Posted inଖେଳ

ୟୁଏସ୍‌ ଓପନ୍‌ ଖେଳିବା ଲାଗି ୨୯ ଲକ୍ଷ ଟଙ୍କା ଦେଇ ଭଡ଼ା ଘରେ ରହିଲେ ଏହି ଟେନିସ ଖେଳାଳି

ନ୍ୟୁୟର୍କ, ୩।୯: ବିଶ୍ୱର ଶ୍ରେଷ୍ଠ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ତାଙ୍କ ଜ୍ୱାଜଲ୍ୟମୟ କ୍ୟାରିୟରରେ ପୁରସ୍କାର ବାବଦକୁ ୧୪ କୋଟି ଆମେରିକୀୟ ଡଲାର ଅର୍ଜନ କରିସାରିଛନ୍ତି। ଏହାବାଦ୍‌ ସେ ବିଜ୍ଞାପନ ଆଦିରେ ମଧ୍ୟ କୋଟି କୋଟି ଡଲାର ରୋଜଗାର କରିଛନ୍ତି। ଏତେ ପରିମାଣ ସମ୍ପତ୍ତିର ମାଲିକ ଜୋକୋଭିଚ୍‌ ଚଳିତ ସପ୍ତାହରୁ ଆରମ୍ଭ ହୋଇଥିବା ସମ୍ମାନଜନକ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଅବସରରେ ହୋଟେଲ ରୁମ୍‌ରେ ନ ରହି ଏକ ବଡ଼ ଫ୍ଲାଟ୍‌ ଭଡ଼ାରେ ନେଇ ରହିବା କିଛି ଆଶ୍ଚର୍ଯ୍ୟଜନକ କଥା ନୁହେଁ। ଦୁଇ ସପ୍ତାହ ବ୍ୟାପୀ ଚାଲିବାକୁ ଥିବା ୟୁଏସ୍‌ ଓପନ୍‌ ଟୁର୍ନାମେଣ୍ଟ ପାଇଁ ସେ ଯେଉଁ ଘର ଭଡ଼ାରେ ନେଇ ରହିଛନ୍ତି ସେଥିଲାଗି ତାଙ୍କୁ ୪୦ ହଜାର ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୨୯ ଲକ୍ଷ ୩୬ ହଜାର ଟଙ୍କା) ଦେବାକୁ ପଡ଼ିଛି। ଦ୍ୱିତୀୟ ରାଉଣ୍ଡରେ ବିଜୟ ଲାଭ କରିବା ପରେ ଜୋକୋଭିଚ୍‌ କହିଛନ୍ତି, ‘ଯେତେବେଳେ ଆମକୁ ହୋଟେଲ ରୁମ୍‌ ବାଦ୍‌ ବାହାରେ ଘର ଭଡ଼ା ନେଇ ରହିବା ଲାଗି ବିକଳ୍ପ ଦିଆଗଲା, ତୁରନ୍ତ ଏହାକୁ ଅନୁସରଣ କଲି। ଯେକୌଣସି ଖେଳାଳିଙ୍କ ପାଖରେ ଏଭଳି ସୁଯୋଗ ଥିଲା। କେବଳ ଶୀର୍ଷ ଖେଳାଳିଙ୍କ ପାଇଁ ଏହି ସୁବିଧା ନୁହେଁ। କିନ୍ତୁ ବହୁତ କମ୍‌ ଖେଳାଳି ଭଡ଼ା ନେଇ ରହିଛନ୍ତି। ଏହା ସେମାନଙ୍କ ପସନ୍ଦ।’ ଏଠାରେ ଉଲ୍ଲେଖଯୋଗ୍ୟ, ୟୁଏସ୍‌ ଓପନ୍‌ ଆୟୋଜକଙ୍କ ପକ୍ଷରୁ ପ୍ରତ୍ୟେକ ଖେଳାଳିଙ୍କ ଲାଗି ହୋଟେଲରେ ରୁମ୍‌ ବ୍ୟବସ୍ଥା କରାଇଥିଲା। କିନ୍ତୁ ଖେଳାଳିଙ୍କୁ ବାହାରେ ଭଡ଼ା ନେଇ ରହିବାର ମଧ୍ୟ ସୁଯୋଗ ଦିଆଯାଇଥିଲା। ଜୋକୋଭିଚ୍‌ଙ୍କ ସମେତ ୮ ଜଣ ଖେଳାଳି ଲଙ୍ଗ୍‌ ଆଇଲ୍ୟାଣ୍ଡରେ ଭଡ଼ାରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ସେରେନା ଓ୍ବିଲିୟମ୍ସ ଓ ମିଲୋସ ରାଓନିକ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ବିଶ୍ୱ ରେକର୍ଡ

ମାଞ୍ଚେଷ୍ଟର,୨୭।୬- ଭାରତୀୟ ଅଧିନାୟକ ବିରାଟ କୋହଲି ଆଉ ଏକ ବିଶ୍ୱରେକର୍ଡର ଅଧିକାରୀ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଗୁରୁବାର ଏଠାରେ ଖେଳାଯାଇଥିବା ବିଶ୍ୱକପ୍‌ର ଏକ ମ୍ୟାଚ୍‌ ଅବସରରେ...

ଅନ୍ତିମ ଲିଗ୍‌ରେ ପଞ୍ଜାବର ବୃହତ୍‌ ବିଜୟ

ମୁମ୍ବାଇ,୨୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ୧୫.୧ ଓଭରରେ ୫ ଉଇକେଟରେ ପଞ୍ଜାବ କିଙ୍ଗ୍ସ ହରାଇ...

ଶେଷ ହେଲା ଜାଡେଜାଙ୍କ କ୍ୱାରେଣ୍ଟିନ

ମୁମ୍ବାଇ,୧।୪: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କ୍ୱାରେଣ୍ଟିନ ପରିୟଡ୍‌ ଶେଷ କରିବା ପରେ ଗୁରୁବାର ଯୋଗ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) କ୍ୟାମ୍ପରେ। ଆହତ ଜନିତ...

ଧୋନୀଙ୍କ ପାଇଁ ଏମିତି କିଛି କରି ଦେଖାଇଲେ ବଡ ପ୍ରଶଂସକ

ଚେନ୍ନାଇ,୧୫।୧୦:ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗସ(ସିଏସ୍‌କେ)କୁ ପାଓ୍ବାର ହାଉସ୍‌ କୁହାଯାଏ। ଏହି ଟୁର୍ନାମେଣ୍ଟରେ ଦଳ ତିନିଥର ଟାଇଟେଲ୍‌ ଜିତିଛି। ସିଏସ୍‌କେ ପ୍ରତ୍ୟେକଥର ପ୍ଲେ ଅଫରେ ପହଞ୍ଚି। କିନ୍ତୁ...

ବିସିସିଆଇକୁ ଚିଠି ଲେଖିବ ଓସିଏ: ବାରବାଟୀକୁ ଟେଷ୍ଟ ଭେନ୍ୟୁ ମାନ୍ୟତା ଉଦ୍ୟମ

କଟକ ଅଫିସ,୬ା୧୧-ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ କରାଯିବାକୁ ଚେଷ୍ଟା କରାଯାଉଛି। ରାଜ୍ୟର ଏହି ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମକୁ ଟେଷ୍ଟ ଭେନ୍ୟୁ ମାନ୍ୟତା ଫେରାଇ...

ସାହାଣୀ କପ୍‌ ଫୁଟବଲ: ସୁନ୍ଦରଗଡ଼ ଚାମ୍ପିୟନ

ବରଗଡ଼ ଅଫିସ୍‌,୧୪।୧୨ ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡ଼ିୟମରେ ଶୁକ୍ରବାର ଆନ୍ତଃ ଜିଲା ସାହାଣୀ କପ୍‌ ଫୁଟବଲ ପ୍ରତିଯୋଗିତାର ଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ଼ ୨-୦...

ଦି ହଣ୍ଡ୍ରେଡ: ବର୍ମିଂହାମ ଫୋଏନିକ୍ସ ପକ୍ଷରୁ ଖେଳିବେ ଶେଫାଳି

ନୂଆଦିଲ୍ଲୀ, ୧୧।୫(ପି.ଟି.)- ଭାରତର ଟିନ୍‌ ବ୍ୟାଟିଂ ସେନ୍‌ସେସନ ଶେଫାଳି ବର୍ମା ‘ଦି ହଣ୍ଡ୍ରେଡ’ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ସଂସ୍କରଣରେ ବର୍ମିଂହାମ ଫୋଏନିକ୍ସ ପକ୍ଷରୁ ଖେଳିବେ। ଏହା ବ୍ୟତୀତ...

କ୍ରିକେଟ ଇତିହାସରେ ପ୍ରଥମ

ଆଇସିସିର ନୂଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଏହା ହେଉଛି ପ୍ରଥମ ଟେଷ୍ଟ। ଫଳରେ ଟେଷ୍ଟ କ୍ରିକେଟର ୧୪୨ ବର୍ଷ ଇତିହାସରେ ପ୍ରଥମଥରପାଇଁ ଖେଳାଳିମାନେ ସେମାନଙ୍କ ନାମ...

Advertisement
Archives

Model This Week