ଗୁଗଲ-ଫେସ୍‌ବୁକ-ମାଇକ୍ରୋସଫ୍ଟର ତ୍ରୁଟି ବାହାର କରି ଆୟ କଲେ ୪୪ଲକ୍ଷ

ନୂଆଦିଲ୍ଲୀ,୩୦।୬: ପୁଣିଥରେ ଜଣେ ଭାରତୀୟ ନିଜ ଦକ୍ଷତା ଯୋଗୁ ଦେଶର ନାଁ କରିପାରିଛନ୍ତି। ମାଇକ୍ରୋସଫ୍ଟରୁ ୨୨ଲକ୍ଷ ଟଙ୍କା ଆୟ କରି ଚର୍ଚ୍ଚାରେ ରହିଥିବା ୨୦ବର୍ଷୀୟ ଅଦିତି ସିଂହ ପୁଣି ଥରେ ଦେଶର ନାଁ କରିଛନ୍ତି। ଚଳିତ ଥର ଗୁଗଲ ଓ ଫେସ୍‌ବୁକ ଓ ମାଇକ୍ରୋସଫ୍ଟର କିଛି ତ୍ରୁଟି ବାହାର କରି ସେ ପ୍ରାୟ ୪୪ଲକ୍ଷ ଟଙ୍କା ଆୟ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି। ଏକଦା ଅଦିତିଙ୍କ ଡାକ୍ତର ହେବାର ସ୍ବପ୍ନ ଥିଲା ହେଲେ ବର୍ତ୍ତମାନ ସେ ସାଇବର ଏନାଲିଷ୍ଟ ଭାବେ କାର୍ଯ୍ୟରତ ଅଛନ୍ତି। ଗତବର୍ଷରୁ ସେ ବାଉଣ୍ଟି ହଣ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ନିକଟରେ ଅଦିତି ମାଇକ୍ରୋସଫ୍ଟ ଆଜୁରେ କ୍ଲାଉଡ୍‌ ସିଷ୍ଟମରେ ତ୍ରୁଟି ବାହାର କରିଥିଲେ। ଏହାକୁ ନେଇ କମ୍ପାନୀ ପକ୍ଷରୁ ତାଙ୍କୁ ପୁରସ୍କାର ରାଶିରେ ୨୨ଲକ୍ଷ ଟଙ୍କା ଦିଆଯାଇଥିଲା।

କେବଳ ମାଇକ୍ରୋସଫ୍ଟ କମ୍ପାନୀ ନୁହେଁ ଅନେକ ବଡ଼ ବଡ଼ କମ୍ପାନୀ ଯଥା ଫେସ୍‌ବୁକ, ଟିକ୍‌ଟକ୍‌, ଇଥେରିୟମ୍‌ ଓ ଗୁଗଲ ସମେତ ୪୦ରୁ ଊର୍ଦ୍ଧ୍ୱ କମ୍ପାନୀର ତ୍ରୁଟି ବାହାର କରି ଅଦିତି ପୁରସ୍କୃତ ହୋଇସାରିଛନ୍ତି। ତ୍ରୁଟି ବାହାର କରି ସେ ଏପର୍ଯ୍ୟନ୍ତ ୬୦ହାଜର ଡଲାର(ପ୍ରାୟ ୪୪ଲକ୍ଷ ଟଙ୍କା)ଆୟ କରିସାରିଛନ୍ତି। କେବଳ ଫେସ୍‌ବୁକ ତାଙ୍କୁ ୭,୫୦୦ଡଲାର(ପ୍ରାୟ ୫.୫ଲକ୍ଷ) ପୁରସ୍କାର ରାଶି ଦେଇଥିବା ସେ କହିଛନ୍ତି। ଅନ୍ୟପଟେ ଅଦିତି ଫେସ୍‌ବୁକ, ମାଇକ୍ରୋସଫ୍ଟ ଓ ଗୁଗଲର ‘ହଲ୍‌ ଅଫ୍‌ ଫେମ୍‌’ରେ ସ୍ଥାନ ପାଇଛନ୍ତି। ଏତଦ୍‌ ବ୍ୟତୀତ ମିଳିତ ଜାତିସଂଘର ‘ହଲ୍‌ ଅଫ୍‌ ଫେମ୍‌’ରେ ମଧ୍ୟ ସେ ନିଜର ସ୍ଥାନ ଅକ୍ତିଆର କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri