୨ କାର୍‌ ମାଲିକଙ୍କୁ ନୋଟିସ

ଖୋର୍ଦ୍ଧା ଅଫିସ,୨୭।୩: ବାଣପୁର ବ୍ଲକ ସମ୍ମୁଖରେ ଲୋକ ଏବଂ ପୋଲିସ କର୍ମଚାରୀଙ୍କ ଉପରକୁ ଗାଡ଼ି ମଡ଼ାଇବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଘଟଣା ସମୟରେ ଜଗଦ୍ଦେବ ଚଳାଉଥିବା କାର୍‌ରେ ୨ଟି ଭିନ୍ନ ନମ୍ବର ରହିଥିଲା। ଗୋଟିଏ ଓଡି୨୫କେ୫୭୭୫ ରହିଥିବାବେଳେ ଅନ୍ୟଟି ଓଡି୦୨ଏଓ୍ବାଇ ୫୭୭୫ ରହିଥିଲା। ତେବେ ବିଧାୟକ ଚଳାଉଥିବା ଲ୍ୟାଣ୍ଡ ରୋଭର ଡିସ୍କଭରୀ କାର୍‌ର ମୂଳ ନଂ. ଓଡି୨୫କେ୫୭୭୫ ହୋଇଥିବାବେଳେ ଏହା ନୟାଗଡ଼ ଅଞ୍ଚଳର ଠିକାଦାର କୁମାର ଦେବଦତ୍ତଙ୍କ ନାମରେ ରହିଛି। ସେହିପରି ଓଡି୦୨ଏଓ୍ବାଇ୫୭୭୫ ଏକ ହ୍ୟୁଣ୍ଡାଇ କାର୍‌ର ହୋଇଥିବାବେଳେ ଏହା ନୟାଗଡ ଜିଲା ସୁନାଖଳାର ଶିବାନୀ ଫୁଡ୍ସ କମ୍ପାନୀ ମାଲିକଙ୍କ ନାମରେ ରହିଥିବା ଜଣାପଡିଛି। ଜଗଦ୍ଦେବ କିପରି ଜଣେ ଠିକାଦାରଙ୍କ ଗାଡ଼ିରେ ଅନ୍ୟ ଏକ ନମ୍ବର ପ୍ଲେଟ ଲଗାଇ ଚଳାଉଥିଲେ। ଠିକାଦାର କିପରି ଏତେ ଦାମୀ ଗାଡ଼ି ବିଧାୟକଙ୍କୁ ଦେଇଥିଲେ। ତାହା ସବୁ ଏବେ ପ୍ରଶ୍ନ ଘେରରେ ରହିଥିବାବେଳେ ଶନିବାର ବାଣପୁର ପୋଲିସ ଉପରୋକ୍ତ ୨ କାର୍‌ର ମାଲିକଙ୍କୁ ନୋଟିସ୍‌ ଜାରି କରିଛି। ସପ୍ତାହକ ମଧ୍ୟରେ କାରର ସମସ୍ତ କାଗଜପତ୍ର ଦେଖାଇବାକୁ ନୋଟିସ ହୋଇଛି। ଦୁଇ କାର ମାଲିକ ଜେରାର ସମ୍ମୁଖୀନ ହେବା ପରେ ସମସ୍ତ ଘଟଣା ସ୍ପଷ୍ଟ ହେବ ବୋଲି ବାଲୁଗାଁ ଏସଡିପିଓ ତଥା ତଦନ୍ତ ଅଧିକାରୀ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।
ଦିନ ବିଧାୟକ ଯେଉଁ କାର୍‌ ଡ୍ରାଇଭିଂ କରି ଲୋକଙ୍କୁ ମଡ଼ାଇ ଦେଇଥିଲେ ସେଥିରେ ୨ଟି ଭିନ୍ନ ନମ୍ବର ପ୍ଳେଟ ଲାଗିଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ବାଣପୁର ପୋଲିସ ଆରଟିଓଙ୍କୁ ଗତ ୧୩ ତାରିଖରେ ରିପୋର୍ଟ ମାଗିଥିଲେ। ଭୁବନେଶ୍ୱର ଆରଟିଓ-୧ ପକ୍ଷରୁ ଏମଭିଆଇ ବାଣପୁର ଥାନାକୁ ଗତ ୨୧ ତାରିଖରେ ଆସି ଯାଞ୍ଚ କରି ଫେରିଥିଲେ। ଶୁକ୍ରବାର ଆର୍‌ଟିଓଙ୍କ ରିପୋର୍ଟ ପୋଲିସ ହାତରେ ଲାଗିଛି। ଆରଟିଓ ରିପୋର୍ଟରେ କ’ଣ ରହିଛି, ତାହା ଏଯାବତ୍‌ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନ ଥିବାବେଳେ ଖୁବ୍‌ଶୀଘ୍ର ଏହି ରହସ୍ୟ ଉପରୁ ପରଦା ହଟାଯିବ ବୋଲି କୁହାଯାଉଛି। ମାର୍ଚ୍ଚ ୧୨ ତାରିଖ ବାଣପୁର ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ସମୟରେ ଜଗଦ୍ଦେବ ଏକ ଲ୍ୟାଣ୍ଡ ରୋଭର ଡିସକଭରି କାରରେ ଆସିଥିଲେ। କାରରେ୨ଟି ଭିନ୍ନ ନମ୍ବର ଲାଗିଥିଲା। ଲୋକ ଓ ପୋଲିସକୁ ଗାଡି ମଡାଇବାବେଳେ ପ୍ରଶାନ୍ତଙ୍କୁ ଉତ୍ତ୍ୟକ୍ତ ଲୋକେ କାରରୁ ଭିଡି ଆଣି ମରଣାନ୍ତକ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏହି ସମୟରେ ଅସଲି ନମ୍ବର ପ୍ଲେଟ ଖସିଯାଇଥିବା ବେଳେ କାର ଆଗରେ ଷ୍ଟିକରରେ ଲାଗିଥିବା ନକଲି ନଂ. ଓଡ଼ି୦୨ଏୱାଇ୫୭୭୫ ଭିଡିଓ ଫୁଟେଜରେ କଏଦ ହୋଇଛି। ତେଣୁ ବିଧାୟକ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଗାଡ଼ିରେ ୨ଟି ଭିନ୍ନ ନମ୍ବର ଲଗାଇଥିଲେ ବୋଲି ଆଲୋଚନା ହେଉଛି। ଇତିମଧ୍ୟରେ ଏସ୍‌ପି ଅଲେଖ ଚନ୍ଦ୍ର ପହି ବିଧାୟକ ଚଲାଉଥିବା ଗାଡ଼ିରେ ୨ଭିନ୍ନ ନମ୍ବର ପ୍ଲେଟ ଲାଗିବା ଘଟଣାକୁ ସ୍ବୀକାର କରିବା ସହ ତାଙ୍କ ବିରୋଧରେ ଜାଲିଆତି ମାମଲା ରୁଜୁ କରାଯାଇଛି ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri