ନବୀକରଣ ହେଉନି ନଦୀବନ୍ଧ ରାସ୍ତା: ଯାତ୍ରୀ ହନ୍ତସନ୍ତ

ଜଗତସିଂହପୁର ଅଫିସ, ୨୨ା୨: ଜଗତ୍‌ସିଂହପୁରରୁ ପୁରୀ, କୋଣାର୍କ, ନିଆଳି, ନିମାପଡ଼ା, ଭୁବନେଶ୍ୱର ଆଦିର ଦୂରତା କମାଇବା ପାଇଁ ସରକାର ଚିନ୍ତା କରିଥିଲେ। ତେଣୁ ଦେବୀ ନଦୀର ଆଳିପିଙ୍ଗଳ ଓ କନ୍ଦଳର କାଳଖ ନିକଟରେ ୨ଟି ପୋଲ ନିର୍ମାଣ ହୋଇଛି। ଏହି ପୋଲ ଦ୍ୱୟ ନିର୍ମାଣ ପୂର୍ବରୁ ଉଭୟ ପୋଲ ମଧ୍ୟ ଭାଗରେ ଥିବା ନଦୀ ବନ୍ଧ ରାସ୍ତାର ନବୀକରଣ କରାଯିବ ବୋଲି ଚିନ୍ତା କରାଯାଇଥିବା କୁହାଯାଇଥିଲା। ଦେବୀ ନଦୀର ଆଳି ପିଙ୍ଗଳ ପୋଲ ଦୀର୍ଘ ବର୍ଷ ତଳେ ନିର୍ମାଣ ସରିଥିବା ବେଳେ କାଳଖ ପୋଲ ନିର୍ମାଣକୁ ୨ ବର୍ଷ ବିତିଛି। ମାତ୍ର ଏପର୍ଯ୍ୟନ୍ତ ଉକ୍ତ ରାସ୍ତା ନବୀକରଣ କାର୍ଯ୍ୟ ହୋଇନାହିଁ। ସରକାର ଏକଥା ଭୁଲିଯାଇଛନ୍ତି ନା ବିଭାଗୀୟ ଅଧିକାରୀ ଓ ରାଜନେତାଙ୍କ ଖାମଖିଆଲ ଯୋଗୁ ଏହା ହୋଇପାରିନାହିଁ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଦୁଇ ପୋଲ ମଧ୍ୟସ୍ଥ ନଦୀ ବନ୍ଧ ରାସ୍ତାରେ ରାତି ତ ଦୂରର କଥା ଦିନରେ ଚାଲିିବା ବି କଷ୍ଟକର ହୋଇପଡିଛି। ଏପରିକି ୨ଟି ଚାରିଚକିଆ ଯାନ ପରସ୍ପର ଅତିକ୍ରମ କରିବା କଷ୍ଟକର। ଯେତେବେଳେ କାଳଖ ନିକଟରେ ପୋଲ ହୋଇ ନ ଥିଲା ତା’ପୂର୍ବରୁ ଖୁବ କମ୍‌ ସଂଖ୍ୟକ ଗ୍ରାମର ଲୋକେ ଏହି ଅଣଓସାରିଆ ନଦୀବନ୍ଧ ରାସ୍ତାରେ ଯାତାୟାତ କରୁଥିଲେ। ପୋଲ ୨ଟି ହେଲାପରେ ଦୈନିକ ବହୁ ଲୋକ ଉକ୍ତ ରାସ୍ତାରେ ଗମନାଗମନ କରୁଛନ୍ତି। କିନ୍ତୁ ରାସ୍ତାରୁ ପିଚୁ ଓ ମେଟାଲ ଉଠିଯାଇଛି। ଫଳରେ ବାସ୍ତବ ଲକ୍ଷ୍ୟ ପୂରଣ ତ ଦୂରର କଥା ବରଂ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। ଏପରି କି ଅନେକ ସ୍ଥାନରେ ଆଣ୍ଠୁଏ ଲେଖାଏଁ ଖାଲ ହୋଇଛି। ଏହା ଦୁର୍ଘଟଣାର କାରଣ ପାଲଟିଛି। ସରକାର ଉଭୟ ପୋଲ ନିକଟରେ ୨ଟି ବାଲିଘାଟ ନିଲାମ ଦେଇଛନ୍ତି। ଏ ବାବଦରେ ଭଲ ରାଜସ୍ବ ପାଉଛନ୍ତି। କିନ୍ତୁ ରାସ୍ତା ନବୀକରଣ କରୁନାହାନ୍ତି। ଏନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଉକ୍ତ ରାସ୍ତାକୁ ୨ ଲେନ୍‌ କରିବାକୁ ଦାବି ହୋଇଛି।
ଅତୀତରେ ଜଗତ୍‌ସିଂହପୁରରୁ ଚାରିଛକ ଭାୟା ପହଙ୍ଗା-କାଳଖ ରାସ୍ତା ୨ ଲେନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଉପକୂଳ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଥିଲା। ଏହି ରାସ୍ତା ରାଜ୍ୟ ରାଜପଥରେ ଅନ୍ତର୍ଭୁକ୍ତ କରାଗଲେ ଉଭୟ ଜଗତ୍‌ସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲାର ଲକ୍ଷାଧିକ ଲୋକ ଉପକୃତ ହେବେ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଦାବିପତ୍ରରେ ଉଲ୍ଲେଖ ଥିଲା ଉକ୍ତ ରାସ୍ତା ପ୍ରଶସ୍ତ ହେଲେ ରାଜ୍ୟ ସରକାର ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ। ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ। ଏ ସମ୍ପର୍କରେ,ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ନାଗରିକ ବିଦ୍ୟାଧର ରାଉତ, ବିପିନ ବିହାରୀ ବାରିକ, ପ୍ରଭାସ କୁମାର ସ୍ବାଇଁ, ବଟକୃଷ୍ଣ ମଲ୍ଲିକ, ଏକବେରୁଆ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁ, ସିଠାଳୋ ସରପଞ୍ଚ କବିତା ମହାପାତ୍ର ପ୍ରମୁଖ କହିଛନ୍ତି,ଦେବୀ ନଦୀର ଏରଡ଼ା-କାଳଖଠାରେ ପୋଲ ନିର୍ମାଣ ହେଲା ପରେ ଏହି ରାସ୍ତାର ଗୁରୁତ୍ୱ ବଢିଯାଇଛି। କାରଣ ଜଗତ୍‌ସିଂହପୁରରୁ ପୁରୀ, କୋଣାର୍କ, ଭୁବନେଶ୍ୱର ଆଦି ଯାତାୟାତ ପାଇଁ ଦୂରତା ଆଶାଜନକ କମିଯାଇଛି। ଏହି ବାଟ ଦେଇ ନିଆଳି ବ୍ଲକ ସମେତ ଖୋର୍ଦ୍ଧା ଜିଲାର ବାଲିପାଟଣା ଓ ପୁରୀ ଜିଲାର ବହୁ ସଂଖ୍ୟକ ଲୋକ ଜଗତ୍‌ସିଂହପୁର, ପାରାଦୀପ, ମା ଶାରଳା ପୀଠ, ଗୋରେଖନାଥ ପୀଠ ସମେତ ଜଗତ୍‌ସିଂହପୁର ଜିଲାର ଏକାଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯାତାୟାତ କରୁଛନ୍ତି। ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଗତ୍‌ସିଂହପୁର-ଚାରିଛକ ଓ ଜଗତ୍‌ସିଂହପୁର-ନିଆଳି ରାସ୍ତାକୁ ରାଜ୍ୟ ରାଜପଥ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୨ ଲେନ୍‌ କରାଯାଉ ବୋଲି ଉପରୋକ୍ତ ବ୍ୟକ୍ତିଙ୍କ ସମେତ ଏରଡ଼ା ଗ୍ରାମର ସଞ୍ଜୟ କୁମାର ବିଶ୍ୱାଳ, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସରୋଜ କୁମାର ନାୟକ, ସିଠାଳୋର ରାମଚନ୍ଦ୍ର ସାହୁ, ସରୋଜ ନାୟକ, ଜଗତ୍‌ସିଂହପୁରର ସୁକା ଲେଙ୍କା ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ପାରୁଲ ପଟଓ୍ବାରୀଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri