Posted inRasifala

ରାଶିଫଳ: ଶୁକ୍ରବାର, ନଭେମ୍ବର ୨୭ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଚେଷ୍ଟାକରି ମଧ୍ୟ ଅଟକି ରହିଯାଇଥିବା କାମଟି ଆଜି ସମ୍ପନ୍ନ ହେବ। ସମ୍ପର୍କୀୟଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ବନ୍ଧୁଙ୍କ ମାଧ୍ୟମରେ ପାଇପାରନ୍ତି। ଶାରୀରିକ ଅସୁସ୍ଥତା କେତେକ ପ୍ରତିବନ୍ଧକର କାରଣ ହୋଇପାରେ।
ବୃଷ
ବୃଷ
ଆଜିର କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ଆରମ୍ଭ ନୂତନ ଯୋଜନାରେ କୃତକାର୍ଯ୍ୟ ହେବେ ଏବଂ ଆଶା ମଧ୍ୟ ପୂରଣ ହୋଇଯିବ। ସାମାଜିକ ସ୍ତରରେ ଆଜିର ପାରିପାର୍ଶ୍ୱିକ ପରିସ୍ଥିତି ବହୁତ ଭଲ ରହିବ। ନିଜର ଉଦାରତା ଗୁଣରୁ ଜନ ସମାଜରେ ପ୍ରଶଂସିତ ହୋଇପାରନ୍ତି।
ମିଥୁନ
ମିଥୁନ
ସ୍ବାସ୍ଥ୍ୟ ପ୍ରତି ନଜର ନ ଦେଲେ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିପାରେ। ବନ୍ଧୁମାନେ ଫାଇଦା ହାସଲ ସକାଶେ ଫନ୍ଦିଫିକର କରିପାରନ୍ତି। ପଡୋଶୀ କେହି ପ୍ରତିବାଦର ସ୍ବର ଉଠାଲେ ମଧ୍ୟ ଆପଣଙ୍କ ସକାଶେ କିଛି ଫରକ ପଡିବନାହିଁ। ବନ୍ଧୁମିଳନ, ଯାତ୍ରାରେ ଲକ୍ଷ୍ୟପୂରଣ, ବ୍ୟବସାୟିକ ଉକତ୍ର୍ଷ ଏବଂ ସନ୍ତାନଙ୍କ କୃତିତ୍ୱରୁ ଖୁସି ରହିବେ।
କର୍କଟ
କର୍କଟ
ପରିବାରର ଅନାବଶ୍ୟକ ଖର୍ଚ୍ଚ ସାଙ୍ଗକୁ ବିଳମ୍ବିତ କର୍ମ ସକାଶେ ଚିନ୍ତିତ ରହିପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ଦୂରଯାତ୍ରା କରିବେ। ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମତାନ୍ତର ସୃଷ୍ଟି ହେବାର ଆଶଙ୍କା ରହିଛି। ସମସ୍ୟା ବିଜଡିତ ରହିଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖି ସ୍ଥଗିତ କାମ ହାସଲରେ ସମର୍ଥ ହେବେ।
ସି˚ହ
ସି˚ହ
ଦୀର୍ଘଦିନରୁ ଅଭିମାନ କରି ରହିଥବା ବନ୍ଧୁଟି ଆପଣଙ୍କୁ ମିଶିବାର ପ୍ରଯତ୍ନ କରିପାରନ୍ତି। ଆର୍ଥିକ ସଙ୍କଟ ଦେଖାଦେବାରୁ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଯିବ। ପାରସ୍ପରିକ ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ସ୍ଥିତି କେତେକାଂଶରେ ଚିନ୍ତାଜନକ ରହିବ। କର୍ମକ୍ଷେତ୍ରରେ ସ୍ବାର୍ଥତ୍ୟାଗ ପୂର୍ବକ ନିରଳସ କାମ ଜରିଆରେ ପ୍ରଶଂସା ପାଇପାରନ୍ତି।
କନ୍ୟା
ଆଜିର କର୍ମକ୍ଷେତ୍ର, ପାରିବାରିକସ୍ଥିତି ଏବଂ ଦୂରଯାତ୍ରା ବହୁତ ଭଲ ରହିବ। ଜମା ଭଲ ସମ୍ପର୍କ ନ ଥିବା ବ୍ୟକ୍ତି ସାଧାରଣ କଥାରେ କଳହ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଓ ବହୁଜନ ପ୍ରଶଂସିତ ହେବେ। ଅନ୍ୟମନସ୍କ କାରଣରୁ ପରିବାରରେ ଅସାବଧାନତା ଯୋଗୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ।
ତୁଳା
ତୁଳା
ପରିବାରରେ ଅର୍ଥ ସମସ୍ୟା ସାଙ୍ଗକୁ ପଡ଼ୋଶୀଙ୍କ ପରୋକ୍ଷ କଟୁକ୍ତି ଶୁଣିଶୁଣି ଟେନ୍ସନ ବଢିଯିବ। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଏବଂ ରାଜନୈତିକ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ। ଆଗାମୀ ମାଙ୍ଗଳିକ କର୍ମ ସକାଶେ ବନ୍ଧୁମାନଙ୍କ ସହ ଆଲୋଚନା କରିପାରନ୍ତି।
ବିଛା
ବିଛା
ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ସାମୟିକ ଭାବରେ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରର ପ୍ରତିବନ୍ଧକ ଅପସରି ଯିବ। ପୂର୍ବ ରାଗ ଶୁଝାଇବାକୁ ଯାଇ ସମ୍ପର୍କୀୟମାନେ ସାହାଯ୍ୟ କରିବା ତେଣେଥାଉ ପାଖ ମଧ୍ୟ ମାଡିବେ ନାହିଁ। ଆନୁଷ୍ଠାନିକ କାମରେ ନିୟୋଜିତ ରହି ଚେଷ୍ଟା କରୁଥିବା କାମଟିକୁ ପୂର୍ଣ୍ଣାଙ୍ଗ କରିବେ।
ଧନୁ
ଧନୁ
ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ ଏବଂ କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ। ନୂତନ ଯୋଜନା ସକାଶେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ପାରିବାରିକ ଜୀବନରେ ବୁଝାମଣା ଅଭାବରୁ କଳହର ଆଶଙ୍କା ରହିଛି।
ମକର
ମକର
ବାଧା, ବିଘ୍ନ ମଧ୍ୟରେ କର୍ମକ୍ଷେତ୍ରରେ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯାଇପାରେ। ନୂତନ ସମ୍ପର୍କ, ବନ୍ଧୁମିଳନ, କାର୍ଯ୍ୟସିଦ୍ଧି ଓ ଶୁଭଖବର ପ୍ରାପ୍ତି ଯୋଗୁ ଖୁସି ରହିପାରନ୍ତି। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିବାର ଆଶଙ୍କା ରହିଛି। ବ୍ୟବସାୟିକ କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଓଲଟା ଫଳ ପାଇବେ।
କୁମ୍ଭ
କୁମ୍ଭ
କାର୍ଯ୍ୟହାସଲ ସକାଶେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବାର ସୂଚନା ରହିଛି। ବିଭିନ୍ନ ସୂତ୍ରରୁ ରୋଜଗାର କରିବେ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଆନୁଷ୍ଠାନିକ କାମରେ ସଫଳତା ପାଇବା କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଦୀର୍ଘଦିନାନ୍ତେ କଚେରି ମାମଲାର ଫଇସଲା ହେତୁ ଆଶ୍ୱସ୍ତିଲାଭ କରିବେ।
ମୀନମୀନ
ବିଭିନ୍ନ ସମସ୍ୟା ଦେଖାଦେବା କାରଣରୁ କାର୍ଯ୍ୟହାନି ମନସ୍ତାପର କାରଣ ହେବ । ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ସାମାଜିକ ସ୍ତରରେ ଆତ୍ମୀୟମାନଙ୍କ ଶତ୍ରୁତା ନୈରାଶ୍ୟଜନକ ସ୍ଥିତି ଉପତ୍ନ୍ନ କରିବ। ବ୍ୟବସାୟ, ଉଚ୍ଚଶିକ୍ଷା, ଦୂରଯାତ୍ରା ଏବଂ ଶୁଭକାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଆରମ୍ଭ କରିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ନଭେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ମୁଖଭାବରେ ଥିବାରୁ ମନର ଦୁଃଖକୁ ଲୁଚାଇ ହସି ହସି କଥା କହିବେ। ପାପଗ୍ରହଙ୍କ ଦୃଷ୍ଟି ପ୍ରଭାବରେ ପାରିବାରିକ ଝଗଡା, ଋଣପରିଶୋଧ, ସନ୍ତାନଙ୍କ ସ୍ବାସ୍ଥ୍ୟ…

ରାଶିଫଳ: ମଙ୍ଗଳବାର , ନଭେମ୍ବର ୨୪ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର କାରଣରୁ ବନ୍ଧୁମିଳନ ସାଙ୍ଗକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି କଟାଇବେ। ଭୂମି ସମ୍ବନ୍ଧିତ ପ୍ରତ୍ୟେକ କର୍ମ ଓ ପଦାର୍ଥ, କର୍ମକ୍ଷେତ୍ର, ସ୍ବାସ୍ଥ୍ୟ ଉନ୍ନତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?