‘ହତ୍ୟା ନୁହଁ, ଶ୍ୱାସରୁଦ୍ଧରୁ ମୃତ୍ୟୁ’

ରାଉରକେଲା,୨୨।୧୦(ସଙ୍ଗୀତା ଜେନା)ରାଉରକେଲା ଉଦିତନଗର ଥାନା ଏଏସ୍‌ଆଇ ଆଲିଶ ନାରମି ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରୁ ପରଦା ଉଠିଛି। ଆଲିଶଙ୍କୁ ହତ୍ୟା ନୁହେଁ, ବରଂ ତାଙ୍କ ଆଡ୍ରିନାଲରେ ଅଧିକ ହରମୋନ କ୍ଷରଣ ଯୋଗୁ ଶ୍ୱାସରୁଦ୍ଧ ହେବାରୁ ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ଶନିବାର ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ଏସ୍‌ପି ମହାପାତ୍ର କହିଥିଲେ, ଏଏସ୍‌ଆଇ ଲୁଗୁନଙ୍କ ମୃତ୍ୟୁ ଘଟଣାରେ ପରିବାର ଲୋକଙ୍କ ଦାବି ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ତଦନ୍ତ ବେଳେ ପୋଷ୍ଟମର୍ଟମ ରିପୋର୍ଟ ଯାଞ୍ଚ କରାଯାଇଥିଲା। ଇତିମଧ୍ୟରେ ଭୁବନେଶ୍ୱରସ୍ଥିତ ଏମ୍ସର ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଯାଞ୍ଚ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି। ସେଥିରେ ଏଏସ୍‌ଆଇ ମୃତ୍ୟୁ ମାମଲାର ସମ୍ପୂର୍ଣ୍ଣ ସତ୍ୟ ପଦାକୁ ଆସିଛି। ଏଏସ୍‌ଆଇ ଲୁଗୁନ ଏକ୍ସସାଇଡ ଡେଲିରିଅମ ରୋଗରେ ପୀଡ଼ିତ ଥିଲେ। ଏହି ରୋଗରେ ଅଧିକ ଉତ୍ତେଜିତ ହେଲେ ଆଡ୍ରିନାଲ ହରମୋନ କ୍ଷରଣ ହୋଇଥାଏ। ଏହି କ୍ରମରେ ଲୁଗୁନ ଅସୁସ୍ଥ ହୋଇପଡିଥିଲେ। ତାଙ୍କ ହୃଦ୍‌ଯନ୍ତ୍ର ଉପରେ ଅଧିକ ଚାପ ପଡିବା ଦ୍ୱାରା ଶ୍ୱାସକ୍ରିୟା ବାଧାପ୍ରାପ୍ତ ହୋଇଥିଲା। ଏହି କାରଣରୁ ଲୁଗୁନଙ୍କ ମୃତ୍ୟୁ ହୋଇଛି ବୋଲି ଏସ୍‌ପି ମହାପାତ୍ର କହିଥିଲେ। ତେବେ ପରିବାର ଲୋକେ ଲୁଗୁନଙ୍କୁ ମାଡ଼ ସହ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ। ରିପୋର୍ଟରେ ହତ୍ୟା ପ୍ରମାଣ ମିଳିନାହିଁ। ଅନ୍ୟପକ୍ଷେ ଗଣ୍ଡଗୋଳ ସମୟରେ କର୍ତ୍ତବ୍ୟ କରୁଥିବା ବେଳେ ପୋଲିସକୁ ବାଧା ଦେବା ମାମଲା ଚାଲିବ ବୋଲି ଏସ୍‌ପି କହିଥିଲେ। ଲୁଗୁନ ଡ୍ୟୁଟିରେ ଥିବାବେଳେ କେତେଜଣ ଲୋକ ତାଙ୍କ ସହ ବଚସା କରିଥିଲେ। ଏହି ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଥିଲା। ସେ ନେଇ ତଦନ୍ତ କରି ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ। ଯେର୍ଉମାନେ ଫେରାର ଅଛନ୍ତି, ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି କହିଥିଲେ।

ସୂଚନାଯୋଗ୍ୟ, ଗତ ୧ ତାରିଖରେ ଉଦିତନଗର ଥାନା ଅଧୀନ ବିରଜାପାଲିରେ ଏକ ଘରୋଇ ବସ୍‌ ଓ କାର୍‌ ମଧ୍ୟରେ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ଥାନାର ପିସିଆର୍‌ ଦାୟିତ୍ୱରେ ଥିବା ଏଏସ୍‌ଆଇ ଲୁଗୁନ ହୋମଗାର୍ଡ ମନୋଜ ପରିଡା ଓ ଦୀପକ ସାହୁଙ୍କୁ ଧରି ଘଟଣାସ୍ଥଳକୁ ଯାଇଥିଲେ। ସେଠାରୁ କେତେଜଣ ଲୋକଙ୍କୁ ଥାନାକୁ ଆଣିବା ପରେ ସେ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ପ୍ରଥମେ ଆର୍‌ଜିଏଚ୍‌ ଓ ପରେ ହାଇଟେକ୍‌ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଲୁଗୁନଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବାରୁ ୨ଜଣ ହୋମଗାର୍ଡଙ୍କୁ ନିଲମ୍ବନ କରାଯିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଅନ୍ୟପକ୍ଷେ ଏଏସ୍‌ଆଇ ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରିକି ଆସାମର କୋକ୍ରାଝର ଲୋକସଭା ସଦସ୍ୟ ନବ କୁମାର ସାରଣିଆ ଘଟଣାର ସିବିଆଇ ତଦନ୍ତ ଦାବି କରି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?