୪ ହଜାର କୋଟି ଟଙ୍କାର ଫିଲ୍ମ କରିବାକୁ ଏମିତି ପନ୍ଥା ଆପଣାଇଥିଲେ ସାଇ ପଲ୍ଲବୀ: ଖୋଲିଲେ ସିକ୍ରେଟ୍‌

ନୂଆଦିଲ୍ଲୀ,୨୬।୧୦: ପାଖାପାଖି ୪ ହଜାର କୋଟି ବଜେଟ୍‌ରେ ନିର୍ମିତ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ମାତା ସୀତାଙ୍କ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ସାଇ ପଲ୍ଲବୀ। ଏହି ଭୂମିକାକୁ ନେଇ ସେ ନିଜର ଅନୁଭୂତି ବଖାଣିଛନ୍ତି। ସୀତାଙ୍କ ଚରିତ୍ରରେ ଅଭିନୟ କରିବା ସମୟରେ ସେ ନିଜର ବୁଦ୍ଧି ଅପେକ୍ଷା ଶ୍ରଦ୍ଧା, ପ୍ରାର୍ଥନା ଓ ସମର୍ପଣକୁ ଅଧିକ ଗୁରୁତ୍ୱ ଦେଇଥିବା କହିଛନ୍ତି। ତାଙ୍କ ପାଇଁ ଏହି ଚରିତ୍ର କେବଳ ଅଭିନୟ ନୁହେଁ, ବରଂ ଆତ୍ମଚିନ୍ତନ ଓ ଆଧ୍ୟାତ୍ମିକ ଜ୍ଞାନ ଲାଭ କରିବାର ଏକ ସୁଯୋଗ।

ନିକଟରେ ସାଇ ପଲ୍ଲବୀ, ରଣବୀର କପୁର ଓ ରବି ଦୁବେ ଲୋକପ୍ରିୟ ଟେଲିଭିଜନ କୁଇଜ ଶୋ’ ‘କୌନ ବନେଗା କରୋଡ଼ପତି’ର ସେଟ୍‌ରେ ପହଞ୍ଚିଥିଲେ। ଏହି ଶୋ’କୁ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ପରିଚାଳନା କରନ୍ତି। କାର୍ଯ୍ୟକ୍ରମରେ ତିନି ଅଭିନେତା ନିଜ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ ସହ ଜଡ଼ିତ ଅନୁଭୂତି ବାଣ୍ଟିଥିଲେ। ଏଭଳି ପୌରାଣିକ ଓ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିବା ପରେ ମନରେ କ’ଣ ଚାଲିଥିଲା ପ୍ରଶ୍ନରେ ସାଇ ପଲ୍ଲବୀ କହିଥିଲେ, ସାଧାରଣତଃ କୌଣସି ଚରିତ୍ରରେ ଅଭିନୟ କରିବାବେଳେ ସେ ଭାବନ୍ତି ଯେ ସେହି ଚରିତ୍ର ପାଇଁ ସେ କ’ଣ କରିପାରିବେ। କିନ୍ତୁ ମାତା ସୀତାଙ୍କ ଭୂମିକା ମିଳିବା ପରେ ତାଙ୍କ ଚିନ୍ତାଧାରା ବଦଳିଯାଇଥିଲା। ଏହି ଚରିତ୍ର ମାଧ୍ୟମରେ ସେ କ’ଣ ଶିଖିପାରିବେ, କେଉଁ ଜ୍ଞାନ ଲାଭ କରିପାରିବେ ଏବଂ ନିଜ ଜୀବନରେ କ’ଣ ନୂଆ ଅନୁଭବ ହାସଲ କରିପାରିବେ ସେକଥା ଭାବିଥିଲେ।
ଏହି ଚରିତ୍ରକୁ ନେଇ ସେ କୌଣସି ପୂର୍ବଧାରଣା ରଖିବାକୁ ଚାହୁଁ ନ ଥିଲେ ସାଇ ପଲ୍ଲବୀ। ନିଜର ଚିନ୍ତାଧାରାକୁ ଖୋଲା ରଖିବା ସହ ସମ୍ପୂର୍ଣ୍ଣ ଶ୍ରଦ୍ଧାର ସହ ଏହି ଭୂମିକାକୁ ଗ୍ରହଣ କରିବାକୁ ଚାହୁଁଥିଲେ। ସେ ପ୍ରାର୍ଥନା କରି ମାତା ସୀତାଙ୍କୁ ନିଜ ମାଧ୍ୟମରେ ଏହି ଚରିତ୍ର ଅଭିନୟ କରାଇବାକୁ ଅନୁରୋଧ କରିଥିଲେ। ଏହା ପରେ ସେ ସବୁକିଛି ମା’ଙ୍କ ଉପରେ ଛାଡ଼ିଦେଇଥିଲେ। ସାଇ ପଲ୍ଲବୀଙ୍କ ଏହି କଥା ଶୁଣି ଅମିତାଭ ବଚ୍ଚନ ତାଙ୍କର ପ୍ରଶଂସା କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

E100 ଇନ୍ଧନକୁ ସରକାରଙ୍କ ମଞ୍ଜୁରୀ, ଏହି ଗାଡ଼ିରେ ହେବ ବ୍ୟବହାର

ନୂଆଦିଲ୍ଲୀ,୨୬।୧୦: ଭାରତରେ ଇଥାନଲ୍‌ ମିଶ୍ରିତ ଇନ୍ଧନର ବ୍ୟବହାରକୁ ଆହୁରି ବଢ଼ାଇବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ…

ମହିଳା କର୍ମଚାରୀଙ୍କ ଏମିତି କଥା ଶୁଣି ହସିଲେ ମୋଦି: କହିଲେ, ଯୋଗୀ ଜୀଙ୍କୁ ଧନ୍ୟବାଦ ଦିଅ’, ଜାଣନ୍ତୁ କ’ଣ ଘଟିଲା

ବାରାଣସୀ,୨୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ବାରାଣସୀ ଗସ୍ତରେ ଯାଇ ଅରବିନ୍ଦ ଲିମିଟେଡ୍‌ର ନୂତନ ପୋଷାକ ନିର୍ମାଣ ୟୁନିଟ୍‌ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ…

ରାୟଗଡ଼ାରେ ଜନନୀ ଯନ୍ତ୍ରଣା, ମୃତ ସନ୍ତାନ ଜନ୍ମ ଦେଲେ ପ୍ରସୂତି

କାଶୀପୁର,୨୬।୧୦(ଜଗନ୍ନାଥ ଗୌଡ଼): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ୫ଦିନ ମଧ୍ୟରେ ୨ଟି ଘଟଣା ଜିଲାର ସ୍ବାସ୍ଥ୍ୟ ସେବାର ଚିତ୍ରକୁ ସ୍ପଷ୍ଟ…

ବଲାଙ୍ଗୀର ପାଇଁ ଗର୍ବ: ରଣଜୀ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି, ବିଧାୟକ କହିଲେ….

ବଲାଙ୍ଗୀର,୨୬।୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି ରଣଜୀ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି । ଏହା ବଲାଙ୍ଗୀର ଜିଲା ପାଇଁ…

ଏକାଠି ହେଲେ ୪ କ୍ୟାଡର ଅଧିକାରୀ, ୫ ଦଫା ଦାବିରେ ଜିଲାପାଳଙ୍କୁ ଦାବିପତ୍ର

ଖୋର୍ଦ୍ଧା,୨୬।୧୦(ପ୍ରଭାତ ପାଣିଗ୍ରାହୀ): ଦରମାରେ ସଂଶୋଧନ, ପଦୋନ୍ନତିର ସୁଯୋଗ, କ୍ଷେତ୍ର ପରିଦର୍ଶନ ପାଇଁ ଯାତାୟାତ ସୁବିଧା ସମେତ ୫ଦଫା ଦାବି ନେଇ ନିଖିଳ ଓଡ଼ିଶା ବ୍ଲକ ସମ୍ପ୍ରସାରଣ ଅଧିକାରୀ…

ମାଝୀଗୁଡ଼ା ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ: ୪ ଗିରଫ, ଜବତ ହେଲା…

​କଲ୍ୟାଣସିଂହପୁର, ୨୬।୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ମାଝୀଗୁଡ଼ା ନିକଟରେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବାବେବିରା ଗାଁରେ ଶୋକର ଛାୟା, ମଳୟଙ୍କ ପରିବାରକୁ ଭେଟିଲେ ଦୂତୀ ଚାନ୍ଦ

ଅତାବିରା,୨୬।୧୦(ଯୁଧିଷ୍ଠିର ମହାପାତ୍ର ): ଯେଉଁ ମାଟିରେ ଦିନେ ଖେଳି ଖେଳି ବଡ଼ ହେବାର ସ୍ୱପ୍ନ ଦେଖିଥିଲେ, ସେହି ମାଟି ଆଜି ତା’ର ସୁନାପୁଅକୁ ହରାଇ ସ୍ତବ୍ଧ ।…

୫୪ ବର୍ଷରେ ପହଞ୍ଚିଲା ବଡ଼ଗାଁ ଗଜଲକ୍ଷ୍ମୀ ପୂଜା

ବଡ଼ଗାଁ.୨୬।୧୦(ଅଶୋକ ଷଡ଼ଙ୍ଗୀ ) ସୁନ୍ଦରଗଡ଼ ଜିଲା ବଡ଼ଗାଁ ଦେବ ମଣ୍ଡପସ୍ଥିତ ଲକ୍ଷ୍ମୀ ମଣ୍ଡପରେ ୫୪ ବର୍ଷ ହେଲା ଆନନ୍ଦ ଉଲ୍ଲାସରେ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ୧୯୭୨ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?