁ କଚେରି ମାମଲାରେ ବିଶିଷ୍ଟ ଆଇନଜ୍ଞଙ୍କ ସହାୟତା ଲୋଡ଼ିପାରନ୍ତି। ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି; କିନ୍ତୁ ନିର୍ମାଣାଧୀନ କାମ ସମସ୍ୟା ବହୁଳ ରହିବ। ବିଦେଶାଗତ ବନ୍ଧୁଙ୍କ ସାନିଧ୍ୟ ଲାଭ କରିବେ।
ଆରମ୍ଭ କରିବାକୁ ଯାଉଥିବା କାମ ସକାଶେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି କାରଣରୁ ଆଶ୍ୱସ୍ତି ଲାଭ କରିପାରନ୍ତି। ପ୍ରତ୍ୟୁଷଯାତ୍ରା ସାଙ୍ଗକୁ ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବିଶେଷ ଅନୁକୂଳ। ସାମାଜିକ ସ୍ତରରେ କାମ କଲେ ସଫଳତା ପାଇବାର ଆଶା ଉଜ୍ଜ୍ୱଳ ହୋଇଯିବ।
ନିଜ ଲୋକଙ୍କ ଈର୍ଷାପରାୟଣତା ହେତୁ ସମ୍ପର୍କ ବିଗିଡ଼ି ଯିବାର ଆଶଙ୍କା ରହିଛି। ସାହିତ୍ୟ, ବନ୍ଧୁ ସମ୍ପର୍କରେ ସମସ୍ୟା ସମାଧାନ ସକାଶେ ମାର୍ଗ ଉନ୍ମୁକ୍ତ ରହିବ। ଆର୍ଥିକ ସ୍ଥିତି ବିଶେଷ ଖରାପ ନ ଥିଲେ ମଧ୍ୟ ଆବଶ୍ୟକତା ପୂରଣ ପାଇଁ ଟେନ୍ସନ ଲାଗି ରହିବ। ବିବାଦୀୟ ଘଟଣା ଫଇସଲାରେ ବିଳମ୍ବତା ଅସ୍ଥିରତାର କାରଣ ହେବ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates