୨ କାର୍‌ ମାଲିକଙ୍କୁ ନୋଟିସ

ଖୋର୍ଦ୍ଧା ଅଫିସ,୨୭।୩: ବାଣପୁର ବ୍ଲକ ସମ୍ମୁଖରେ ଲୋକ ଏବଂ ପୋଲିସ କର୍ମଚାରୀଙ୍କ ଉପରକୁ ଗାଡ଼ି ମଡ଼ାଇବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଘଟଣା ସମୟରେ ଜଗଦ୍ଦେବ ଚଳାଉଥିବା କାର୍‌ରେ ୨ଟି ଭିନ୍ନ ନମ୍ବର ରହିଥିଲା। ଗୋଟିଏ ଓଡି୨୫କେ୫୭୭୫ ରହିଥିବାବେଳେ ଅନ୍ୟଟି ଓଡି୦୨ଏଓ୍ବାଇ ୫୭୭୫ ରହିଥିଲା। ତେବେ ବିଧାୟକ ଚଳାଉଥିବା ଲ୍ୟାଣ୍ଡ ରୋଭର ଡିସ୍କଭରୀ କାର୍‌ର ମୂଳ ନଂ. ଓଡି୨୫କେ୫୭୭୫ ହୋଇଥିବାବେଳେ ଏହା ନୟାଗଡ଼ ଅଞ୍ଚଳର ଠିକାଦାର କୁମାର ଦେବଦତ୍ତଙ୍କ ନାମରେ ରହିଛି। ସେହିପରି ଓଡି୦୨ଏଓ୍ବାଇ୫୭୭୫ ଏକ ହ୍ୟୁଣ୍ଡାଇ କାର୍‌ର ହୋଇଥିବାବେଳେ ଏହା ନୟାଗଡ ଜିଲା ସୁନାଖଳାର ଶିବାନୀ ଫୁଡ୍ସ କମ୍ପାନୀ ମାଲିକଙ୍କ ନାମରେ ରହିଥିବା ଜଣାପଡିଛି। ଜଗଦ୍ଦେବ କିପରି ଜଣେ ଠିକାଦାରଙ୍କ ଗାଡ଼ିରେ ଅନ୍ୟ ଏକ ନମ୍ବର ପ୍ଲେଟ ଲଗାଇ ଚଳାଉଥିଲେ। ଠିକାଦାର କିପରି ଏତେ ଦାମୀ ଗାଡ଼ି ବିଧାୟକଙ୍କୁ ଦେଇଥିଲେ। ତାହା ସବୁ ଏବେ ପ୍ରଶ୍ନ ଘେରରେ ରହିଥିବାବେଳେ ଶନିବାର ବାଣପୁର ପୋଲିସ ଉପରୋକ୍ତ ୨ କାର୍‌ର ମାଲିକଙ୍କୁ ନୋଟିସ୍‌ ଜାରି କରିଛି। ସପ୍ତାହକ ମଧ୍ୟରେ କାରର ସମସ୍ତ କାଗଜପତ୍ର ଦେଖାଇବାକୁ ନୋଟିସ ହୋଇଛି। ଦୁଇ କାର ମାଲିକ ଜେରାର ସମ୍ମୁଖୀନ ହେବା ପରେ ସମସ୍ତ ଘଟଣା ସ୍ପଷ୍ଟ ହେବ ବୋଲି ବାଲୁଗାଁ ଏସଡିପିଓ ତଥା ତଦନ୍ତ ଅଧିକାରୀ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।
ଦିନ ବିଧାୟକ ଯେଉଁ କାର୍‌ ଡ୍ରାଇଭିଂ କରି ଲୋକଙ୍କୁ ମଡ଼ାଇ ଦେଇଥିଲେ ସେଥିରେ ୨ଟି ଭିନ୍ନ ନମ୍ବର ପ୍ଳେଟ ଲାଗିଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ବାଣପୁର ପୋଲିସ ଆରଟିଓଙ୍କୁ ଗତ ୧୩ ତାରିଖରେ ରିପୋର୍ଟ ମାଗିଥିଲେ। ଭୁବନେଶ୍ୱର ଆରଟିଓ-୧ ପକ୍ଷରୁ ଏମଭିଆଇ ବାଣପୁର ଥାନାକୁ ଗତ ୨୧ ତାରିଖରେ ଆସି ଯାଞ୍ଚ କରି ଫେରିଥିଲେ। ଶୁକ୍ରବାର ଆର୍‌ଟିଓଙ୍କ ରିପୋର୍ଟ ପୋଲିସ ହାତରେ ଲାଗିଛି। ଆରଟିଓ ରିପୋର୍ଟରେ କ’ଣ ରହିଛି, ତାହା ଏଯାବତ୍‌ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନ ଥିବାବେଳେ ଖୁବ୍‌ଶୀଘ୍ର ଏହି ରହସ୍ୟ ଉପରୁ ପରଦା ହଟାଯିବ ବୋଲି କୁହାଯାଉଛି। ମାର୍ଚ୍ଚ ୧୨ ତାରିଖ ବାଣପୁର ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ସମୟରେ ଜଗଦ୍ଦେବ ଏକ ଲ୍ୟାଣ୍ଡ ରୋଭର ଡିସକଭରି କାରରେ ଆସିଥିଲେ। କାରରେ୨ଟି ଭିନ୍ନ ନମ୍ବର ଲାଗିଥିଲା। ଲୋକ ଓ ପୋଲିସକୁ ଗାଡି ମଡାଇବାବେଳେ ପ୍ରଶାନ୍ତଙ୍କୁ ଉତ୍ତ୍ୟକ୍ତ ଲୋକେ କାରରୁ ଭିଡି ଆଣି ମରଣାନ୍ତକ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏହି ସମୟରେ ଅସଲି ନମ୍ବର ପ୍ଲେଟ ଖସିଯାଇଥିବା ବେଳେ କାର ଆଗରେ ଷ୍ଟିକରରେ ଲାଗିଥିବା ନକଲି ନଂ. ଓଡ଼ି୦୨ଏୱାଇ୫୭୭୫ ଭିଡିଓ ଫୁଟେଜରେ କଏଦ ହୋଇଛି। ତେଣୁ ବିଧାୟକ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଗାଡ଼ିରେ ୨ଟି ଭିନ୍ନ ନମ୍ବର ଲଗାଇଥିଲେ ବୋଲି ଆଲୋଚନା ହେଉଛି। ଇତିମଧ୍ୟରେ ଏସ୍‌ପି ଅଲେଖ ଚନ୍ଦ୍ର ପହି ବିଧାୟକ ଚଲାଉଥିବା ଗାଡ଼ିରେ ୨ଭିନ୍ନ ନମ୍ବର ପ୍ଲେଟ ଲାଗିବା ଘଟଣାକୁ ସ୍ବୀକାର କରିବା ସହ ତାଙ୍କ ବିରୋଧରେ ଜାଲିଆତି ମାମଲା ରୁଜୁ କରାଯାଇଛି ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?