କେନ୍ଦୁଝର-ସମ୍ବଲପୁର ଜିଲାପାଳଙ୍କୁ ମାନବାଧିକାର କମିଶନଙ୍କ ନୋଟିସ୍‌

କେନ୍ଦୁଝର,୨ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଡ୍ୟାମ୍‌ ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ନେଇ ଜାତୀୟ ମାନବାଧିକାର କମିଶନ କେନ୍ଦୁଝର ଓ ସମ୍ବଲପୁର ଜିଲାପାଳଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ଆଦେଶ କରିଛନ୍ତି। ବରିଷ୍ଠ ଆଇନଜୀବୀ ତଥା ମାନବାଧିକର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଏକ ଅଭିଯୋଗକୁ ନେଇ କମିଶନ ଏଭଳି ଆଦେଶ କରିଥିବା ସୂଚନା ମିଳିଛି। ୮ ସପ୍ତାହ ମଧ୍ୟରେ ପଦକ୍ଷେପ ଗ୍ରହଣ କରି ସୂଚନା ଦେବାକୁ କମିଶନ ପକ୍ଷରୁ କୁହାଯାଇଛି।
କେନ୍ଦୁଝର ଜିଲା ସାଳନ୍ଦୀ ନଦୀ ଉପରେ ହଦଗଡ଼ ନଦୀବନ୍ଧ ନିର୍ମାଣ ହୋଇଛି। ଏହା ଦ୍ବାରା କେନ୍ଦୁଝର ଜିଲା ସମେତ ଭଦ୍ରକ ଜିଲାର ଲୋକେ ଉପକୃତ ହେଉଛନ୍ତି। ଲୋକଙ୍କୁ ନଈବଢ଼ିରୁ ସୁରକ୍ଷା ଦେବାକୁ ଏହି ନଦୀ ବନ୍ଧ ନିର୍ମାଣ ହେଉଛି। ତେବେ ହଦଗଡ଼ ଡ୍ୟାମ ଦୁର୍ବଳ ହୋଇ ଯାଇଥିବାରୁ ଏହାର ପୁନରୁଦ୍ଧାର ଓ ମରାମତି ଜରୁରୀ ହୋଇପଡ଼ିଛି। ସେଭଳି ଅବସ୍ଥା ହୀରାକୁଦ ବନ୍ଧର ହୋଇଛି। ଏହାର ପଙ୍କ ଉଦ୍ଧାର ସହିତ ମରାମତି, ପୁନରୁଦ୍ଧାର ହେବା ଜରୁରୀ ବୋଲି ତ୍ରିପାଠୀ କମିଶନ ନିକଟରେ ଅଭିଯୋଗ କରିଛନ୍ତି। କେରଳ ରାଜ୍ୟରେ ନିକଟରେ ଡ୍ୟାମ୍‌ ସମସ୍ୟା ଯୋଗୁ ବନ୍ୟା ହୋଇ ବ୍ୟାପକ କ୍ଷୟକ୍ଷତି ଓ ଜନଜୀବନ ହାନିର ଦୃଷ୍ଟାନ୍ତ ଦେଇ ଉପଯୁକ୍ତ ଲୋକଙ୍କ ସୁରକ୍ଷା ପାଇଁ ଡ୍ୟାମ୍‌ର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଆଦେଶ କରିବାକୁ କମିଶନଙ୍କୁ ନିବେଦନ କରିଥିଲେ। ସେହିପରି ଦେଶର ଅନେକ ଡ୍ୟାମ୍‌ ୫୦ ବର୍ଷରୁ ଅଧିକ ପୁରୁଣା ହୋଇଥିବା ବେଳେ ଅନେକଙ୍କ ନିୟମିତ ସୁରକ୍ଷା ଯାଞ୍ଚ କରି ମରାମତି କରାଯାଉନାହିଁ। ଡ୍ୟାମ୍‌ଗୁଡ଼ିକର ସୁରକ୍ଷା ଅଡିଟ୍‌ ମଧ୍ୟ ଠିକ ଭାବରେ ଓ ଠିକ୍‌ ସମୟରେ କରାଯାଉନାହିଁ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।
ଡ୍ୟାମ୍‌ ସୁରକ୍ଷା ଆଇନ୍‌ ୨୦୨୧ ଓ ଜାତୀୟ ଡ୍ୟାମ୍‌ ସୁରକ୍ଷା ପ୍ରାଧିକରଣ ରହିଥିଲେ ହେଁ ବହୁ ଡ୍ୟାମ୍‌ ଉପଯୁକ୍ତ ବ୍ୟବସ୍ଥା ନ ଥାଇ ଚାଲିଥିବାରୁ ସବୁବେଳେ ଲୋକଙ୍କ ଧନ ଜୀବନ ପ୍ରତି ବିପଦ ରହୁଛି। ୨୦୨୫ ବର୍ଷରେ ଦେଶରେ ୧୦୦୦ରୁ ଊଦ୍ଧର୍‌ବ ଡ୍ୟାମ୍‌ର ବୟସ ପାଖାପାଖି ୫୦ ବର୍ଷ ବା ତଦୁଦ୍ଧର୍‌ବ ହେବ। ଡ୍ୟାମ୍‌ରେ ବିଭିନ୍ନ କାରଣରୁ ପଙ୍କ ବସି ଯାଇ ଜଳଧାରଣ କ୍ଷମତା କମୁଥିବା ବେଳେ ପରିସର ସଙ୍କୁଚିତ ହେବାକୁ ବସିଛି।
ସେହିପରି ମାଟି ବନ୍ଧ ଏବଂ କଂକ୍ରିଟ ଭିତ୍ତି ଦୁର୍ବଳ ହେଉଛି। ଏହା ଫଳରେ ବର୍ଷା ହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବନ୍ଧ ପ୍ରତି ସବୁବେଳେ ବିପଦ ଆସନ୍ନ ରହୁଛି। ସେହିପରି ହିମାଳୟ ଅବବାହିକାରେ ଭୂକମ୍ପ ସମ୍ବେଦନଶୀଳ ଅଞ୍ଚଳରେ ଡ୍ୟାମ୍‌ଗୁଡ଼ିକ ବିପଦପୂର୍ଣ୍ଣ ରହିଥିବା ତଥ୍ୟ ପ୍ରଦାନ କରିଛନ୍ତି। ଦେଶରେ ୬ ହଜାର ଡ୍ୟାମ୍‌ ରହିଥିବା ବେଳେ ୮୦ ପ୍ରତିଶତ ୨୫ ବର୍ଷ ପୁରୁଣା। ସେହିପରି ୨୩୪ ଡ୍ୟାମ୍‌ ଶହେ ବର୍ଷର ପୁରୁଣା। ଏଣୁ ଡ୍ୟାମ୍‌ଗୁଡ଼ିକର ସୁରକ୍ଷା ଜରୁରୀ ବୋଲି ସେ କମିଶନ ଆଗରେ ତଥ୍ୟ ରଖି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଡିସେମ୍ବର ୩ରେ ଦାବି କରିଥିଲେ। ଏହାକୁ ଗ୍ରହଣ କରି କମିଶନ ଚିଠି ନମ୍ବର ୧୬୫୦/୧୮/୧୮/୨୦୨୪ରେ ୨୦ ଡିସେମ୍ବର ନୋଟିସ୍‌ କରି ଆଠ ସପ୍ତାହ ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଶଂସା ପୋତିପକାଇଲେ ଶୁଭେନ୍ଦୁ ଅଧିକାରୀ: କଲେ ଏମିତି ଅନୁରୋଧ

କୋଲକାତା,୨୬।୧୦: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ରେଳମନ୍ତ୍ରୀ କେବଳ କଥାରେ ନୁହେଁ, ବରଂ କାମରେ ବିଶ୍ୱାସ…

ଦୁର୍ଭାଗ୍ୟଶାଳୀ ଏହି ୩ ଭାରତୀୟ ବ୍ୟାଟର: ୧୦ ବର୍ଷ ମଧ୍ୟରେ ୩ ଥର ଘଟିଛି ଏଭଳି ଘଟଣା

ନୂଆଦିଲ୍ଲୀ,୨୬।୧୦:ଭାରତ-ଏ ଓ ନ୍ୟୁଜିଲାଣ୍ଡ-ଏ ମଧ୍ୟରେ ପ୍ରଥମ ଅନୌପଚାରିକ ଟେଷ୍ଟ ମ୍ୟାଚ ଖେଳାଯାଉଛି। ନ୍ୟୁଜିଲାଣ୍ଡ ମାଟିରେ ଚାଲିଥିବା ଏହି ମୁକାବିଲାରେ ଭାରତୀୟ ବ୍ୟାଟର ଦେବଦତ୍ତ ପଡିକଲ ଦ୍ୱିଶତକଠାରୁ ମାତ୍ର…

E100 ଇନ୍ଧନକୁ ସରକାରଙ୍କ ମଞ୍ଜୁରୀ, ଏହି ଗାଡ଼ିରେ ହେବ ବ୍ୟବହାର

ନୂଆଦିଲ୍ଲୀ,୨୬।୧୦: ଭାରତରେ ଇଥାନଲ୍‌ ମିଶ୍ରିତ ଇନ୍ଧନର ବ୍ୟବହାରକୁ ଆହୁରି ବଢ଼ାଇବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ…

ମହିଳା କର୍ମଚାରୀଙ୍କ ଏମିତି କଥା ଶୁଣି ହସିଲେ ମୋଦି: କହିଲେ, ଯୋଗୀ ଜୀଙ୍କୁ ଧନ୍ୟବାଦ ଦିଅ’, ଜାଣନ୍ତୁ କ’ଣ ଘଟିଲା

ବାରାଣସୀ,୨୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ବାରାଣସୀ ଗସ୍ତରେ ଯାଇ ଅରବିନ୍ଦ ଲିମିଟେଡ୍‌ର ନୂତନ ପୋଷାକ ନିର୍ମାଣ ୟୁନିଟ୍‌ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ…

ରାୟଗଡ଼ାରେ ଜନନୀ ଯନ୍ତ୍ରଣା, ମୃତ ସନ୍ତାନ ଜନ୍ମ ଦେଲେ ପ୍ରସୂତି

କାଶୀପୁର,୨୬।୧୦(ଜଗନ୍ନାଥ ଗୌଡ଼): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ୫ଦିନ ମଧ୍ୟରେ ୨ଟି ଘଟଣା ଜିଲାର ସ୍ବାସ୍ଥ୍ୟ ସେବାର ଚିତ୍ରକୁ ସ୍ପଷ୍ଟ…

୪ ହଜାର କୋଟି ଟଙ୍କାର ଫିଲ୍ମ କରିବାକୁ ଏମିତି ପନ୍ଥା ଆପଣାଇଥିଲେ ସାଇ ପଲ୍ଲବୀ: ଖୋଲିଲେ ସିକ୍ରେଟ୍‌

ନୂଆଦିଲ୍ଲୀ,୨୬।୧୦: ପାଖାପାଖି ୪ ହଜାର କୋଟି ବଜେଟ୍‌ରେ ନିର୍ମିତ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ମାତା ସୀତାଙ୍କ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ସାଇ ପଲ୍ଲବୀ। ଏହି ଭୂମିକାକୁ…

ଖବର ପ୍ରସାରଣ ପରେ ତପନଙ୍କୁ ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ବଞ୍ଚୋ,୨୬।୧୦(ପ୍ରଦୋଷ ବିଶ୍ୱାଳ ): ଗରିବ ଶ୍ରମିକ ତପନ କୁମାର ବରାଳଙ୍କ ଦୁର୍ଦ୍ଦଶା ସମ୍ପର୍କିତ ଖବର ପ୍ରସାରଣ ପରେ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଆନନ୍ଦପୁର ଉପଜିଲାପାଳ ନୀଳମାଧବ…

ବଲାଙ୍ଗୀର ପାଇଁ ଗର୍ବ: ରଣଜୀ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି, ବିଧାୟକ କହିଲେ….

ବଲାଙ୍ଗୀର,୨୬।୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି ରଣଜୀ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି । ଏହା ବଲାଙ୍ଗୀର ଜିଲା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?