କେନ୍ଦୁଝର-ସମ୍ବଲପୁର ଜିଲାପାଳଙ୍କୁ ମାନବାଧିକାର କମିଶନଙ୍କ ନୋଟିସ୍‌

କେନ୍ଦୁଝର,୨ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଡ୍ୟାମ୍‌ ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ନେଇ ଜାତୀୟ ମାନବାଧିକାର କମିଶନ କେନ୍ଦୁଝର ଓ ସମ୍ବଲପୁର ଜିଲାପାଳଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ଆଦେଶ କରିଛନ୍ତି। ବରିଷ୍ଠ ଆଇନଜୀବୀ ତଥା ମାନବାଧିକର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଏକ ଅଭିଯୋଗକୁ ନେଇ କମିଶନ ଏଭଳି ଆଦେଶ କରିଥିବା ସୂଚନା ମିଳିଛି। ୮ ସପ୍ତାହ ମଧ୍ୟରେ ପଦକ୍ଷେପ ଗ୍ରହଣ କରି ସୂଚନା ଦେବାକୁ କମିଶନ ପକ୍ଷରୁ କୁହାଯାଇଛି।
କେନ୍ଦୁଝର ଜିଲା ସାଳନ୍ଦୀ ନଦୀ ଉପରେ ହଦଗଡ଼ ନଦୀବନ୍ଧ ନିର୍ମାଣ ହୋଇଛି। ଏହା ଦ୍ବାରା କେନ୍ଦୁଝର ଜିଲା ସମେତ ଭଦ୍ରକ ଜିଲାର ଲୋକେ ଉପକୃତ ହେଉଛନ୍ତି। ଲୋକଙ୍କୁ ନଈବଢ଼ିରୁ ସୁରକ୍ଷା ଦେବାକୁ ଏହି ନଦୀ ବନ୍ଧ ନିର୍ମାଣ ହେଉଛି। ତେବେ ହଦଗଡ଼ ଡ୍ୟାମ ଦୁର୍ବଳ ହୋଇ ଯାଇଥିବାରୁ ଏହାର ପୁନରୁଦ୍ଧାର ଓ ମରାମତି ଜରୁରୀ ହୋଇପଡ଼ିଛି। ସେଭଳି ଅବସ୍ଥା ହୀରାକୁଦ ବନ୍ଧର ହୋଇଛି। ଏହାର ପଙ୍କ ଉଦ୍ଧାର ସହିତ ମରାମତି, ପୁନରୁଦ୍ଧାର ହେବା ଜରୁରୀ ବୋଲି ତ୍ରିପାଠୀ କମିଶନ ନିକଟରେ ଅଭିଯୋଗ କରିଛନ୍ତି। କେରଳ ରାଜ୍ୟରେ ନିକଟରେ ଡ୍ୟାମ୍‌ ସମସ୍ୟା ଯୋଗୁ ବନ୍ୟା ହୋଇ ବ୍ୟାପକ କ୍ଷୟକ୍ଷତି ଓ ଜନଜୀବନ ହାନିର ଦୃଷ୍ଟାନ୍ତ ଦେଇ ଉପଯୁକ୍ତ ଲୋକଙ୍କ ସୁରକ୍ଷା ପାଇଁ ଡ୍ୟାମ୍‌ର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଆଦେଶ କରିବାକୁ କମିଶନଙ୍କୁ ନିବେଦନ କରିଥିଲେ। ସେହିପରି ଦେଶର ଅନେକ ଡ୍ୟାମ୍‌ ୫୦ ବର୍ଷରୁ ଅଧିକ ପୁରୁଣା ହୋଇଥିବା ବେଳେ ଅନେକଙ୍କ ନିୟମିତ ସୁରକ୍ଷା ଯାଞ୍ଚ କରି ମରାମତି କରାଯାଉନାହିଁ। ଡ୍ୟାମ୍‌ଗୁଡ଼ିକର ସୁରକ୍ଷା ଅଡିଟ୍‌ ମଧ୍ୟ ଠିକ ଭାବରେ ଓ ଠିକ୍‌ ସମୟରେ କରାଯାଉନାହିଁ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।
ଡ୍ୟାମ୍‌ ସୁରକ୍ଷା ଆଇନ୍‌ ୨୦୨୧ ଓ ଜାତୀୟ ଡ୍ୟାମ୍‌ ସୁରକ୍ଷା ପ୍ରାଧିକରଣ ରହିଥିଲେ ହେଁ ବହୁ ଡ୍ୟାମ୍‌ ଉପଯୁକ୍ତ ବ୍ୟବସ୍ଥା ନ ଥାଇ ଚାଲିଥିବାରୁ ସବୁବେଳେ ଲୋକଙ୍କ ଧନ ଜୀବନ ପ୍ରତି ବିପଦ ରହୁଛି। ୨୦୨୫ ବର୍ଷରେ ଦେଶରେ ୧୦୦୦ରୁ ଊଦ୍ଧର୍‌ବ ଡ୍ୟାମ୍‌ର ବୟସ ପାଖାପାଖି ୫୦ ବର୍ଷ ବା ତଦୁଦ୍ଧର୍‌ବ ହେବ। ଡ୍ୟାମ୍‌ରେ ବିଭିନ୍ନ କାରଣରୁ ପଙ୍କ ବସି ଯାଇ ଜଳଧାରଣ କ୍ଷମତା କମୁଥିବା ବେଳେ ପରିସର ସଙ୍କୁଚିତ ହେବାକୁ ବସିଛି।
ସେହିପରି ମାଟି ବନ୍ଧ ଏବଂ କଂକ୍ରିଟ ଭିତ୍ତି ଦୁର୍ବଳ ହେଉଛି। ଏହା ଫଳରେ ବର୍ଷା ହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବନ୍ଧ ପ୍ରତି ସବୁବେଳେ ବିପଦ ଆସନ୍ନ ରହୁଛି। ସେହିପରି ହିମାଳୟ ଅବବାହିକାରେ ଭୂକମ୍ପ ସମ୍ବେଦନଶୀଳ ଅଞ୍ଚଳରେ ଡ୍ୟାମ୍‌ଗୁଡ଼ିକ ବିପଦପୂର୍ଣ୍ଣ ରହିଥିବା ତଥ୍ୟ ପ୍ରଦାନ କରିଛନ୍ତି। ଦେଶରେ ୬ ହଜାର ଡ୍ୟାମ୍‌ ରହିଥିବା ବେଳେ ୮୦ ପ୍ରତିଶତ ୨୫ ବର୍ଷ ପୁରୁଣା। ସେହିପରି ୨୩୪ ଡ୍ୟାମ୍‌ ଶହେ ବର୍ଷର ପୁରୁଣା। ଏଣୁ ଡ୍ୟାମ୍‌ଗୁଡ଼ିକର ସୁରକ୍ଷା ଜରୁରୀ ବୋଲି ସେ କମିଶନ ଆଗରେ ତଥ୍ୟ ରଖି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଡିସେମ୍ବର ୩ରେ ଦାବି କରିଥିଲେ। ଏହାକୁ ଗ୍ରହଣ କରି କମିଶନ ଚିଠି ନମ୍ବର ୧୬୫୦/୧୮/୧୮/୨୦୨୪ରେ ୨୦ ଡିସେମ୍ବର ନୋଟିସ୍‌ କରି ଆଠ ସପ୍ତାହ ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଆଖି ବୁଜିଛନ୍ତି ଗୁରୁ, ହେଲେ ଆଦର୍ଶକୁ ଭୁଲିନାହାନ୍ତି ଶିଷ୍ୟ: ପ୍ରତିମୂର୍ତ୍ତୀ ଗଢ଼ି ଗୁରୁଦିବସ ପାଳିଲା…

ପୁରୁଷୋତ୍ତମପୁର,୫।୯ (ସବିତା ମିଶ୍ର): ଗୁରୁଙ୍କ ଶରୀର ନ ଥାଇପାରେ, କିନ୍ତୁ ତାଙ୍କ ଆଦର୍ଶ ଆଜି ବି ଜୀବନ୍ତ। ଏହି ବାକ୍ୟକୁ ସତ୍ୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲା…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri