ଭୁବନେଶ୍ୱର,୫ା୧୨(ବ୍ୟୁରୋ): ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ ଲେ’ ଆଉଟ ପ୍ଲାନ ଅନୁମୋଦନ ହୋଇ ନ ଥିବା ପ୍ଲଟ୍ର ସବ୍ପ୍ଲଟ୍(ଛୋଟ ଜମି)ଗୁଡ଼ିକରେ ଘର ନିର୍ମାଣକୁ ବେଆଇନ ଘୋଷଣା କରାଯାଇଛି। ତଦନୁଯାୟୀ ୨୦୧୭ ମେ’ ପରଠାରୁ ସବ୍ପ୍ଲଟ୍କୁ ପ୍ଲାନ ଅନୁମୋଦନ ଦିଆଯାଉନାହିଁ। ପର୍ଯ୍ୟାପ୍ତ ରାସ୍ତା ଅଭାବରୁ ସମସ୍ତ ଘରକୁ ପାନୀୟ ଜଳ, ସ୍ବେରେଜ, ଡ୍ରେନ୍, ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ସମସ୍ୟା ଦେଖାଦେଉଥିବାରୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏଭଳି କଟକଣା ଲଗାଯାଇଛି। ଏହି କଟକଣା ସହରାଞ୍ଚଳରେ ସବ୍ପ୍ଲଟ୍ରେ ଘର କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ କଣ୍ଟା ହୋଇଛି। ଭୁବନେଶ୍ୱର, କଟକ ଭଳି ସହରରେ ଛୋଟ ପ୍ଲଟ୍ ଖଣ୍ଡେ କିଣିଥିବା ଲୋକେ ପ୍ଲାନ ନ ପାଇ ହତାଶ ହେଉଛନ୍ତି। ଫଳରେ ଅନେକ ସବ୍ପ୍ଲଟ୍ରେ ବେଆଇନ ଘର ନିର୍ମାଣ ବଢ଼ିଚାଲିଛି। ସହରରେ ଯୋଜନାବଦ୍ଧ ଘର ନିର୍ମାଣ ହେବା ପରିବର୍ତ୍ତେ ଅବ୍ୟବସ୍ଥିତ ବେଆଇନ ଗୃହରେ ଭରିଯାଉଛି। ଆଗାମୀ ଦିନରେ ଏହା ସରକାରଙ୍କ ପାଇଁ ବଡ଼ ସମସ୍ୟାର କାରଣ ହେବ ବୋଲି ଆର୍କିଟେକ୍ଟମାନେ ଆଶଙ୍କା ପ୍ରକାଶ କରୁଛନ୍ତି।
ଚିନ୍ତାର ବିଷୟ ଯେ, ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲେ ମଧ୍ୟ ଜମି ମାଲିକମାନେ ବିନା ଦ୍ୱିଧାରେ ଲେ’ ଆଉଟ ପ୍ଲାନ ଅନୁମୋଦନ ନ କରି ଜମି ବିକ୍ରିି କରି ଚାଲିଛନ୍ତି। ନିର୍ଦ୍ଦେଶନାମା ସମ୍ପର୍କରେ ବିଭାଗ ପକ୍ଷରୁ ସଚେତନତା ସୃଷ୍ଟି କରା ନ ଯିବାରୁ ଲୋକମାନେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନରେ ଛୋଟ ପ୍ଲଟ କିଣି ଚାଲିଛନ୍ତି। ଏଭଳି ବିଜ୍ଞପ୍ତି ପ୍ରକାଶ କରିବା ପୂର୍ବରୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜସ୍ବ ବିଭାଗ ସହ କୌଣସି ଆଲୋଚନା କରାଯାଇ ନାହିଁ। କାରଣ ରାଜସ୍ବ ପାଇବା ଆଶାରେ ରାଜସ୍ବ ବିଭାଗ ଜମି କିଣାବିକା ଜାରି ରଖିଥିବା ବେଳେ ଖରିଦ କରୁଥିବା ଲୋକମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡୁଛି। ଜମି ପଞ୍ଜୀକରଣ ବେଳେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିକୁ ସବ୍ରେଜିଷ୍ଟ୍ରାରମାନେ ଗୁରୁତ୍ୱ ନ ଦେଇ ରାଜସ୍ବ ପାଇବା ଲାଗି ଜମି କିଣାବିକାକୁ ଅନୁମତି ଦେଉଛନ୍ତି। ରାଜସ୍ବ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ କେବଳ ଭୁବନେଶ୍ୱରରେ ନଭେମ୍ବରରେ ୧୪୦୨ ଜମି କିଣାବିକା ହୋଇଛି। ସେଥିରୁ ପ୍ରାୟ ୬୦ ପ୍ରତିଶତ ସବ୍ପ୍ଲଟ୍୍ ପଞ୍ଜୀକରଣ ହୋଇଛି। ଭୁବନେଶ୍ୱର ଖଣ୍ଡଗିରି ସବ୍ରେଜିଷ୍ଟ୍ରାର ମୃତ୍ୟୁଞ୍ଜୟ ତ୍ରିପାଠୀ କହିଛନ୍ତି, ଦିନକୁ ପ୍ରାୟ ୧୦/୧୨ ପ୍ଲଟ୍ ରେଜିଷ୍ଟ୍ରି ହେଉଛି। ସେଥିରୁ ପ୍ରାୟ ଅଧାଭାଗ ସବ୍ପ୍ଲଟ୍୍ ରହୁଛି। ନିୟମ ଅନୁଯାୟୀ ଜମି ରେଜିଷ୍ଟ୍ରି କରାଯାଉଛି।
ଗୋଟିଏ ପଟେ ସବ୍ପ୍ଲଟ୍୍ କିଣାବିକାରେ କୌଣସି ପ୍ରତିବନ୍ଧକ ନ ଥିବାବେଳେ ଅନ୍ୟ ପଟେ ନଗର ଉନ୍ନୟନ କର୍ତ୍ତୃପକ୍ଷମାନେ ସରକାରୀ ନିର୍ଦ୍ଦେଶନାମାକୁ ଆଳ କରି ପ୍ଲାନ ଅନୁମୋଦନ ଦେଉ ନ ଥିବାରୁ ବେଳକୁ ବେଳ ସମସ୍ୟା ଜଟିଳ ହେବାରେ ଲାଗିଛି। ଭୁବନେଶ୍ୱରରେ ଘର ନିର୍ମାଣ କରିବାକୁ ବିଡିଏରେ ଅନୁମୋଦନ ପାଇଁ ଆସିଥିବା ସର୍ବେଶ୍ୱର ସାହୁଙ୍କ କହିବା ଅନୁଯାୟୀ, ସବ୍ପ୍ଲଟ୍ ପ୍ଲାନ ଅନୁମୋଦନ ଉପରେ ସରକାର କଟକଣା ଲଗାଇଥିବା ସେ ପୂର୍ବରୁ ଜାଣି ନ ଥିଲେ। ଏବେ ତାଙ୍କ ସବ୍ପ୍ଲଟ୍୍ରେ ଘର ତିଆରି ପାଇଁ ପ୍ଲାନ ମିଳିପାରୁ ନ ଥିବାରୁ ବ୍ୟାଙ୍କ ଋଣ ମଧ୍ୟ ମିଳୁ ନାହିଁ। ସବ୍ପ୍ଲଟ୍ କଟକଣାକୁ ହଟାଇଲେ ଲୋକମାନେ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରେ ପ୍ରାୟ ୨ ଲକ୍ଷ ଘର ବେଆଇନ ଭାବେ ଗଢିଉଠିଛି। ଏ ସମ୍ପର୍କରେ ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟଁା କହିଛନ୍ତି, କମ୍ ଚଉଡା ରାସ୍ତା କିମ୍ବା ରାସ୍ତା ନ ଥାଇ ମନଇଚ୍ଛା ଘର ନିର୍ମାଣକୁ ରୋକିବା ସକାଶେ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଜମି କିଣିବା ପୂର୍ବରୁ ଲୋକମାନେ ପ୍ଲଟ୍ ସମ୍ପର୍କରେ ଭଲ ଭାବେ ଜାଣିବା ଦରକାର। ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରୁ ସମସ୍ତ ବିଷୟ ବୁଝି ଜମି କିଣିବା କଥା। ସରକାରୀ ସ୍ତରରେ ଏହା ଉପରେ ଯାହା ନିଷ୍ପତ୍ତି ହେବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ରାଜସ୍ବ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜସ୍ବ ବିଭାଗକୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ଜମି ଖରିଦ ବିକ୍ରି କରିବା ରାଜସ୍ବ ବିଭାଗର କାମ। ଯଦି କୌଣସି ବିଭାଗ କଟକଣା ଜାରି କରୁଛନ୍ତି ସେ ବିଷୟରେ ସମ୍ପୃକ୍ତ ବିଭାଗ ସହ ଆଲୋଚନା କରି ନିଷ୍ପତ୍ତି ନେଲେ ଜନସାଧାରଣ ଅସୁବିଧାରେ ପଡ଼ନ୍ତେ ନାହିଁ। କଟକଣା ବିଷୟରେ ରାଜସ୍ବ ବିଭାଗକୁ ଅବଗତ କରା ନ ଯିବା ସମ୍ପର୍କରେ ଜାଣିବା ପାଇଁ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍ଙ୍କୁ ତାଙ୍କ ମୋବାଇଲ ଫୋନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍ ଗ୍ରହଣ କରି ନ ଥିଲେ।
ଅନ୍ୟପକ୍ଷରେ ଘର କରିବା ପାଇଁ ପ୍ଲାନ ନେବା ମଧ୍ୟ ମହଙ୍ଗା ହୋଇଛି। ଫଳରେ ବେଆଇନ ନିର୍ମାଣ ବୃଦ୍ଧି ପାଇଚାଲିଛି। ଭୁବନେଶ୍ୱର ସହର ପରିସୀମା ଭିତରେ ଯଦି କୌଣସି ବ୍ୟକ୍ତି ଘର କରିବାକୁ ଚାହିଁବେ ତେବେ ତାଙ୍କୁ ୧ ହଜାର ବର୍ଗଫୁଟ ପ୍ଲାନ ଅନୁମୋଦନ ପାଇଁ ଅତିକମ୍ରେ ୫୦ରୁ ୬୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ପ୍ଲାନ ଅନୁମୋଦନ ପୂର୍ବରୁ ପ୍ରତି ବର୍ଗଫୁଟକୁ ଶ୍ରମିକ ସେସ୍ ବାବଦରେ ୧୭ ଟଙ୍କା ୫୦ ପଇସା, ସାଙ୍କଶନ ଫି ବାବଦରେ ପ୍ରତି ବର୍ଗଫୁଟକୁ ୧ ଟଙ୍କା ୫୦, ସ୍କ୍ରୁଟିନ୍ ଫି ବାବଦକୁ ପ୍ରତି ବର୍ଗଫୁଟକୁ ୨ଟଙ୍କା ୬୦ ପଇସା ଏବଂ ୨୦୧୭ ପୂର୍ବରୁ ଯଦି ସବ୍ପ୍ଲଟ୍ ହୋଇଥିବ ତେବେ ଉକ୍ତ ପ୍ଲଟର ପ୍ରତି ବର୍ଗଫୁଟକୁ ବେଞ୍ଚମାର୍କ ମୂଲ୍ୟର ୧ ପ୍ରତିଶତ ହିସାବରେ ଜମା ଦେବାକୁ ହେବ। ଫଳରେ ଲୋକମାନେ ପ୍ଲାନ ନ ନେଇ ଘର ନିର୍ମାଣ କରୁଛନ୍ତି। ବିଶେଷକରି ରାଜଧାନୀ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର, ପୁରୀ, ରାଉରକେଲା ଭଳି ବଡ଼ ବଡ଼ ସହରରେ ବେଆଇନ ନିର୍ମାଣ ବହୁମାତ୍ରାରେ ବଢ଼ିଚାଲିଛି।

ଶ୍ରୀନଅର ବୀଜେ ହେଲା ଖଡ଼ିପ୍ରସାଦ
ପୁରୀ ଅଫିସ,୨୦।୬: ଦତ୍ତ ମହାପାତ୍ର ସେବକମାନେ ଶନିବାର ନିଜ ଘରୁ ଶ୍ରୀମନ୍ଦିରକୁ ଖଡ଼ିପ୍ରସାଦ ବିଜେ କରାଇଥିଲେ। ପତି ମହାପାତ୍ର ସଂସ୍କାର କରିବା ପରେ ମହାପ୍ରଭୁଙ୍କୁ ଖଡିପ୍ରସାଦ...

ଜେଟ୍ଲୀଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୪।୮(ବ୍ୟୁରୋ): ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଦକ୍ଷ ଓକିଲ, ସଂସଦ...

ରାଜ୍ୟରୁ ଚିହ୍ନଟ ହେଲେ ନୂଆ ୧୩୮ କରୋନା ପଜିଟିଭ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୬୬୭ରେ ପହଞ୍ଚିଲା
ଭୁବନେଶ୍ୱର, ୨୭।୧(ବ୍ୟୁରୋ): ଗତ ମଙ୍ଗଳବାର ରାଜ୍ୟରେ ଶତେ ତଳକୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବୁଧବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୩୮। ଏଥିମଧ୍ୟରୁ...

ବନ୍ୟା ସ୍ଥିତି ଗମ୍ଭୀର: କେନ୍ଦ୍ରାପଡ଼ା ଗଲା ଛତ୍ରପୁର ଅଷ୍ଟମ ବାଟାଲିୟନ ଓଡ୍ରାଫ ଟିମ୍
ଗଞ୍ଜାମ,୧୫।୮(ଡି.ଏନ୍.ଏ.): ଗତ କିଛିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ସରକାର ଏବଂ ଜିଲା...

‘ଅମ୍ଫନ୍’ରେ ୧୦ ଜିଲା ପ୍ରଭାବିତ: ପ୍ରାଥମିକ ରିପୋର୍ଟରେ ଜୀବନହାନୀ ନେଇ ନାହିଁ ସୂଚନା
ଭୁବନେଶ୍ୱର,୨୩।୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍’ କ୍ଷୟକ୍ଷତି ନେଇ ରାଜ୍ୟ ସରକାର ପ୍ରାଥମିକ ରିପୋର୍ଟ ଦେଇଛନ୍ତି। ବାତ୍ୟା ‘ଅମ୍ଫନ୍’ରେ ରାଜ୍ୟର ୧୦ ଜିଲା ପ୍ରଭାବିତ ହୋଇଛି। ପ୍ରାଥମିକ ରିପୋର୍ଟ...

ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ
ଭୁବନେଶ୍ୱର,୧୫।୨(ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ୩୦ ଜିଲାର ୨ ଶହ ଜିଲା ପରିଷଦ ଜୋନ୍ ଓ ୧୬୬୯...

ଟେବୁଲ ହଲାଇଦେବାରୁ ଛାତ୍ରଙ୍କୁ ମାଡ଼
ନୟାଗଡ଼ ଅଫିସ/ଓଡ଼ଗାଁ,୨୨।୮(ସ୍ବ.ପ୍ର.): ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ଦିଆଯାଇଛି। ଏଥିରେ ଜଣେ ଛାତ୍ର ଆହତ ହୋଇଛନ୍ତି। ଟେବୁଲ୍ ହଲାଇ ଦେବାରୁ ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ୍ ଓଡ଼ଗାଁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ ଦେଲା ୩ କୋଟି
ଭୁବନେଶ୍ୱର,୮ା୮: ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀର ଅଧ୍ୟକ୍ଷ ତଥା...