ନବୀକରଣ ହେଉନି ନଦୀବନ୍ଧ ରାସ୍ତା: ଯାତ୍ରୀ ହନ୍ତସନ୍ତ

ଜଗତସିଂହପୁର ଅଫିସ, ୨୨ା୨: ଜଗତ୍‌ସିଂହପୁରରୁ ପୁରୀ, କୋଣାର୍କ, ନିଆଳି, ନିମାପଡ଼ା, ଭୁବନେଶ୍ୱର ଆଦିର ଦୂରତା କମାଇବା ପାଇଁ ସରକାର ଚିନ୍ତା କରିଥିଲେ। ତେଣୁ ଦେବୀ ନଦୀର ଆଳିପିଙ୍ଗଳ ଓ କନ୍ଦଳର କାଳଖ ନିକଟରେ ୨ଟି ପୋଲ ନିର୍ମାଣ ହୋଇଛି। ଏହି ପୋଲ ଦ୍ୱୟ ନିର୍ମାଣ ପୂର୍ବରୁ ଉଭୟ ପୋଲ ମଧ୍ୟ ଭାଗରେ ଥିବା ନଦୀ ବନ୍ଧ ରାସ୍ତାର ନବୀକରଣ କରାଯିବ ବୋଲି ଚିନ୍ତା କରାଯାଇଥିବା କୁହାଯାଇଥିଲା। ଦେବୀ ନଦୀର ଆଳି ପିଙ୍ଗଳ ପୋଲ ଦୀର୍ଘ ବର୍ଷ ତଳେ ନିର୍ମାଣ ସରିଥିବା ବେଳେ କାଳଖ ପୋଲ ନିର୍ମାଣକୁ ୨ ବର୍ଷ ବିତିଛି। ମାତ୍ର ଏପର୍ଯ୍ୟନ୍ତ ଉକ୍ତ ରାସ୍ତା ନବୀକରଣ କାର୍ଯ୍ୟ ହୋଇନାହିଁ। ସରକାର ଏକଥା ଭୁଲିଯାଇଛନ୍ତି ନା ବିଭାଗୀୟ ଅଧିକାରୀ ଓ ରାଜନେତାଙ୍କ ଖାମଖିଆଲ ଯୋଗୁ ଏହା ହୋଇପାରିନାହିଁ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଦୁଇ ପୋଲ ମଧ୍ୟସ୍ଥ ନଦୀ ବନ୍ଧ ରାସ୍ତାରେ ରାତି ତ ଦୂରର କଥା ଦିନରେ ଚାଲିିବା ବି କଷ୍ଟକର ହୋଇପଡିଛି। ଏପରିକି ୨ଟି ଚାରିଚକିଆ ଯାନ ପରସ୍ପର ଅତିକ୍ରମ କରିବା କଷ୍ଟକର। ଯେତେବେଳେ କାଳଖ ନିକଟରେ ପୋଲ ହୋଇ ନ ଥିଲା ତା’ପୂର୍ବରୁ ଖୁବ କମ୍‌ ସଂଖ୍ୟକ ଗ୍ରାମର ଲୋକେ ଏହି ଅଣଓସାରିଆ ନଦୀବନ୍ଧ ରାସ୍ତାରେ ଯାତାୟାତ କରୁଥିଲେ। ପୋଲ ୨ଟି ହେଲାପରେ ଦୈନିକ ବହୁ ଲୋକ ଉକ୍ତ ରାସ୍ତାରେ ଗମନାଗମନ କରୁଛନ୍ତି। କିନ୍ତୁ ରାସ୍ତାରୁ ପିଚୁ ଓ ମେଟାଲ ଉଠିଯାଇଛି। ଫଳରେ ବାସ୍ତବ ଲକ୍ଷ୍ୟ ପୂରଣ ତ ଦୂରର କଥା ବରଂ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। ଏପରି କି ଅନେକ ସ୍ଥାନରେ ଆଣ୍ଠୁଏ ଲେଖାଏଁ ଖାଲ ହୋଇଛି। ଏହା ଦୁର୍ଘଟଣାର କାରଣ ପାଲଟିଛି। ସରକାର ଉଭୟ ପୋଲ ନିକଟରେ ୨ଟି ବାଲିଘାଟ ନିଲାମ ଦେଇଛନ୍ତି। ଏ ବାବଦରେ ଭଲ ରାଜସ୍ବ ପାଉଛନ୍ତି। କିନ୍ତୁ ରାସ୍ତା ନବୀକରଣ କରୁନାହାନ୍ତି। ଏନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଉକ୍ତ ରାସ୍ତାକୁ ୨ ଲେନ୍‌ କରିବାକୁ ଦାବି ହୋଇଛି।
ଅତୀତରେ ଜଗତ୍‌ସିଂହପୁରରୁ ଚାରିଛକ ଭାୟା ପହଙ୍ଗା-କାଳଖ ରାସ୍ତା ୨ ଲେନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଉପକୂଳ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଥିଲା। ଏହି ରାସ୍ତା ରାଜ୍ୟ ରାଜପଥରେ ଅନ୍ତର୍ଭୁକ୍ତ କରାଗଲେ ଉଭୟ ଜଗତ୍‌ସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲାର ଲକ୍ଷାଧିକ ଲୋକ ଉପକୃତ ହେବେ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଦାବିପତ୍ରରେ ଉଲ୍ଲେଖ ଥିଲା ଉକ୍ତ ରାସ୍ତା ପ୍ରଶସ୍ତ ହେଲେ ରାଜ୍ୟ ସରକାର ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ। ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ। ଏ ସମ୍ପର୍କରେ,ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ନାଗରିକ ବିଦ୍ୟାଧର ରାଉତ, ବିପିନ ବିହାରୀ ବାରିକ, ପ୍ରଭାସ କୁମାର ସ୍ବାଇଁ, ବଟକୃଷ୍ଣ ମଲ୍ଲିକ, ଏକବେରୁଆ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁ, ସିଠାଳୋ ସରପଞ୍ଚ କବିତା ମହାପାତ୍ର ପ୍ରମୁଖ କହିଛନ୍ତି,ଦେବୀ ନଦୀର ଏରଡ଼ା-କାଳଖଠାରେ ପୋଲ ନିର୍ମାଣ ହେଲା ପରେ ଏହି ରାସ୍ତାର ଗୁରୁତ୍ୱ ବଢିଯାଇଛି। କାରଣ ଜଗତ୍‌ସିଂହପୁରରୁ ପୁରୀ, କୋଣାର୍କ, ଭୁବନେଶ୍ୱର ଆଦି ଯାତାୟାତ ପାଇଁ ଦୂରତା ଆଶାଜନକ କମିଯାଇଛି। ଏହି ବାଟ ଦେଇ ନିଆଳି ବ୍ଲକ ସମେତ ଖୋର୍ଦ୍ଧା ଜିଲାର ବାଲିପାଟଣା ଓ ପୁରୀ ଜିଲାର ବହୁ ସଂଖ୍ୟକ ଲୋକ ଜଗତ୍‌ସିଂହପୁର, ପାରାଦୀପ, ମା ଶାରଳା ପୀଠ, ଗୋରେଖନାଥ ପୀଠ ସମେତ ଜଗତ୍‌ସିଂହପୁର ଜିଲାର ଏକାଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯାତାୟାତ କରୁଛନ୍ତି। ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଗତ୍‌ସିଂହପୁର-ଚାରିଛକ ଓ ଜଗତ୍‌ସିଂହପୁର-ନିଆଳି ରାସ୍ତାକୁ ରାଜ୍ୟ ରାଜପଥ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୨ ଲେନ୍‌ କରାଯାଉ ବୋଲି ଉପରୋକ୍ତ ବ୍ୟକ୍ତିଙ୍କ ସମେତ ଏରଡ଼ା ଗ୍ରାମର ସଞ୍ଜୟ କୁମାର ବିଶ୍ୱାଳ, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସରୋଜ କୁମାର ନାୟକ, ସିଠାଳୋର ରାମଚନ୍ଦ୍ର ସାହୁ, ସରୋଜ ନାୟକ, ଜଗତ୍‌ସିଂହପୁରର ସୁକା ଲେଙ୍କା ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ପାରୁଲ ପଟଓ୍ବାରୀଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦ ହଜାର ଟଙ୍କା ଲାଞ୍ଚ ନେଇ ଜେଲ ଗଲେ ଶ୍ରମ ଅଧିକାରୀ

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ…

ଘୁମୁସର ବନଖଣ୍ଡରେ ୯୪ ହାତୀ: ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଘୁମୁସର ଉତ୍ତର ଓ ଘୁମୁସର ଦକ୍ଷିଣ ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ସୋମବାର ସୁଦ୍ଧା ଦୁଇ ବନଖଣ୍ଡର ବିଭିନ୍ନ…

ଆନ୍ଦୋଳନ ଡାକରା ଦେଲା ଏହି ବଡ଼ ବ୍ୟାଙ୍କ୍‌, ଜାଣନ୍ତୁ ସେପ୍ଟେମ୍ୱର-ଅକ୍ଟୋବରରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ୍‌?

ନୂଆଦିଲ୍‌ଲୀ,୧।୯: ଯଦି ଆପଣ ସେପ୍ଟେମ୍ୱର-ଅକ୍ଟୋବର ମାସରେ ବ୍ୟାଙ୍କ ସମ୍ୱନ୍ଧୀୟ କୌଣସି କାମ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମାସଗୁଡ଼ିକରେ…

ଆଶ୍ଚର୍ଯ୍ୟ ହେଲେ ବି ସତ: ଗୋଟିଏ ମ୍ୟାଚ୍‌ରେ ଦୁଇଥର ଭାଙ୍ଗିଲା ଗୋଟିଏ ବିଶ୍ୱରେକର୍ଡ, ଅନ୍ତର୍ଜାତୀୟ T20ରେ ଘଟିଲା…

ନୂଆଦିଲ୍ଲୀ,୧।୯: ୨୦୨୭ ଦିନିକିଆ ବିଶ୍ୱକପର ତିନି ସହ ଆୟୋଜକ ନାମ୍ବିଆ, ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା। ବର୍ତ୍ତମାନ ପରସ୍ପର ବିପକ୍ଷରେ ଏକ T20 ସିରିଜରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।…

ଚମତ୍କାର ବିଜୟ ସହ ଫାଇନାଲରେ ସିଧା ପହଞ୍ଚିଲା ବୈଭବଙ୍କ ଦଳ, ଦମ୍‌ଦାର ବ୍ୟାଟିଂ ସହିତ ଟିମ୍‌କୁ ଜିତାଇଲେ…

ନୂଆଦିଲ୍ଲୀ,୧।୯: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲରେ ଇଷ୍ଟ ଜୋନ ଚମତ୍କାର ବିଜୟ ହାସଲ କରିଛି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ମଧ୍ୟରେ ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସରେ…

ନୂଆଁଖାଇ ପାଇଁ ଏକଜୁଟ ହେଲେ ଦୁଇ ଖଣ୍ଡ ଗାଁର ୮୦୦ ପରିବାର

ବଲାଙ୍ଗୀର, ୧।୯: ବଲାଙ୍ଗୀର ଜିଲାରେ ନୂଆଁଖାଇ ପର୍ବ ପାଳନକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଗଣପର୍ବ ନୂଆଁଖାଇ ଭାଇଚାରା ଓ ଏକତାର ପର୍ବ ହୋଇଥିବାରୁ ବିଭିନ୍ନ…

ଗୋଟିଏ T20 ମ୍ୟାଚ୍‌ରେ ଦୁଇଟି ଶତକ! CPLରେ ଇତିହାସ ସୃଷ୍ଟି କଲେ ଏହି କ୍ରିକେଟର୍‌, ଜାଣନ୍ତୁ ରୋଚକ ଘଟଣା

ନୂଆଦିଲ୍ଲୀ,୧।୯: କାରିବିଆନ ପ୍ରିମିୟର ଲିଗ (CPL) ରେ ଅନେକ ବ୍ୟାଟସମ୍ୟାନ ଶତକ ମାରିଛନ୍ତି। ଏହି ୱେଷ୍ଟଇଣ୍ଡିଜ ଟି-୨୦ ଲିଗରେ ଏପର୍ଯ୍ୟନ୍ତ ମୋଟ ୩୬ ଶତକ ମାରିଛନ୍ତି। କିନ୍ତୁ…

ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ପ୍ରସଙ୍ଗରେ ଗର୍ଜିଲା ବିଜେଡି

ଧାମନଗର,୧।୯(ସନ୍ତୋଷ କୁମାର ମହାପାତ୍ର): ଫର୍ମ-୭ର ଅପବ୍ୟବହାର କରି ପ୍ରାୟ ୩ ହଜାରରୁ ଊଦ୍ଧର୍‌ବ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ଦେବା ପ୍ରସଙ୍ଗରେ ଧାମନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri