ଖବର ପ୍ରସାରଣ ପରେ ତପନଙ୍କୁ ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ବଞ୍ଚୋ,୨୬।୧୦(ପ୍ରଦୋଷ ବିଶ୍ୱାଳ ): ଗରିବ ଶ୍ରମିକ ତପନ କୁମାର ବରାଳଙ୍କ ଦୁର୍ଦ୍ଦଶା ସମ୍ପର୍କିତ ଖବର ପ୍ରସାରଣ ପରେ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା। ତପନଙ୍କ ଚିକିତ୍ସା ସମସ୍ୟାକୁ ଗୁରୁତ୍ୱର ସହ ନେଇ ସେ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ସହ ଉନ୍ନତ ଚିକିତ୍ସା ପାଇଁ ଆବଶ୍ୟକ ପଦକ୍ଷେପ ନିମନ୍ତେ ଉଦ୍ୟମ କରିଛନ୍ତି ।

କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ ବଞ୍ଚୋ ଗ୍ରାମର ୩୩ ବର୍ଷୀୟ ତପନ କୁମାର ବରାଳ ଦୀର୍ଘଦିନ ଧରି ପାଦର ଗୁରୁତର ସମସ୍ୟାରେ ପୀଡ଼ିତ ଅଛନ୍ତି । ହାଇଦ୍ରାବାଦରେ ଏକ ଷ୍ଟିଲ୍‌ କମ୍ପାନୀରେ କାମ କରୁଥିବା ସମୟରେ ତାଙ୍କ ପାଦରେ ଏକ ଧାତବ ପଦାର୍ଥ ପଶିଯିବାରୁ ସେ ଆହତ ହୋଇଥିଲେ । ଓଡ଼ିଶା ଫେରିବା ପରେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ମଧ୍ୟ ତାଙ୍କ ପାଦର ଘା’ ଶୁଖିନାହିଁ । ଏବେ ମଧ୍ୟ ଘା’ରୁ ପୂଜ ବାହାରୁଥିବାରୁ ସେ ସ୍ୱାଭାବିକ ଭାବେ ଚାଲିବାରେ ଅସମର୍ଥ ହେଉଛନ୍ତି । ଆର୍ଥିକ ଅନଟନ ଯୋଗୁଁ ତପନଙ୍କ ପାଇଁ ଉନ୍ନତ ଚିକିତ୍ସା କରାଇବା କଷ୍ଟକର ହୋଇପଡ଼ିଥିବା ସମ୍ପର୍କରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ହୋଇଥିଲା । ଏଥିସହ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଧନେଶ୍ୱର ସେଠୀଙ୍କ ସହ ଆଲୋଚନା କରି ତପନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ଏବଂ ଆବଶ୍ୟକ ହେଲେ ଉନ୍ନତ ଚିକିତ୍ସା ପାଇଁ ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେଇଛନ୍ତି।

ପ୍ରଶାସନର ଏହି ଉଦ୍ୟମ ତପନ ଓ ତାଙ୍କ ପରିବାର ମଧ୍ୟରେ ଆଶା ସଞ୍ଚାର କରିଛି । ତପନଙ୍କୁ ଶୀଘ୍ର ଉତ୍ତମ ଚିକିତ୍ସା ମିଳିବା ସହ ସେ ପୁନର୍ବାର ସୁସ୍ଥ ହୋଇ ସ୍ୱାଭାବିକ ଜୀବନକୁ ଫେରିବେ ବୋଲି ଆଶା କରାଯାଉଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ଜନନୀ ଯନ୍ତ୍ରଣା, ମୃତ ସନ୍ତାନ ଜନ୍ମ ଦେଲେ ପ୍ରସୂତି

କାଶୀପୁର,୨୬।୧୦(ଜଗନ୍ନାଥ ଗୌଡ଼): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ୫ଦିନ ମଧ୍ୟରେ ୨ଟି ଘଟଣା ଜିଲାର ସ୍ବାସ୍ଥ୍ୟ ସେବାର ଚିତ୍ରକୁ ସ୍ପଷ୍ଟ…

ବଲାଙ୍ଗୀର ପାଇଁ ଗର୍ବ: ରଣଜୀ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି, ବିଧାୟକ କହିଲେ….

ବଲାଙ୍ଗୀର,୨୬।୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି ରଣଜୀ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି । ଏହା ବଲାଙ୍ଗୀର ଜିଲା ପାଇଁ…

ଏକାଠି ହେଲେ ୪ କ୍ୟାଡର ଅଧିକାରୀ, ୫ ଦଫା ଦାବିରେ ଜିଲାପାଳଙ୍କୁ ଦାବିପତ୍ର

ଖୋର୍ଦ୍ଧା,୨୬।୧୦(ପ୍ରଭାତ ପାଣିଗ୍ରାହୀ): ଦରମାରେ ସଂଶୋଧନ, ପଦୋନ୍ନତିର ସୁଯୋଗ, କ୍ଷେତ୍ର ପରିଦର୍ଶନ ପାଇଁ ଯାତାୟାତ ସୁବିଧା ସମେତ ୫ଦଫା ଦାବି ନେଇ ନିଖିଳ ଓଡ଼ିଶା ବ୍ଲକ ସମ୍ପ୍ରସାରଣ ଅଧିକାରୀ…

ମାଝୀଗୁଡ଼ା ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ: ୪ ଗିରଫ, ଜବତ ହେଲା…

​କଲ୍ୟାଣସିଂହପୁର, ୨୬।୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ମାଝୀଗୁଡ଼ା ନିକଟରେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବାବେବିରା ଗାଁରେ ଶୋକର ଛାୟା, ମଳୟଙ୍କ ପରିବାରକୁ ଭେଟିଲେ ଦୂତୀ ଚାନ୍ଦ

ଅତାବିରା,୨୬।୧୦(ଯୁଧିଷ୍ଠିର ମହାପାତ୍ର ): ଯେଉଁ ମାଟିରେ ଦିନେ ଖେଳି ଖେଳି ବଡ଼ ହେବାର ସ୍ୱପ୍ନ ଦେଖିଥିଲେ, ସେହି ମାଟି ଆଜି ତା’ର ସୁନାପୁଅକୁ ହରାଇ ସ୍ତବ୍ଧ ।…

୫୪ ବର୍ଷରେ ପହଞ୍ଚିଲା ବଡ଼ଗାଁ ଗଜଲକ୍ଷ୍ମୀ ପୂଜା

ବଡ଼ଗାଁ.୨୬।୧୦(ଅଶୋକ ଷଡ଼ଙ୍ଗୀ ) ସୁନ୍ଦରଗଡ଼ ଜିଲା ବଡ଼ଗାଁ ଦେବ ମଣ୍ଡପସ୍ଥିତ ଲକ୍ଷ୍ମୀ ମଣ୍ଡପରେ ୫୪ ବର୍ଷ ହେଲା ଆନନ୍ଦ ଉଲ୍ଲାସରେ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ୧୯୭୨ରେ…

ପୋଲିସ ହାବୁଡ଼ରେ ୨ ଗଞ୍ଜେଇ ବେପାରୀ

ଭଞ୍ଜନଗର,୨୬।୧୦(ବାବୁଲା ପ୍ରଧାନ): ଦଶହରା ଏବଂ କୁମାର ପୂର୍ଣ୍ଣିମା ଅବସରରେ ଗଞ୍ଜାମ ଜିଲାରେ ଜୁଆ ଖେଳ ବୃଦ୍ଧି ପାଉଥିବା ବେଳେ ଚୋରି, ବନ୍ୟପ୍ରାଣୀ ଶିକାର ଏବଂ ବେଆଇନ ଗଞ୍ଜେଇ…

୧୦୦ ବର୍ଷ ପରେ ନିର୍ମାଣ ହେବ ନୂଆ କୋଠା, ୪ କୋଟି ଟଙ୍କା ହେବ ବ୍ୟୟ

ଭଞ୍ଜନଗର,୨୬।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ କାର୍ଯ୍ୟାଳୟର ନୂତନ କୋଠା ପ୍ରାୟ ୧୦୦ ବର୍ଷ ପରେ ନିର୍ମାଣ ହେବାକୁ ଯାଉଛି। ଏଥିପାଇଁ ଲାଲସିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?