ବିଶେଷ କିଛି ହେବ ନାହିଁ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇଛନ୍ତି। ଜୋ ବାଇଡେନ୍‌ ଆମେରିକାର ରାଷ୍ଟ୍ରପତି ହେବା ପରେ ମୋଦିଙ୍କର ଏହା ଦ୍ୱିତୀୟ ଗସ୍ତ। ଅପରପକ୍ଷେ ମୋଦି କ୍ଷମତାକୁ ଆସିବା ପରେ ଏହା ତାଙ୍କର ୮ମ ଆମେରିକା ଗସ୍ତ। ସେ ଆମେରିକା କଂଗ୍ରେସକୁ ସମ୍ବୋଧିତ କରିବେ ଓ ଭାରତୀୟ ସମୁଦାୟଙ୍କୁ ବି ଉଦ୍‌ବୋଧନ ଦେବେ। ଏହି ଗସ୍ତ ବାଣିଜ୍ୟ, ଜ୍ଞାନକୌଶଳ ଓ ସାମରିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ କରିବ ବୋଲି କୁହାଯାଉଛି। ତେବେ ସାମ୍ପ୍ରତିକ ଭୂରାଜନୈତିକ ସ୍ଥିତିକୁ ଲକ୍ଷ୍ୟକଲେ ମୋଦିଙ୍କର ଏବକାର ଗସ୍ତ ପଛରେ ଆଉ କିଛି କାରଣ ଥିବା ମନେହୁଏ। ପ୍ରଥମରେ ଏବକାର ସ୍ଥିତିକୁ ଦେଖିଲେ ଚାଇନାର ଆର୍ଥିକ ଓ ସାମରିକ ପ୍ରଭାବକୁ ଆମେରିକା ଅଟକାଇବା ପାଇଁ ଲାଗିପଡ଼ିଛି ଓ ଏଥିପାଇଁ ଭାରତକୁ ତା’ର ସହଯୋଗୀ ଭାବେ ନେବାକୁ ଚେଷ୍ଟା ଜାରି ରଖିଛି। ଭାରତ ଆମେରିକାରୁ ଅଧିକ ଅସ୍ତ୍ରଶସ୍ତ୍ର ଆମଦାନୀ କରୁଛି। ସାମରିକ କ୍ଷେତ୍ରକୁ ବିଚାରକୁ ନେଲେ ଏବେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନା ଓ ଆମେରିକା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏଥିପାଇଁ ଆମେରିକା ଭାରତ ଉପରେ ଗୁରୁତ୍ୱ ଦେବା ବୁଝିହେଉଛି। ଅନ୍ୟପକ୍ଷରେ ଲଦାଖ ଅଞ୍ଚଳରେ ଚାଇନାର ବିସ୍ତାରବାଦୀ ଆଭିମୁଖ୍ୟକୁ ଭାରତ ସମ୍ମୁଖୀନ ହେବା ପାଇଁ ଆମେରିକାର ସହଯୋଗ ଆଶା କରୁଛି, କିନ୍ତୁ ବାଇଡେନ ଏହି ସଂଘର୍ଷ ସମ୍ପର୍କରେ ଏଯାବତ ମୁହଁ ଖୋଲିନାହାନ୍ତି। ସାମରିକ ମେଣ୍ଟ ଦୃଷ୍ଟିକୋଣରୁ ଦେଖିଲେ କ୍ୱାଡ୍‌ ମେଣ୍ଟରେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସହ ଭାରତ ସାମିଲ ହୋଇଛି ଏବଂ ଆମେରିକା ସହିତ ଅଧିକ ଯୁଦ୍ଧାଭ୍ୟାସ କରିସାରିଛି। କିନ୍ତୁ ଭାରତ ସହ ରଣନୀତିକ ସମ୍ପର୍କ ଦୃଢ କରିବାରେ ଆମେରିକାର ଉକ୍ତ ପ୍ରୟାସ ଭାରତକୁ ନିରାଶ କରିବ ବୋଲି ବହୁ ପର୍ଯ୍ୟବେକ୍ଷକ ବିଶ୍ୱାସ କରୁଛନ୍ତି। ଆମେରିକାର ଦୋଧାରିଆ ନୀତି ଯୋଗୁ ଭାରତ କେବେ ତା’ର ଏକ ଭଲ ବନ୍ଧୁ ହୋଇପାରିବ ନାହିଁ ବୋଲି ଏହି ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି। ପାକିସ୍ତାନ କ୍ଷେତ୍ରରେ ଏଭଳି ନୀତି ମଧ୍ୟ ସ୍ପଷ୍ଟ ହୋଇଛି। ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ସନ୍ତ୍ରାସବାଦ କାର୍ଯ୍ୟକଳାପ ଯୋଗୁ ପାକିସ୍ତାନ ଉପରେ କଟକଣା ଲଗାଇଥିଲେ। କିନ୍ତୁ ବାଇଡେନ ପ୍ରଶାସନ ତାହା ଦୂରକରି ପାକିସ୍ତାନର ଋଣ ଖିଲାପୀ କେତେକାଂଶରେ ଦୂର କରିବା ସହ ତାଙ୍କୁ ଏଫ୍‌-୧୬ ଯୁଦ୍ଧ ବିମାନର ଅତ୍ୟାଧୁନିକୀକରଣ ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି। ଏଣୁ ପାକିସ୍ତାନ ହେଉ କି ଚାଇନା, ଏମାନଙ୍କ ସହ ଯୁଦ୍ଧ ପରିସ୍ଥିତି ଉପୁଜିଲେ ଆମେରିକାର ସାହାଯ୍ୟ ଭାରତ ପାଇବା ଆଶା କ୍ଷୀଣ।
ସବୁଠୁ ବଡ଼ କଥା ହେଉଛି ଭାରତର ପାରମ୍ପରିକ ବନ୍ଧୁ ଭାବେ ରୁଷିଆ ବେଶ୍‌ ଜଣାଶୁଣା। କିନ୍ତୁ ରୁଷିଆ ସହ ଭାରତର ସମ୍ପର୍କ ନିକଟ ଅତୀତରୁ ବିପରୀତ ଦିଗରେ ଗତି କରୁଥିବା ମନେହେଉଛି। ରୁଷିଆ ସହିତ ସମ୍ପର୍କକୁ ପ୍ରତିରକ୍ଷା ଓ ଶକ୍ତି ମଧ୍ୟରେ ସୀମିତ ରଖି ଆମେରିକା ସହ ଭାରତ ହୁଏତ ଏକ ବହୁମୁଖୀ ବ୍ୟବସାୟିକ ଢାଞ୍ଚା ଗଢିବାକୁ ଚେଷ୍ଟା କରୁଛି। ତେବେ ଆମେରିକା ସହିତ ବାଣିଜ୍ୟ ବେପାରର ସମ୍ପର୍କ କେବେହେଲେ ଭାରତ ପାଇଁ ପ୍ରତିରକ୍ଷା ଦିଗରେ ସହାୟକ ହେବ ନାହିଁ। ଏହା ଆଜିର କଥା ନୁହେଁ, ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି ଏହି ବିଷୟରେ ଭାରତୀୟମାନେ ସଜାଗ ଅଛନ୍ତି। ଆଜିର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଭାରତ ତାହାର ଗୋଷ୍ଠୀ ନିରପେକ୍ଷ ଭୂମିକା ଛାଡ଼ି ଯେଉଁଭଳି ଭାବେ କାର୍ଯ୍ୟ କରିବାକୁ ଚାହୁଁଛି ସେଥିରେ ସମ୍ଭବତଃ ଉଭୟ ରୁଷିଆ ଓ ଆମେରିକା ତାହାଠାରୁ ଦୂରେଇଯିବେ। ଅବଶ୍ୟ ଉଭୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ରେ ନିଜର ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି। ଉଭୟଙ୍କ ପାଇଁ ପୁନର୍ବାର ଜିତିବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଥିବାରୁ ଉଭୟ ନେତା ଏବେ ଦୁଇଦେଶ ମଧ୍ୟରେ ସୁସମ୍ପର୍କର ନାଟକ ରଚାଇବା ମଧ୍ୟ ସ୍ବାଭାବିକ। ଅର୍ଥାତ୍‌ ଏହି ଗସ୍ତରୁ କୌଣସି ପ୍ରକାର ଆଖିଦୃଶିଆ ଲାଭ ପାଇଁ ଭାରତ ଅପେକ୍ଷା କରିବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?