ଆଜି ରାହୁ ଯୁକ୍ତ ଚନ୍ଦ୍ରଙ୍କ ଯୋଗୁ ଘରୋଇ ସମସ୍ୟା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ମଙ୍ଗଳ ନିଜ ରାଶିକୁ ଅବଲୋକନ କରୁଥିବାରୁ ସ୍ବାସ୍ଥ୍ୟ ଭଲ ରହିବ। ସଭାସମିତିରେ ଯୁକ୍ତିଯୁକ୍ତ ଓ ଅପ୍ରିୟ ସତ୍ୟ କହିବାରୁ ସମସ୍ୟା ସୃଷ୍ଟି ହୋଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ, ଅର୍ଥ ପ୍ରାପ୍ତି ହେବ।
ଲାଭଭାବସ୍ଥ ଗ୍ରହଯୋଗରୁ ଯାହା କରିବେ କିମ୍ବା କହିବେ ସଫଳତା ନିଶ୍ଚିତ ପାଇବେ। ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ଆନୁଷ୍ଠାନିକ କାମରେ ସଫଳତା ମିଳିବ। ମତାନ୍ତରଜନିତ ପାରିବାରିକ ଅଶାନ୍ତି କାରଣରୁ ମାନସିକ ଉଦ୍ବେଗ ବଢ଼ିପାରେ। ସାହିତ୍ୟ ଓ ସାମ୍ବାଦିକତା,ଚୁକ୍ତିପତ୍ର କ୍ଷେତ୍ରରୁ ସୁଫଳ ମିଳିବ।
ଦିନଟି ଆର୍ଥିକ ଦିଗରୁ ଭଲ ଖାଲି ସେତିକି ନୁହେଁ ଯାହାକୁ ଯାହା କହିବେ ସେ ନାହିଁ କରିପାରିବ ନାହିଁ। ବୁଧଙ୍କ ପ୍ରଭାବରୁ କର୍ମକ୍ଷେତ୍ରରେ ଚାପ ବଢିବ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟିର ସୂଚନା ପାଇପାରନ୍ତି। କେତେକ କ୍ଷେତ୍ରରେ ମନକଥା ମନରେ ରଖିପାରିବେ ନାହିଁ, ବନ୍ଧୁଙ୍କ ନିକଟରେ ପ୍ରକାଶ କରିବାକୁ ବାଧ୍ୟ ହେବେ।
ଦୁଃସ୍ଥାନରେ ଚନ୍ଦ୍ର ରହିଥିବାରୁ ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ। କିନ୍ତୁ ବନ୍ଧୁଙ୍କ ଆଲୋଚନା ସମୟରେ ଭାବପ୍ରବଣତାରେ ଭାସିଯାଇ ଗୁରୁତ୍ୱପୂର୍ଣ୍ଣ କଥାଟିକୁ ପାସୋରି ଦେଇପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ, ଯୋଗାଯୋଗ, ପ୍ରେସ୍, ପବ୍ଲ୍ଳିକେଶନ, ଆଲୋଚନା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ।
ରାଶ୍ୟାଧିପ ରବିଙ୍କ ଦୁର୍ବଳତା କାରଣରୁ ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ଦୁଶ୍ଚିନ୍ତାର କାରଣ ହୋଇପାରେ। କର୍ମାଧିପ ଶୁକ୍ରଙ୍କ ଦୁର୍ବଳତା କାରଣରୁ ନୂତନ କାମଟି ସହଯୋଗ ଅଭାବରୁ ମଉଳି ଯାଇପାରେ। ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଆଶା କରି ନିରାଶ ହେବେ। ସରକାରୀ ସାହାଯ୍ୟର ଆଶା ରହିଛି ଏବଂ ଆର୍ଥିକ ଦିଗରୁ ସହଯୋଗ ପାଇବେ।
ଦ୍ୱିତୀୟ ସ୍ଥାନରେ ବୁଧ ରହିଥିବାରୁ ଆପଣଙ୍କର କଡ଼ା କଥା ବନ୍ଧୁଙ୍କ ଗାତ୍ରଦାହର କାରଣ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ନିଜର ସନ୍ଦେହୀ ମନୋଭାବ ହେତୁ ଅନାକାଂକ୍ଷିତ ସମସ୍ୟା ଦେଖାଦେବ। ଆପଣ ପାରିବାରିକ କ୍ଷେତ୍ରରେ ଅନ୍ୟମନସ୍କ ରହି ନୀରବତା ଅବଲମ୍ବନ କରିବା ମଧ୍ୟ ଦୁଃଚିନ୍ତାର କାରଣ ହୋଇପାରେ।
ଏକାଦଶସ୍ଥ ମଙ୍ଗଳଙ୍କ ସୁପ୍ରଭାବରୁ ଅର୍ଥନୈତିକ ପ୍ରଗତି ସାଙ୍ଗକୁ ବନ୍ଧୁଙ୍କ ଭିଡ ଲାଗିରହିବ। କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ଆଶ୍ୱସ୍ତି ଲାଭ କରିବେ। ବିବାଦୀୟ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ। ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ସହକର୍ମୀ ଅବଶ୍ୟ ସାହାଯ୍ୟ କରିବେ।
ବନ୍ଧୁଙ୍କ ସମର୍ଥନ କ୍ରମେ ଆନୁଷ୍ଠାନିକ କାମରେ ନିୟୋଜିତ ହେବେ। ବୃହସ୍ପତିଙ୍କ ଶୁଭ ପ୍ରଭାବରୁ ଆର୍ଥିକ ପ୍ରଗତି ମାନସିକ ସୁସ୍ଥତାକୁ ବୃଦ୍ଧି କରିବ। ଯାହାକୁ ନିଜର ମନେ କରୁଛନ୍ତି, ସେହିମାନେ ହିଁ ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାକୁ ସହିପାରିବେ ନାହିଁ। ପରିବାରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ଭାଗ୍ୟଭାବ ପାପଗ୍ରହଙ୍କ ଦୃଷ୍ଟିରେ ଥିବାରୁ ଭଲ ଓ ମନ୍ଦର ମିଶ୍ରିତ ଅନୁଭୂତି ନେଇ ଦିନଟିକୁ କଟାଇବେ। ଯେତେ ସମସ୍ୟା ଆସିଲେ ମଧ୍ୟ ସାମ୍ନା କରିପାରିବେ। ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଆଜି ରାଶ୍ୟାଧିପ ପାପଗ୍ରହ ଯୁକ୍ତ କାରଣରୁ ଶାରୀରିକ ଅସୁସ୍ଥତା ଅନୁଭବ କରିବେ।
ଭାଗ୍ୟାଧିପ କର୍ମସ୍ଥାନରେ ରହିଥିବାରୁ ଯାହା ଭାବୁଛନ୍ତି କରି ଚାଲନ୍ତୁ ଅସୁବିଧା ହେବ ନାହିଁ। ଆଜି ବନ୍ଧୁଙ୍କ ବ୍ୟବହାରରେ ବିଷମତା ପରିଲକ୍ଷିତ ହେବ, ଯାହାକି ଦୁଃଚିନ୍ତାର କାରଣ ପାଲଟିବ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବା ଆଶାରେ ବିନୟପୂର୍ଣ୍ଣ କଥା କହି ସଫଳତା ହାସଲ କରିବେ। ଶିଳ୍ପ, ବାଣିଜ୍ୟରେ ଚାପ ବଢ଼ିପାରେ।
ମୁଖଭାବରେ ଶନି ଅବସ୍ଥାନ କରିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ନୀରବତା ଅବଲମ୍ବନ କରିପାରନ୍ତି। ଗୁରୁତ୍ୱପୂର୍ଣ୍ଣ କାମ ହାସଲ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ସଭାସମିତିର ଆଲୋଚନା କ୍ଷେତ୍ରରେ ଜଣେ ବିଜାତୀୟ ବ୍ୟକ୍ତି ଅସୁବିଧାରେ ପକାଇ ପାରନ୍ତି। ପରିବାରର ସମସ୍ୟା ବିଷୟରେ ବନ୍ଧୁଙ୍କୁ କହିପାରିବେ ନାହିଁ।
ଆଜି କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ। ଶୁଣାକଥାକୁ ବିଶ୍ୱାସ କରି କୌଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଦୀର୍ଘଦିନରୁ ଲାଗି ରହିଥିବା ଜମିଜମା ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିପାରନ୍ତି। ବନ୍ଧୁଙ୍କ ଖାପଛଡା କଥା ଓ ବେଖାତିର ମନୋଭାବ ଯୋଗୁ ଚିନ୍ତା ପ୍ରକଟ କରିବେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates